September 25, 2023

Odia Express

News For Public

ଚଣା କୁ ଭିଜେଇ ଖାଇବା ଦ୍ବାରା ଆପଣ ଏତେ ଲାଭ ପାଇପାରିବବେ ଯେ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ..

ସାଧାରଣତଃ ଚଣା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେଇଥାଏ।ଏହାକୁ ଆପଣ ଯେକୌଣସି ଉପାୟରେ ଖାଇପାରିବେ।ଏହାକୁ ଅଟା ମାଧ୍ୟମରେ ଖାଆନ୍ତୁ ଅବା ଏହାକୁ ରାତିରେ ଭିଜେଇ ସକାଳୁ ଖାଆନ୍ତୁ ଏହା ଆପଣଙ୍କୁ ଶକ୍ତି ଦେଇଥାଏ।ଏହାକୁ ଆପଣ ଯେକୋୖଣସି ଉପାୟରେ ଖାଇଲେ ମଧ୍ୟ ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ହେଇଥାଏ।ଚଣାରେ କାର୍ବୋହାଇଡ୍ରେଟେଡ଼,କ୍ୟାଲସିୟମ,ଆଇରନ୍ ତଥା ଅନେକ ଭିଟାମିନ୍ସ ଥାଏ।ଏହାର ସେବନ ଦ୍ୱାରା ଆପଣଙ୍କର ସୌନ୍ଦର୍ଯ୍ୟତାରେ ବୃଦ୍ଧି ହେଇଥାଏ।ଏହା ସହ ଆପଣଙ୍କର ବୁଦ୍ଧି ମଧ୍ୟ ତୀକ୍ଷଣ ହେଇଥାଏ।ତେବେ ଆସନ୍ତୁ ଚଣାର ଉପାଦେୟତା ବିଷୟରେ ଆହୁରି ବିସ୍ତୃତ ଭାବେ ଜାଣିବା।

ପ୍ରଥମେ ୨୫ଗ୍ରାମ କଳା ଚଣା ରାତିରେ ଭିଜେଇ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଆପଣଙ୍କର ଡାଇବେଟିସ ଭଲ ହେଇଯାଇଥାଏ।ଗରମ ଚଣାକୁ ସଫା କନାରେ ବାନ୍ଧି ନାକ ଉପରେ ରଖିଲେ ଥଣ୍ଡା ଭଲ ହେଇଯାଏ।ଆପଣ କେବେ ଭାବିଥିଲେ ଯେ ଗରମ ଚଣା ଦ୍ୱାରା ଆପଣଙ୍କର ଥଣ୍ଡା ମଧ୍ୟ ଭଲ ହେଇଯାଇପାରିବ।ମୋଟାପା କମେଇବାକୁ ଆପଣ ପ୍ରତ୍ୟହ ସକାଳ ଜଳଖିଆରେ ଚଣା ଖାଆନ୍ତୁ।ରାତିରେ ଚଣା ଭିଜେଇ ରଖି ଦିଅନ୍ତୁ।ସକାଳେ ଏକ ମୁଠା ଚଣା ଖାଆନ୍ତୁ।

ଯେତେବେଳେ ଚଣା ଅଙ୍କୁରିତ ହେଇଥାଏ ସେତେବେଲେ ଏହା ଆହୁରି ଉପାଦେୟ ହେଇଥାଏ।ଏଥିପାଇଁ ଆପଣଙ୍କୁ ଚଣାକୁ ଅଧିକ ଦିନ ପର୍ଯ୍ୟନ୍ତ ପାଣିରେ ଭିଜେଇ ରଖିବାର ଆବଶ୍ୟକତା ରହିଛି।୩ ବର୍ଷ ପର୍ଯ୍ୟନ୍ତ ଅଙ୍କୁରିତ ଚଣା ଖାଇବା ଦ୍ୱାରା କୁଷ୍ଠରୋଗରୁ ମଧ୍ୟ ଆପଣ ଲାଭ ପାଇପାରିବେ।ଗର୍ଭବତୀ ମହିଳାଙ୍କୁ ଅଧିକ ବାନ୍ତି ଆସୁଥିଲେ ଚୁରା ଯାଇଥିବା ଚଣାର ଛତୁଆ ପିଇବାକୁ ଦିଅନ୍ତୁ ଏହା ଦ୍ୱାରା ତାଙ୍କୁ ଅଧିକ ବାନ୍ତି ଆସିବ ନାହିଁ।ଏହା ସହ ଚଣା ପାଚନ ଶକ୍ତିକୁ ସନ୍ତୁଳିତ କରିବା ସହ ମାନସିକ ଶକ୍ତିକୁ ମଧ୍ୟ ବୃଦ୍ଧି କରେଇଥାଏ।ଏହା ଆମ ଶରୀରର ରକ୍ତ ମଧ୍ୟ ସଫା କରିବାରେ ସହାୟକ ହେଇଥାଏ।ଶୀତଦିନେ ଚଣାରୁ ପ୍ରସ୍ତୁତ ଅଟା ଖାଇବା ଦ୍ୱାରା ଆଜମା ରୋଗ ଭଲ ହେଇଥାଏ।ଏହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହେଇଯିବା ସହ କାଛୁ କୁଣ୍ଡିଆ ଜନିତ ସମସ୍ୟା ମଧ୍ୟ ଦୁର ହେଇଯାଏ।

ଯଦି ଆପଣଙ୍କର ଶ୍ୱାସ ଜନିତ କିଛି ସମସ୍ୟା ରହିଥାଏ ତେବେ ଆପଣ ଚୁରା ହେଇଥିବା ଚଣା ଖାଇବା ସହ ଗରମ କ୍ଷୀରର ସେବନ କରନ୍ତୁ।ଚଣାରେ ମହୁ ମିଶେଇ ପିଇବା ଦ୍ୱାରା ନପୁନସ୍କତା ଦୁର ହେଇଯାଏ।ଚଣା ଗଛର ଶୁଖିଲା ପତ୍ରର ଧୂଆଁ ଦ୍ୱାରା ଆଁମାଶାଇ ପରି ରୋଗ ଭଲ ହେଇଯାଏ।ଚିନି ରଖିଥିବାଆ ପାତ୍ରରେ ଚଣା ଭିଯାଇ ରଖି ଦିଅନ୍ତୁ।ଏହାକୁ ସକାଳୁ ଉଠି ଚୋବାଇ ଖାଆନ୍ତୁ।ଏହା ଦ୍ୱାରା ବୀର୍ଜ୍ୟର ବୃଦ୍ଧି ହେଇଥାଏ।ଚନାକୁ ଚୋବାଇବା ସହ କ୍ଷୀର ପିଇବା ଦ୍ୱାରା ଆପଣଙ୍କର ବୀର୍ଯ୍ୟ ଆହୁରି ମୋଟା ହେଇଥାଏ।କିଛି ଚଣା ଏବଂ କିଛି ଚିନି ଖାଇବା ଦ୍ୱାରା ଆପଣଙ୍କର ଧାତୁପୁଷ୍ଟ ହେଇଯାଏ।ଗୁଡ଼ ଏବଂ ଚଣା ଖାଇବା ଦ୍ୱାରା ମୂତ୍ର ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୁର ହେଇଯାଏ।ଚଣା ଖାଇବା ଦ୍ୱାରା ବାବାଶିର ମଧ୍ୟ ଭଲ ହେଇଯାଏ।ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଦଶକ ପୂର୍ବେ ଚଣା ଏକ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିଲା।ଯଦି ଆପଣ ମଧ୍ୟ ସୁନ୍ଦର ତଥା ସୁସ୍ଥ ରହିବାକୁ ଚାଂହୁଁଛନ୍ତି ତେବେ ଆପଣ ମଧ୍ୟ ଚଣାର ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *