April 11, 2024

Odia Express

News For Public

ଲକ୍ଷ୍ମୀଙ୍କ ବରଦାନ ପାଇବାର ସଠିକ ନିୟମ – ଏହି ଉପାୟ ଗୁଡିକ କଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ଖୁସି ହେଇ ରହିବେ – ଜାଣିରଖନ୍ତୁ ଏବେ..

ମହାଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନବାନ ହେବାକୁ ଚାହାନ୍ତି।ତେଣୁ ମହାଲକ୍ଷ୍ମୀଙ୍କ ଆରାଧନାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି।ଯଦି ଏପରି ସମସ୍ତ ବ୍ୟକ୍ତି ମହାଲକ୍ଷ୍ମୀଙ୍କ ଆରାଧନା କରିବେ ତେବେ ଦୁନିଆରେ ଆଉ ଦାରିଦ୍ର୍ୟ ରୁହନ୍ତାନି।ତେଣୁ ଧନପ୍ରାପ୍ତି ହେବା ଆଦୋୖ ସହଜ ସାଧ୍ୟ ନୁହେଁ।ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସେମାନଙ୍କ ଘର ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରହୁ।ଓ ସେମାନଙ୍କ ଘରର ସମସ୍ତ ଆସବାବପତ୍ର ମଧ୍ୟ ପରିଷ୍କାର ଓ ସୁରକ୍ଷିତ ରହୁ।ସମସ୍ତେ ଏଥିପ୍ରତି ସଚେତନ ରହିବା ମଧ୍ୟ ଅପରିହାର୍ଯ୍ୟ।ଘରର ସମସ୍ତ ଜିନିଷକୁ ପରିଷ୍କାର ରଖିବା ଓ ତାହାର ଉପଯୁକ୍ତ ଯତ୍ନ ନେବା ମନ ଭିତରେ ସକାରାତ୍ମକ ଚିନ୍ତାଧାରାକୁ ଉଦ୍ରେକ କରିଥାଏ।ପରିଷ୍କାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଝାଡୁ।

ତେଣୁ ଏହା ଆମ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।ମହାଲକ୍ଷ୍ମୀ ମଧ୍ୟ ପରିଷ୍କାର ଓ ପରିଚ୍ଛନ୍ନତାକୁ ସର୍ବଦା ଗୁରୁତ୍ୱ ଦେଇଥାନ୍ତି ଓ ପସନ୍ଦ କରନ୍ତି।ଯେଉଁ ଘର ସର୍ବଦା ପରିଷ୍କାର ରୁହେ ସେଠାରେ ଲକ୍ଷ୍ମୀ ବିଜେ କରନ୍ତି ଓ ଧନର ବର୍ଷା କରନ୍ତି।ତେଣୁ ଝାଡୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଝାଡୁରେ ଲକ୍ଷ୍ମୀ ବାସ କରନ୍ତି।ତେଣୁ ଏହାର ଅବମାନନା କଲେ ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି।ତେଣୁ ସର୍ବଦା ଝାଡୁରେ ଘର ସଫା କରିବା ଉଚିତ।ଝାଡୁକୁ ସର୍ବଦା ଲୁଚାଇ ରଖିବ।ଏହା ସବୁବେଳେ ନ ଦେଖାଯିବା ଉଚିତ।ଘରକୁ ଅତିଥି ଆସିଲେ ସେ ଆପଣଙ୍କ ଘରର ଝାଡୁ ଦେଖିବା ଉଚିତ ନୁହେଁ।ଏପରି ହେବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ।ସନ୍ଧ୍ୟାରେ ଘର ଝାଡୁ କରିବା ଉଚିତ ନୁହେଁ।ଏସବୁ ନିୟମ ମାନିଲେ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ମନୁଷ୍ୟକୁ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଗ୍ରନ୍ଥ ପୁରାଣରେ ବର୍ଣ୍ଣିତ ହୋଇଛି।ମନୁଷ୍ୟ ସେସବୁକୁ ଅନୁସରଣ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ ଓ ସତ ମାର୍ଗରେ ପରିଚାଳିତ ହୋଇଥାଏ।ସେହିପରି ଦେବିଗ୍ରନ୍ଥ ପୁରାଣରେ ମଧ୍ୟ ଏସବୁ ବର୍ଣ୍ଣିତ ହୋଇଛି।ଏହି ଲବନ୍ୟମୟୀ ସୃଷ୍ଟିରେ ମନୁଷ୍ୟର ଜନ୍ମ ହେଉଛି ଦୁର୍ଲ୍ଲଭ ତଥା ଅନନ୍ୟ।ଦୈବିକ ଆଶୀର୍ବାଦ ମନୁଷ୍ୟ ଜୀବନକୁ ସୁନ୍ଦର ଓ ମଧୁମୟ କରିଥାଏ।

ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।ଦେବୀ ମା’ ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।।ଦୁଃଖ ସମୟରେ ଦେବୀ ଙ୍କର ଦଶଟି କଥା ବହୁତ ଉପକାରରେ ଆସିଥାଏ।ଏହି କଥା ପାଳନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।

ଯେଉଁ ମନୁଷ୍ୟ ଜୀବନରେ ଜପ ତପ ଓ ପୂଜାକରେ। ନିଜ ଇନ୍ଦ୍ରିୟ ମାନଙ୍କୁ ନିଜ ଆୟତ୍ତରେ ରଖେ ଏବଂ ସର୍ବଦା ସତ କୁହେ ସେ ଅବଶ୍ୟ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଏବଂ ତା ଜୀବନରୁ ସମସ୍ତେ ଦୁଃଖର ଅନ୍ତ ହୋଇଥାଏ।ଯେଉଁ ବ୍ୟକ୍ତି ନିଜ ପିତା ମାତାଙ୍କ ସେବା କରେ; ସର୍ବଦା ସେମାନଙ୍କ କଥା ମାନେ ଏବଂ ଭାଇଙ୍କୁ ସଂମାନ କରେ ସେ ସର୍ବଦା ସୁଖୀ ହୁଏ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଜପ ତପ ଦାନ ଓ ହବନ କରିଥାଏ ସେ ସର୍ବଦା ସୁଖୀ ହୁଏ।ଏବଂ ମୋକ୍ଷ ପ୍ରାପ୍ତିର ମାର୍ଗ ତା ପାଇଁ ସୁଗମ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ଏକାଦଶୀ ପାଳନ କରିବା ଦ୍ୱାର ଗଙ୍ଗା ସ୍ନାନର ଫଳ ଲାଭ ହୋଇଥାଏ। ଏବଂ ଜୀବନର ସମସ୍ତ ଦୁଃଖ ଲାଘବ ହୋଇଥାଏ।

Leave a Reply

Your email address will not be published. Required fields are marked *