September 25, 2023

Odia Express

News For Public

ମଶା ମାନଙ୍କୁ ମାରିବାର ଘରୋଇ ଉପାୟ – ଅଟେ ବହୁତ ଫାଇଦାମାନ – ନିଶ୍ଚୟ ଆଜି ଆପଣକଂ ଘରେ ଏହି ଉପାୟ କରନ୍ତୁ..

ସାଙ୍ଗ ମାନେ ଆଜିର ସମୟ ରେ ଗାଁ ଓ ସହର ଭିତରେ ବିଶେଷ ଅନ୍ତର ନାହିଁ।ସବୁ ଆଡ଼େ ପ୍ରଦୂଷଣ ଭରି ଗଲାଣି।ଆଖ ପାଖ ଅପରିଷ୍କାର ଓ ଚାରି ଆଡେ଼ ପାଣି କମିବ ଦ୍ଵାରା ମଶା ମାନେ ପ୍ରଚୁର ହୋଇ ଯାଆନ୍ତି।ଆପଣ ଗାଁ ରେ ରୁହନ୍ତୁ କିମ୍ବା ସହର ରେ ସବୁ ଆଡ଼େ ମଶା ମାନଙ୍କ ର ଉପଦ୍ରବ ବହୁତ୍।ରାତିରେ ଶୋଇବା ମୁସ୍କିଲ କରିଦିଅନ୍ତି। ସନ୍ଧ୍ୟା ରେ ଯଦି ଆପଣ କେଉଁ ଆଡେ ବୁଲିବାକୁ ବାହାରିଛନ୍ତି ତ ମଶା ମାନେ ବହୁତ୍ ହଇରାଣ କରନ୍ତି।ମଶା ମାନେ କାମୁଡିବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଯେପରି ଡେଙ୍ଗୁ, ଚିକୁନ ଗୁନୀଆ, ମ୍ୟାଲେରିଆ ଆଦି।ଏହା ପ୍ରାଣ ଘାତକ ବି ହୋଇପାରେ ଯାହା ଦ୍ଵାରା ଲୋକ ର ଜୀବନ ଚାଲି ଯାଇ ପାରେ।

ତ ମଶା ମାନଙ୍କୁ ଘରୁ ବାହାର କରିବା ନିହାତି ଦରକାର।ସାଙ୍ଗ ମାନେ ଯଦି ଆପଣ ବଜାର ରେ ମିଳୁଥିବା କଏଲ୍ ର ବ୍ୟବହାର କରୁଛନ୍ତି ତ ସେଥିରୁ ବାହାରୁ ଥିବା ଧୁଆଁ ଶହେ ସିଗାରେଟ୍ ଧୂଆଁ ସହିତ ସମାନ।ଯଦି ଆପଣ ଗୋଟିଏ କଏଲ୍ ଜଳାଇ ଦେଲେ ତ ଆପଣ ଶହେ ସିଗାରେଟ୍ ଜଳେଇ ଦେଲେ।ଏହା ଆମ ଫୁସ୍ ଫୁସ୍ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ।

ଆଜି ମୁଁ ଆପଣ ମାନଙ୍କୁ ଏକ ଆୟୁ୍ବେଦିକ ଉପାୟ କହିବି ଯାହା ଦ୍ଵାରା କି ଆପଣଙ୍କ ଘରୁ ମଶା ସବୁ ଦିନ ପାଇଁ ଚାଲି ଯିବେ।ଓ ଏହା ଆପଣଙ୍କ ଫୁସ୍ ଫୁସ୍ ଉପରେ କୌଣସି ପ୍ରଭାବ ପକାଇବା ନାହିଁ। ଓ ତା ସହିତ ଆପଣଙ୍କ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ।

ଆପଣ ମାନେ ପ୍ରଥମେ ଏକ ଖାଲି ପାତ୍ର ନେବେ।ସେଥିରେ କିଛି ନିମ୍ବ ର ତେଲ ନେବେ କାରଣ ନିମ୍ବ ତେଲରେ ଏମିତି କିଛି ପଦାର୍ଥ ରହିଥାଏ ଯାହା ମଶା ମାନଙ୍କୁ ଦୂରରେ ରଖି ଥାଏ।ନିମ୍ବ ତେଲ ଆପଣଙ୍କ ଶରୀର ଉପରେ ମଧ୍ୟ କିଛି ଖରାପ ପ୍ରଭାବ ପକାଇବ ନାହିଁ।

ଆପଣ ସେହି ପାତ୍ର ରେ ୨ ଚାମଚ ନିମ୍ବ ତେଲ ନିଅନ୍ତୁ।ଆଉ ଦ୍ଵିତୀୟ ଜିନିଷ ଭାବେ ଆପଣ ନେବେ କିଛି କର୍ପୁର।ଏହି କପୂର୍ ଆପଣଙ୍କୁ ସହଜ ରେ ମିଳିଯିବ।କର୍ପୁରର ଗନ୍ଧ ବି ମଶା ମାନଙ୍କୁ ବହୁତ୍ ହଇରାଣ କରିଥାଏ।ଆପଣ ୨ ଟି ଛୋଟ ଖଣ୍ଡ କର୍ପୁର ନିଅନ୍ତୁ ଓ ତାକୁ ନିଜ ହାତରେ ଗୁଣ୍ଡ କରି ସେଥିରେ ପକାଇ ଦିଅନ୍ତୁ। ତା ପରେ ଆପଣ ଏହାକୁ ଭଲ ଭାବରେ ମିଳାଇ ଦିଅନ୍ତୁ।

ତା ପରେ ଆପଣ ନେବେ କିଛି ତେଜ ପତ୍ର।ତେଜ ପତ୍ର ଯେବେ ବି ଜଳି ଥାଏ ଆମ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତା ସହିତ ତେଜ ପତ୍ର ମୁଣ୍ଡ ବିନ୍ଧା କମ୍ କରିଥାଏ।ଆପଣ ୨ ଟି ତେଜ ପତ୍ର ନିଅନ୍ତୁ। ତା ପରେ ଆପଣ ସେହି ତେଲ କୁ ନିଜ ଆଙ୍ଗୁଠି ସାହାଯ୍ୟ ରେ ତେଜ ପତ୍ର ରେ ବୋଳନ୍ତୁ।ତା ପରେ ଦିଆସିଲି ଦ୍ଵାରା ତାକୁ ଜଳାଇ ଦିଅନ୍ତୁ।ଏଥିରୁ ବାହାରୁ ଥିବା ଧୁଆଁ ମଶା ମାନଙ୍କୁ ଦୂର ରେ ରଖିବ।ଆପଣ ବଳି ପଡ଼ିଥିବା ତେଲ କୁ ଏକ ଦୀପ ରେ ବଳିତା ସାହାଯ୍ୟ ରେ ମଧ୍ୟ ଜଳାଇ ପାରିବେ।ଏହା ଦ୍ଵାରା ବି ମଶା ମାନେ ଆପଣଙ୍କ ଘରେ ପଳାଇବେ।

Leave a Reply

Your email address will not be published. Required fields are marked *