September 29, 2023

Odia Express

News For Public

ମହାଶିବରାତ୍ରିରେ ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଗୋଟିଏ ଜିନିଷ ଛପର ଫାଡ଼ି ବରସିବ ଧନ – ଜାଣନ୍ତୁ ଏହି ମହାଶିବରାତ୍ରି ଉପାୟ

ନମସ୍କାର ବନ୍ଧୁଗଣ,ମହାଶିବରାତ୍ରି ପର୍ବ ଶିବ ଭକ୍ତଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ।ପ୍ରତିବର୍ଷ ଫାଲଗୁଣ ମାସ ଚତୁର୍ଦ୍ଦଶୀ ତିଥିରେ ଏହା ପାଳନ କରାଯାଏ।ପୁରାଣ ଅନୁସାରେ ଏହି ଦିନରେ ହିଁ ସୃଷ୍ଟିର ଆରମ୍ଭ ହୋଇଥିଲା।ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଦିନ ସୃଷ୍ଟିର ଆରମ୍ଭ ଅଗ୍ନି ଲିଙ୍ଗର ଉଦୟରୁ ହୋଇଥିଲା ଯାହା ଭଗବାନଙ୍କର ସାକ୍ଷାତ ରୂପ ଅଟେ।ମହାଶିବରାତ୍ରି ଦିନରେ ହିଁ ମାତା ପାର୍ବତୀ ଓ ଶିବଙ୍କର ବିବାହ ସମ୍ପନ୍ନ ହୋଇଥିଲା।ଏହି କାରଣରୁ ଏହି ଦିନର ଶିବ ଭକ୍ତଙ୍କ ପାଖରେ ବହୁତ ମହତ୍ଵ ଅଛି।ଏହି ବର୍ଷ ମହାଶିବରାତ୍ରି ଏଗାର ମାର୍ଚ୍ଚରେ ହେବ।ସକାଳୁ ଜଲଦି ଉଠି ସ୍ନାନ ସାରି ଭଗବାନ ଶିବଙ୍କ ମନ୍ଦିର ଯାଇ ଶିବଙ୍କ ଉପରେ ବେଲ ପତ୍ର ଅବଶ୍ୟ ଅର୍ପଣ କରନ୍ତୁ।ଏହି ଦିନ ଶିବଙ୍କ ଉପରେ ବେଲପତ୍ର ଅର୍ପଣ କରିବାର ବଡ ମହତ୍ଵ ଅଛି।ଏହା ଦ୍ଵାରା ଭଗବାନ ଶିବ ଜଲଦି ପ୍ରସନ୍ନ ହୋଇଯାନ୍ତି।ଯଦି ଆପଣ ଶିବଲିଙ୍ଗ ଉପରେ ଚମ୍ପା ଫୁଲ ଦିଅନ୍ତି ତେବେ ସେ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି।

ଯଦି ଆପଣ କୌଣସି ରୋଗ ପାଇଁ ଚିନ୍ତିତ ଅଛନ୍ତି ତେବେ ଶିବରାତ୍ରୀ ଦିନ ଶିବଲିଙ୍ଗ ସାମ୍ନାରେ ଘିଅ ଦୀପ ଜଳାଇ ଓଁ ନମଃ ଶିବାୟ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ।ଆପଣଙ୍କ ଶରୀରରୁ ଶିବଙ୍କ ଶକ୍ତି ପ୍ରବାହିତ ହେବ।ଏବଂ ଆପଣ କୌଣସି ପ୍ରକାରର ରୋଗ କବଳରୁ ରକ୍ଷା ପାଇ ପାରିବେ।ଧ୍ୟାନ ରଖନ୍ତୁ ମହାଶିବରାତ୍ରି ଦିନ ଶିବଙ୍କ ଲିଙ୍ଗ ଉପରେ କେବଳ କଞ୍ଚା କ୍ଷୀର ହିଁ ଅର୍ପଣ କରାଯାଏ।ଯଦି ଆପଣ ଗାଈ ମାତାର କ୍ଷୀର ଅର୍ପଣ କରନ୍ତି ତେବେ ଏହା ଆହୁରି ଅଧିକ ଫଳପ୍ରଦ ହେବ।ଶିବଙ୍କ ଉପରେ ଭୁଲରେ ମଧ୍ୟ ଅଇଁଠା କିମ୍ବା ଫୁଟା ଯାଇଥିବା କ୍ଷୀର ଅର୍ପଣ କରନ୍ତୁ ନାହିଁ।ଶିବଙ୍କ ଉପରେ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ୟାର ଅନ୍ତ ଜଲଦି ହିଁ ହୋଇଯିବ।ଏମିତି ନୁହେଁ କି ଆପଣ ବହୁତ ସାରା କ୍ଷୀର ଅର୍ପଣ କରିବେ ସହୃଦୟରୁ ଯଦି ଆପଣ କିଛି ବି ଅର୍ପଣ କରିବେ ତେବେ ତାହା ଭଗବାନ ସ୍ୱୀକାର କରିବେ।

ମହାଶିବରାତ୍ରି ଦିନ ରାତି ସାରା ଉଜାଗର ରହିବାର ମାନ୍ୟତା ଅଛି।ଯଦି ଆପଣ ଶିବଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ଏବଂ ନିଜ ଜୀବନରୁ ନିରାଶାକୁ ସମାପ୍ତ କରିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କୁ କୌଣସି ଜିନିଷର ଭୟ ଅଛି ତେଣିକି ସେ ଶତ୍ରୁ ହେଉ କିମ୍ବା ଆପଣ କୌଣସି ଖରାପ ପରିସ୍ଥିତିରେ ଫସି ଯାଇଛନ୍ତି।ତେବେ ସେଥିରୁ ବାହାରିବା ପାଇଁ ଏହି ଦିନ ଉଜାଗର ରହି ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ।ଆପଣଙ୍କ ଏହି ପ୍ରାଥନାରେ ପ୍ରସନ୍ନ ହୋଇ ଆପଣଙ୍କ ସମସ୍ତ ସମସ୍ୟା ସେ ଦୂର କରିବେ।ଏହି ଦିନ ଯଦି ଆପଣଙ୍କ ଘରକୁ କୌଣସି ସାଧୁ କିମ୍ବା ଭିକ୍ଷୁକ ଆସେ ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ।

ତାଙ୍କୁ ଅନ୍ନଦାନ ଅବଶ୍ୟ କରନ୍ତୁ।ଏହି ଦିନ ଦାନର ବଡ ମହତ୍ତ୍ୱ ଅଛି।ଏହି ଦିନ ଯିଏବି କୌଣସି ଭୋକିଲା ପ୍ରାଣୀକୁ ଅନ୍ନଦାନ କରେ ବା କିଛି ଖାଇବାକୁ ଦିଏ ତେବେ ଶିବଙ୍କର କୃପା ତା ଉପରେ ରହେ।ଏବଂ ତାର ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଯାଏ।ଏହା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୁଏ।

ଏହି ଦିନ ଗାଈଙ୍କର ସେବାର ବଡ ମହତ୍ଵ ଅଛି।ଶିବଙ୍କୁ ଗାଈର କ୍ଷୀର ଅତ୍ୟନ୍ତ ପ୍ରିୟ ଅଟେ।ତେଣୁ ଏହି ଦିନ ଆପଣ ଗାଈମାତାର ସେବା ଅବଶ୍ୟ କରନ୍ତୁ।ଏହି ଦିନ ଷଣ୍ଢ  ଗାଈକୁ କଦଳୀ ଅବଶ୍ୟ ଖୁଆନ୍ତୁ।ଏହାଦ୍ଵାରା ଆପଣଙ୍କୁ ମା କମାଧେନୁଙ୍କର କୃପାଲାଭ ହୁଏ।

Leave a Reply

Your email address will not be published. Required fields are marked *