March 3, 2024

Odia Express

News For Public

ନଖର ଆକାର ଖୋଲିଥାଏ ଆପଣଙ୍କ ପର୍ସନାଲିଟିର ସବୁ ରହସ୍ୟ, ଏମିତି ଜାଣନ୍ତୁ ଆପଣଙ୍କ ଖାସ୍ ଲୁଚି ରହିଥିବା କଥା

1 min read

ଆପଣଙ୍କୁ ଜାଣିଲେ ଟିକିଏ ଅଜୀବ ଲାଗିବ , କିନ୍ତୁ ଏହା ସତ ଅଟେ , ଲୋକେ ଅଲଗା ଅଲଗା ନଖର ଆକାରରୁ ସେହି ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ବିଷୟରେ ସବୁ କିଛି ଜାଣିପାରିବେ , ଆଜି ଆମେ ବିଭିନ୍ନ ପ୍ରକାରର ନଖ ବିଷୟରେ କହିବାକୁ ଯାଉଛୁ, ଆମର ନଖରେ ବହୁତ୍ ରହସ୍ୟ ଲୁଚି ରହିଛି, ଆମର ନଖର ଆକାର, ଲମ୍ବା ,ଛୋଟ ଗୋଲ, ବର୍ଗକାର ହୋଇପାରେ,  ଯେଉଁ ଜିନିଷ ଆମର ବ୍ୟକ୍ତିତ୍ୱ ଓ ପର୍ସନାଲିଟି ବିଷୟରେ କହିଥାଏ,  ଏଠାରେ ନଖର ଆକାର ଆଧାରରେ କିଛି ବିଶେଷ କଥ କୁହାଯାଇଛି ।

୧) ଲମ୍ବା ନଖ- ଲମ୍ବା ଓ ଆୟତକାର ନଖ ମତଲବ ହୋଇଥାଏ କି ଆପଣଙ୍କ ବୁଦ୍ଧି ଓ ହାସ୍ୟରୁ ଭରା ହୋଇଥିବା ଏକ ଖୁସିମୟ ବ୍ୟକ୍ତି ଅଟନ୍ତି, ଆପଣ ବହୁତଥର ନୁଆ ଜିନିଷ ଶିଖିବା, ନୁଆ ଲୋକଙ୍କ ସହ ମିଶିବା ଓ ନୁଆ ଜିନିଷ ଅନୁଭବ କରିବା ପାଇଁ ଉତ୍ସୁକ ରୁହନ୍ତି , କାମ ପ୍ରତି ଆପଣ ଏକ ସତର୍କ ଓ ବିଚାରଶୀଲ ବ୍ୟକ୍ତି ଅଟନ୍ତି, ଯିଏ କାମ କରିବାପୁର୍ବରୁ ପ୍ରଥମେ ଦୁଇଥର ଭାବେ , ଆପଣଙ୍କ ସୁଚନା ଉପରେ ଧ୍ୟାନ ଦେଇଥାନ୍ତି , ଓ ସାବଧାନୀପୁର୍ବକ କାମ କରିଥାନ୍ତି , ଓ ଆପଣ କାମକୁ ଭଲ ଭାବେ କରିବାପାଇଁ କଡା ପରିଶ୍ରମ କରିଥାନ୍ତି

୨) ଚଉଡା ନଖ- ଯଦି ଆପଣଙ୍କ ନଖ ଚଉଡା ଅଛି ତେବେ ଆପଣ ଏକ ଚତୁର ଓ ଫୁର୍ତ୍ତିଳା ବ୍ୟକ୍ତି ଅଟନ୍ତି,  ଆପଣ କହିବାପୁର୍ବରୁ ନିଜ ଶବ୍ଦକୁ ଧ୍ୟାନ ଦିଅନ୍ତି , ଓ ଚରିତ୍ରବାନ ହୋଇଥାନ୍ତି , ଆପଣଙ୍କ ଦୁରଦର୍ଶିତା କାରଣରୁ ବନ୍ଧୁ ଆପଣଙ୍କୁ ଉପଦେଶନେଇଥାନ୍ତି , ଆପଣ ସେହି ଜିନିଷକୁ କରିବାକୁ ପସନ୍ଦ କରନ୍ତି , ଯାହା ଭଲ ହୋଇଥିବ , ବାଞ୍ଚିତ ଲକ୍ଷ୍ୟ ହାସିଲ୍ କରିବାପାଇଁ ଆପଣ ବହୁତ ପରିଶ୍ରମ କରିଥାନ୍ତି ,

୩) ଛୋଟ ଓ ଗୋଲାକାର ନଖ – ଆପଣ ଏକ ରଚନାତ୍ମକ ବ୍ୟକ୍ତି ଅଟନ୍ତି , ଯିଏକି ମଜବୁତ୍ ଓ ଦୃଢ ହେବା ସହ ମଜାଦାର୍ ଓ ଉତ୍ସାହୀ ହୋଇଥାନ୍ତି , ଆପଣ ଏକ ପ୍ରକାରର ଆର୍କଷଣ ଅଟନ୍ତି ,ଯାହା ଲୋକ ଆପଣଙ୍କ ଆଡକୁ ଆକର୍ଷୀତ ହୋଇଥାନ୍ତି, ଆପଣଙ୍କ ପ୍ରିୟଜନ ପାଇଁ କେଉଁ ପରିସ୍ଥିତିରେ ଠିଆହୋଇଥାନ୍ତି , ଆପଣଙ୍କ ସାହାସ ଓ ଚ୍ୟାଲେଞ୍ଜ ପାଇଁ ସାମ୍ନା କରିବାପାଇଁ ନିଜ ଶକ୍ତି ପ୍ରଦର୍ଶନ କରିପାରିବେ , କେବେ କେବେ ଆପଣ ଜିଦ୍ଧି ହୋଇଯାଇଥାନ୍ତି ।

୪) ଆୟତାକାର ବା ବର୍ଗାକାର୍ ନଖ- ଆପଣ ଏକ ସଂଗଠିତ, ବ୍ୟବସ୍ଥିତ ବ୍ୟକ୍ତି ଅଟନ୍ତି, ଆପଣଙ୍କ ଦୃଷ୍ଟିକୋଣରୁ ଅଧିକା ଯଥାର୍ଥ ହୋଇଥାନ୍ତି , ଆପଣ ଏକ ନେତା ପ୍ରବୃତିର ଅଟନ୍ତି, ଓ ଆପଣ ଦାୟିତ୍ୱ ନେବାରେ ପଛଘୁଞ୍ଚା ନିଅନ୍ତି ନାହିଁ, ଲୋକେ ଆପଣଙ୍କ ଉପରେ ଭରସା କରିଥାନ୍ତି , ଏଥିପାଇଁ ସବୁ ମୁସକିଲ୍ ଓ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟରେ ସହାୟତା ନେଇଥାନ୍ତି , ଆପଣ ନିଜ କାମକୁ ସାବଧାନପୁର୍ବକ କରିଥାନ୍ତି , କିନ୍ତୁ ଆପଣ ସମସ୍ତଙ୍କ ସହ୍ ମଜା ଓ ପ୍ରେମରେ ରହିବା ପସନ୍ଦ କରିଥାନ୍ତି ।

୫) ତ୍ରିଭୁଜାକାର ନଖ-ଏମିତି ଆକାର ନଖ ବାଲା ଲୋକ ବହୁତ କମ୍ ଦେଖିବାକୁ ମିଳେ,  ଏହି ଲୋକ ଯିଏ ସବୁବେଲେ ଏହା ଜାଣିବାକୁ ଚାହେଁ କି ସେ କଣ କରିବାକୁ ଚାହେଁ , ଏମିତି ଲୋକଙ୍କ ଲକ୍ଷ୍ୟ ସ୍ପଷ୍ଟ ହୋଇନଥାଏ, କେବେ କେବେ ଏମିତି ଲୋକ ଉଦ୍ଦେଶ୍ୟପ୍ରାପ୍ତି କରିବାପାଇଁ ଚେଷ୍ଟା ଭାବୁକ ଓ ଜିଦ୍ଦି ହୋଇଥାନ୍ତି , ଏମିତି ଲୋକ ୱାର୍କ ସ୍ମାର୍ଟ, ନଟ୍ ହାର୍ଡ ସିଦ୍ଧାନ୍ତରେ କାମ କରିଥାନ୍ତି, ଏମିତି ଲୋକ କେଉଁ କାମକୁ ଆରମ୍ଭ କରିବାକୁ ହେଲେ ପ୍ରଥମେ ବହୁତଥର ଭାବିଥାନ୍ତି , ଓ ଏହା ସୁନିଶ୍ଚିତ କରିଥାନ୍ତି କି ସେ କାମ ଆରମ୍ଭ କରି ନିଜ ସମୟ ଓ ପ୍ରୟାସ ବର୍ବାଦ ନହେଉ ।

୬) ଓଭାଲ୍ ବା ଗୋଲାକାର ନଖ- ଏମିତି ଲୋକ ରଚନାତ୍ମକ, ଭଦ୍ର ଓ ଭଲ ଲୋକ ହୋଇଥାନ୍ତି , ଏହି ଲୋକ ନିଜ ଚାରିପଟେ ମହଜୁଦ୍ ସୁନ୍ଦର ଜିନିଷ ପ୍ରତି ବହୁତ ସଂବେଦନ ଶୀଲ ହୋଇଥାନ୍ତି , ଏହି ଲୋକ ପ୍ରତିକୁଳ ପରିସ୍ଥିତିରେ ଶାନ୍ତ ରୁହନ୍ତି , ଓ ଏହି କାରଣରୁ ଏହି ଲୋକ ଅନ୍ୟଙ୍କୁ ଆକର୍ଷିତକରିଥାନିତ୍ , କାହାର ରାଗକୁ ଶାନ୍ତ କରିବା ଏମାନଙ୍କ ଦକ୍ଷତା ହୋଇଥାଏ, ଏମିତି ଲୋକ ବହୁତ ସାରା କାମ ଏକା ସାଙ୍ଗେକରିବାକୁ ପସନ୍ଦ କରନ୍ତି , ଏହି ଲୋକ କେଉଁ କାମକୁ ପୁରା ମନ ଓ ଇଚ୍ଛାଶକ୍ତି ରଖିକରିଥାନ୍ତି , ଏହି ଲୋକଙ୍କୁ ନିଜ ମଧ୍ୟରେ ବ୍ୟସ୍ତତା ରହିବା ପସନ୍ଦ ହୋଇଥାଏ, ଏହି ଲୋକ ଏକ ଆବେଶପୁର୍ଣ୍ଣ ପ୍ରେମୀ ହୋଇଥାନ୍ତି , ଓ ସମସ୍ତଙ୍କ ହୃଦୟ ସହ  ପ୍ରେମ କରିଥାନ୍ତି ।

୭) ଅସମାନ କଟନୀଳ(ତ୍ୱଚା) –ନଖକୁ ଅନୋଖା, ଅସମାନ କଟନୀ ବାଲା ବ୍ୟକ୍ତି ଜୀବନଶୈଳୀ ଅଲଗା ହୋଇଥାଏ,  ଏମାନେ ଆପଣଙ୍କ ଜୀବନରେ କପଡା ପିନ୍ଧିବା, ସଂଙ୍ଗିତ, ଖାଦ୍ୟପରି ଜିନିଷକୁ ବହୁତ୍ ପସନ୍ଦ କରନ୍ତି , ଏମିତି ଲୋକ ଜିନିଷକୁ ନିଜ ତରିକାରେ କରିବାକୁ ପସନ୍ଦ କରନ୍ତି , ଏମିତି ଲୋକଙ୍କପାଇଁ ଜୀବନର ଅର୍ଥ କଡା ପରିଶ୍ରମ କରିବା, କିନ୍ତୁଏହାର ମତଲବ୍ ନୁହେଁ କି ଏହି ଲୋକ ଜୀବନର ଆନନ୍ଦ ଉଠାନ୍ତି ନାହିଁ , ଏମିତି ଲୋକ ମଜାରେ ଜୀବନରେ ସବୁ କାମକୁ ବରାବର୍ ଜାଗା ଦେଇଥାନ୍ତି , ଏମିତି ଲୋକ ନିଜ ସବୁ ସମୟ ଖୁସି ଓ ବ୍ୟସ୍ତ ରଖନ୍ତି

Leave a Reply

Your email address will not be published. Required fields are marked *