March 2, 2024

Odia Express

News For Public

ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦାଙ୍କ ରିୟଲ୍ ଲାଇଫ୍ ସତ ଜାଣିଲେ ଆପଣ ବି ହୋଇଯିବେ ସ୍ତବ୍ଧ

ଅମିତାଭ ବଚ୍ଚନ ଓ ତାଙ୍କ ପୁରା ପରିବାର ଆଜି ଦେଶସାରା ଜଣାଶୁଣା ଚେହେରା ହୋଇଛି, ଏହି ପରିବାରର ଏକ ଖାସ୍ କଥା ଏହା କି ସେଠାରେ ରହୁଥିବା ସବୁ ଲୋକ ନିଜ ଦମରେ ନିଜ ନାଁ ଓ ପଇସା କମାଇଛନ୍ତି , ଅମିତାଭ,ଅଭିଷେକ, ଜୟା ଐଶ୍ୱର୍ଯ୍ୟାସବୁ ସଦସ୍ୟ ନିଜ ଦକ୍ଷତା ଓ କଳାର ଦମରେ ନାଁ କମାଇଛନ୍ତି , କିନ୍ତୁ ଏହି ଘରରେ ଜଣେ ସଦସ୍ୟା ଅଛନ୍ତି ଯାହାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ଏହି ସଦସ୍ୟ ଆଉ କେହି ନୁହେଁ ବରଂ ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା ଅଟନ୍ତି । ଶ୍ୱେତା ବଚ୍ଚନ ପରିବାରର ପ୍ରଥମ ସନ୍ତାନ ଅଟନ୍ତି , ତାଙ୍କ ଯୋଗୁଁ ସେ ନିଜ ପରିବାରରେ ବହୁତ ଭଲ ପାଇବା ପାଈଛନ୍ତି , ଶ୍ୱେତାଙ୍କ ଖାସ୍ କଥା ଏହା କି ବାପା ଅମିତାଭ , ମା ଜୟା, ଓ ଭାଇ ଅଭିଷେକଙ୍କ ବଲିଉଡ୍ ରେ ଏତେ ନାଁ ଓ କନେକ୍ସନ୍ ହେବାପରେ ବି ସେ କେବେ ଫିଲ୍ମରେ ଆସିବାର ଭାବିନାହାନ୍ତି

ଯେଉଁଠି ଗୋଟେ ପଟେ ବଲିଉଡ୍ କଳାକାରଙ୍କ ଛୁଆ ନିଜ ମା ବାପାଙ୍କ ନାଁ ନେଇକରି ଫିଲ୍ମ ଦୁନିଆଁରେ ସହଜରେ ଏଣ୍ଟ୍ରି କରିନେଉଛନ୍ତି , ସେମିତି ଶ୍ୱେତା କେବେ ନିଜ ବାପା ଅମିତାଭଙ୍କ ଫାଈଦା ଉଠାଇକରି ଅଭିନେତ୍ରୀ ହେବାର ଇଚ୍ଛା ଜାହିର୍ କରିନାହାନ୍ତି , ଶ୍ୱେତା ଏକ ସାଧାରଣ ଘରର ଝିଅ ପରି ପାଠପଢିଥିଲେ,  ଏହା ସହ ସେ ଓସତ ଭାରତୀୟ ମହିଳାଙ୍କ ପରି କମ୍ ବୟସରେ ବିବାହ କରିନେଲେ , ୧୯୯୭ ରେ ନିଖିଲ୍ ନନ୍ଦାଙ୍କୁ ବିବାହ କରିବାପରେ ଶ୍ୱେତା ୨୩ ବର୍ଷ ବୟସରେ ଝିଅ ନବ୍ୟାଙ୍କୁ ଜନ୍ମ ଦେଇଥିଲେ,  ତେବେ ଠାରୁ ଏବେ ପର୍ଯ୍ୟନ୍ତ ନନ୍ଦା ଏକ ଭଲ ହାଉସ୍ ୱାଇଫ୍ ହୋଇ ପୁରା ପରିବାରର ଦାୟିତ୍ୱ ନେଉଛନ୍ତି ।

ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ହାଉସ୍ ୱାଇଫ୍ ହେବାପରେ ଶ୍ୱେତା ନିଜ କ୍ୟାରିୟର କୁ ସଜାଡିବାକୁ ଭାବିଲେ, ବର୍ତ୍ତମାନ ଶ୍ୱେତା ସିଏନ୍ ଏନ୍ ଆଇବିଏନ୍ ରେ ଜଣେ ସିନିୟର୍ ଜର୍ଣ୍ଣାଲିଷ୍ଟ ରୁପରେ କାମ କରନ୍ତି , ଏହା ସହ ସେ ୨୦୦୭ ରେ ଏନ୍ ଡିଟିଭି ଶୋ ନେକ୍ସଟ୍ ଜେନ୍ ର ହୋଷ୍ଟ ହେବାର ଅଫର୍ ମିଳିଥିଲା,  ଶ୍ୱେତା ଆଜି ନିଜ ପଇର୍ବାରକୁ କେବଳ ଘରୋଇ ରୁପରେ ନୁହେଁ ବରଂ ଆର୍ଥିକ ରୁପରେ ସପୋର୍ଟ କରିବାର ସକ୍ଷମ ହୋଇପାରିଛନ୍ତି । ଅଭିନୟ ନ କରିବାର ବିଷୟରେ ଶ୍ୱେତାଙ୍କ କହିବାକଥା କି ସେ କ୍ୟାମେରା ଫେସ୍ କରିବାକୁ ଡରନ୍ତି , ସେ କହନ୍ତି କି ମୋତେ ଆଜି ପର୍ଯ୍ୟନ୍ତ କିଛି ଫିଲ୍ମର ଅଫର୍ ଆସିନି, ମୋର ଚେହେରା ଓ ଆବାଜ୍ ବିଲକୁଲ୍ ହିରୋଇନ୍ ପରି ନୁହେଁ , ମୋତେ କ୍ୟାମେରା ଫେସ୍ କରିବାରେ ଡର ଲାଗେ,  ମୁଁ ଯେଉଁଠି ବି ଅଛି, ଯାହା ବି କରୁଛି ଖୁସିରେ ଅଛି ।

ଶ୍ୱେତାଙ୍କ ଅନୁସାରେ ତାଙ୍କ ଭାଇ ଅଭିଷେକ ବହୁତଥର ତାଙ୍କୁ ଅଭିନୟ କ୍ଷେତ୍ରରେ ବାହାରିବାକୁ କହିଥିଲେ,  କିନ୍ତୁ ସେ ବହୁତଥର ମନା କରି ନିଜ ମନର କଥା ଶୁଣିଥିଲେ,  ଶ୍ୱେତା କହନ୍ତି କି ମୋତେ ଗୃହୀଣି ହେବା ଭଲ ଲାଗେ, ମୁଁ ସବୁବେଳେ ସକାଳୁ ଉଠିକରି ଛୁଆଙ୍କ ସ୍କୁଲ୍ ପାଇଁ ପ୍ରସ୍ତୁତ କରାଏ , ସ୍ୱାମୀଙ୍କୁ ଜଳଖିଆ କରିଦିଏ , ଓ ଘରର ଅନ୍ୟ କାମ ଦେଖେ ।

ଆପଣ ଏହା କହିପାରିବେ କି ଅମିତାଭଙ୍କ ଝିଅ ଶ୍ୱେତାଙ୍କ ଜୀବନୀ ଏକ ସାଧାରଣ ଗୃହିଣୀଙ୍କ ପରି ଅଟେ , ସେ ସବୁଦିନ ଘର ଓ ପରିବାରର ଦାୟିତ୍ୱ ନେଇଥାନ୍ତି , ଓ ତାହା ସହ ନିଜ ପ୍ରୋଫେସନାଲ୍ କାମ ବି କରନ୍ତି , ଶ୍ୱେତା ଆଜି ସବୁ ବଲିଉଡ୍ କଳାକାରଙ୍କ ଛୁଆଙ୍କପାଇଁ ଏକ ବଡ ଉଦାହରଣ ଅଟନ୍ତି ଯିଏ ଅଭିନୟ ଓ ଦକ୍ଷତା ନହେବାପରେ ଘର ଲୋକଙ୍କର ନାଁରେ ଫିଲ୍ମରେ ପଳେଇଆସନ୍ତି , ଆମେ ସବୁ ସେହି ଜିନିଷ କରିବା ଉଚିତ୍ , ଯେଉଁଥିରେ ଆମେ ମାହିର୍ ବା ଦକ୍ଷତା ରଖୁଛେ ।

Leave a Reply

Your email address will not be published. Required fields are marked *