September 25, 2023

Odia Express

News For Public

ବିବାହ ପୂର୍ବରୁ ଗୋଟେ ଝିଅକୁ କଣ ପଚାରିବା ଉଚିତ – ନିଶ୍ଚୟ ଏହି କଥା ଗୁଡିକ ଜାଣିରଖନ୍ତୁ ନଚେତ ଆପଣ ହଇରାଣ ହେଇପାରନ୍ତି…

1 min read

ପ୍ରତ୍ୟେକ ଝିଅ ମାନଙ୍କ ଜୀବନରେ କିଛି ନିଆରା ସ୍ବପ୍ନ ଥାଏ। ସେହି ସ୍ବପ୍ନ ମାନଙ୍କ ମଧ୍ୟରେ ବାହାଘର ସବୁଠୁ ନିଆରା ତଥା ସ୍ୱତନ୍ତ୍ର ହୋଇଥାଏ। ବାହାଘର କୁ ନେଇ ପ୍ରତ୍ୟେକ ଝିଅ ମାନଙ୍କ ମନରେ ଏକ ଅନନ୍ୟ ଆବେଗ ତଥା ଭୟ ରହିଥାଏ। ବୈଦିକ ଯୁଗ ରୁ ଏକ ପ୍ରବାଦ ରହି ଆସିଛି- ” ଦୁହିତା; ଦୁଇ କୁଳ କୁ ହିତା”।ଅର୍ଥାତ ଝିଅ ମାନଙ୍କ ଜନ୍ମ ଦୁଇ ପରିବାର ର ମଙ୍ଗଳ ନିମନ୍ତେ ହୋଇଥାଏ।

ବାହାଘର ପୂର୍ବରୁ ପ୍ରତ୍ୟେକ ଝିଅ ନିଜ ଘରେ ବହୁତ ସ୍ନେହ ରେ ବଢିଥାନ୍ତି। ସେମାନଙ୍କୁ ଫୁଲ ସହ ତୁଳନା କରାଯାଏ। ବାହାଘର ସେମାନଙ୍କ ଜୀବନ ରେ ସବୁଠୁ ସ୍ବର୍ଗୀୟ ତଥା ସୁନ୍ଦର ମୁହୂର୍ତ୍ତ ହେଲେ ମଧ୍ୟ ଏହାକୁ ନେଇ ସେମାନଙ୍କ ମନରେ ଅଗଣିତ ଉତ୍କଣ୍ଠା ଏବଂ ପ୍ରଶ୍ନ ଉଙ୍କି ମାରେ। ବାହାଘର ପୂର୍ବରୁ ସବୁ ଝିଅ ମାନଙ୍କ ମନରେ ଏକ ଆଶଙ୍କା ଥାଏ କି ନିଜ ବାପା,ମାଆ ଏବଂ ପରିବାର ରୁ ପାଉଥିବା ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଶଶୁର ଘରୁ ପାଇବେ କି ନାହିଁ।

ଝିଅମାନେ ବାହାଘର ପରେ ନିଜ ଜୀବନ ସାଥି ଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖି ଏକ ନୂତନ ଜୀବନ ର ଅୟମାରମ୍ଭ କରିଥାନ୍ତି। ନିଜ ଜୀବନ ସାଥି ଙ୍କୁ ତାଙ୍କ ଆଶା ମୁତାବକ ଭଲପାଇବା ଦେବାକୁ ଚେଷ୍ଟା କରନ୍ତି। ନିଜ ଶଶୁର ଘରେ ସମସ୍ତଙ୍କୁ ନିଜର କରିବାକୁ ଚେଷ୍ଟା କରନ୍ତି। ନିଜ ଶ୍ବଶୁର ଘରେ ବୋହୁ ନୁହେଁ; ଝିଅ ପରି ରହିବାକୁ ଚାହାନ୍ତି।

ତେଣୁ ବିବାହ ପୂର୍ବରୁ ସେମାନଙ୍କ ପସନ୍ଦ ନାପସନ୍ଦ ସମ୍ପର୍କରେ ପଚାରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ସେମାନଙ୍କ ରହିବା ଖାଇବା ଠାରୁ ଆରମ୍ଭ କରି ଅନେକ ଗୁପ୍ତ କଥା ପର୍ଯ୍ୟନ୍ତ ସବୁ ଜିନିଷରେ ପଚାରିବା ଉଚିତ।ଫଳରେ ତାର ବୈବାହିକ ଜୀବନ ସୁଖ ପ୍ରଦ ହେବ।ଖାଦ୍ୟ, ସ୍ୱାସ୍ଥ୍ୟ ସମସ୍ୟା, ଆଚାର, ବ୍ୟବହାର, ପଇସା ଆଦି ସମ୍ପର୍କରେ ସଠିକ ମତ ନେବା ଉଚିତ।

ନାରୀ ମାନଙ୍କ ଜନ୍ମ ମଧ୍ୟ ମନୁଷ୍ୟ ମାନଙ୍କ ମଧ୍ୟରେ ହୋଇଥାଏ ଅନନ୍ୟ।ନୂତନ ଜୀବନକୁ ଜନ୍ମ ଦେବାରେ ନାରୀମାନଙ୍କ ଭୂମିକା ଅଟେ ମହନୀୟ।ପରିବାରରେ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଏ।ପରିବାରରେ ଝିଅମାନେ ସାଧାରଣତଃ ସବୁ କଥା ବୁଝିପାରନ୍ତି।ଅନ୍ୟ ମାନଙ୍କ ଯତ୍ନ ନେବା ସହିତ ଅନ୍ୟମାନଙ୍କ ଆଦରର ପାତ୍ର ହୋଇଥାନ୍ତି।

ବିବାହ ଝିଅମାନଙ୍କ ଜୀବନର ଏକ ନିଆରା ଜିନିଷ।ଯାହାଦ୍ୱାରା ସେମାନଙ୍କୁ ଆଉଗୋଟେ ନୂଆ ଜୀବନର ଅୟମାରମ୍ଭ କରିବାକୁ ପଡ଼ିଥାଏ।ସେମାନଙ୍କ ଜୀବନରେ ଅନ୍ୟ ଏକ ନୂଆ ଅଧ୍ୟାୟ ଯୋଡି ହୋଇଯାଇଥାଏ।ସେମାନେ ନିଜ ପରିବାରକୁ ଛାଡି ଆଉଗୋଟେ ନୂଆ ପରିବାରକୁ ଆପଣାର କରିବାକୁ ଚେଷ୍ଟା କରିଥାନ୍ତି।ନିଜ ସ୍ୱାମୀଙ୍କୁ ଜୀବନର ସବୁକିଛି ମନେକରି ଗଭୀର ବିଶ୍ୱାସ କରି ଏକ ସୁନ୍ଦର ଜୀବନ ବଂଚିବାକୁ ଚେଷ୍ଟା କରନ୍ତି।

ବିବାହ ରୂପକ ପବିତ୍ର ବନ୍ଧନ ଦୁଇଟି ମନ ଓ ହୃଦୟକୁ ଯୋଡି ଦେଇଥାଏ।ଶାସ୍ତ୍ରରେ କୁହାଯାଇଛି କି ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ଙ୍କ ଭାଗ୍ୟ ପରସ୍ପର ସହିତ ଯୋଡି ହୋଇଯାଇଥାଏ।ତେଣୁ ଜଣଙ୍କ କର୍ମ ଓ ଭାଗ୍ୟ ଅନୁସାରେ ଫଳ ଅନ୍ୟଜନଙ୍କୁ ପ୍ରାପ୍ତ ହୋଇଥାଏ।ବିବାହ ପରେ ସ୍ତ୍ରୀ ର ଭାଗ୍ୟ ସ୍ୱାମୀଙ୍କ ସହ ଯୋଡି ହୋଇଯାଇଥାଏ।ପତ୍ନୀର ଗୁଣଓକର୍ମର ଫଳ ପତି ଉପରେ ମଧ୍ୟ ପଡିଥାଏ।ଯେଉଁ ନାରୀର ସତଗୁଣରେ ସ୍ୱାମୀଙ୍କ ଜୀବନ ଆନନ୍ଦମୟ ହୋଇଥାଏ ତାକୁ ସୌଭାଗ୍ୟଲକ୍ଷ୍ମୀ ଆଖ୍ୟା ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *