ଶ୍ରୀକୃଷ୍ଣ କହନ୍ତି କି ଯଦି ଆପଣଙ୍କୁ ଏହି ଜିନିଷ ଦିଏ ତାହେଲେ କେବେବି ମନା କରନ୍ତୁ ନାହିଁ – ଜାଣନ୍ତୁ ରହସ୍ୟ..

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମଣିଷକୁ ଜୀବନରେ ବହୁତ ଅତ୍ୟାବଶ୍ୟକ ଅବସର ମିଳିଥାଏ ଅଥବା ତା ଜୀବନରେ ଭଲ ସମୟ ଆସିବ ପୁର୍ବରୁ କିଛି ତାକୁ କିଛି ଗୁରୁତ୍ୱପୂର୍ଣ୍ଣ ସଙ୍କେତ ମଧ୍ୟ ମିଳିଥାଏ କିନ୍ତୁ ବହୁତ ଥର ମଣିଷ ଏହି ସମୟକୁ ନା କହିଦିଏ ଯାହାଦ୍ୱାରା ତାହା ପାଖକୁ ଆସିଥିବା ଭାଗ୍ୟ ବି ଫେରି ପଳାଏ।ମନୁଷ୍ୟର ଫଳ ତାକୁ ଯେମିତି ହେଲେବି ମିଳିଥାଏ କିନ୍ତୁ ଯେମିତି କୁହାଯାଇଛି କି ସେହି ଫଳକୁ ପାଇବା ପାଇଁ ମଧ୍ୟ ପୁରୁଷତ୍ତ୍ୱର ଆବଶ୍ୟକ ହେଇଥାଏ।ପୂର୍ବ ଜନ୍ମର ଫଳ ଅନୁଯାଇ ଯଦି ମନୁଷ୍ୟକୁ ଏହି ଜନ୍ମରେ ଖଜଣା ବି ମିଳିଯାଏ ତାହେଲେ ତାକୁ ପାଇବା ପାଇଁ ମଧ୍ୟ ମଣିଷକୁ ପୁରୁଷାର୍ଥର ଆବଶ୍ୟକ ପଡିଥାଏ କିନ୍ତୁ ମଣିଷ ବହୁତଥର ଏଥିରୁ ବଂଚିତ ହେଇଯାଏ।
ଆଜି ଆମେ ଆପଣଙ୍କୁ କିଛି ଏମିତି ଶୁଭ ସଂକେତ ବିଷୟରେ କହିବୁ।ଯେବେବି ଆପଣଙ୍କୁ ଏମିତି ସଂକେତ ମିଳେ ତାହେଲେ ତାକୁ କେବେବି ମନା କରିବା ଉଚିତ ନୁହଁ।ଏହା ଆପଣଙ୍କ ପୁଣ୍ୟ କାରଣରୁ ହି ମିଳିଥିବା ଫଳ ଅଟେ।କେତେଥର ମଣିଷ ଫଳ ପାଖକୁ ଆସିକି ମଧ୍ୟ ହାର ମାନିନୀଏ ଏବଂ ବଡ ସଫଳତରୁ ବଂଚିତ ହେଇଯାଏ।ଏଥିପାଇଁ ଆସନ୍ତୁ ଜାଣିବା ଏମିତି କଣ ଜିନିଷ ଅଛି ଯାହାକୁ ନବାରେ କିମ୍ବା ଦେବାରେ କେବେବି ନ କହିବା କଥା ନୁହଁ।ସବୁଠୁ ପ୍ରଥମ ଜିନିଷ ହେଉଛି ଇଶ୍ୱରଙ୍କ ପୂଜାର ପ୍ରସାଦ।ଯଦି ଆପଣ ଅଚାନକ କୌଣସି ମନ୍ଦିରକୁ ଯାଆନ୍ତି ଏବଂ ଆପଣଙ୍କୁ କେହି ପ୍ରସାଦ ଦବାକୁ ଚାଲିଆସିଥାଏ ତେବେ ସେହି ପ୍ରାସାଦକୁ କେବେବି ମନା କରିବା କଥା ନୁହଁ।ସେହି ଦିବ୍ୟ ପ୍ରସାଦ ଆପଣଙ୍କ ଭାଗ୍ୟ ବଦଳେଇବାର ସାମର୍ଥ୍ୟ ରଖିଥାଏ।ଇଶ୍ୱର ଆପଣଙ୍କୁ କିଛି କାରଣବସତ ହି ସେହି ପ୍ରସାଦ ଗ୍ରହଣ ପାଇଁ ଆମନ୍ତ୍ରିତ କରିଛନ୍ତି।ପ୍ରାସାଦର ମାଧ୍ୟମରେ ହି ଇଶ୍ୱର ଅପଣଙ୍କ ମନୋକାମନା ପୁର୍ଣ କରିବେ।ଏଥିପାଇଁ ଯେବେବି ଆପଣଙ୍କୁ ଇଶ୍ୱରଙ୍କ ପ୍ରସାଦ ପ୍ରାପ୍ତ ହୁଏ ତାହେଲେ ତାକୁ କେବେବି ମନା କରିବା କଥା ନୁହେଁ।
ଦ୍ୱିତୀୟ ହେଉଛି ଆକସ୍ମିକ ଧନ।ବନ୍ଧୁଗଣ ଆପଣଙ୍କୁ ଯଦି କୌଣସି ବ୍ୟକ୍ତି ଦ୍ୱାରା କେବେବି ଧନର ପ୍ରାପ୍ତି ହୁଏ ତାହେଲେ ସେହି ଧନକୁ ନେବାରେ ସଂକୋଚ କରିବା କଥା ନୁହଁ ଅଥବା ବଡ ବ୍ୟକ୍ତିଙ୍କ ଠାରୁ ଯେବେବି ଧନର ପ୍ରାପ୍ତି ଘଟେ ତାକୁ ନବାରେ କେବେବି ଲାଜ କରିବା ଉଚିତ ନୁହଁ।ଏହାର ଅର୍ଥ ହେଉଛି ଲଷ୍ମୀଙ୍କୁ କେବେବି ନା କରିବା କଥା ନୁହଁ।ଆକସ୍ମିକ ମିଳୁଥିବା ଧନ ଅଳ୍ପ ହେଉନା କାହିଁକି ତାହା ଅପଣଙ୍କ ଭାଗ୍ୟର ଦ୍ୱାରା ଖୋଲିଦେଇଥାଏ।ଆକସ୍ମିକ ଆସିଥିବା ଲଷ୍ମୀ ବ୍ୟକ୍ତିର ପୂର୍ବ ଜନ୍ମର ଫଳ ହେଇଥାଏ।ଏଥିପାଇଁ ଯଦି ଆପଣଙ୍କୁ କାହାଠାରୁ ଧନର ପ୍ରାପ୍ତି ହେଉଛି ତାହେଲେ ତାକୁ ନବାରେ ସଂକୋଚ କରନ୍ତୁ ନାହିଁ।
ତୃତୀୟ ହେଉଛି ଆଶୀର୍ବାଦ।ଆଜିକାଲି ପିଢ଼ିରେ ଏହା ଦେଖାଯାଉଛି କି ସେମାନେ ତାଙ୍କଠୁ ବଡ ଲୋକଙ୍କ ଠାରୁ ଆଶୀର୍ବାଦ ନବାରେ ସଂକୋଚ କରନ୍ତି ଅଥବା ତାଙ୍କୁ ଲାଜ ଲାଗିଥାଏ ପରନ୍ତୁ ଏହା କରିବା ସବୁବେଳେ ଅନୁଚିତ ଅଟେ।ବଡ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଆଣିବାରେ କେବେବି ସଂକୋଚ କରନ୍ତୁ ନାହିଁ।ତାଙ୍କ ଚରଣ ସ୍ପର୍ଶ କରି ତାଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ।ଖାସକରି କୌଣସି ମହତ୍ୱପୂର୍ଣ୍ଣ କାମରେ ଯିବା ପୂର୍ବରୁ ବଡଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ ଆପଣଙ୍କୁ ସେହି କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ।
ଚତୁର୍ଥ ହେଉଛି ଗୌମତା।ବନ୍ଧୁଗଣ ସବୁଠୁ ଗୁରୁତ୍ୟପୁର୍ଣ କଥା ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି ଅପଣଙ୍କ ଦ୍ୱାର ପାଖକୁ ଆସିଥିବା ଗୌମତାଙ୍କୁ କେବେବି ନା କହିବେ ନାହିଁ ତାଙ୍କୁ ରୋଟି ନଖୁଆଇ କେବେବି ଛାଡ଼ନ୍ତୁ ନାହିଁ।ଏହା ଅପଣଙ୍କ ଦୁର୍ଭାଗ୍ୟର କାରଣ ହେଇଥାଏ।ଦ୍ୱାରାକୁ ଆସିଥିବା ଗୌମତା ସୌଭାଗ୍ୟ ନେଇକି ଆସିଥାଏ।
ପଞ୍ଚମ ହେଉଛି ଭିକ୍ଷୁକ।ଅପଣଙ୍କ ଦ୍ୱାରକୁ କୌଣସି ସନ୍ୟାସୀ ଅଥବା ସାଧୁ ଆସେ ତାହେଲେ ତାଙ୍କୁ ବ ନା କହିବା ପାପ ମନାଯାଇଛି।ଦ୍ଵାରକୁ ଆସିଥିବା ସାଧୁଙ୍କ ଉଚିତ ସମ୍ମାନ କରିବା ଆବଶ୍ୟକ ଅଟେ।ତାଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଦାନ କରି ବିଦା କରିବା ଉଚିତ କିନ୍ତୁ ତାଙ୍କୁ ନା କହିକି ତାଙ୍କ ଅପମାନ କରିବା ଉଚିତ ନୁହଁ। ଏହା ହେଉଛି ସେହି ପାଞ୍ଚଟି କଥା ଯାହାକୁ ମଣିଷ କେବେବି ମନା କରିବା ଉଚିତ ନୁହେଁ।