October 1, 2023

Odia Express

News For Public

ଜିନିଷର ମୂଲ୍ୟ କାହିଁକି ୯୯ କିମ୍ବା ୯୯୯ ହୋଇଥାଏ – ଅସଲ କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ..

1 min read

ଦୈନନ୍ଦିନ ଜୀବନରେ ବହୁତ କିଛି ପ୍ରଶ୍ନ ମନରେ ଉଙ୍କି ମାରେ।ପ୍ରତ୍ୟେକ ଜିନିଷରୁ କିଛି ନା କିଛି ତଥ୍ୟ ଜାଣିବାକୁ ମିଳିଥାଏ।ଆମେ ଅନେକ ସମୟରେ ବହୁତ କଠିନ ପ୍ରଶ୍ନର ଉତ୍ତର ସମ୍ପର୍କରେ ଅନୁସନ୍ଧାନ କରୁ।ଓ ସମାଧାନ ମଧ୍ୟ କରୁ।କିନ୍ତୁ ସରଳ ଓ ସହଜ ପ୍ରଶ୍ନର ଆମ ପାଖରେ ନଥାଏ।ଏସବୁ ଜାଣିବା ମଧ୍ୟ ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ଓ ଆମ ଜ୍ଞାନର ପରିସର ପରିବୃଦ୍ଧି ହୋଇଥାଏ।ସେହିପରି ଆମ ଦୈନିକ ଜୀବନରେ ଏକ ସରଳ ପ୍ରଶ୍ନ ଯାହାକି ସମସ୍ତଙ୍କ ମନ ମଧ୍ୟରେ ଉଙ୍କି ମାରେ।ଆମେ ସାଧାରଣତଃ ଦୋକାନରୁ ଜିନିଷ କିଣିବା ସମୟରେ ଜିନିଷର ଦାମ ୯୯ କିମ୍ବା ୯୯୯ ଏମିତି ପଡିଥାଏ।ଏହାର କାରଣ ଜାଣିବାକୁ ସମସ୍ତେ ଚାହାନ୍ତି।ଯାହାକି ନିମ୍ନରେ ବର୍ଣ୍ଣିତ ହୋଇଛି।

ଏମିତି ମୂଲ୍ୟ ପଡିବାର କାରଣ ହେଉଛି ଗ୍ରାହକକୁ ଆକର୍ଷିତ କରିବା।ଏହାର ଏକ କୌଶଳ ହେଉଛି placebo effect।ଏହା ଆକର୍ଷଣ କରିବାର ଏକ ତରିକା।ଏହାର ଏକ ଉଦାହରଣ ହେଉଛି ଏକ ରୋଗୀକୁ ଇଂଜେକସନ ଦେବା ପୂର୍ବରୁ ଯଦି ତାକୁ କହିବ ଏହା ବହୁତ ଯନ୍ତ୍ରଣା ଦାୟକ ତେବେ ସେ ବହୁତ ଜୋରସେ ଚିଲେଇବ ଓ ବହୁତ କଷ୍ଟ ହେଲା ବୋଲି କହିବ।କିନ୍ତୁ ଯଦି ତାକୁ କହିବ ଏହା ଆଦୋୖ ଯନ୍ତ୍ରଣା ଦାୟକ ନୁହେଁ ଆରାମ ଦାୟକ ଅଟେ।ତେବେ ସେ ନିଶ୍ଚୟ କହିବ ଏହା ଅଳ୍ପ କଷ୍ଟ ଲାଗୁଛି।ସେହିପରି ଯଦି ୯୯୯ କିମ୍ବା ୧୦୦୦ ମଧ୍ୟରୁ ଆମ ମଣିଷ ଚିନ୍ତାଧାରା ସର୍ବଦା ୯୯୯ ଆଡକୁ ଆକର୍ଷଣ ହୋଇଥାଏ।ତେଣୁ ଏପରି ମୂଲ୍ୟ ପଡିଥାଏ।

ନିଜ ଜ୍ଞାନର ପରିସୀମାକୁ ବ୍ୟାପକ କରିବାକୁ ହେଲେ ଆମକୁ ନୂତନ ତଥ୍ୟ ଅନୁସନ୍ଧାନ କରି ଜାଣିବା ଅପରିହାର୍ଯ୍ୟ।ସାଧାରଣ ଜ୍ଞାନ ସମ୍ପର୍କରେ ଅଧିକ ରୁ ଅଧିକ ଜାଣିବା ଦ୍ୱାରା ଜ୍ଞାନର ପରିସର ବୃଦ୍ଧି ପାଇବା ସହିତ ଏହା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଶେଷ ସହାୟକ ହୋଇଥାଏ।ନିମ୍ନରେ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର ଆଲୋଚନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।

ସାଧାରଣ ଜ୍ଞାନ ଓ ଉତ୍ତର ବହୁତ ଆବଶ୍ୟକୀୟ ଜାଣିବା କଥା ଅଟେ।ଏସବୁ ଜାଣିବା ଦ୍ୱାରା ଜ୍ଞାନର ପରିସୀମା ବ୍ୟାପକ ହେବା ସହିତ ଏହା ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ।ଓ ଆପଣ ମଧ୍ୟ ସଂମାନିତ ଓ ପ୍ରଶଂସା ଯୋଗ୍ୟ ହେବେ।ବର୍ତ୍ତମାନ ଏହି ପ୍ରତିଯୋଗିତା ପରିପୂର୍ଣ୍ଣ ସମାଜରେ ନିଜର ସାଧାରଣ ଜ୍ଞାନର ପରିସରକୁ ବ୍ୟାପକ କଲେ ଆପଣମାନେ ନିଶ୍ଚିତ ସଫଳତା ହାସଲ କରିବାରେ ସମର୍ଥ ହେବ।

ଈଶ୍ୱରଙ୍କ ବିରଚିତ ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଦୁର୍ଲଭ ପ୍ରଣୀ।ଭଗବାନ ମନୁଷ୍ୟକୁ ଐଶ୍ୱର୍ଯ୍ୟ, ଜ୍ଞାନ, ବୁଦ୍ଧିର ଆଶୀର୍ବାଦରେ ଅଭିଷିକ୍ତ କରିଛନ୍ତି।ତେଣୁ ମନୁଷ୍ୟ ଏହାର ସଦୁପଯୋଗ କଲେ ଜୀବନ ହୋଇପାରିବ ସରସ,ସୁନ୍ଦର ଓ ମଧୁମୟ।କେତେକ ଲୋକ ବହୁତ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସେମାନଙ୍କ ବୁଦ୍ଧିର ବିକାଶ ସାଧନ ହୋଇନଥାଏ।ଓ ସେମାନେ ବିଭିନ୍ନ କ୍ଷେତ୍ରରେ ନିଜ ଜ୍ଞାନର ସଦୁପଯୋଗ କରିପାରନ୍ତି ନାହିଁ।ତେଣୁ ଜ୍ଞାନର ପରିସୀମକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ବୁଦ୍ଧିର ଯଥେଷ୍ଟ ବିକାଶ ଅନିର୍ବାର୍ଯ୍ୟ ତଥା ଅନସ୍ୱୀ କାର୍ଯ୍ୟ ଅଟେ।

Leave a Reply

Your email address will not be published. Required fields are marked *