ଖଜୁରୀର ଉପକରିତା – ଏହି ଉପାୟ ରେ ଖଜୁରୀ ଖାଇଲେ ଆପଣଙ୍କ ଜୀବନରେ ଅଧା ରୁ ଅଧିକ ରୋଗ ଉଭାନ ହେଇଯିବ..

ଆଜିର ଏହି ପାରାଗ୍ରାଫରେ ଆମେ କଥା ହେବା ଖଜୁରୀର କେତେବେଳେ କିପରି ଏବଂ କେତେ ପରିମାଣରେ ବ୍ୟବହାରକରିବା ଉଚିତ।ଏହାର ଉପକାର ଏବଂ ଅପକାର କଣ କଣ ହୋଇଥାଏ।ଓ ଏହାକୁ କେଉଁ କେଉଁ ଖାଦ୍ୟ ସହିତ ଖାଇବା ବେଶି ଲାଭଦାୟୀ ହୋଇଥାଏ।ଯଦି ଆପଣ ଓଜନ ବଢାଇବା ଏବଂ କମାଇବା ଖାଦ୍ୟ ଖାଉଛନ୍ତି ତେବେ ଖଜୁରୀକୁ କେଉଁଭଳି ଖାଦ୍ୟରେ ବ୍ୟବହାର କରିବା ଉଚିତ।ଖଜୁରୀ ବହୁତ ପ୍ରକାରର ହୋଇଥାଏ।ଏବଂ ସମସ୍ତିଙ୍କର ଅଲଗା ଅଲଗା ଲାଭ ଏବଂ କ୍ଷତି ହୋଇଥାଏ।କିନ୍ତୁ ଏକ ଏଭଳି ଖଜୁରୀ ମଧ୍ୟ ଥାଏ ଯାହାକୁ ଆପଣଙ୍କୁ କେବେହେଲେ ଖାଇବା ଉଚିତ ନୁହେଁ।ଏହି ସବୁକଥା ବିଷୟରେ ଆଜି ଆମେ ଜାଣିବା।
ଖଜୁରୀ ସୁଖା ଫଳର ଶ୍ରେଣିରେ ଆସେ।ଏଥିରେ ଶ୍ୱେତସାରର ମାତ୍ରା ବୋହୁତ ଅଧିକ ଥାଏ।ଯାହାକି ଶରୀରକୁ ଶକ୍ତି ପ୍ରଦାନ କରିବାର କାମକରିଥାଏ।ଏହାସହିତ ଏଥିରେ ବହୁତ ପ୍ରକାରର ଭିଟାମିନ ମଧ୍ୟ ଥାଏ।ଯାହାକି ମସ୍ତିଷ୍କର କାର୍ଯ୍ୟକରିବା କ୍ଷମତା ଵୃଦ୍ଧି କରାଏ ଏବଂ ହାଡକୁ ମଜବୁତ କରେ।ଏଥିରେ ମିଳୁଥିବା ଉପକାରୀ ତଥ୍ୟ ମାନେରଖିବା ଶକ୍ତି ବୃଦ୍ଧିବକରିବା।ଆଖିର କ୍ଷମତା ମଜବୁତ କରିବା ଏବଂ କ୍ୟାନ୍ସର ଭଳି ରୋଗ ଭଲ କରିବାର କାମରେ ଆସିଥାଏ।
ଏହାକୁ କେବେ ଏବଂ କିପରି ବ୍ୟବହାର କରିବା ଉଚିତ।ଖଜୁରୀର ଆପଣ କେତେବେଳେ ମଧ୍ୟ ବ୍ୟବହାର କରିପାରିବେ କିନ୍ତୁ ପୁରା ଦିନ ମଧ୍ୟରେ ତିନୋଟି ଏପରି ସମୟ ଥାଏ ଯେଉଁସମୟରେ ଖଜୁରୀର ବ୍ୟବହାର କରିବା ବେଶି ଲାଭଦାୟୀ ହୋଇଥାଏ।ପ୍ରଥମତଃ ସକାଳେ ଖାଲି ପେଟରେ।ଦୂତୀୟତଃ ସକାଳ ଖାଦ୍ୟ ପରେ ଏବଂ ଦ୍ୱିପ୍ରହର ଖାଦ୍ୟ ପୂର୍ବରୁ ଯାହାକି ୧୧ଟା ରୁ ୧୨ଟା ସମୟ ହୋଇଥାଏ।ତୃତୀୟରେ ସନ୍ଧ୍ୟା ୪ ରୁ ୫ଟା ସମୟ ମଧ୍ୟରେ ଭୋକ ଲାଗିବା ସମୟରେ ଖଜୁରୀକୁ ଖାଦ୍ୟ ରୂପରେ ବ୍ୟବହାର କରିପାରିବେ।କେବଳ ଏତିକି ନୁହେଁ ଆପଣ ଯଦି ବ୍ୟାୟାମ କରନ୍ତି ତେବେ ବ୍ୟାୟାମ କରିବା ପୂର୍ବରୁ ଏବଂ ପରେ ଏହାକୁ ଅଣ୍ଡାର ଧଳା ଅଂଶ ସହିତ ଖାଇପାରିବେ। ଏହିଭଳି ଖାଇବା ଦ୍ୱାରା ଶରୀରକୁ ଶ୍ୱେତାସାର ଏବଂ ପୁଷ୍ଟିସାର ମିଳିଯାଇଥାଏ।
ଏହାସହିତ ଖଜୁରୀକୁ ଚିନି ଭଳି ମଧ୍ୟ ବ୍ୟବହାର କରାଯାଇପାରେ।କାରଣ ଏହା ଚିନି ଭଳି ମିଠା ହେବା ସଙ୍ଗେସଙ୍ଗେ ଦେହ ପାଇଁ ମଧ୍ୟ ଲାଭଦାୟୀ ହୋଇଥାଏ।ଖଜୁରୀରୁ ହୋଇଥିବା ଚିନି ଆପଣ ଅନଲାଇନ ମଧ୍ୟ କିଣିପାରିବେ।ତାହାର ଗୁଣ ସାଧାରଣତଃ ଭଲ ହୋଇନଥାଏ।ଏଥିପାଇଁ ଆମେ ଏହା କହିବୁଯେ ଆପଣ ଏହାକୁ ଘରେ ନିଜେ ତିଆରି କରନ୍ତୁ।ଏଥିପାଇଁ ଖଜୁରୀକୁ ଖରାରେ ଶୁଖାଇ ଆପଣ ଏହାକୁ ମିକ୍ସଚରରେ ପକାଇ ପେସି ଦିଅନ୍ତୁ।ଏହାପରେ ଏହା ଗୁଣ୍ଡରେ ପରିଣତ ହୋଇଯିବ।ଏହାପରେ ଆପଣ ଯେଉଁଠି ଚାହିଁବେ ଚିନି ଭଳି ବ୍ୟବହାର କରିପାରିବେ।ବିଶ୍ୱାସ କରନ୍ତୁ ଏହାକୁ ଆପଣ ଯାହା ଜାଗାରେ ବ୍ୟବହାର କରିବେ ଏହା ତାହାର ସ୍ୱାଦ ନିଶ୍ଚିତ ସୁଆଦିଆ କରିବ।
ଏବେ କଥା ହେବା ଆପଣ ଏକ ଦିନମଧ୍ୟରେ କେତେ ଖଜୁରୀ ଖାଇପାରିବେ।ଏହା ଅପଣଙ୍କ ଫିଟନେସ ଲକ୍ଷ ଉପରେ ନିର୍ଭର କରେ।ଖଜୁରୀ ଏକ ସୁଖା ଫଳ ହୋଇଥିବା ଯୋଗୁଁ ଏଥିରେ ପ୍ରାକୁର୍ତିକ ସୁଗାର ହେବା ସହ କ୍ୟାଲୋରି ପରିମାଣ ମଧ୍ୟ ଅଧିକ ଥାଏ।ଏଥିପାଇଁ ଗୋଟେ ଥରରେ ଏହାର ଅଳ୍ପଭାଗହିଁ ବ୍ୟବହାର କରିବା ଉଚିତ।ସାଧାରଣତଃ ଭଲ ସ୍ୱାସ୍ଥ୍ୟ ରଖିବା ପାଇଁ ସକାଳେ ଖାଲି ପେଟରେ ଦୁଇରୁ ତିନୋଟି ଖଜୁରୀ ଖାଇବା ଯଥେଷ୍ଟ ହୋଇଥାଏ।
ଏବେ ଜାଣିବା ଯଦି ଆପଣ ଓଜନ କମାଇବା ଏବଂ ବଢାଇବାକୁ ଚାହୁଁଛନ୍ତି ତେବେ କିପରି ଖଜୁରୀର ବ୍ୟବହାର କରିବେ?ଖଜୁରୀ ଅଧିକ କ୍ୟାଲୋରି ଖାଦ୍ୟ ହୋଇଥିବା କାରଣରୁ ଓଜନ କମାଇବାରେ କୌଣସି ଭୂମିକା ଗ୍ରହଣ କରିନଥାଏ।ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଦୁଇରୁ ଚାରି ଖଣ୍ଡ ଏକ ଦିନରେ ଖାଇପାରିବେ।କିନ୍ତୁ ବେଶି ପରିମାଣରେ ଆପଣଙ୍କୁ ଏହାର ବ୍ୟବହାର କରିବାର ନାହିଁ।ନହଲେ ଓଜନ କମିବା ଜାଗାରେ ବଢ଼ିବାରେ ଲାଗିପାରେ।ଯଦି ଆପଣ ଅଧିକ ବ୍ୟାୟାମ କରନ୍ତି ତେବେ ୫ରୁ ୬ଖଣ୍ଡ ଖଜୁରୀ କୌଣସି ପୁଷ୍ଟିସାର ଜାତୀୟ ଖାଦ୍ୟରେ ବ୍ୟବହାର କରିପାରିବେ।
ଖଜୁରୀ ବହୁତ ପ୍ରକାରର ହୋଇଥାଏ।ଯେଉଁଥିରୁ ଅଧିକ ପ୍ରକାର ଖଜୁରୀ ଦେହ ପାଇଁ ଭଲ ହୋଇଥାଏ।କିନ୍ତୁ ଗୋଟେ ଖଜୁରୀ ଏପରି ହୋଇଥାଏ ଯାହା ଭିତରୁ କଠିନ ଏବଂ ବାହାରୁ ନରମ ହୋଇଥାଏ।ଏହାକୁ ଚିନିରୁ ହୋଇଥିବା ପଦାର୍ଥରେ ମିଶାଇ କଢାଯାଇଥାଏ।ଏହି ଖଜୁରୀ ବହୁତ ଅଳ୍ପ ଟଙ୍କାରେ ସବୁ ଜାଗାରେ ଉପଲବ୍ଧ ହୋଇଥାଏ।କିନ୍ତୁ ଏହିଭଳି ଖଜୁରୀ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏହା ଶରୀରକୁ ଲାଭ ପହଞ୍ଚାଇବା ଜାଗାରେ କ୍ଷତି ପହଞ୍ଚାଇଥାଏ।ତେବେ ଆପଣ ଖଜୁରୀ କିଣିବା ସମୟରେ ଧ୍ୟାନ ରଖନ୍ତୁ ଏହାର ବାହାର ଭାଗ ନରମ ଏବଂ ରସଯୁକ୍ତ ହୋଇନଥିବ।