October 1, 2023

Odia Express

News For Public

ଓଜନ କମ କରିବାର ଉପାୟ ଆୟୁର୍ବେଦିକ ଉପଚାର ଅଟେ – ପ୍ରତିଦିନ ଖାଇବା ଆରମ୍ଭ କରନ୍ତୁ ଏହି ଜିନିଷ – ପେଟ ଆପେ ଆପେ କମ ହେଇଯିବ..

ଅଁଳାର ଅତେ ଉତ୍ପାଦନ ହେଉଛି ଆମ ଦେଶରେ।ହରିଡା ବହାଡ଼ ବହୁତ ମିଳି ଥାଏ ଆମ ଦେଶରେ।ଏହାକୁ ଲୋକ ମାନେ ବହୁତ ଟଙ୍କାରେ ବିକିଥାନ୍ତି। ଲୋକ ଏହାକୁ ଚମନ ପ୍ରାସ କରି ବିକି ଦେଉଛନ୍ତି।ଏହା ତ୍ରି ଫଳରେ ପ୍ରସ୍ତୁତ। ଏହାକୁ ଖାଇବା ଠୁ ଭଲ ଏହି ତ୍ରି ଫଳକୁ ଏମିତି ସେବନ କରନ୍ତୁ।ଅଁଳା , ହରିଡା , ବହାଡ଼ କୁ ଗୋଟିଏ ଡଭାରେ ପୁରେଇ ପାଉଡର ପରି ରଖିଦିଅନ୍ତୁ।ଆପଣ ଏହି ତିନିଟି ଜିନିଷକୁ ଏକ ସହ ଖାଆନ୍ତୁ। ଆପଣ ଏକ ମଧ୍ୟ ଅଁଳା କୁ ଖାଇ ପାରିବେ।ଏହାର ବାତ ଦୋଷ ଦୂର କରିଥାଏ। ସବୁଠୁ ଭଲ ଫଳ ହେଉଛି ଅଁଳା , ହରିଡା, ବହାଡ଼।ଏହା ଅନ୍ୟ ଫଳ ଠାରୁ ବହୁତ ଶକ୍ତି ଦେଇଥାଏ।ଆପଣଙ୍କ ମଧ୍ୟରୁ କାହାର ଯଦି ମେଦ ବହୁଳତା ଥାଏ। ତାହେଲେ ଆପଣ ତ୍ରି ଫଳ ଖାଆନ୍ତୁମ

ଏହାକୁ ଆପଣ ସକାଳେ ଖାଆନ୍ତୁ। ଯାହାର ମେଦ ବଢିଥାଏ ସିଏ ଏହାର ବ୍ୟବହାର କରି ପାରିବେ। ଆପଣ ତ୍ରି ଫଳ ନ ଖାଇ ପାରିଲେ।ଆପଣ କେବଳ ଅଁଳା ଖାଇପାରିବେ। ସବୁ ଦିନେ ଚାରିଟି ଅଁଳା ତିନିଟି ଅଁଳା ସକାଳେ ଖାଇ ପାରିବେ।ଆପଣ ଅଁଳା କୁ ଆଚାର ବନେଇ ଖାଇ ପାରିବେ କିମ୍ବା ଚଟଣି କରି ପାରିବେ।ଯେମିତି ବି ହେଉ ଅଁଳା ଖାଆନ୍ତୁ।ଏହାକୁ ପେଟକୁ ଗଲେ ଆପଣ ଦେଖିବେ ଯେ ଗୋଟିଏ ବର୍ଷରେ ଆପଣ ଆପେ ଆପେ ପତଳା ହେଇଯିବେ। ଏବେ ବୈଜ୍ଞାନିକ କହୁଛନ୍ତି କି ଅଁଳା ଗୋଟିଏ ଫଳ ଯାହା ଭିତରେ ସବୁଠୁ ଅଧିକ ଆଣ୍ଟି ଅକ୍ସିଡ଼ାନ୍ତ ରହିଥାଏ।ଏହାର ଅର୍ଥ ହେଉଛି ଏହା ଅକ୍ସି ଡେଶନ କମ କରିବାରେ ସାହାଯ୍ୟ କରିଥାଏ।

ଏହା ଦ୍ୱାରା ଶରୀରର ସବୁ ଅଙ୍ଗର କ୍ଷତି ହୋଇଥାଏ ।ଏହାକୁ ରୋକିବାକୁ ହେଲେ ଅଁଳା ଠାରୁ ଭଲ କୌଣସି ଜିନିଷ ନଥାଏ।ଦୈନିକ ଜୀବନରେ ଏହାକୁ ଭୋଜନରେ ନିଶ୍ଚିନ୍ତ ଖାଆନ୍ତୁ।ଏହାକୁ ସବୁଦିନେ ଖାଅ କି ବର୍ଷେ ଖାଅ କୌଣସି ଅସୁବିଧା ନାହିଁ। ତ୍ରି ଫଳ ତିନି ମାସ ଲଗାତାର ଖାଇବା ପରେ ଛାଡି ଦେବେ।ତାପରେ ପୁଣି ଖାଇବେ।ଏହା ମଝିରେ ଛାଡିବା ନିହାତି ଦରକାର।ନହେଲେ ଶରୀରକୁ ଏହାର ଅଭ୍ୟାସ ହୋଇଯାଏ।ଯଦି ଏହାକୁ ଆପଣ ଛାଡିବେ ନାହିଁ ତାହେଲେ ଏଜ ଆପଣଙ୍କୁ ଖରାପ ପରିଣାମ ଦେଇପାରେ।ଲଗାତାର ଏହାକୁ ଖାଇଲେ କିଛି ଦିନ ଏମିତି ଦୁର୍ବଳ ପରି ଲାଗିବ।ଏହାକୁ ଛାଡି ଛାଡି ଖାଆନ୍ତୁ।

ଯାହାକୁ ଓଜନ କମ କରିବାର ଅଛି ସେମାନେ ଅଁଳା ତିନିରୁ ଚାରି ଆଉ ତ୍ରି ଫଳ ସବୁବେଳେ ଗୋଟିଏ ଚାମଚ ଗୁଡ ସହିତ ସକାଳେ ଖାଆନ୍ତୁ।ନହେଲେ ମହୁ ସହିତ ମଧ୍ୟ ଆପଣ ଖାଇ ପାରିବେ। ଯାହାକୁ ପେଟ ସଫା କରିବା ପାଇଁ ଖାଇବାର ଅଛି ସେମାନେ ରାତିରେ ଖାଆନ୍ତୁ।ରାତିରେ ମଧ୍ୟ ଗୋଟିଏ ଛୋଟ ଚାମଚ ଅଁଳା ଖାଆନ୍ତୁ।ଅଁଳା ଚୁନାରେ ଅଳ୍ପ ଗୁଡ ନିଅନ୍ତୁ ଏହାକୁ ହାତରେ ଗୋଳେଇ ଦିଅନ୍ତୁ।ଏହା ଲଡୁ ପରି ହୋଇ ଯିବ।ତାପରେ ଏହାକୁ ଖାଆନ୍ତୁ।ତାପରେ କ୍ଷୀର ପିଅନ୍ତୁ। ଅଁଳା ଏମିତି ଗୋଟେ ଜିନିଷ ଯାହା କ୍ଷୀର ସହ ଆପଣ ଖାଇ ପାରିବେ।ଏହାକୁ ଦିନରେ ଗୋଟିଏ ଥର ଖାଆନ୍ତୁ।

Leave a Reply

Your email address will not be published. Required fields are marked *