March 3, 2024

Odia Express

News For Public

ଉଚ୍ଚତା ବୃଦ୍ଧି କରିବାର ଉପାୟ – ଏହି ଉପାୟ ଅବଲମ୍ବନ କଲେ ଆପଣଙ୍କୁ ଅଳ୍ପ ଦିନ ରେ ମିଳିବ ଉଚତା ବଢିବାର ଲାଭ..

1 min read

କଣ ଆମେ ନିଜର ଉଚ୍ଚତା ବୃଦ୍ଧି କରିପାରିବା?ଯଦି ଆପଣଙ୍କ ବୟସ ୨୧ବର୍ଷରୁ କମ ଆଉ ଆପଣ ଏହି ୬ଟି ପଥ ଅନୁସରଣ କରିବେ ତେବେ ନିଶ୍ଚିତ ଆପଣ ନିଜ ଉଚ୍ଚତା ବୃଦ୍ଧି କରିପାରିବେ।ଏଥିରେ କୌଣସି ସନ୍ଦେହ ନଥାଏକି ଆପଣଙ୍କ ଆନୁବଂଶୀକ ଅପଣଙ୍କ ଉଚ୍ଚତା ଉପରେ ପ୍ରଭାବ ପକାଇଥାଏ।କିନ୍ତୁ କିଛି ଏଭଳି ତଥ୍ୟ ଅଛି ଯଦି ଏହା ଉପରେ ଆପଣ ଧ୍ୟାନ ଦିଅନ୍ତି ତେବେ ଆପଣ ନିଜକୁ ସୁଯୋଗ ଦେଇପାରିବେ ଉଚ୍ଚତା ବୃଦ୍ଧିକରିବା ପାଇଁ।ଏହା ଆମେ ଏଠାରେ କହିବାକୁ ଯାଉଛୁ।

ଆଜିହିଁ ଆପଣଙ୍କ ଉଚ୍ଚତା ମାପିଦିଅନ୍ତୁ ଏବଂ ଚାଳାନ୍ତୁ ଆରମ୍ବ କରିବା ଉଚ୍ଚତା ବୃଦ୍ଧିର ଏହି ୬ଟି ପାହାଚ।ପ୍ରଥମ ଜିନିଷ ହେଉଛି ଖାଦ୍ୟ।ଆପଣ ଯେପରି ଖାଦ୍ୟ ଖାଇବେ ଅପଣଙ୍କ ଶରୀର ସେହିଭଳି ବଢିବ।ପୁଷ୍ଟିସାର ଏପରି ଏକ ଦ୍ରର୍ବ୍ୟ ଯାହା ଆପଣଙ୍କ ଖାଦ୍ୟରେ ହବା ନିହାତି ଆବଶ୍ୟକ।ସବୁ ପ୍ରକାର ଡାଲି ଏବଂ ପାନୀରରେ ଭରପୁର ମାତ୍ରାରେ ପୁଷ୍ଟିସାର ଥାଏ।ଆୟୁର୍ବେଦ ହିସାବରେ ଆପଣଙ୍କୁ ଏପରି ଖାଦ୍ୟ ଖାଇବା ଦରକାର ଯାହାକି ଅପଣଙ୍କ ଅସ୍ତି ଧାତୁକୁ ବୃଦ୍ଧି କରାଏ।ଦେଶୀ ଗାଈର ସାମଗ୍ରୀ ଯେପରି ଦହି, ଲହୁଣୀ, କ୍ଷୀର ଏବଂ ପାନୀର ଏହିସବୁ ଖାଦ୍ୟ ହାଡ଼ର ସଠିକ ବୃଦ୍ଧି ପାଇଁ ଅପଣଙ୍କ ଖାଦ୍ୟରେ ନିହାତି ରହିବା ଆବଶ୍ୟକ।ସବୁଠାରୁ ମୁଖ୍ୟ କଥା ହେଉଛି ଶରୀର ପାଈଁ ଭିଟାମିନ D ନିହାତି ଆବଶ୍ୟକ।ଏହା ଆପଣଙ୍କୁ ସୂର୍ଯ୍ୟକିରଣରୁ ମିଳିଯାଇଥାଏ।ଆପଣ ଏହାକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ନେଇପାରିବେ।ଘରର ଖାଦ୍ୟ ଖାଆନ୍ତୁ ଯାହାଦ୍ୱାରା ଅପଣଙ୍କୁ ସବୁ ପ୍ରକାର ଖାଦ୍ୟ ଯେପରିକି ଫଳ ପନିପାରିବା ମିଳିପାରିବ।

ଦ୍ୱିତୀୟ ପାହାଚ ହେଉଛି ବ୍ୟାୟାମ।ପ୍ରତିଦିନ ବ୍ୟାୟାମ କରିବାଦ୍ୱାରା ମସ୍ତିଷ୍କରୁ ଉଚ୍ଚତା ବୃଦ୍ଧି ହେଉଥିବା ଗ୍ରୋଥହରମୋନ କ୍ଷରଣ ହୋଇଥାଏ।ଉଚ୍ଚତା ପାଇଁ ପ୍ରସାର ବ୍ୟାୟାମ ବହୁତ ଭଲ ହୋଇଥାଏ।ଯେପରିକି ଦୌଡ଼ିବା, ସାଇକେଲ ଚଳାଇବା, ପହଁରିବା, ଡେଇଁବା, କୁଦାମାରିବା ଏହିସବୁ ଶରୀରକୁ ବହୁତ ଭଲ ବିସ୍ତାର ପ୍ରଦାନ କରିଥାଏ।ଆୟୁର୍ବେଦ ହିସାବରେ ସୂର୍ଯ୍ୟନମସ୍କାର ସବୁଠାରୁ ଭଲ ବ୍ୟାୟାମ ଉଚ୍ଚତା ବୃଦ୍ଧି କରିବା ପାଇଁ।ଯଦି ଆପଣ ସକାଳୁ ୨୦-୨୫ ଥର ସୂର୍ଯ୍ୟନମସ୍କାର କରିବାର ଅଭ୍ୟାସ କରିଦିଅନ୍ତି ତେବେ ସେତିକି ଯଥେଷ୍ଟ ହୋଇଥାଏ।ଖେଳରେ ପହଁରିବା ଏବଂ ବାସ୍କେଟବଲକୁ ନିଜର ଜୀବନଶୈଳୀର ଏକ ଭାଗ ବନାଇପାରିବେ।

ତୃତୀୟ ପାହାଚ ହେଉଛି ଶୋଇବା।କଣ ଆପଣ ଜାଣିଛନ୍ତିଯେ ଆପଣଙ୍କ ଶରୀର ହାଲ୍କା ଲମ୍ବା ହୋଇଥାଏ ଯେତେବେଳେ ଆପଣ ଶୋଇକରି ଉଠିଥାନ୍ତି।ଆପଣ ନିଜେ ମପିକରି ଦେଖିପାରିବେ।ଅପଣଙ୍କ ଶରୀର ବୃଦ୍ଧି ସେତେବେଳେ ହେଉଥାଏ ଯେତେବେଳେ ଆପଣ ଶୋଇଥାଆନ୍ତି।ବିଜ୍ଞାନ ହିସାବରେ ଜଣେ ବ୍ୟକ୍ତିଙ୍କୁ ଦିନରେ ୭ରୁ ୮ଘଣ୍ଟା ନିଦ ନିହାତି ଦରକାର ହୋଇଥାଏ।

ଚତୁର୍ଥ ପାହାଚ ହେଉଛି ଆପଣ ନିଜକୁ ଯେତେ ହେଉନା କାହିଁକି ଧୂମ୍ରପାନ ଏବଂ ମଦ ଠାରୁ ଦୁରେଇ ରଖନ୍ତୁ।ଗବେଷଣାରୁ ଏହା ଦେଖାଯାଇଛି ଯେ ଯଦି ଆପଣ ସବୁବେଳେ ମଦ ପିଅନ୍ତି ତେବେ ଅପଣଙ୍କ ଶରୀରର ପ୍ରାକ୍ରୁତିକ ବୃଦ୍ଧିହେବା ବନ୍ଦ ହୋଇଯାଇଥାଏ।ଏବଂ ଏହା ସହିତ ବାହାରର ଫାଷ୍ଟଫୂଡ଼ ଖାଇବା କମ କରନ୍ତୁ।ଏହା ଗ୍ରୋଥହରମୋନର ପ୍ରସ୍ତୁତିରେ ବାଧା ଦେଇଥାଏ।

ପଞ୍ଚମ କଥା ହେଉଛି ଆପଣଙ୍କ ଅଙ୍ଗଭଙ୍ଗୀ।ଏହା ଏଭଳି ଜିନିଷ ଯାହାକୁ ବେଶିଲୋକ ଧ୍ୟାନ ଦିଅନ୍ତି ନାହିଁ।କିନ୍ତୁ ଆଧୁନିକ ଗବେଷଣାରୁ ଏହା ଜଣାଯାଇଛିଯେ ଆପଣଙ୍କ ଶରୀରର ଅଙ୍ଗଭଙ୍ଗୀ ଆପଣଙ୍କ ଉଚ୍ଚତା ଦର୍ଶାଇଥାଏ।ଯଦି ଆପଣ ନିଜ ମେରୁଦଣ୍ଡକୁ ନୁଆଁଇ ରଖନ୍ତି ତେବେ ଅପଣଙ୍କ ଉଚ୍ଚତା ବୃଦ୍ଧି କମ ହେବ ଏବଂ ଯଦି ଆପଣ ନିଜ ମେରୁଦଣ୍ଡ ସବୁବେଳେ ସିଧା ରଖନ୍ତି ତେବେ ଆପଣଙ୍କ ଉଚ୍ଚତା ବୃଦ୍ଧି ଶୀଘ୍ର ହେବ।ଏହାଯୋଗୁଁ ନିଜର ଉଚ୍ଚତା ବୃଦ୍ଧିର ସମ୍ଭାବନା ବଢି ଯାଇଥାଏ।

ଆପଣ ଉଚ୍ଚତା ବୃଦ୍ଧି କରିବାପାଇଁ ଓଟର କ୍ଷୀର ପିଇପାରିବେ।ଯେପରି ମଇଁଷି କ୍ଷୀର ଶକ୍ତିମାନ ପାଇଁ ଭଲ ହୋଇଥାଏ ଏବଂ ଗାଈର କ୍ଷୀର ମସ୍ତିସ୍କ ପାଇଁ ଭଲ ହୋଇଥାଏ ସେହିପରି ଓଟର କ୍ଷୀର ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିଥାଏ।ଏହା ଆପଣଙ୍କୁ ବହୁତ ସହଜରେ ଅନଲାଇନ ଉପଲବ୍ଧ ହୋଇପାରିଥାଏ।

Leave a Reply

Your email address will not be published. Required fields are marked *