April 11, 2024

Odia Express

News For Public

କୁମ୍ଭରାଶି ଲୋକଙ୍କର ଜୀବନର ସତ୍ୟତା,ଅଭ୍ୟାସ, ପ୍ରେମ,ସ୍ୱଭାବ, ଗୁଣ ଓ ଅବଗୁଣ ବିଷୟରେ ଜାଣିବା..

ନମସ୍କାର ବନ୍ଧୁଗଣ,କୁମ୍ଭରାଶିର ମାଲିକ ଶନିଦେବ ଅଟନ୍ତି।ଏମାନଙ୍କ ଜୀବନରେ ଶନିଦେବଙ୍କର ମହତ୍ତ୍ୱ ଅଧିକ ଥାଏ।ଏହି ରାଶି ନେତୃତ୍ବର ରାଶି ଅଟେ ଏମାନେ ସମସ୍ତଙ୍କୁ ନେଇ ମିଶି ଚାଲନ୍ତି।ଏମାନଙ୍କର ବହୁତ କମ ବନ୍ଧୁ ଥାଆନ୍ତି ଯିଏକି ପ୍ରକୃତରେ ଆପଣଙ୍କର ନିକଟତର ହୋଇଥାନ୍ତି।କାରଣ ଏମାନଙ୍କ ନିଜ ଲୋକ ଏମାନଙ୍କୁ ଧୋକା ଦିଅନ୍ତୁ।ତେଣୁ ସବୁବେଳେ ଧ୍ୟାନ ରଖି ପଦକ୍ଷେପ ନେବାକୁ ହେବ।ଏମାନେ ସମାଜର ବଡ ବର୍ଗର ଲୋକଙ୍କୁ ପ୍ରଭାବିତ କରନ୍ତି।ଏବଂ ଯେକୌଣସି କ୍ୟାରିଅର ବାଛନ୍ତୁ ସେଥିରେ ସମସ୍ତଙ୍କୁ ପ୍ରଭାବିତ କରିଥାନ୍ତି।ଏମାନଙ୍କୁ ବହୁତ ଲୋକ ଫଲୋ କରନ୍ତି।

ଏମାନେ ବହୁତ ବେପରୁଆ ହୋଇଥାନ୍ତି।ଏଥିପାଇଁ ଏମାନେ ବେଳେବେଳେ ଭଲ ସୁଯୋଗକୁ ମଧ୍ୟ ହରାଇଦିଅନ୍ତି।ଏହା ସହିତ ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।ଏମାନେ ୩୦ରୁ ଅଧିକ ବର୍ଷ ହେବା ପରେ ଅଧିକ ସଫଳ ହୁଅନ୍ତି।ଏଥିପାଇଁ ଆପଣ ଶିବ ଭଗବାନଙ୍କ ପୂଜା କରନ୍ତୁ ଶୁଭଫଳ ମିଳିବ।ଅଳସୁଆ ବେପରୁଆ ହେବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ।ତେଣୁ ଏଥିରୁ ବଞ୍ଚନ୍ତୁ।ଆପଣ ଭଲ କଥାବାର୍ତ୍ତା କରନ୍ତି ଲୋକ ଆପଣଙ୍କ ସହ କଥା ହୋଇ ଆନନ୍ଦ ପାଆନ୍ତି।ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ କରନ୍ତି ନାହିଁ ବହୁତ ସାଧାରଣ ଜୀବନ କାଟନ୍ତି।ଏହାର ଲୋକମାନେ ବେଳେବେଳେ ଫାଇଦା ଉଠାନ୍ତି।ଏବଂ ଆପଣଙ୍କ ଭାବନା ଆଘାତ ପାଏ।ଆପଣ ଚାହାନ୍ତି କି ଆପଣଙ୍କ ଜୀବନ ଶାନ୍ତିରେ କଟୁ।କିନ୍ତୁ ଏପରି ସମ୍ଭବ ନୁହେଁ।

ଆପଣ ବୁଦ୍ଧିକୁ ଅଧିକ ମହତ୍ଵ ଦେଇଥାନ୍ତି।ଆପଣ ସବୁଗୁଣରେ ଭଲ ଓ ଆପଣଙ୍କ ଶବ୍ଦରେ ଝଡ ସୃଷ୍ଟି କରିବାର ଶକ୍ତି ଥାଏ।ଆପଣଙ୍କର ଦୁର୍ବଳତା ହେଉଛି ଆପଣ ବେଳେବେଳେ ଭାବବିହୁଳ ହୋଇଯାନ୍ତି।ଆପଣ ଚାହାନ୍ତୁ କି ନାଚହାନ୍ତୁ ହେଲେ ଆପଣ ଖରାପ ସଙ୍ଗ, ଖରାପ କାମ ଇତ୍ୟାଦି କରିଦିଅନ୍ତି।ଏଥିରୁ ବଞ୍ଚନ୍ତୁ ନାହେଲେ ଆପଣ ଅସୁବିଧାରେ ପଡିବେ କାରଣ ଆପଣଙ୍କର ଶନିଦେବଙ୍କର ରାଶି ଅଟେ।

ଆପଣ ସ୍ୱାର୍ଥ ପାଇଁ ପ୍ରେମ କରନ୍ତି ନାହିଁ।ଆପଣଙ୍କ ପ୍ରେମ ସୁଖମୟ ହୋଇଥାଏ।ଆପଣ ଭଲଭାବରେ ଭାବିଚିନ୍ତି ପ୍ରେମ କରନ୍ତି।ଏଠାରେ ଆପଣ ସମାନତା ଉପରେ ବିଶ୍ୱାସ ରଖନ୍ତି।ଏମାନଙ୍କ ମନରେ କିଛି କଥା ଆସିଯାଏ ଯାହା ଭବିଷ୍ୟତରେ ଘଟିବ।ଏମାନେ ମଜଳିଆ ହୋଇଥାନ୍ତି।ବନ୍ଧୁମାନଙ୍କ ସହ ସମୟ ବିତାଇବାକୁ ଭଲ ଲାଗେ।ନୂଆ ନୂଆ ଜିନିଷ ଶିଖିବା ଓ ଖୋଲାମନରେ ଜିନିଷକୁ ପ୍ରାପ୍ତ କରିବା, ନିଜ ପ୍ରେମୀ ପ୍ରତି ବହୁତ ବିଶ୍ୱସ୍ଥ ହୋଇଥାନ୍ତି।ସ୍ୱତନ୍ତ୍ର ହୋଇଥାନ୍ତି।କେବେକେବେ ବ୍ୟସ୍ତତାକୁ ନେଇ କିଛି ଜିନିଷରେ ଫସି ଯାଆନ୍ତି।ଏମାନଙ୍କ ପାଇଁ ସବୁଠୁ ଶୁଭ ନାମର ଲୋକ ହେଉଛନ୍ତି, କ,ଶ, ଅ ଓ ର ନାମର ବ୍ୟକ୍ତି ଅଟନ୍ତି। ଏମାନଙ୍କ ସାଥ ଆପଣଙ୍କୁ ଦୁଇଗୁଣ ପ୍ରଗତି ଦେବ।ଆପଣ ଚାହିଁଲେ ଏହି ନାମରେ ବ୍ୟବସାୟ କରିପାରନ୍ତି, ଆପଣ ଯେକୌଣସି କାମ କଲେ ତାର ନାମ ଏହି ଅକ୍ଷରରୁ ଆରମ୍ଭ କରିପାରିବେ।ଏବଂ ସବୁଠୁ ଭାଗ୍ୟଶାଳୀ ଅକ୍ଷର ହେଉଛି ଯାହା ଆପଣଙ୍କୁ ଜୀବନରେ ସଫଳତା ଦେବ ତାହା ହେଉଛି ‘ଅ’।ଆପଣଙ୍କ ବୈବାହିକ ଜୀବନ ମଧ୍ୟ ବହୁତ ଭଲ ଥାଏ କେବେବି ଭାଙ୍ଗେନାହିଁ।

ଆପଣଙ୍କ ପାଇଁ ଶୁଭ ରାଶି ଯାହା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ଦେବ ଯିଏ ଆପଣଙ୍କୁ ବହୁତ ଭଲ ପାଆନ୍ତି ସେ ହେଉଛନ୍ତି,ମକର ରାଶି, ବୃଷ ରାଶି, ବିଛା ରାଶି ଓ ତୁଳା ରାଶି।ଏହା ଆପଣଙ୍କର ମିତ୍ର ରାଶି ଅଟେ।ଏମାନଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହେ।ଆପଣ ପ୍ରତିଦିନ ସକାଳେ ଏକ ଲୋଟା ଜଳରେ ହଳଦୀ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ଆପଣଙ୍କ ବୈବାହିକ ଜୀବନର ସମସ୍ୟା ଦୂର ହେବ।ଏହା ଥିଲା ଆପଣଙ୍କ ବ୍ୟକ୍ତିତ୍ୱ ,ପ୍ରେମଜୀବନ ବିଷୟରେ ବିବରଣୀ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *