March 3, 2024

Odia Express

News For Public

କଣ ଅଟେ ସେ ରହସ୍ୟ ଯାହା ଏକ ସାଧାରଣ ଗଛରୁ ଲୋକେ ମନି ପ୍ଲାଣ୍ଟ ମାନେ ପଇସା ଦେଉଥିବା ଗଛ ବୋଲି ମାନିବାକୁ ଲାଗିଲେ

ଆପଣ ନଜର ପକାଇଥିବେ କି ବହୁତ ଘରରେ ଏକ ଗଛ ଛୋଟ ବୋତଲରେ କିମ୍ବା କୁଣ୍ତରେ ଥାଏ, ଯାହା ଲୋକେ ଅନ୍ୟଙ୍କ ଘରରୁ ଚୋରିକରି ନିଜ ଘରେ ଲଗାନ୍ତି , ଖାସ୍ କଥା ଏହା କି ଏହି ଗଛ ସୁର୍ଯ୍ୟଙ୍କ ରଶ୍ମୀରୁ ଦୁରରେ ରହିକରି ବହୁତ ମାସ ଯାଏଁ ସବୁଜ ରହିଥାଏ, ଆମେ କଥା ହେଉଛୁ ମନିପ୍ଲାଣ୍ଟ ଟ୍ରି ବିଷୟର , ଆପଣଙ୍କୁ କହିଦେବୁ କି ମନିପ୍ଲାଣ୍ଟ ଏମିତି ଏକ ଗଛ ଅଟେ ,ଯାହା ସବୁ ଘରରେ ଏକ ବିଶ୍ୱାସ ସହ ଲଗାଯାଇଥାଏ, ଏହାର ଉପସ୍ଥିତି ଘରର ଟଙ୍କା ପଇସାର ଅଭାବ ହେବାକୁ ଦିଏ ନାହିଁ, ଏମିତି ମାନାଯାଏ କି ଏହାକୁ ଲଗାଇଲେ ଘରେ ସୁଖ ସମୃଦ୍ଧି, ଓ ଶାନ୍ତି ରହିଥାଏ । କିନ୍ତୁ ଆପଣ କେବେ ଏହି କଥା ଉପରେ ଧ୍ୟାନ ଦେଇଛନ୍ତି କି ମନିପ୍ଲାଣ୍ଟକୁ ସମୃଦ୍ଧିସହ ଯୋଡିବାର କଣ କାରାଣ ହୋଇଥାଏ,  ଆପଣଙ୍କୁ କହିଦେବୁ କି ମନିପ୍ଲାଣ୍ଟ ସହ ଏକ ଲୋକକଥା ପ୍ରଚଳିତ ଅଛି , ଯାହାର ଅନୁସାରେ କୁହାଯାଏ କି ତାଇୱାନରେ ଏକ ଗରିବ ଚାଷି ଥିଲା ଯିଏ କଡା ପରିଶ୍ରମ କରୁଥିଲା,  କିନ୍ତୁ ତାର ଉନ୍ନତି କେବେ ହୋଇପାରୁନଥିଲା,  ଯେଉଁ କାରଣରୁ ସେ ଦୂଃଖୀ ରହୁଥିଲା

କୁହନ୍ତି କି ସବୁଦିନ କ୍ଷେତରେ ଏକ ଗଛ ପାଇଲା ଯାହା ଦେଖିବାକୁ ଗଛରୁ ଅଲଗା ଥିଲା , ଚାଷୀ ସେହି ଗଛକୁ ଘରକୁ ନେଇଆସିଲା,  ଓ ଘର ବାହାରେ ମାଟିରେ ପୋତିଦେଲ୍,ଆ ଓ ଦେଖିଲା କି ଗଛ ବହୁତ ଚିକ୍କଣ ଅଟେ, ବିନା ଦେଖାଶୁଣାରେ ଭଲ ବଢିବାକୁ ଲାଗୁଛି, ଯେଉଁପରି ସେ ଗଛ ବିନା କାହାର ସାହାଯ୍ୟରେ ଆପେ ଆପେ ବଢୁଛି, ଚାଷୀକୁ ବହୁତ ପ୍ରେରଣା ମିଳିଲା, ଗଛର୍ ବିକାଶରୁ ସେ ଏକ ସକରାତ୍ମକ ଉର୍ଜାପାଇଲା,  ଯାହାପରେ ଚାଷୀ ଫଇସଲା ନେଲା କି ସେ ଗଛକୁ ଯେମିତି ହେଉ ନିଜ ବ୍ୟକ୍ତିତ୍ୱରେ ଆଣିବ , ଓ ନିଜ ଲକ୍ଷ୍ୟ ପ୍ରତି ସମର୍ପିତ ରହିବ , ଜଲଦି ହିଁ ସେହି ଗଛରେ ଫୁଲ ଆସିଗଲା,  ତେବେ ଚାଷୀ ନିଜ ପରିଶ୍ରମରୁ ଓ ଦୃଢ ସଂକଳ୍ପରୁ ଏକ ସଫଳ ବ୍ୟବସାୟୀ ହୋଇସାରିଥିଲା

ଯେବେ ଲୋକେ ସେହି ଚାଷୀର ଆଶ୍ଚର୍ଯ୍ୟଜନକ ସଫଳତାର ରହସ୍ୟ ଜାଣୀଲେ , ତାହାର ଘର୍ ବାହାରେ ଲାଗିଥିବା ଗଛକୁ ମାନିଗଲେ ଓ ତେବେ ଠାରୁ ଲୋକେ ସେହି ସମୃଦ୍ଧିରୁ ଯୌଡିକରି ତାହାର୍ ନାଁ ମନିପ୍ଲାଣ୍ଟ ରଖିଦେଲେ , ଫେଙ୍ଗସୁଇ ଅନୁସାରେ ଗଛ ଆଖପାଖରେ ଶୁଦ୍ଧ ପବନ ରହିବା ଜରୁରୀ, ଓ ତାହା ସହ୍ ରେଡିଏସନ୍ ପ୍ରଭାବ କମ୍ କରିଥାଏ, ଓ ବାତାବରଣରେ ଅକ୍ସିଜେନ୍ ଛାଡିଥାଏ

Leave a Reply

Your email address will not be published. Required fields are marked *