March 3, 2024

Odia Express

News For Public

କିଏ ଅଟନ୍ତି ନିଜ ପାର୍ଟନରଙ୍କ ଠାରୁ ଛୋଟ କି ବଡ , ଜାଣନ୍ତୁ ଏହି କ୍ରିକେଟିୟରଙ୍କ ବିବାହିତ ଜୀବନ ବିଷୟରେ

1 min read

ଏହି ସମୟରେ ଭାରତରେ କ୍ରିକେଟ୍ ପ୍ରେମୀଙ୍କର ଅଲଗା ରଙ୍ଗରୁପ ଦେଖିବାକୁ ମିଳୁଛି, ହେବନି ବା କେମିତି ଏବେ ଆଇପିଏଲ୍ ସିଜିନ୍ ଚାଲୁଛି, ସମସ୍ତେ ନିଜ ପସନ୍ଦର ଟିମ୍ କୁ ସପୋର୍ଟ କରୁଛନ୍ତି , ସମସ୍ତେ ନିଜ କ୍ଷେତ୍ରର ହିସାବରେ ନିଜ ପସନ୍ଦର ଖେଳାଳୀର ଟିମ୍ କୁ ସପୋର୍ଟ କରୁଛନ୍ତି , ଆଇପିଏଲ୍ ୨୦୨୦ ରେ ସବୁ ମ୍ୟାଚ ରୋମାଞ୍ଚକର ରହିଛି, ଓ ଆଗକୁ ହେବାକୁ ଥିବା ମ୍ୟାଚ୍ ଆହୁରି ରୋମାଞ୍ଚକର ହେବ , ଏମିତିରେ ସମସ୍ତେ ନିଜ ପସନ୍ଦର ଖେଳାଳୀଙ୍କ ବିଷୟରେ ଜାଣିବାକୁ ଚାହିଁଥାଏ । କ୍ରିକେଟ କୁ ବହୁତ ଲୋକ ମଇଦାନରେ ଦେଖିଥାନ୍ତି , କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , କିଏ ଧୋନୀଙ୍କ ଫ୍ୟାନ୍ ଅଟେ ତ କିଏ ରୋହିତ୍ ଶର୍ମା ବା ଆଉ କିଏ ଶିଖରଧବନଙ୍କର କିଏ ବୋଲିଙ୍ଗ୍ ରେ ୟଜୁବେନ୍ଦ୍ର ଚେହେଲ୍ ଙ୍କ ବୋଲିଙ୍ଗ୍ ଆକ୍ସନ୍ ଦେଖିବାକୁ ଭଲ ପାଆନ୍ତି ତ ଆଉ କିଏ ଯୁବରାଜ ସିଂଙ୍କ ଛକା ଦେଖିବାକୁ , ଆଜି ଆମେ କିଛି କ୍ରିକେଟିୟରଙ୍କ ଜୀବଣୀ ଓ ତାଙ୍କ ବିବାହିତ ଜୀବନ ବିଷୟରେ କହିବାକୁ ଯାଉଛୁ ।

୧)ଶିଖର ଧବନ ଓ ଆୟଶା ବାନାର୍ଜୀ-

ଶିଖର ଧବନଙ୍କ ସ୍ତ୍ରୀଙ୍କ ନାଁ ଆଇଶାଅଟେ, ସେମିତି ଶିଖରଙ୍କ ବୟସରୁ ୧୦ ବର୍ଷ ବଡ ଅଟନ୍ତି ସେ,  ଆୟଶାଙ୍କ ଦୁଇଟି ଛୁଆ ବି ଅଛନ୍ତି,  ଆୟଶା ଏକ ପ୍ରଫେସନାଲ୍ ବକ୍ସର ରହିସାରିଛନ୍ତି , ଛଅ ବର୍ଷପୁର୍ବରୁ ଶିଖର ନିଜଠାରୁ ୧୦ ବର୍ଷ ବଡ ଆୟଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ , ଏହି ଦୁହେଁଙ୍କ ବିବାହ ବହୁତ କଷ୍ଟରେ ହୋଇଥିଲା,  ପ୍ରଥମତଃ ସେ ବୟସରେ ବଡ ହେବା କାରଣରୁ ଓ ଦ୍ୱିତୀୟ କାରଣଟି ହେଲା ପୁର୍ବରୁ ତାଙ୍କର ଛୁଆ ଥିଲେ , ଏହି କାରଣରୁ ଧବନଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇନଥିଲେ,  କିନ୍ତୁ ପରେ ରାଜି ହୋଇଗଲେ , ୩୦ ଅକ୍ଟୋବର ୨୦୧୨ କୁ ଦୁହେଁ ବିବାହ କରିନେଲେ ।

୨) ସଚିନ୍ ତେନ୍ଦୁଲକର୍ ଓ ଅଞ୍ଜଳୀ ତେନ୍ଦୁଲକର- ସଚିନ୍ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କହନ୍ତି , ଏହା ବିଷୟରେ କେହି କ୍ରିକେଟ ପ୍ରେମୀ ହେବ ଯିଏ ଜାଣିନଥିବେ , ୪୭ ବର୍ଷର ସଚିନ୍ ତେନ୍ଦୁଲକର ନିଜ ଠାରୁ ୬ ବର୍ଷ ବଡ ଅଞ୍ଜଳୀ ତେନ୍ଦୁଲକରଙ୍କୁ ବିବାହ କରିଥିଲେ ।

୩) ସୋଏବ୍ ଅଖତର୍ ଓ ରୁବାବ୍ ଖାନ୍ – ପାକିସ୍ଥାନୀ ବୋଲର୍ ସୋଏବ୍ ଅଖତାର୍ କ୍ରିକେଟି ଦୁନିଆଁରେ ଦ୍ରୁତ ବୋଲର୍ ଭାବେ ଜାଣିଛନ୍ତି , ତାଙ୍କର ବୋଲିଙ୍ଗ୍ ଆଗରେ ଭଲ ଭଲ ବ୍ୟାଟସ୍ ମ୍ୟାନ୍ ଙ୍କ ହାଲତ୍ ଖରାପ ହୋଇଯାଏ , ୪୨ ବର୍ଷୀୟ ସୋଏବ୍ ଅଖତରଙ୍କ ସ୍ତ୍ରୀଙ୍କ ନାଁ ରୁବାବ୍ ଖାନ୍ ଅଟେ, ତାଙ୍କର ବୟସ ଏବେ ୨୪ ବର୍ଷର ଅଟେ, ମାନେ ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ୧୮ ବର୍ଷ ଛୋଟ ଅଛନ୍ତି ।

୪) ୱାସିମ୍ ଆକ୍ରମ ଓ ଶାନାୟରା ଥମସନ୍ – ପାକିସ୍ଥାନୀ କ୍ରିକେଟିୟର ୱାସିମ୍ ଆକ୍ରମ ଙ୍କୁ ଆପଣ ଭୁଲିନଥିବେ , ୫୧ ବର୍ଷୀୟ ୱାସିମ୍ ଙ୍କ ସ୍ତ୍ରୀ ସାନାୟରା ଥମସନ୍ ଙ୍କ ବୟସ ୩୪ ବର୍ଷ ଅଟେ, ୱାସିମ୍ ତାଙ୍କ ସ୍ତ୍ରୀ ୧୭ ବର୍ଷ ଛୋଟ ଅଛନ୍ତି ।

୫) ଗ୍ଲେନ୍ ମ୍ୟାକଗ୍ରାଥ୍ ଓ ସାରା ଲିୟୋନାର୍ଡୀ- ଅଷ୍ଟ୍ରେଲିଆର କ୍ରିକେଟିୟର ଗ୍ଲେନ୍ ମ୍ୟାକଗ୍ରାଥ୍ ଙ୍କୁ ଆପଣ ଜାଣିଥିବେ , ୪୮ ବର୍ଷୀୟ ଗ୍ଲେନ୍ ଙ୍କ ସ୍ତ୍ରୀ ସାରା ଲିୟୋନାର୍ଡୀ ଙ୍କ ବୟସ ୩୬ ବର୍ଷ ଅଟେ, ଦୁହେଁଙ୍କ ବୟସରେ ୧୨ ବର୍ଷର ଅନ୍ତର୍ ଅଛି, ଆପଣଙ୍କୁ କହିଦେବୁ କି ସାରା ଗ୍ଲେନ୍ ଙ୍କ ଦ୍ୱିତୀୟ ସ୍ତ୍ରୀ ଅଟନ୍ତି ।

୬) ଇରଫାନ୍ ପଠାନ୍ ଓ ସଫା ବୈଗ୍- ଭାରତର ଅଲରାଉଣ୍ତର ଇରଫାନ୍ ପଠାନ୍ ଏହି ମାମଲାରେ କାହାଠାରୁ କମ୍ ନୁହନ୍ତି  ୩୩ ବର୍ଷୀୟ ଇରଫାନ୍ ପଠାନଙ୍କ ସ୍ତ୍ରୀ ସଫା ବୈଗ୍ ଙ୍କ ବୟସ ୨୩ ବର୍ଷ ଅଟେ, ମାନେ ଇରଫାନ୍ ନିଜ ସ୍ତ୍ରୀଠାରୁ ୧୦ ବର୍ଷ  ବଡ ଅଟନ୍ତି , ଦୁହେଁ ୨୦୧୬ ରେ ବିବାହ କରିଥିଲେ ।

୭) ମହେନ୍ଦ୍ର ସିଂ ଧୋନୀ ଓ ସାକ୍ଷୀ ସିଂ ଧୋନୀ- କ୍ୟାପଟେନ୍ କୁଲ୍ ଭାବେ ଜଣା ମହେନ୍ଦ୍ର ସିଂ ଧୋନୀ ଙ୍କୁ କେଉଁ ପରିଚୟର ଆବଶ୍ୟକତା ନାହିଁ , ସେ ଭାରତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ସଫଳ କ୍ୟାପଟେନ୍ ଭାବେ ଜଣାଯାଆନ୍ତି  ୩୭ ବର୍ଷୀୟ ଧୋନୀଙ୍କ ସ୍ତ୍ରୀ ସାକ୍ଷୀଙ୍କ ବୟସ ୩୧ ବର୍ଷ ଅଟ୍,ଏ ଦୁହେଁଙ୍କ ମଧ୍ୟରେ କେବଳ ୬ ବର୍ଷର ଅନ୍ତର୍ ଅଛି।

୮) ଦିନେଶ କାର୍ତ୍ତିକ ଓ ଦିପିକା ପଲ୍ଲିକଲ- ଦିନେଶ କାର୍ତ୍ତିକ୍ ଙ୍କ ସ୍ତ୍ରୀ ଦିପିକା ପଲ୍ଲିକଲ୍ ଙ୍କୁ ଆପଣ ସମସ୍ତେ ଜାଣିଥିବେ , ଦିପିକା ପଲ୍ଲିକଲ ସ୍କେସ୍ ଖେଲାଳୀ ଅଟନ୍ତି , ୩୪ ବର୍ଷର ଦିନେଶ ଙ୍କ ସ୍ତ୍ରୀ ଦିପିକା ବୟସ ୨୮ ବର୍ଷ ଅଟେ , ଦୁହେଁଙ୍କ ମଧ୍ୟରେ ୬ ବର୍ଷର ଅନ୍ତର ଅଛି

Leave a Reply

Your email address will not be published. Required fields are marked *