October 2, 2023

Odia Express

News For Public

ତୁଳସୀ ପୂଜନରେ ଏହି ଭୁଲ କେବେବି କରନ୍ତୁ ନାହିଁ ନହେଲେ ଘଟିପାରେ ଅସୁବିଧା – ନିଶ୍ଚୟ ଏହି କଥା କୁ ଧ୍ୟାନ ଦିୟନ୍ତୁ..

ସାଙ୍ଗମାନେ ତୁଳସୀ ଏକ ପୂଜନୀୟ ବୃକ୍ଷ ଅଟେ।ମହାଲକ୍ଷ୍ମୀଙ୍କ ସ୍ୱରୂପ ଅଟେ ତୁଳସୀ ବୃକ୍ଷ।ତୁଳସୀ ପୂଜା ଦ୍ଵାରା ଶ୍ରୀ ହରି ଓ ମହାଲକ୍ଷ୍ମୀ ଉଭୟଙ୍କର କୃପା ପ୍ରାପ୍ତି ହୋଇଥାଏ।ଯେଉଁ ଘରେ ତୁଳସୀ ହରା ଭରା ରହିଥାଏ ସେହିଘରେ ସୁଖ ସମୃଦ୍ଧି ଭରି ରହିଥାଏ।ସେହି ଘରେ ମହାଲକ୍ଷ୍ମୀ ଙ୍କ ସ୍ଥାୟୀ ବାସ ରହିଥାଏ।ଭୋଗ ସହିତ ତୁଳସୀ ପତ୍ର ଶ୍ରୀ ହରିଙ୍କୁ ଅର୍ପଣ କଲେ ଶ୍ରୀ ହରି ବହୁତ୍ ପ୍ରସନ୍ନ ହୋଇଥାନ୍ତି। ଯଦି ତୁଳସୀ ପୂଜା ରୀତି ମତ ଭାବେ କରାଯାଏ ତ ଘର ସୁଖ ସମୃଦ୍ଧି ରେ ଭରି ରହିଥାଏ।କିନ୍ତୁ ଯଦି ତୁଳସୀ ପୂଜାରେ କିଛି ଭୁଲ୍ ହୋଇଯାଏ ତ ଏହାର ପ୍ରଭାବ ଘରେ ବହୁତ ଖରାପ ପଡ଼ିଥାଏ।ଆସନ୍ତୁ ଜାଣିବା ତୁଳସୀ ପୂଜାରେ କେଉଁ ପ୍ରକାର ଦେଖା ରେଖା କରିବା ଦ୍ୱାରା ତାର ଶୁଭ ଫଳ ଆମକୁ ମିଳିଥାଏ।

ଆମକୁ ଧ୍ୟାନ ରଖିବାକୁ ହେବ ଯେ ଯେଉଁ ସ୍ଥାନରେ ତୁଳସୀ ଗଛ ଅଛି ସେ ସ୍ଥାନକୁ ସବୁବେଳେ ସଫା ରଖିବାକୁ ହେବ।ଏହା ଦ୍ଵାରା ତୁଳସୀ ଗଛ ସବୁବେଳେ ହରା ଭରା ରହିଥାନ୍ତି।ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ତୁଳସୀ ଗଛ ପାଖରେ ଜୋତା ବା ଝାଡୁ ଆଦି କୁ ରଖିବା ଅନୁଚିତ।କାରଣ ଏହା ଦ୍ଵାରା ତୁଳସୀ ରୁଷ୍ଟ ହୋଇଥାଏ ଓ ତୁଳସୀ ରୁଷ୍ଟ ହେବା ଦ୍ଵାରା ମହାଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଥାନ୍ତି।ତୁଳସୀ ଗଛ ପାଖରେ କୌଣସି ପ୍ରକାର କଣ୍ଟା ଜାତୀୟ ଗଛ ରଖିବେ ନାହିଁ କି ତୁଳସୀ କୁଣ୍ଡ ରେ ଅନ୍ୟ କୌଣସି ଗଛ ଲଗାଇବେ ନାହିଁ।ଏହାଦ୍ବାରା ତୁଳସୀ ସୁଖିବାକୁ ଲାଗିଥାଏ।ତୁଳସୀ ଗଛ ରେ ସବୁଦିନ ପାଣି ଦେବା ପାଇଁ ଭୁଲିବେ ନାହିଁ ଓ ପାଣି ସହିତ ଯଦି ଗାଈ ର କଞ୍ଚା କ୍ଷୀର ମିଶାଇ ଦେଉଛନ୍ତି ତ ଆପଣ ଙ୍କ ଘରେ ଧନ ର ଆଗମନ ସୁନିଶ୍ଚିତ।

ବହୁତ ଲୋକ ସନ୍ଧ୍ୟାରେ ତୁଳସୀ ପୂଜା କରିବା ସମୟରେ ପାଣି ଦେଇଥାନ୍ତି। ତ ଏପରି କରିବା ଅନୁଚିତ।କେବଳ ପ୍ରାତଃ ସମୟ ରେ ତୁଳସୀ କୁ ପାଣି ଦେବା ଦରକାର।ତୁଳସୀ ପୂଜା କରିବା ସମୟରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ ଓ ବିନା ସ୍ନାନ କରି ତୁଳସୀ ପତ୍ର ଛିଡ଼ାଇବାକୁ ଚେଷ୍ଟା କରିବେ ନାହିଁ।ଏହାର ବିଶେଷ ଧ୍ୟାନ ରଖିବେ।

ତୁଳସୀ ପୂଜା କରିସାରିବା ପରେ କେବେବି ତା ନିକଟରେ ଭରା ଜଳ ପାତ୍ର ରଖନ୍ତୁ ନାହିଁ।ପୂଜା ସରିବା ପରେ ପାତ୍ର କୁ ନେଇ ଆସନ୍ତୁ।ଧ୍ୟାନ ରଖିବେ ଦ୍ଵୀପ ଜଳାଇ ସରିବା ପରେ କେବେ ବି ଲିଭି ଯାଇଥିବା ଦ୍ଵୀପକୁ ତୁଳସୀ ଗଛ ପାଖରେ ରଖିବେ ନାହିଁ।ସର୍ବଦା ମାନେ ରଖିବେ ଦ୍ଵୀପ ଜଳାଇ ବା ସମୟରେ ଦ୍ଵୀପ ତଳେ କିଛି ଚାଉଳ ବା ଫୁଲ ର ଆସ୍ତରଣ ଦେବେ।ଏହା ଦ୍ଵାରା ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ବିଶେଷ କରି ମହିଳା ମାନେ ଧ୍ୟାନ ଦେବା ଉଚିତ କି ସେମାନେ ପୂଜା କରିବା ସମୟରେ କେବେବି ଓଦା ବାଳ ବା ଖୋଲା ବାଳ ରେ ପୂଜା କରିବା ଅନୁଚିତ।ଆପଣ ଆପଣଙ୍କ ବାଳ କୁ ଶୁଖାଇ ବାନ୍ଧି ସରିବା ପରେ ପୂଜା କରିବା ଉଚିତ୍।ଓ ପୂଜା ସମୟରେ ମଥାରେ ବିନ୍ଦି ଓ ସିନ୍ଦୂର ରହିବା ଅନୁଚିତ୍।କାରଣ ବିଷ୍ଣୁ ତୁଳସୀକୁ ସୁହାଗନ ହେବାର ବରଦାନ ଦେଇଛନ୍ତି।

ତୁଳସୀ ଗଛକୁ ଆମେ ଯେତେବେଳେ ଚୁନରି ପ୍ରଦାନ କରୁ ତ ଧ୍ୟାନ ରଖିବା ଦରକାର ଯେ ଚୁନରୀ ଯଦି ପୁରୁଣା ହୋଇଯାଇଥାଏ ତ ଏହାକୁ ବଦଳାଇ ଦେବା ଜରୁରୀ।କେବେ ବି ଫାଟି ଯାଇଥିବା ଚୁନରୀ ଅର୍ପଣ କରିବା ଅନୁଚିତ୍। ସମୟେ ସମୟେ ଏହାକୁ ବଦଳାଇ ନୂଆ ଅର୍ପଣ କରିବା ଜରୁରୀ ଅଟେ।ଆପଣ ମାନଙ୍କୁ ଧ୍ୟାନ ରଖିବା କୁ ହେବା ଯେ ତୁଳସୀ ଗଛ ପାଖରେ ଓଦା କପଡା ରହିବା ଅନୁଚିତ୍।କାରଣ ଏହାର ପାଣି ତୁଳସୀ ଉପରେ ପଡ଼ିଲେ ତାହା ଅଶୁଭ ମନାଯାଏ।ତୁଳସୀ ଗଛକୁ ଦକ୍ଷିଣ ଦିଗରେ ରଖିବା ଅନୁଚିତ।

ଆପଣ ମାନେ ଯଦି ଏହାକୁ ଠିକ ଭାବରେ ପାଳନ କରିବେ ତେବେ ଆପଣଙ୍କ ଘରେ କେବେ ବି ଧନ ର ଅଭାବ ରହିବ ନାହିଁ ଓ ମହାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

Leave a Reply

Your email address will not be published. Required fields are marked *