June 19, 2024

Odia Express

News For Public

ଏବେବି ସମୟ ଅଛି ଜାଣିନିଅନ୍ତୁ କୁମ୍ଭ ରାଶିର ବ୍ୟକ୍ତିମାନେ କଣ ହେବ ଆସନ୍ତା ଏପ୍ରିଲ ଏବଂ ମେ ଓ ଜୁନ ମାସରେ ଆପଣଙ୍କ ଭାଗ୍ୟ – ଏହି ବଡ ଖବର ମିଳିପାରେ ଆପଣଙ୍କୁ..

କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଏହି ମାସ ଗୁଡିକରେ ଆକସ୍ମିକ ଭାବରେ ନହଉଥିବା କାମ ଗୁଡିକ ହୋଇଯିବ।କର୍ମରେ ସଫଳତା ମିଳିବ।ଜୀବନରେ ବହୁତ ଆଗକୁ ଯିବେ।ରାହୁର ପ୍ରଭାବ ରହିବ।ସେଥିପାଇଁ କର୍ମ କ୍ଷେତ୍ରରେ ଉପର ତଳ ନିହାତି ଲାଗିରହିବ।ଆପଣଙ୍କ ମନ କାମରେ ଲାଗିବନି।କାମରେ ମନ ଲାଗିବନି।ଆପଣ ଏପରି କାମ କରନ୍ତୁନି ଯେପରିକି ଆପଣଙ୍କ ଆଡକୁ କେହି ଆଙ୍ଗୁଠି ଉଠାଇ କଥା କହିବ।୬ ଏପ୍ରିଲରୁ ବୃହସ୍ପତି ଆପଣଙ୍କ ରାଶିରେ ଆସିବାରୁ ଆପଣ ବହୁତ ଦୁରଦୃଷ୍ଟିରେ ଚିନ୍ତା କରିବାକୁ ଲାଗିବେ।

ଆପଣଙ୍କ ଅନୁଭବ ଆପଣଙ୍କୁ ସଠିକ ମାର୍ଗ ଦେଖାଇବ।ଆପଣ ସଠିକ ନିର୍ଣ୍ଣୟ ଠିକ ସମୟରେ ନେବେ।୧୪ ଏପ୍ରିଲରୁ ସୂର୍ଯ୍ୟ ରାସି ପରିବର୍ତ୍ତନ କରିବା ହେତୁ ଆପଣଙ୍କ ସାହସ ବୃଦ୍ଧି ହେବ।ଏବଂ ଧୀରେଧୀରେ ଜୀବନରେ ସୁଧାର ଆସିବ।ଯେମିତି କୌଣସି ଷଡଯନ୍ତ୍ରରେ ଫସିନଯାନ୍ତି ସେଥିପ୍ରତି ଧ୍ୟାନ ଦେବେ।

କାହାଉପରେ ଅଧିକ ବିଶ୍ୱାସ କରିବେନି।୧୪ ଅପ୍ରିଲରୁ ମଙ୍ଗଳର ରାଶି ପରିବର୍ତ୍ତନ ପାଇଁ ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ।ଧନର ପ୍ରାପ୍ତି ହେବ।ପ୍ରଥମେ ପ୍ରଥମେ ଧନର ପ୍ରାପ୍ତି ନହୋଇପାରେ।କିନ୍ତୁ ଧୀରେ ଧୀରେ ଦିନ ବଢିବା ସହ ଧନର ପ୍ରାପ୍ତି ହବାକୁ ଲାଗିବ।କିଛି ପରିମାଣରେ ଖର୍ଚ୍ଚରେ ପଡିବେ।କିନ୍ତୁ କୌଣସି ଅସୁବିଧା ହେବ ନାହିଁ।ଆପଣଙ୍କ ବ୍ୟାଙ୍କ ବଲାନ୍ସ ସଠିକ ରହିବ।ସରକାରୀ ଚାକିରୀ ମିଳିବାର ସୁଯୋଗ ରହିଛି।କୌଣସି କାମ ଯଦି ଅଟକି ରହିଥିବା ତେବେ ତାକୁ ପୁରଣ କରନ୍ତୁ।

ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ସମ୍ବନ୍ଧରେ।ଆପଣଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ରହିପାରେ।ଆପଣଙ୍କ ପେଟରେ ଅସୁବିଧା ହୋଇପାରେ।ପ୍ରାୟତଃ ଗ୍ୟାସ ହୋଇପାରେ।ପେଟରେ ଜଳନ ହୋଇପାରେ।ତେଣୁ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ରହିବ।ବୈବହିକ ଜୀବନ ଆପଣଙ୍କ ଖୁସିରେ କଟିବ।ଏହି ମାସରେ ବିବାହ ବନ୍ଧନରେ ବାନ୍ଧି ହବା ପାଇଁ ଚାହିଁବେ।ମଝିରେ ମଝିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ।

କୌଣସି କଥାରେ ଜିଦ କରନ୍ତୁନି ନଚେତ ସମ୍ପର୍କ ଭାଙ୍ଗିଯାଇପାରେ।ପାରିବାରିକ ଜୀବନରେ ଖୁସି ଅଛି।ମଝିରେ ମଝିରେ ଛୋଟ ଛୋଟ ସମସ୍ୟା ଆସିପାରେ। ଆପଣଙ୍କୁ ସେ ସମୟରେ ଲାଗିବକି ଆପଣଙ୍କ ମା ବଦଳିଯାଉଛନ୍ତି ବୋଲି।ଆପଣ ମାଙ୍କ ଉପରେ ଚିଡଚିଡ଼ ହେବେ।ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ଭଲ ରହିବନି। ଆପଣଙ୍କ ମାଙ୍କ ଉପରେ ଖରାପ ପ୍ରଭାବ ରହିଛି।ଭାଇ ଭଉଣୀଙ୍କ ଠାରୁ ଖୁସି ମିଳିବ।

କିଛି ନା କିଛି କାରଣରୁ ସ୍ୱତଃ କଳିଝଗଡ଼ା ହୋଇପାରେ।ଏପରି ହବାକୁ ରୋକନ୍ତୁ।ସାବଧାନ ରୁହନ୍ତୁ।ଘର ଓ ପରିବାରକୁ ସୁନ୍ଦର ବନେଇବାକୁ ଚେଷ୍ଟା କରନ୍ତୁ।ଯଦି ଆପଣ ଚାନହୁଛନ୍ତି ଯେ ଆପଣଙ୍କ ଏପ୍ରିଲ ମାସଟି ଭଲରେ କଟୁ ତାହେଲେ ଦିନର ଆରମ୍ଭ ହନୁମାନ ଚାଲିସା ଜପରେ ହିଁ ଆରମ୍ଭ କରନ୍ତୁ।ଯଦି ସମ୍ଭବ ହୁଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କ ଦର୍ଶନ କରନ୍ତୁ।ଶନିବାର ଦିନ ତାଙ୍କ ପାଖରେ ଦୀପ ଜଳାନ୍ତୁ।କୁମ୍ଭ ରାଶିର ମୁଖ୍ୟ ହେଉଛନ୍ତି ଶନିଦେବ।ତେଣୁ ପ୍ରତି ଶନିବାର ଦିନ ତାଙ୍କର ଉପାସନା କଲେ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।ଯାହାଦ୍ୱାରା ଆପଣଙ୍କ ଦିନ ମଙ୍ଗଳରେ ବିତିବ।

Leave a Reply

Your email address will not be published. Required fields are marked *