February 25, 2024

Odia Express

News For Public

ଦୁନିଆଁର ୧୦ ଟି ସବୁଠାରୁ ସୁନ୍ଦର ରେଲୱେ ଷ୍ଟେସନ୍, ଯେଉଁଠି ଟ୍ରେନ୍ ଧରିଲେ ଆପଣଙ୍କ ଯାତ୍ରା କରିଦେବ ଏକଦମ୍ ସ୍ମରଣୀୟ

1 min read

ସବୁଦିନର କର୍ମବ୍ୟସ୍ତତାରେ ରହି ଲୋକେ କିଛି ସମୟ ପାଇଲେ ଏକ ଲମ୍ବା ଯାତ୍ରାରେ ଯିବାକୁ ଚାହଁନ୍ତି , ନିଜ ଟ୍ରିପ୍ କୁ ସ୍ମରଣୀୟ କରିବାପାଇଁ ସେ ଯଥା ସଂମ୍ଭବ କରିଥାଏ,  ଟ୍ରିପ୍ ପ୍ଲାନ୍ କରିବା ପୁର୍ବରୁ ପ୍ରଥମେ ଜାଗା, ହୋଟେଲ୍, ଓ ସେମିତି ସୁବିଧାଗୁଡିକ ଓ ଖାଇବାପିଇବା ଜିନିଷ ବିଷୟରେ ସୁଚନା ନେଇଥାନ୍ତି , ଯାହାଦ୍ୱାରା ଛୁଟିଗୁଡିକ ଖୁସିରେ ଭରି ହୋଇଥିବ, ଓ କୌଣସି ଚିନ୍ତାର ସାମ୍ନା କରିବାକୁ ନ ପଡେ , ସାଧାରଣତଃ ଲୋକେ ଟ୍ରେନରେ ଯିବାପରିବର୍ତ୍ତେ ଫ୍ଲାଇଟ୍ ରେ ଯିବାକୁ ପସନ୍ଦ କରନ୍ତି , ଏହାର କାରଣ ହେଲା ସମୟ କମ୍ ଲାଗିବା , ଦ୍ୱିତୀୟ କାରଣ ରେଲୱେ ଷ୍ଟେସନର ହାଲତ କିଛି ଖାସ୍ ନହେବା, କିନ୍ତୁ ଆପଣଙ୍କୁ କହିଦେବୁ କି ଦୁନିଆଁରେ ଏମିତି ରେଲୱେ ଷ୍ଟେସନ ଅଛି ଯେଉଁଠି ଆପଣ ଯାତ୍ରା କରିଲେ ମଣିଷର ମନ ପ୍ରଫୁଲ୍ଲିତ ହୋଇଯାଏ , ତେବେ ଆସନ୍ତୁ ଆମେ ଜାଣିବା ଦୁନିଆଁର ଏମିତି ୧୦ ଟି ଉନ୍ନତଧରଣର ରେଲୱେ ଷ୍ଟେସନ ଯେଉଁଠି ଆପଣ ଯାତ୍ରା କରିବାକୁ ମନ ବଳାଇବେ ।

୧୦) ଛତ୍ରପତି ଶିବାଜୀ ଟର୍ମିନସ୍, ମୁମ୍ବାଇ,ଭାରତ :- ଦୁନିଆଁର ସବୁଠାରୁ ଉନ୍ନତ ଧରଣର ଷ୍ଟେସନରେ ଏହି ଗୋଟେ ଭାରତୀୟ ରେଲୱେ ଷ୍ଟେସନ ଅଛି, ଏହି ଷ୍ଟେସନ ଫେଡେରିକ୍ ୱିଲିୟମ୍ ଷ୍ଟିଭସଙ୍କ ଦ୍ୱାର ଡିଜାଇନ୍ କରାଯାଇଥିଲା , ଏହି ଷ୍ଟେସନକୁ କ୍ୱିନ୍ ଭିକ୍ଟୋରିଆ ଗୋଲଡେନ୍ ଜୁବୁଲି ସମ୍ମାନ ରେ ତିଆରି ହୋଇଥିଲା, ଏହି ଭିକ୍ଟୋରିଆନ୍ ଇଟେଲିୟନ୍ ଗଥିକ୍ ରିଭାଇବଲ୍ ଓ ପାରମ୍ପାରିକ ଭାରତୀୟ ମୋଗଲ୍ ଶୈଳୀର ଏକ ସୁନ୍ଦର କମ୍ପିନେସନ୍ ଅଟେ, କହିଦେବୁ କି ଏହାକୁ ୟୁନିସ୍କୋ ୱାର୍ଲଡ ହେରିଟେଜ୍ ସାଇଡ୍ ରେ ସାମିଲ୍ କରାଯାଇଛି, ଏହି ସୁନ୍ଦର ରେଲୱେ ଷ୍ଟେସନରୁ ଯାତ୍ରା କରିକି ଏହି ସୁନ୍ଦର ନଜାରା ଦେଖିକରି ଆପଣଙ୍କ ଯାତ୍ରା ବିଲକୁଲ୍ ସ୍ମରଣୀୟ ହୋଇଯିବ ।

୯) କୁଆଲାଲପୁର୍ ରେଲୱେ ଷ୍ଟେସନ, ମାଲେସିଆ : ମାଲେସିଆରେ ଥିବା ଏହି ରେଲୱେ ଷ୍ଟେସନର ଡିଜାଇନ୍ ଦେଖିବା ଭଳି ଲାଗେ, ଏହାର ନିର୍ମାଣ ଇଓ ମୁରି ମୋଗଲ୍ ଇଣ୍ତୋ-ସରେସୈନିକ ଶୈଳୀରେ କରାଯାଇଛି, ଏହା କେଉଁ କିଲ୍ଲା ଡିଜାଇନ୍ ବାଲା ରେଲୱେ ଷ୍ଟେସନ ଆଡକୁ ସୁନ୍ଦର ଦେଖାଯାଇଥାଏ ।

୮) କନଜବା ଷ୍ଟେସନ, କନଜବା, ଜାପାନ୍ : ଏହି ଷ୍ଟେସନ ଟ୍ରାଡିସନାଲ୍ ଓ ମଡର୍ଣ୍ଣ ଡିଜାଇନର କମ୍ପିନେସନ୍ ଅଟେ, ଷ୍ଟେସନର ଆର୍କିଟେକ୍ଚର ଦେଖିବା ଲାୟକ ଅଟେ, ଯେଉଁଠି ଏହି ଷ୍ଟେସନ ଜାପାନର ସଂସ୍କୃତି ଦର୍ଶାଇଥାଏ,  ସେମିତି ଅନ୍ୟପଟେ ଏହି ମଡେଲ୍ ଫିଚର୍ସ ଯାତ୍ରୀଙ୍କୁ ଆକର୍ଷଣ କରେ ।

୭) କେମିନ୍ହୋ ଡେ ଫେରି ଡି ମୋକାମ୍ବିକ ମାପୁଟୋ , ମୋଜାମ୍ବିକ : ଏହି ରେଲୱେ ଷ୍ଟେସନ ମୋଜାମ୍ବିକ ଷ୍ଟିମି କ୍ୟାପିଟାଲରେ ଅଛି, ଏହା ଦୁନୀଆଁର ସବୁଠାରୁ ଅଲଗା ରେଳ ଷ୍ଟେସନରୁ ଜଣାଯାଏ , ଏହି ଷ୍ଟେସନରେ ସ୍ଥାନୀୟ ସଂସ୍କୃତି ଓ କଳାକୁ ଦର୍ଶାଇଛନ୍ତି , ବାହାରୁ ଆସୁଥିବା ଯାତ୍ରୀ ଏହି କଳାକୁ ଦେଖିକରି ଆକର୍ଷିତ ହୋଇଥାନ୍ତି, ଯାତ୍ରା କରିବାପାଇଁ ଏକ ଭଲ ବିକଳ୍ପ ଅଟେ ।

୬) ଗ୍ରାଣ୍ତ ସେଣ୍ଟ୍ରାଲ୍ ଟର୍ମିନାଲ୍ ନ୍ୟୁୟର୍କ ୟୁଏସ୍ : ଦୁନିଆଁର ସବୁଠାରୁ ଉନ୍ନତ ଓ ସୁନ୍ଦର ରେଲୱେ ଷ୍ଟେସନ ଏହି ଷ୍ଟେସନ ଅଟେ ଏହା ଦୁନିଆଁର ଷଷ୍ଠ ସବୁଠାରୁ ଅଧିକା ଦେଖାଯାଉଥିବା ଟୁରିଷ୍ଟ ସ୍ପର୍ଟ ଅଟେ ,ଯେଉଁଠି ୨୬ କୋଟିରୁ ଅଧିକା ଟୁରିଷ୍ଟ୍ ଆସିଥାନ୍ତି , ଏଥିରେ ବ୍ୟୁକସ୍ ଆର୍ଟସ୍ ଆର୍କିଟେକ୍ଚର ଅଛି , ଏହି ସୁନ୍ଦର୍ ରେଲୱେ ଷ୍ଟେସନ ହେନେରୀ ଏଡବର୍ଡ ବେଡଫୋର୍ଡ ଦ୍ୱାର ଡିଜାଇନ୍ କରାଯାଈଛି,

୫) ଗାରେ ଡୁ ନର୍ଡ ,ପ୍ୟାରିସ୍, ଫ୍ରାନ୍ସ- ଏହି ରେଲୱେ ଷ୍ଟେସନ ସବୁଠାରୁ ବ୍ୟସ୍ତତାବହୁଳ ରେଲୱେ ଷ୍ଟେସନ ଅଟ୍,ଏ ସବୁ ଘଣ୍ଟାରେ ଏଠାରେ ଲକ୍ଷାଧିକ ଯାତ୍ରୀ ଟ୍ରେନରେ ଯିବାଆସିବା କରନ୍ତି, କହିଦେବୁ କି ଗାରେ ଡୁ ନର୍ଡ ଷ୍ଟେସନ ପ୍ୟାରିସର SNCF ମେନ୍ ଲାଇନ୍ ନେଟୱର୍କରେ ୬ ଟି ବଡ ଟର୍ମିନସ୍ ଷ୍ଟେସନରେ ସାମିଲ୍ ଅଛି ।

୪) ଆଣ୍ଟବର୍ପ ସେଣ୍ଟ୍ରାଲ୍ ବେଲଜିୟମ୍ – ଏହା ଏକେଲା ଦୁନୀଆଁର ଏମିତି ଏକ ରେଳ ଷ୍ଟେସନ ଅଟେ ଯେଉଁଠି ରେଲୱେର ଇତିହାସ ଦର୍ଶାଇଥାଏ,  ଏହି ଷ୍ଟେସନ ମହାଦୀପିୟ ରେଳ ଯାତ୍ରାର ଇତିହାସ ହୋଇଥାଏ , ଏହା ସେହି ପୁରୁଣା ଷ୍ଟାଇଲ୍ ରେ ଡିଜାଇନ୍ କରାଯାଇଛି, ଯେବେ ରେଲୱେର ଆରମ୍ଭ ହୋଇଥିଲା,  ଏହାକୁ ବନାଇବାପଇଁ ଲୁହା,କାଚ, ଗ୍ରେନନାଇଟ୍ ବ୍ୟବହାର କରାଯାଇଥିଲା ।

୩) ଅଟୋଚା ଷ୍ଟେସନ, ମେଡ୍ରିଡ୍ ସ୍ପେନ୍ – ଆକର୍ଷକ ଡିଜାଇନ୍, ଓ ଇନୋଭେଟିଭ୍ ଆର୍କିଟେକ୍ଚର ମିଶାଲ୍ ଏହି ଷ୍ଟେସନ୍ ମେଡ୍ରିଡ୍ ର ସବୁଠାରୁ ବଡ ରେଲୱେ ଷ୍ଟେସନ ଅଟେ,  ସ୍ପେନିସ୍ ରାଷ୍ଟ୍ରିୟ ରେଳ କମ୍ପାନୀ, ରେନଫେ ଏହି ରେଲୱେ ଷ୍ଟେସନ ହ୍ୟାଣ୍ତେଲ୍ କରିଥାଏ ।

୨) ସେଣ୍ଟ୍ ପେନକ୍ରାସ୍ ଇଣ୍ଟରନ୍ୟାଶାନାଲ୍ , ଲଣ୍ତନ୍ ୟୁନାଇଟେଡ୍ କିଙ୍ଗଡମ୍ – ସୁନ୍ଦର ଆର୍କିଟେକ୍ଚର ଓ ଭିକ୍ଟୋରିଆନ୍ ଗୋଥିକ୍ ରିବାଇଲ୍ସ ଶୈଳୀର କାରଣରୁ ରେଲୱେ ଷ୍ଟେସନକୁ ରେଲୱେର ଗିରିଜାଘର କୁହାଯାଏ , ଏହି ରେଲୱେ ଷ୍ଟେସନକୁ ଆଗର୍ ଟାଉନ୍ ନାଁରେ ଏକ ଜାଗାର ପାଖରେ ତିଆରି ହୋଇଛି , ଏହା ଲଣ୍ତନରେ ସବୁଠାରୁ ସୁନ୍ଦର ଜାଗାରେ ଖ୍ୟାତ, ଲଣ୍ତନ ବୁଲିବାକୁ ଆସୁଥିବା ବ୍ୟକ୍ତି ଏହି ଜାଗାରେ ଥରେ ନିଶ୍ଚିତ ଆସିବାକୁ ପସନ୍ଦ କରନ୍ତି ।

୧) ସିରକେସି ଷ୍ଟେସନ,ଇସ୍ଥାନବୁଲ୍ , ତୁର୍କୀ- ଏହା ଏକ ପୁରୁଣା ରେଲୱେ ଷ୍ଟେସନ ଅଟେ, ୧୮୯୦ ରେ ଓରିଏଣ୍ଟାଲ୍ ରେଲୱେ ଦ୍ୱାରା ଏହାକୁ ତିଆରି କରାଯାଇଥିଲା,  ବାସ୍ତୁକଲା ଓ ପାରମ୍ପାରିକ ଡିଜାଇନ୍ ରେ ତିଆରି ହୋଇଥିବା ସିରକେସି ଟର୍ମିନାଲ୍ ଏକ ଭଲ ରେଲୱେ ଷ୍ଟେସନ୍ ଅଟେ।

Leave a Reply

Your email address will not be published. Required fields are marked *