March 3, 2024

Odia Express

News For Public

ଜୀବନରେ ଏହି ପାଞ୍ଚଟି ଭୁଲ ଆଦୌ କରନ୍ତୁ ନାହିଁ – ଶ୍ରୀକୃଷ୍ଣଙ୍କର ବାଣୀ – ନଚେତ ଜୀବନସାରା ପସ୍ତେଇବା ପାଇଁ ପଡିବ..

ନମସ୍କାର ବନ୍ଧୁଗଣ,ଯୁବ ଅବସ୍ଥା ଆମ ଜୀବନର ବହୁତ ବଡ଼ ସମୟ ହୋଇଥାଏ, ବାହୁରେ ବଳ,ମନରେ କିଛି ବଡ କରିବାର ସ୍ୱପ୍ନ,ଭବିଷ୍ୟତର ସ୍ୱପ୍ନ, ଆଖିରେ କିଛି କୋମଳ ଓ ସୁନ୍ଦର ସ୍ୱପ୍ନ, ଏବଂ ଏହି ଅବସ୍ଥାରେ ହିଁ ମନୁଷ୍ୟ ଭିତରେ ଜନ୍ମ ହୁଏ ପ୍ରେମ।କାହାକୁ ଦେଖି କରି ମନ ମୋହିତ ହୋଇଯାଏ ଓ ପୁଣି ମନୁଷ୍ୟ ତା ଉପରେ ସବୁକିଛି ତ୍ୟାଗ କରିଦିଏ।ଏବଂ ପ୍ରେମର ପରିଣତି ଘଟେ ବିବାହରେ।କିନ୍ତୁ ଏହି ଠାରୁ ଅଧିକତମ ମାତା ପିତା ଓ ସନ୍ତାନଙ୍କ ମଧ୍ୟରେ ବିଚାରର ବିରୁଦ୍ଧ ଆରମ୍ଭ ହୋଇଯାଏ।ସନ୍ତାନକୁ ଲାଗେ କି ସେ ବାଛି ଥିବା ଜୀବନସାଥୀ ତା ପାଇଁ ଉପଯୁକ୍ତ ଅଟେ।ଓ ମାତା ପିତାଙ୍କୁ ଲାଗେ କି ସନ୍ତାନ ଅଜାଣତରେ ଭୁଲ କରୁଅଛି।ସନ୍ତାନର ଏହା ଯୁକ୍ତି ରହିଥାଏ କି ସେ କାହା ସହ ବିବାହ କରିବ ତାହା ନିର୍ଣ୍ଣୟ କରିବା ତାର ଅଧିକାର ଅଟେ।ଓ ମାତା ପିତାଙ୍କର ଯୁକ୍ତି ଏହା ଥାଏ କି ଏବେ ମଧ୍ୟ ଜୀବନସାଥୀ ବାଛିବାର ବୁଦ୍ଧି ସନ୍ତାନର ନାହିଁ।ତେବେ ଏହି ଅବରୋଧକୁ କିପରି ଶେଷ କରାଯିବ, ଉଚିତ ନିର୍ଣ୍ଣୟ କିପରି ନିଆଯିବ ଏହି ପ୍ରଶ୍ନର ଏକ ହିଁ ମାର୍ଗ ଅଛି, ନିଜ ଉତ୍ତରଦାୟୀତ୍ୱର ଭାର ଓ ନିଜଠାରୁ ବଡଙ୍କର ମାନଦଣ୍ଡର ଭାର ବିବାହ କରିବା ପୂର୍ବରୁ ଏହା ଜାଣିବା ଆବଶ୍ୟକ ଅଟେ କେବଳ ନିଜ ପ୍ରେମକୁ ପାଇବା ପାଇଁ ବିବାହ କରାଯାଏନାହିଁ ।

ଏବେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଏ।ଏହା ସହ ନୂଆ ଉତ୍ତରଦାୟିତ୍ୱ ମଧ୍ୟ ଆସେ।ଯଦି ଏହାକୁ ବୁଝିକରି ନିର୍ଣ୍ଣୟ ନିଆଯିବ ତେବେ ବିଶ୍ୱାସ କରନ୍ତୁ ଆପଣଙ୍କର ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ।ଏବଂ ଆପଣଙ୍କୁ କେବେବି ଏହାର ଅନୁତାପ ହେବ ନାହିଁ କି ଆପଣ କୌଣସି ଅନୁଚିତ ନିର୍ଣ୍ଣୟ ନେଇଛନ୍ତି।କେବେ କେବେ ଆମକୁ ଲାଗେକି ଆମର ନିଜର ଲୋକଙ୍କୁ ଆମ ମନର କଥା ହିଁ ବୁଝିପାରୁନାହାନ୍ତି।ସେଥିପାଇଁ ତାଙ୍କୁ ଆମର ଆବୁ କାର୍ଯ୍ୟରେ ଅସନ୍ତୁଷ୍ଟି ହେଉଅଛି।ଏବଂ ଏମିତିରେ ଆମେ ଭୁଲ କରିବସୁ।ଏପରି ଅବସ୍ଥାରେ ଆମକୁ ତାହା ଭଲ ଲାଗେ ଯାହା ଆମ ମନକଥାର ସମର୍ଥନ କରେ।କିନ୍ତୁ ଯିଏ ଆପଣଙ୍କ ସହ ମିଠାକଥା ହୁଏ ସେ ଆପଣଙ୍କ ହିତକାଂକ୍ଷୀ ଅଟେ ତାହା ନୁହେଁ।

ହୋଇପାରେ କି ଆପଣଙ୍କ ମାତାପିତାଙ୍କ କଥା ଆପଣଙ୍କୁ ଭଲ ଲାଗୁନି କିନ୍ତୁ ଏହିକଥାରେ ଆପଣଙ୍କ ହିତ ଥାଏ।ମାତାପିତାଙ୍କୁ ମଧ୍ୟ ଚେଷ୍ଟା କରିବା ଦରକାର ଯଦି ତାଙ୍କ ସନ୍ତାନ ଭୁଲ ନିଷ୍ପତ୍ତି ନେଉଛି ତେବେ ତାହାର ମାର୍ଗଦର୍ଶନ ସେ ପ୍ରେମରେ କରନ୍ତୁ।କାରଣ ବେଳେବେଳେ କଟୁକଥା ଅନୁଚିତ ନିର୍ଣ୍ଣୟକୁ ଆହୁରି ପକ୍କା କରିଦିଏ।ଏହାଦ୍ଵାରା ଆପଣ କଥା ବିଗାଡି ପାରିବେ ନହେଲେ ସମ୍ଭାଳି ପାରିବେ।

ଆଜିକାଲି ସବୁଠି ସହନଶୀଳତାର ଅଭାବ ଅଛି।ବିବାଦ କରନ୍ତି।କାରଣ ହେଉଛି ଶବ୍ଦର ପ୍ରୟୋଗ।ଶବ୍ଦର ଉଚିତ ପ୍ରୟୋଗ କରିବା ଶିଖନ୍ତୁ।ଆପଣଙ୍କ ଅଧା ସମସ୍ୟା ସେହିଠାରେ ସରିଯିବ।ଏହା ଆମର ସବୁଠାରୁ ବଡ ପୁଞ୍ଜି ଅଟେ।ଆମେ ସମସ୍ତେ ଜୀବ ଅଟୁ।ଜୀବନ ବଞ୍ଚିବା ପରେ ଏହାର କଳ୍ପନା ମଧ୍ୟ କରନ୍ତି।ଆମକୁ ମୃତ୍ୟୁ ପରେ ସ୍ୱର୍ଗ ମିଳିବ କି ନର୍କ ସେ ବିଷୟରେ ଭାବୁ।

ଯଦି ଫଳ ପାଇବାର ଅଛି ତେବେ କର୍ମ ନିଜକୁ ହିଁ କରିବାକୁ ହେବ।ଭାବିଲେ କି ସ୍ୱପ୍ନ ଦେଖିଲେ କିଛି ହେବନାହିଁ।ତାକୁ ପୂର୍ଣ୍ଣ କରିବା ପାଇଁ କର୍ମ କରିଚାଲ।ତେବେ ଉଠ ଏବଂ ଲକ୍ଷ୍ୟ ପ୍ରାପ୍ତି କରିବାପାଇଁ ସଂଘର୍ଷ କର।ଏହା ହିଁ ଗୋଟେ ମାର୍ଗ ନିଜକୁ ସନ୍ତୁଷ୍ଟ କରିବାପାଇଁ।ସଂସାରରେ ସମସ୍ତେ କିଛି କାରଣ ପାଇଁ ସମସ୍ତେ ଆସିଥାନ୍ତି ତେଣୁ ନିଜ କର୍ମ ପ୍ରତି ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *