June 20, 2024

Odia Express

Here, There and Everywhere

କଳା ସୂତା ବାନ୍ଧିବାର ଫାଇଦା – ରହସ୍ୟ ଜାଣି ଚକିତ ହୋଇଯିବେ – ଜାଣିରଖନ୍ତୁ ଏବେ ଓ ଆପଣ ମଧ୍ୟ ବ୍ୟବହାର କରନ୍ତୁ..

ସାଙ୍ଗ ମାନେ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମ ଅନୁସାରେ ପିଲା ଜନ୍ମ ହେବ ମାତ୍ରେ ତାକୁ କଳା ଟିକା,ବା କଳା ସୂତା ତା ଦେହରେ ବନ୍ଧା ଯାଇଥାଏ।କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହା ପଛରେ କାରଣ କଣ ରହିଛି।ଆମେ ସମୟ ସହିତ ଆଗକୁ ବଢ଼ି ଚାଲିଛନ୍ତି।ଆମେ ପୁରୁଣା ରୀତି ନୀତି ଆଦିକୁ ଭୁଲି ଯାଇଛେ ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ପଡ଼ିଥାଏ।ଆମେ ଯେଉଁ ସମାଜରେ ରହୁଚେ ସେଠାରେ ଲୋକଙ୍କ ମନରେ ଈର୍ଷା ,କ୍ରୋଧ,ଲୋଭ ଆଦି ଗୁଣ ଭାରୀ ରହିଛି।ଆଜି ମୁଁ ଆପଣ ମାନଙ୍କୁ କହିବି କଳା ସୂତା ସହିତ ଜଡିତ ଏମିତି ରହସ୍ୟ ଯାହା ଆପଣଙ୍କ ଜୀବନରୁ ନକରାତ୍ମକ ଜିନିଷ ଦୂର କରିଦେବ।

ସବୁଠୁ ପ୍ରଥମେ ଆପଣ ମାନକୁ କହୁଚି ଯେ କଳା ରଙ୍ଗ ନକରାତ୍ମକ ଶକ୍ତିକୁ ଶେଷ କରିବାର ଶକ୍ତି ରଖିଥାଏ।ଏଥିପାଇଁ ଖରାପ ବଜାରରୁ ବଞ୍ଚିବା ପାଇଁ କଳା ସୂତା ର ବ୍ୟବହାର କରାଯାଇଥାଏ।ଯଦି ଆପଣ ମାନଙ୍କ ଘରେ ଅଶାନ୍ତି,ଝଗଡ଼ା ଆଦି ସୃଷ୍ଟି ହେଉଛି ତ ଏଥିରୁ ବର୍ତ୍ତିବା ପାଇଁ ଆପଣ ଶନିବାର ଦିନ ଶନି ମନ୍ଦିରରେ ୧ ମିଟର କଳା ସୂତା ୧୦୮ ଗଣ୍ଠି ଦେଇ ବନ୍ଧିବେ।ଓ ପ୍ରତି ଗଣ୍ଠି ପକେଇବା ସମୟରେ ଆପଣ ଓଁ ସନିଶ୍ଚରୟ ନମଃ ମନ୍ତ୍ର ଜପିବେ।ଯଦି ଶନି ମନ୍ଦିର ନାହିଁ ତେବେ ଆପଣ ଏହାକୁ ଆପଣକଂ ଘରେ ମଧ୍ୟ କରିପାରିବେ।ଆପଣ ଏହି ସୂତା କୁ ଆପଣଙ୍କ ମୁଖ୍ୟ ଦ୍ଵାର ରେ ବାନ୍ଧି ଦେବେ ଯାହାଦ୍ଵାରା ଆପଣଙ୍କ ଘରୁ ନକରାତ୍ମକ ଶକ୍ତି ଦୂରେଇ ଯିବ।

ଦ୍ଵିତୀୟ ଉପାୟ ଯଦି ଆପଣଙ୍କ ଘରର ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହେଉଛି ତ ଆପଣ ଏକ କଳା ସୂତାକୁ ମନ୍ଦିରରେ ସିନ୍ଦୂର ଦେଇ ଗୋଟିଏ ଦିନ ରଖିଦେବେ।ଓ ତା ପର ଦିନ ଶୁଦ୍ଧ ହୋଇକରି ଏହି ସୂତା କୁ ସଦସ୍ୟଙ୍କ ପାଦରେ ବନ୍ଧିଦେବେ।ଏହା ଦ୍ଵାରା ତାଙ୍କ ପାଖରୁ ନକରାତ୍ମକ ଶକ୍ତି ଦୁରେଇଯିବ।

ତୃତୀୟ ଉପାୟ ଗର୍ଭବତୀ ମହିଳା ମାନଙ୍କୁ ଅଧିକ ନଜର ଲାଗିଥାଏ।ଏହାର ପ୍ରଭାବ ତାଙ୍କ ଛୁଆ ଉପରେ ମଧ୍ୟ ପଡିଥାଏ।ଏଥିପାଇଁ ଆପଣ ଏକ କଳା ସୂତାକୁ ସେହି ମହିଳାଙ୍କ ଦେହରେ ଗୋଡ଼ରୁ ମୁଣ୍ଡ ଯାଏ ମାପିଦେବେ। ତା ପରେ ଏହାକୁ ନଦୀରେ ବିସର୍ଜିତ କରିଦିଅନ୍ତୁ।

କଳା ସୂତାରେ ରୁଦ୍ରାକ୍ଷ ଲଗାଇ ତାକୁ ମଣି ବନ୍ଧରେ ପିନ୍ଧା ଗଲେ ତାହା ଅଧିକ ଲାଭ ଦାୟକ ହୋଇଥାଏ।ପୁରୁଣା କଳା ସୂତା କୁ ସର୍ବଦା ଅଶ୍ୱତ୍ଥ ବୃକ୍ଷ ର ମାଟି ତଳେ ଅଥବା ନଦୀରେ ବିସର୍ଜନ କରିଦିଅନ୍ତୁ।ଅନ୍ୟଥା ଅନେକ ଲୋକ ଏହି କଳା ସୂତା ଦ୍ବାରା କଳା ଯାଦୁ ମଧ୍ୟ ପ୍ରୟୋଗ କରି ପାରନ୍ତି।ଯଦି ଆପଣ ପାଦର ବୁଢ଼ା ଆଙ୍ଗୁଠି ରେ କଳା ସୂତା ପିନ୍ଧୁଛନ୍ତି ତ କଳା ଯାଦୁର ପ୍ରଭାବ କମ୍ ହେବ।ଏହି ସୂତାକୁ ଆପଣ ନିଜେ ଆଣିକି ପିନ୍ଧନ୍ତୁ।

Leave a Reply

Your email address will not be published. Required fields are marked *