September 30, 2023

Odia Express

News For Public

ଦେଖନ୍ତୁ, ଯେତେବେଳେ ରୋହିତ ପନ୍ତଙ୍କୁ ୱିକେଟ୍ ପଛରେ ଏତେ କଥା କାହିଁକି କହୁଚ ପଚାରିଥିଲେ, ସେତେବେଳେ ଉତର ଶୁଣିଲେ ସମସ୍ତେ ହସି ହସି ବେଦମ ହେଇଥିଲେ..

ସାଙ୍ଗମାନେ ଆପଣ ଯଦି ରିଷଭ ପନ୍ତଙ୍କୁ ଶ୍ରେଷ୍ଠ ଖେଳାଳି ମାନନ୍ତି ତେବେ ଏହି ପାରଗ୍ରାଫକୁ ପୁରା ପଢନ୍ତୁ।ସାଙ୍ଗମାନେ ଭାରତ ଏବଂ ଇଂଲଣ୍ଡ ଟିମ ଭିତରେ ଖେଳାଯାଇଥିବା ୪ ମ୍ୟାଚ ଟେଷ୍ଟ ସିରିଜକୁ ଜିତି ଭାରତୀୟ ଟିମ ଇତିହାସ ତିଆରି କରିଛି।କିନ୍ତୁ ଏହି ଟେଷ୍ଟ ସିରିଜ ଜିତିବାରେ ମୁଖ୍ୟ ଭୂମିକା ଥିଲା ରିଷଭ ପନ୍ତଙ୍କର।ଏହି ପୁରା ସିରିଜରେ ତାଙ୍କର ଜୋରଦାର ବ୍ୟାଟିଙ୍ଗ ଏବଂ ଉଇକେଟ କିପିଙ୍ଗ ସଭିଙ୍କୁ ବହୁତ ଖୁସି କରାଇଥିଲା।ସିରିଜ ଜିତିବାପରେ ଯେତେବେଳେ ପନ୍ତଙ୍କ ଉଇକେଟ ପଛରୁ ଜୋରରେ ପାଟିକରିବା ପାଇଁ ରୋହିତ ଶର୍ମା ପ୍ରଶ୍ନ କରିଥିଲେ ତେବେ ତାଙ୍କ ଉତର ଶୁଣି ସମସ୍ତେ ହସିଉଠିଥିଲେ।ଆପଣଙ୍କୁ କଣ ଲାଗୁଛି ଉଇକେଟ ପଛରେ କିଏ ସବୁଠାରୁ ବେଶି ମଜା କରନ୍ତି?ମହିନ୍ଦ୍ରସିଂ ଧୋନି ନା ରିଷଭ ପନ୍ତ?

ସାଙ୍ଗମାନେ ଟେଷ୍ଟ ସିରିଜ ମଧ୍ୟରେ ଏବଂ ଜିତିବାପରେ କେବଳ ରିଷଭ ପନ୍ତହିଁ ଚର୍ଚ୍ଚାର ବିଷୟ ହୋଇଛନ୍ତି।ଆପଣଙ୍କୁ ଏହା ଜଣାଇବୁ ଯେ ଅଷ୍ଟ୍ରେଲିଆ ଗ୍ରସ୍ତ ପରେ ଇଂଲଣ୍ଡ ଟିମ ବିପକ୍ଷରେ ରିଷଭ ପନ୍ତଙ୍କ ପଦର୍ଶନ ବାସ୍ତବରେ ପ୍ରଶଂସାର ପାତ୍ର।କଥା ବ୍ୟାଟରୁ ବହୁତ ଭଲ ଇନିଂସ ଖେଳିବା ହେଉ କିମ୍ବା ଉଇକେଟ ପଛରୁ ବୋଲରଙ୍କ ସାହାଯ୍ୟ କରିବା ହେଉ ରିଷଭ ପନ୍ତଙ୍କୁ ସର୍ବଦା୧୦ରୁ ୧୦ଅଙ୍କ ହିଁ ଦିଆଯାଇଥାଏ।କେବଳ ଏତିକି ନୁହେଁ।ଚତୁର୍ଥ ଟେଷ୍ଟ ମ୍ୟାଚରେ ଯେତେବେଳେ ଭାରତୀୟ ଟିମ ହରିବାକୁ ଯାଉଥିଲା ସେତେବେଳେ ରିଷଭ ପନ୍ତ ୧୦୧ରନ କରି ନା ଖାଲି ଟିମକୁ ସମ୍ଭାଳିଥିଲେ ଏବଂ ଏହାସହିତ ଟିମକୁ ୩୬୫ରନ ପର୍ଯ୍ୟନ୍ତ ନେଇଯାଇଥିଲେ ଯାହାକି ଭାରତ ଜିତିବାପାଇଁ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

କିନ୍ତୁ ସାଙ୍ଗମାନେ ରିଷଭ ପନ୍ତଙ୍କ ବ୍ୟାଟିଙ୍ଗ ଏବଂ ଉଇକେଟକିପିଙ୍ଗ ଛଡା ଆଉ ଯାହା ଚର୍ଚ୍ଚାରେ ରହିଲା ତାହା ହେଉଛି ତାଙ୍କ ମଜା କରିବାର ଅନ୍ଦାଜ।ସବୁବେଳେ ମଜକରୁଥିବା ରିଷଭ ପନ୍ତ ଉଇକେଟ ପଛରୁ ସବୁବେଳେ ଭାରତୀୟ ଖେଳାଳି ନୁହେଁ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟ ମଜା ବନେଇବାର ନଜରରେ ଆସିଥିଲେ।କେବଳ ଏତିକି ନୁହେଁ ଏକ ସମୟରେ ଅମ୍ପେୟାରଙ୍କ ଠାରୁ ଟଙ୍କା ମାଗିବାର ନଜରରେ ଆସିଥିଲେ ରିଷଭ ପନ୍ତ।ଏବଂ ଯେବେ ଭୁଲରେ ଉଇକେଟ ବେଲ ତାଙ୍କ ଗ୍ଲୋଭସରେ ରହିଯାଇଥିଲା ତେବେ ପୁରା ଟିମର ଖେଳାଳିଙ୍କ ସହିତ ଅମ୍ପେୟାର ମଧ୍ୟ ଚକିତ ହୋଇଯାଇଥିଲେ ବେଲ କୁଆଡେ ଗଲା ବୋଲି।କିନ୍ତୁ ରିଷଭ ପନ୍ତ ସମସ୍ତିଙ୍କୁ ମଜଳିଆ ଅନ୍ଦାଜରେ ଖୁବ ହସାଇଥିଲେ।

ଏକ ଏହିଭଳି ଉତର ରିଷଭ ପନ୍ତ ରୋହିତ ଶର୍ମାଙ୍କୁ ଏବେ ନିଆଯାଇଥିବା ଏକ ସାକ୍ଷାତକାରରେ ଦେଇଥିଲେ।ଏହାର ଉପର ମଧ୍ୟ ଏହିଭଳି ଥିଲା ଯାହାକୁ ଶୁଣି ଆପଣ ମଧ୍ୟ ହସିବାକୁ ଲାଗିବେ।କିନ୍ତୁ ଏହାପୂର୍ବରୁ ଆମେ ଆପଣଙ୍କୁ ଜଣାଇବୁଯେ ରୋହିତ ଶର୍ମା ରିଷଭ ପନ୍ତଙ୍କୁ ସାକ୍ଷାତକାରରେ କଣ ପଚାରିଥିଲେ?ଏବଂ ପନ୍ତଙ୍କ ଉତର କଣ ଥିଲା।ଯରୋହିତ ଶର୍ମା ପନ୍ତଙ୍କୁ ଏହା ପଚାରିଥିଲେଯେ କେଉଁ କାରଣପାଇଁ ରିଷଭ ପନ୍ତ ଉଇକେଟ ପଛରୁ ଏତେ କଣ ପାଇଁ ପାଟିକରନ୍ତି?ଏବଂ ଏହାର କାରଣ କଣ?ଏହି କଥାକୁ ହସିକରି ରିଷଭ ପନ୍ତ ଉତର ଦେଇଥିଲେଯେ ଏହାର କାରଣ ମୋ ମନ କରିଥାଏ ଯେ ମୁଁ ଟିମର ସବୁ ଖେଳାଳିଙ୍କୁ ହସାଉଥାଏ।ଏବଂ ମୁଁ ଏହା ଚାହୁଁଛିଯେ ସମସ୍ତେ କ୍ରିକେଟର ଏହି ଖେଳକୁ ଉପଭୋଗ କରନ୍ତୁ।ଏଥିପାଇଁ ମୁ ଏହିଭଳି କରେ।ରିଷଭ ପନ୍ତ ଏହି ସମୟରେ ସବୁ କ୍ରିକେଟ ପ୍ରେମୀଙ୍କ ପ୍ରିୟପାତ୍ର ବନିଯାଇଛନ୍ତି।

Leave a Reply

Your email address will not be published. Required fields are marked *