February 26, 2024

Odia Express

News For Public

କଣ ଆପଣ ମଧ୍ୟ ଲଗେଇ ରଖି ନାହାନ୍ତି ତ ଭୁଲ ଦିଗରେ ମୟୂର ପୁଚ୍ଛ ହୋଇପାରେ ବଡ କ୍ଷତି..

ନମସ୍କାର ବନ୍ଧୁଗଣ,ଆଜି ବାସ୍ତୁ ଶାସ୍ତ୍ରର ଏକ ଖାସ ବିଷୟ ଉପରେ ଆମେ ଆଲୋଚନା କରିବା।ଏହା ଏକ ବହୁତ ଶୁଭ ଜିନିଷ ଅଟେ ଯାହା ସମସ୍ତଙ୍କ ଘରେ ପ୍ରାୟ ମିଳିଥାଏ।ତାହା ହେଉଛି ମୟୂର ପୁଚ୍ଛ।କଣ ଆପଣ ଏହି ମୟୂର ପୁଚ୍ଛକୁ ଭୁଲ ଦିଗରେ ଲଗେଇ ନାହାନ୍ତି ତ।ତେବେ ସାବଧାନ ହୋଇଯାଆନ୍ତୁ ହୋଇପାରେ ଆର୍ଥିକ କ୍ଷତି।ଆପଣ ଦେଖିଥିବେ କି ଲୋକ ଭଗବାନଙ୍କ ପାଖରେ ଏହାକୁ ରଖି ଭଗବାନଙ୍କୁ ଝାଡ଼ିଥାଆନ୍ତି।ଏବଂ ଯେଉଁ ମାନଙ୍କର ରାହୁକାଳ ପଡିଥାଏ ସେମାନଙ୍କୁ ଜ୍ୟୋତିଷମାନେ କହିଥାନ୍ତି କି ନିଜ ଶୋଇବା କକ୍ଷରେ ମୟୂର ପୁଚ୍ଛ ଲଗାନ୍ତୁ ,ଓ ସରସ୍ବତୀଙ୍କ ଫଟୋ ପାଖରେ ରଖନ୍ତୁ।ଆପଣ ଦେଖିଥିବେ ଲୋକମାନେ କୃଷ୍ଣଙ୍କ ପାଖରେ ଏହାକୁ ଚଢାଇ ଥାନ୍ତି।ଏହା ଲକ୍ଷ କରିଥିବେ କି ଯେଉଁଠି ଏହି ପୁଚ୍ଛ ଥାଏ ସେଠାକୁ ଝିଟିପିଟି ଆସେ ନାହିଁ।

କିନ୍ତୁ କଣ ଆପଣ ଜାଣିଛନ୍ତି କି କେବେବି ନିଜ ପୂଜା ଘରେ ମୟୁର ପୁଚ୍ଛ ରଖିବା ଉଚିତ ନୁହେଁ।ଏବଂ ଏହି ଭୁଲ ସମସ୍ତେ କରିଥାନ୍ତି।ଏବଂ ନିଜ ପୂଜା ଘରେ ମୟୂର ପୁଚ୍ଛ ରଖିଥାନ୍ତି।କାରଣ ହେଉଛି, ମୟୂର ପୁଚ୍ଛର କାରଣ ହେଉଛି ନକରାତ୍ମକ ଶକ୍ତିକୁ ଦୂର କରିବା।ଏହା ଏଥିପାଇଁ କି ଯେବେ ମୟୂର ପୁଚ୍ଛ ଥରି ଥାଏ ତା ମଧ୍ୟରୁ ଶକ୍ତି ନିର୍ଗତ ହୋଇଥାଏ।ସେହି ଶକ୍ତି ଯାହା ଶୀତଦିନରେ ଶୀତବସ୍ତ୍ରରୁ ବାହାରି ଥାଏ।ପଲିଥିନ ମଧ୍ୟ ରଗଡ଼ିଲେ ସେଥିରୁ ଶକ୍ତି ନିର୍ଗତ ହୋଇଥାଏ।କେବେ ପୁରୁଣା ଟିଭିରେ ଚାଲୁଥିବା ସମୟରେ ହାତ ମାରି ଦେଖିବେ ସେଥିରୁ ବି ଶକ୍ତି ବାହାରିଥାଏ।

ଏବଂ ଯେଉଁ ମୟୂର ପୁଚ୍ଛ ଅଛି ତାହାର କାର୍ଯ୍ୟ ହେଉଛି ରାହୁକୁ ଝାଡ଼ିବାର।ତେଣୁ ଏହାକୁ ସବୁବେଳେ ଝାଡୁ କରି ବ୍ୟବହାର କରନ୍ତି।ଏହାର କାର୍ଯ୍ୟ ହୋଇଥାଏ କି ନକରାତ୍ମକ ଶକ୍ତିକୁ ଝାଡ଼ି ଦେବା ବା ଦୂର କରିଦେବା।ଏମିତିରେ ଯଦି ଏହା ଆପଣଙ୍କ ମନ୍ଦିରରେ ରହି ଅଛି ଓ ଏହା ଉତ୍ତର ପୂର୍ବ ଦିଗରେ ରହିଛି। ତେବେ ଜାଣି ରଖନ୍ତୁ କି ତାହା ଆପଣଙ୍କ ସକାରାତ୍ମକ ଶକ୍ତିକୁ ଅଟକାଇ ଥାଏ।ଆପଣଙ୍କ ଶୁଭ କୋଣକୁ ବନ୍ଦ କରିଦିଏ।ଆପଣ ଯଦି କୌଣସି ଜ୍ୟୋତିଷଙ୍କୁ ପଚାରିବେ ତେବେ ସେ କହିବେ କି ସବୁବେଳେ ମୟୂର ପୁଚ୍ଛକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ।କଣ ଆପଣ କେବେ ଶିବ ମନ୍ଦିରରେ କେବେ ମୟୂର ପୁଚ୍ଛ ଦେଖିଛନ୍ତି।ନା, ଏହା ଆପଣ ସବୁବେଳେ ଭଗବାନ ବିଷ୍ଣୁଙ୍କ ମନ୍ଦିର, ଶ୍ରୀକୃଷ୍ଣଙ୍କ ମନ୍ଦିରରେ କିମ୍ବା ହନୁମାନଙ୍କ ମନ୍ଦିରରେ କାରଣ ଏସବୁ ମନ୍ଦିର ଦକ୍ଷିଣମୁଖୀ ହୋଇଥାଏ।

ଏହାର କାର୍ଯ୍ୟ ହେଉଛି କୌଣସି ଜିନିଷକୁ ଝାଡ଼ିବା।ଏଥିପାଇଁ ଯଦି ଆପଣ ଏହାକୁ ଘରର ଉତ୍ତର ପୂର୍ବ ଦିଗରେ ରଖିବେ ତେବେ ଏହା ଆପଣଙ୍କ ଟଙ୍କାରୁ ଆପଣଙ୍କ ଆର୍ଥିକ ସ୍ଥିତିକୁ ଖରାପ କରିଦିଏ।କାରଣ ଏହା ବାହକକୁ ଅଟକାଇ ଦେଇଥାଏ।ଏବଂ ନକରାତ୍ମକ ଶକ୍ତିକୁ ପ୍ରଭାବଶାଳୀ କରିଦିଏ।ଏହି ଦିଗରୁ ସକାରାତ୍ମକ ଶକ୍ତି ଆସିଥାଏ ଓ ଦକ୍ଷିଣ ପୂର୍ବ ଦିଗରୁ ବାହାରି ଯାଏ।ଏବଂ ଏହା ନକରାତ୍ମକ ଶକ୍ତିର ଘର ଅଟେ।ଏଥିପାଇଁ ସେହି ନକରାତ୍ମକ ଶକ୍ତିକୁ ନିର୍ଗତ କରିବା ପାଇଁ ଆପଣ ମୟୂର ପୁଚ୍ଛକୁ ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ।

ମୟୂର ପୁଚ୍ଛ ସର୍ବଦା ଛାତ୍ରମାନଙ୍କୁ ବ୍ୟବହାର କରିବା ପାଇଁ କୁହାଯାଏ।ଯାହା ଫଳରେ କି ରାହୁ ସେମାନଙ୍କୁ ଧ୍ୟାନଭଙ୍ଗ ନକରିଦେଉ।ଏହାକୁ ଧନ ଥିବା ସ୍ଥାନରେ କେବେବି ରଖାଯାଏ ନାହିଁ।ସବୁବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିରେ ଏହାକୁ ଲଗାଯାଏ।ହନୁମାନ ଯେବେ ଗନ୍ଧମାର୍ଦ୍ଦନ ପର୍ବତକୁ ଧରିଥିଲେ ସେହି ଚିତ୍ରରେ ଲଗାଯାଏ।ଏଥିରେ ରାହୁ ଯେଉଁ ଶକ୍ତି ଉତ୍ପନ୍ନ କରେ ତାହାକୁ ଏହା ଶେଷ କରିଦିଏ।ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *