September 25, 2023

Odia Express

News For Public

ଦାନ୍ତ ସମସ୍ୟା ଦୂର କରିବାର ଘରୋଇ ଉପାୟ – ଏହି ଉପାୟ ଗୁଡିକ କରିଲେ ଆପଣ ଦାନ୍ତ ରେ ଥିବା ଅସୁବିଧା ଗୁଡିକ ସମ୍ପୂର୍ଣ ଭଲ ହେଇଯିବ..

ସାଙ୍ଗ ମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଆପଣ କିପରି ଆପଣଙ୍କ ଦାନ୍ତର ସମସ୍ୟା ଦୂର କରିପାରିବେ।ଦାନ୍ତର ଯନ୍ତ୍ରଣା ବହୁତ୍ କଷ୍ଟଦାୟକ ହୋଇଥାଏ।ଯେତେବେଳେ ବି ଆପଣ ଖାଇବା ଖାଇଥାନ୍ତି ତ ତାହାର କିଛି ଅଂଶ ଆମ ଦାନ୍ତର ଥିବା ଛୋଟ ଛୋଟ କଣା ରେ ରହି ଯାଆନ୍ତି।ବିଭିନ୍ନ ପ୍ରକାର ଜୀବାଣୁ ରହିବ ଦ୍ଵାରା ସେମାନେ ଆମେ ଖାଉଥିବା ଖାଦ୍ୟ କୁ ପଚାଇ ଦେଇଥାନ୍ତି ଓ ଆମ ଦାନ୍ତ ରୁ ଦୁର୍ଗନ୍ଧ ବାହାରି ଥାଏ। ତ ଆମକୁ ଏଥିପାଇଁ ଦାନ୍ତ ଓପଡ଼ିବାକୁ ପଡ଼ିଥାଏ।ଆମେ ଦାନ୍ତ ଓପାଡ଼ିବା ଦ୍ଵାରା ଏହା ଆମ ମାଢି ଉପରେ ପ୍ରଭାବ ପକାଇଥାଏ।ଯଦି ଆପଣ ଏଥିପାଇଁ ପେନ୍ କିଲର୍ ଖାଉଛନ୍ତି ତ ଆପଣଙ୍କୁ କିଛି ସମୟ ଆରାମ ମିଳିଥାଏ,କିନ୍ତୁ ଦାନ୍ତ ପୁଣି ସମସ୍ୟା ସୃଷ୍ଟି କରିଥାଏ।ଏହା ପରେ ଆପଣ ଆଉ ଥରେ ପେନ୍ କିଲର୍ ଖାଆନ୍ତି ତ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ବହୁତ୍ ଖରାପ ପ୍ରଭାବ ପକାଇ ଥାଏ।ଅଧିକ ପେନ୍ କିଲର ବ୍ୟବହାର କରିବା ଦ୍ଵାରା ତାହା ଆମ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଇ ଥାଏ।

ଆଜି ମୁଁ ଆପଣ ମାନଙ୍କୁ ଏକ ସମ୍ପୂର୍ଣ୍ଣ ଆୟର୍ବେଦିକ ଉପାୟ କହିବି ଯାହାକୁ ଆପଣ ଯେତେ ଇଚ୍ଛା ସେତେ ପ୍ରୟୋଗ କରିପାରିବେ।ଆପଣ ପ୍ରଥମେ ଏକ ଗିଲାସ ରେ ଗରମ ପାଣି ନେବେ ଓ ସେଥିରେ କିଛି ଫିଟିକିରି ପକାଇ ଦେବେ।ଏହା ଆପଣଙ୍କୁ ଅତି ସହଜରେ ମିଳିଯିବ।ଏହା ପରେ ସେହି ପାଣିକୁ କୁଳୁ କୁଳୁ କରିବେ।ଏହା କରିବା ଦ୍ୱାରା ଆପଣକଂ ଦାନ୍ତ ଭିତରେ ଥିବା ବ୍ୟାକ୍ଟେରିଆ ମାନେ ମରିଯିବେ।ଏହି ପ୍ରକ୍ରିୟା ବହୁତ ପୁରୁଣା କାଳରୁ ବ୍ୟବହାର ହୋଇ ଆସୁଛି।

ଏହା ପରେ ଆପଣ ନେବେ ଏକ ଲେମ୍ବୁକୁ।ଆପଣ ମାନେ ଜାଣିଥିବେ ଯେ ଲେମ୍ବୁରେ ସାଇଟ୍ରିକ୍ ଏସିଡ ଥାଏ,ଏହା ଆପଣଙ୍କ ଦାନ୍ତ ସମସ୍ୟାକୁ ଦୂର କରିଥାଏ।ଆପଣ ୧୦ ରୁ ୧୨ ଥୋପା ଲେମ୍ବୁ ରସ ଏକ ପାତ୍ରରେ ପକାନ୍ତୁ।ଏହା ପରେ ଆପଣ ସେହି ପାତ୍ର ରେ ଚିମୁଟାଏ ଲୁଣ ପକାଇବେ ଯାହା ଆପଣଙ୍କୁ ଅତି ସହଜରେ ମିଳିଯିବ।

ଏହା ପରେ ଆପଣଙ୍କୁ ତୃତୀୟ ଜିନିଷ ଦରକାର ଯାହାକି ଲବଙ୍ଗ।ଲବଙ୍ଗ ଆପଣଙ୍କ ମୁଣ୍ଡ ବିନ୍ଧା ସହିତ ଆପଣଙ୍କ ଦାନ୍ତ ସମସ୍ୟା କୁ ବି ଦୂର କରିଥାଏ।ଆପଣ ଚାରି ପାଞ୍ଚ ଟି ଲବଙ୍ଗ କୁ ଭଲ ଭାବେ ପେଶି ଦିଅନ୍ତୁ। ତା ପରେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ।ଏକ ତୁଳା ସାହାଯ୍ୟ ରେ ଏହି ମିଶ୍ରଣ କୁ ଆପଣଙ୍କ ଦାନ୍ତ ରେ ଲଗାନ୍ତୁ।

ଆପଣ ଏହି ଦୁଇଟି ଉପାୟ ର ପ୍ରୟୋଗ କରନ୍ତୁ।ପ୍ରଥମେ ଆପଣ ପାଣି ଓ ଫିଟିକିରି ଉପାୟ ପ୍ରୟୋଗ କରିବାର ୧୦ ମିନିଟ୍ ପରେ ଦ୍ଵିତୀୟ ଉପାୟ କୁ ପ୍ରୟୋଗ କରିବେ।ଆପଣ ଦେଖିବେ ଏହି ଦୁଇ ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଦାନ୍ତ ର ଯନ୍ତ୍ରଣା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *