October 2, 2023

Odia Express

News For Public

କଣ ଆପଣଙ୍କ ଦାନ୍ତ ସଢୁଛି ଓ ଦରଜ ହେଉଛି – ତେବେ ତୁରନ୍ତ ଆରାମ ପାଆନ୍ତୁ ଏହି କଷ୍ଟରୁ..

1 min read

ନମସ୍କାର ବନ୍ଧୁଗଣ,ଦାନ୍ତ ସଢ଼ିବା କିମ୍ବା ଦାନ୍ତରେ ପୋକ ଲାଗିବା ଏକ ଏପରି ସମସ୍ୟା ଅଟେ ଯାହା ସମୟ ସହ ବଢିଚାଲେ।ଓ ଏହା ପରେ ଦାନ୍ତରେ କଷ୍ଟର କାରଣ ହୁଏ।ଯଦି ଏହି ପୋକ ଉପରେ ଧ୍ୟାନ ନଦିଆଯିବ ତେବେ ଏହା ଧୀରେ ଧୀରେ ବଢିବାକୁ ଲାଗେ ଏବଂ ଦାନ୍ତର ଭିତର ଅଂଶକୁ ପଶିଯାଏ ଏବଂ ସଂକ୍ରମିତ କରାଏ।ଏବଂ ଏହାକୁ ପରେ କଢାଯାଏ।କିନ୍ତୁ କିଛି ଉପାୟ ସାହାଯ୍ୟରେ ଗମ୍ଭୀରରୁ ଗମ୍ଭୀର ସଢିଥିବା ଦାନ୍ତ ଏବଂ ଏଥିରେ ଲାଗିଥିବା ପୋକରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିପାରିବ।

ଏହାର ମୁଖ୍ୟ କାରଣ ହେଉଛି ଆମ ମୁଁହରେ ରହୁଥିବା ଜୀବାଣୁ ଯାହାକୁ ଆମେ ଖାଲି ଆଖିରେ ଦେଖି ପାରୁନାହିଁ।ଏହା ଜନ୍ମରୁ ଆମ ମୁଁହରେ ଥାନ୍ତି।କିନ୍ତୁ ଯତେବେଳେ ଆମେ ନିଜ ଦାନ୍ତର ଦେଖାଶୁଣାରେ ଅବହେଳା କରୁ ତେବେ ମୁଁହରେ ଥିବା ଏହି ଜୀବଣୁଙ୍କର ଶକ୍ତି ବଢିଯାଏ।ଏବଂ ଏହା ଦାନ୍ତକୁ ସଢାଇଥାଏ।ବ୍ରସ କରିବା ପରେ ମଧ୍ୟ ଏହି କଳାଦାଗ କାହିଁକି ଯାଏନାହିଁ।ଏହି ଜୀବାଣୁକୁ ଦୁଅଟି ଜିନିଷ ସବୁଠାରୁ ଅଧିକ ପସନ୍ଦ ଥାଏ।ତାହା ହେଉଛି ମିଠା ଓ କାରବୋହାଇଡ୍ରେଟସ।ଯେବେ ଆମେ ଚିନିରେ ତିଆରି ଖାଦ୍ୟର ବ୍ୟବହାର ଅଧିକ କରୁ କିମ୍ବା ଦାନ୍ତରେ ଲାଗିଯାଉଥିବା ଜିନିଷର ସେବନ ଅଧିକ କରିଥାଉ ତେବେ ମୁଁହରେ ଥିବା ଜୀବାଣୁ ଏହାକୁ ଖାଇ ଏକ ପ୍ରକାରର ଅମ୍ଳ ଛାଡ଼ନ୍ତି।ଏହାକୁ ଲାକଟିକ୍ ଏସିଡ କୁହନ୍ତି।ଏହା ଆମ ଦାନ୍ତର ଭାଗକୁ ଧୀରେ ଧୀରେ ସଢାଇଥାଏ।ଏବଂ ସେହି ସ୍ଥାନକୁ କଳା କରିଦିଏ।ଏସବୁ ପର୍ଦାଥକୁ ଖାଇବା ଉଚିତ ନୁହେଁ।ଏପରି ବହୁତ ଜିନିଷ ଅଛି ଯାହା ଏହି ଜୀବାଣୁଙ୍କୁ ଜମାରୁ ବି ପସନ୍ଦ ନୁହେଁ।

ରାଶି ତେଲ ଓ ଲବଙ୍ଗ ତେଲ ଦାନ୍ତରେ ବଢୁଥିବା କ୍ୟାଭିଟିକୁ ରୋକିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ।ଲବଙ୍ଗରେ ଆଣ୍ଟିମାଇକ୍ରୋବିଆଲ,ଆଣ୍ଟିସେପଟିକ,ଆଣ୍ଟିବ୍ୟାକ୍ଟେରିଆଲ,ଓ ଆଣ୍ଟିଫଙ୍ଗଲ ଗୁଣ ଥାଏ।ଯାହାର ବ୍ୟବହାର ଦ୍ଵାରା ଦାନ୍ତକୁ ସଢାଇ କଣା କରିଥିବା ଜୀବାଣୁକୁ ଶେଷ ହୋଇଥାଏ।ଏକ ଚାମଚ ରାଶି ତେଲରେ ୩ରୁ ୪ବୁନ୍ଦା ଲବଙ୍ଗ ତେଲ ପକାଇ ଏହାକୁ ପ୍ରତିଦିନ ସକାଳୁ ଖାଲିପେଟରେ ରହି ଦଶ ମିନିଟ କୁଳି କରନ୍ତୁ।ଏଥିପାଇଁ ଏହି ଦୁଇଟି ତେଲକୁ ସମାନ ପରିମାଣରେ ମିଶାନ୍ତୁ ଓ ତୁଳାକୁ ଦାନ୍ତର ଆକାରର କରି ତେଲରେ ଭିଜାନ୍ତୁ ଏହାକୁ ଏହି ତୁଳାକୁ କ୍ୟାଭିଟି ଦାନ୍ତର ମଧ୍ୟରେ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଦବାଇକରି ରଖନ୍ତୁ।ଏହା ଦ୍ଵାରା ତେଲ ବାରମ୍ବାର ଦାନ୍ତକୁ ଯାଏ।ଏହାଦ୍ଵାରା ଏହାର ପ୍ରଭାବ ଜଲଦି ଦେଖାଯାଏ।ଏବଂ ଦନ୍ତର ଦରଜ ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯାଏ।ଦିନରେ ୨-୩ଥର ଏହାର ବ୍ୟବହାର କରନ୍ତୁ।ଖାଦ୍ୟ ଖାଇବା ପରେ କୁଳି କରି ଏହାକୁ ୧୦ମିନିଟ ପର୍ଯ୍ୟନ୍ତ ନିଜ ଦାନ୍ତ ମଧ୍ୟରେ ରଖନ୍ତୁ।ଏହା ଆପଣଙ୍କୁ କୌଣସି ଆୟୁର୍ବେଦର ଦୋକାନରେ ମିଳିଯିବ।

ରସୁଣ ମଧ୍ୟ ଦାନ୍ତରେ ବଢୁଥିବା କ୍ୟାଭିଟିକୁ ବନ୍ଦ କରିବାରେ ସାହାଯ୍ୟ କରେ।୩ରୁ ଚାରିଟି ପାଖୁଡା ରସୁଣକୁ ନିଅନ୍ତୁ।ଏହାକୁ ଟିକି ଟିକି କରି କାଟି ଦିଅନ୍ତୁ।ଏବେ ଏକ ଚୁଟିକି ସେନ୍ଧା ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ।ଏହା ପରେ ଏହି ଜିନିଷକୁ ନିଜ ସଢା ଦାନ୍ତର ମଝିରେ ଦବାଇ ରଖନ୍ତୁ।ପ୍ରତିଦିନ ଏହାକୁ ସକାଳେ ଓ ସନ୍ଧ୍ୟାରେ ପ୍ରୟୋଗ କରିବା ଦ୍ଵାରା ଦାନ୍ତରେ ଲାଗିଥିବା ବ୍ୟାକ୍ଟେରିଆ ଶେଷ ହୋଇଯାଏ।

ଦାନ୍ତରେ ହେଉ ଥିବା ସବୁ ପ୍ରକାରର ଦରଜ ପାଇଁ ଫିଟିକିରୀର ବ୍ୟବହାର କରିବା ସବୁଠାରୁ ଅଧିକ ଲାଭଦାୟକ ଅଟେ।ଏକ କପ ପାଣିରେ ଏକ ଫିଟିକିରିର ଖଣ୍ଡକୁ ୧-୨ମିନିଟ ପର୍ଯ୍ୟନ୍ତ ରଖନ୍ତୁ।ଏହାପରେ ଏହି ପାଣିକୁ ୩-୪ମିନିଟ ପର୍ଯ୍ୟନ୍ତ କୁଳି କରନ୍ତୁ।ଏହାଦ୍ଵାରା ଦରଜ କମିଯିବ।

Leave a Reply

Your email address will not be published. Required fields are marked *