September 25, 2023

Odia Express

News For Public

ଦାନ୍ତ ଦରଜରୁ ରକ୍ଷାପାଇବାର ଉପାୟ – ଯଦି ଆପଣଙ୍କର କିମ୍ବା ଆପଣଙ୍କ ପ୍ରିୟଜନଙ୍କ ଦାନ୍ତ କେବେ ବିନ୍ଧା ହୋଉଛି ତେବେ ଏହି ଉପାୟ ନିଶ୍ଚୟ ଜାଣିରଖନ୍ତୁ…

1 min read

ଆଜି ଆମେ ଆପଣଙ୍କୁ ଜଣାଇବୁ ୩ଟି ସରଳ ଉପାୟ ଯାହା ସାହାଯ୍ୟରେ ୫ମିନିଟ ମଧ୍ୟରେ ଅପଣଙ୍କ ଦାନ୍ତର ଦରଜ ଭଲହୋଇପାରିବ।ଯେବେ କୌଣସି କାରଣରୁ ଦାନ୍ତ ଭିତରେ କଣା ହୋଇଯାଇଥାଏ କିମ୍ବା ସେଥିରେ କିଟାଣୁ ଅଧିକ ହୋଇଯାଇଥାଏ ଯାହାଦ୍ୱାରା ଦନ୍ତମୂଳରେ ଅମ୍ଳ ଜମା ହୁଏ।ଏହିପାଇଁ ଦାନ୍ତ ଦରଜ ଅରମ୍ଭହୁଏ।ଏହା ଛଡା ଆହୁରି ମଧ୍ୟ କାରଣ ଥାଏ ଦାନ୍ତ ଦରଜ ହେବାର।ଲଗାତାର ମିଠା ଖାଇବା ମଧ୍ୟ ଏହାର ଏକ ମୁଖ୍ୟ କାରଣ ହୋଇଥାଏ।ଯଦି ଦାନ୍ତ ଏବଂ ଶରୀରରେ କ୍ୟାଲସିୟମର ମାତ୍ରା କମି ଯାଏ ତେବେ ମଧ୍ୟ ଦାନ୍ତରେ ଗୁହାଳ ହୁଏ।

ଏଥିରେ ଆମେ ଯେଉଁ ଉପାୟ ଅପଣଙ୍କୁ ଜଣାଇବୁ ତାହା ବହୁତ ସହଜ ଓ ଉପଯୋଗି ମଧ୍ୟ।ଏଥିରେ ଯେଉଁ ସାମଗ୍ରୀର ବ୍ୟବହାର ହୋଇଛି ତାହା ବହୁତ ସହଜରେ ରୋଷେଇଘରେ ମିଳିପାରିଥାଏ।ସର୍ବପ୍ରଥମେ ଆପଣଙ୍କୁ ଦରକାର ହେବ ଅଦା।ଅଦାରେ ଭରି ଭରି ହୋଇ ଔଷଧୀୟ ଗୁଣ ରହିଥାଏ।ଯାହା ଅପଣଙ୍କ ଦାନ୍ତ ମୂଳରେ ଜମିଥିବା କିଟାଣୁ ମାରିବାରେ ସାହାଯ୍ୟ କରେ।ପ୍ରଥମେ ଅଦାର ଖଣ୍ଡ କରି ଚୋପା ଛଡେଇ ଦିଅନ୍ତୁ।ଏହାପରେ ଅଦାକୁ ଛୋଟ ଛୋଟ ଭାଗରେ କଟିଦିଅନ୍ତୁ ଏବଂ କାଟିବାପରେ ଏହାକୁ କୁଟି ଗୁଣ୍ଡକରି ଦିଅନ୍ତୁ।

ଏହାପରେ ଏକ ରୁମାଲ ଦ୍ୱାରା ଅଦାକୁ ଚିପୁଡିଦିଅନ୍ତୁ।ଯାହାଦ୍ୱାରା ଏହାର ରସ ଆରାମରେ ଅଲଗା ହୋଇଯାଏ।ଏହାପରେ ଏକ ଲେମ୍ବ ନିଅନ୍ତୁ।ଲେମ୍ବୁରେ ସାଇଟ୍ରିକ ଅମ୍ଳ ଥାଏ।ଯାହାଦ୍ୱାରା ଦାନ୍ତ ଦରଜ ବହୁତ ଜଲଦି ଠିକ ହୋଇଯାଇଥାଏ।

ଲେମ୍ବୁକୁ କାଟି ସେଠାରୁ ମଞ୍ଜି ଅଲଗା କରିଦିଅନ୍ତୁ।ଏହାପରେ ଏଥିରୁ ଏକ ଚାମଚ ଲେମ୍ବୁରସ କାଢି ସେଥିରେ ପକାନ୍ତୁ।ପକାଇବା ପରେ ଭଲସେ ମିସାଇଦିଅନ୍ତୁ।ଏହାପରେ ଚାମଚଦ୍ୱାରା ଏହି ଦ୍ରବଣକୁ ନେଇ ଯେଉଁଠାରେ ଦାନ୍ତ ଦରଜ ହୋଇଥିବ ସେଠାରେ ଲଗାନ୍ତୁ। ଆପଣ ଚାମଚ ଜାଗାରେ ତୁଳା ମଧ୍ୟ ବ୍ୟବହାର କରିପାରିବେ।ଏହାକୁ ଲଗାଇବାର ୨-୩ ମିନିଟ ପରେ ଦାନ୍ତ ଦରଜ ଭଲହୋଇଯିବ।ଏହାକୁ ନିଶ୍ଚିତ ପ୍ରୟୋଗ କରନ୍ତୁ।

ଏବେ ଚଳାନ୍ତୁ ଦେଖିବା ପରବର୍ତ୍ତୀ ଉପାୟକୁ।ଏଥିପାଇଁ ଆମକୁ ଦରକାର ହେବ ଗୋଲମରିଚ।ଗୋଲମରିଚ ଏକ ପ୍ରକାରର ଅଦ୍ଭୁତ ପଦାର୍ଥ।ଏହାଦ୍ୱାରା ଦାନ୍ତର ଦରଜ ବହୁତ ସହଜରେ ଭଲ ହୋଇଯାଏ ଅଦାରେ ଯେପରି ଔଷଧୀୟ ଗୁଣ ଥାଏ ଗୋଲମରିଚରେ ମଧ୍ୟ ସେହିପରି ଔଷଧୀୟ ଗୁଣ ଭରି ଭରି ହୋଇଥାଏ।ଏହା ମଧ୍ୟ ଦାନ୍ତ ତଳେ ଜମିରହିଥିବା କିଟାଣୁ ମାରିବାରେ ସହାୟକ ହୋଇଥାଏ।ଆପଣ ପାଖାପାଖି ୧୦ ଗୋଲମରିଚ ନେଇ ଏହାକୁ ବହୁତ ଭଲ ଭାବରେ ପେସି ଗୁଣ୍ଡ କରି ଏକ ପାତ୍ରରେ ରଖିଦିଅନ୍ତୁ।ଏହାପରେ ଆପଣଙ୍କୁ ଦରକାର ହେବ ସୈନ୍ଧ୍ୟବଲବଣ ଯଦି ଆପଣଙ୍କ ପାଖରେ ସୈନ୍ଧ୍ୟବଲବଣ ନଥିବ ତେବେ ଆପଣ ଧଳାଲବଣ ମଧ୍ୟ ନେଇପାରିବେ।

ଏହାପରେ ବହୁତ ଅଳ୍ପ ମାତ୍ରାରେ ସୈନ୍ଧବଲବଣ ନେଇ ସେଥରେ ପକାନ୍ତୁ।ଏହାପରେ ଆପଣ ନିଅନ୍ତୁ ସୋରିଷତେଲ।ସୋରିଷତେଲ ଦାନ୍ତ ପାଇଁ ବହୁତ ଭଲ ହୋଇଥାଏ।ଏହା ଦାନ୍ତରେ ହେଉଥିବା ବହୁତସାରା ରୋଗ ଭଲ କରିଦିଏ।ଏକ ଚାମଚ ସୋରିଷ ତେଲ ନେଇ ସେଥିରେ ଭଲଭାବରେ ମିସେଇଦିଅନ୍ତୁ।ଏହାପରେ ଏକ ତୁଳାରେ ସେହି ଦ୍ରବଣ ମିଶାଇ ଦାନ୍ତର ଯେଉଁ ଜାଗାରେ ଦରଜ ହେଉଥିବା ସେଠାରେ ରଖନ୍ତୁ।ଦେଖିବେ ଆପଣଙ୍କ ଦାନ୍ତ ଦରଜ ଦୂର ହୋଇଯିବ।

ଏବେ ଚାଲନ୍ତୁ ତୃତୀୟ ଉପାୟ ଆଡକୁ ଏଥିପାଇଁ ଆପଣଙ୍କୁ ଦରକାର ହେବ ଏକ ଆଳୁ।ଘରେ ଘରେ ଆଳୁର ଖାଦ୍ୟ ତିଆରି କରାଯାଇଥାଏ। ତ ଆପଣଙ୍କୁ ଆଳୁ ସହଜରେ ମିଳିଯାଇଥାଏ।ଆଳୁ ଚୋପାରେ ଏମିତି ତତ୍ୱ ଥାଏ ଯାହାଦ୍ୱାରା ଦାନ୍ତ ଦରଜ ବହୁତ ସହଜରେ ଭଲ କରିପାରିବ।ଆପଣ ଏକ ଛୁରି ନେଇ ଆଳୁରୁ ଚୋପାକୁ ଅଲଗା କରିଦିଅନ୍ତୁ।ଏହାପରେ ଯେଉଁଠାରେ ଦରଜ ହେଉଥିବ ସେଠାରେ ରଖନ୍ତୁ।ଅପଣଙ୍କ ଡାନ୍ତର ଦରଜ ଠିକ ହୋଇଯିବ।ଆପଣ ଆଳୁକୁ ଛୋଟ ଛୋଟ ଖଣ୍ଡରେ ମଧ୍ୟ କାଟିକି ଚୋବାଇପାରିବେ।ଏହାଦ୍ୱାରା ମଧ୍ୟ ଦନ୍ତର ଦରଜ ଭଲହୋଇଯାଇଥାଏ।ଏହି ଉପାୟ କୁ ନିଶ୍ଚିତଭାବେ ପ୍ରୟୋଗ କରନ୍ତୁ।

Leave a Reply

Your email address will not be published. Required fields are marked *