September 25, 2023

Odia Express

News For Public

ଯେତେବେଳେ ଭଗବାନ ଜଗନ୍ନାଥ କାଞ୍ଚିରୁ ଓଡିଶା ନେଇ ଆସିଥିଲେ ମାଆ ତାରିଣୀଙ୍କୁ – ପଢନ୍ତୁ ଏହି ସୁନ୍ଦର କିମ୍ବଦନ୍ତୀ ବିଷୟରେ..

ନମାସ୍କର ସାଙ୍ଗମାନେ।ଆଜି ଆମେ ଜାଣିବା ଘଟଗାଁରେ ଥିବା ତାରିଣୀ ମନ୍ଦିର ବିଷୟରେ।ଏହି ତାରିଣୀ ମନ୍ଦିର ଓଡ଼ିଶାରେ ଥିବା କେନ୍ଦୁଝର ଜିଲ୍ଲାର ଘଟଗାଁରେ ଅବସ୍ଥିତ।ଏହି ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରିଥିଲେ।ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶ କ୍ରମେ ମାତା ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁ ଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହୋଇପାରିଥିଲା।ମାଆ ତାରିଣୀଙ୍କ ଠାରେ ମାନସିକ କଲେ ତାହା ନିଶ୍ଚୟ ରୂପରେ ପୁରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି।ମା ଦୁର୍ଗା ଦଶ ଭୁଜା ଅଟନ୍ତି।ଏବଂ ମା ଦୁର୍ଗା ଚତୃ ଭୁଜା ଅଟନ୍ତି।ମାଆ ତାରିଣୀଙ୍କ ଚାରି ହାତରୁ ବାମ ପାର୍ଶ୍ୱ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି।ବାମ ପାଖ ତଳ ହସ୍ତରେ ତ୍ରିଶୂଳ ଧାରଣ କରିଛନ୍ତି।ସେହିପରି ଦକ୍ଷିଣ ହସ୍ତ ଉପର ହସ୍ତରେ ସେ ଖଡ଼ଗ ଧାରଣ କରିଥିବା ବେଳେ ତଳ ହସ୍ତ ଶୂନ୍ୟ ଥାଏ।ଏହି ହସ୍ତରେ ମା ତାରିଣୀ ତାଙ୍କ ଭକ୍ତମାନଙ୍କୁ ଅଶ୍ରୀବଦ କରନ୍ତି।କିନ୍ତୁ ତାଙ୍କ ପ୍ରତ୍ୟକ ମୂର୍ତି ଏବଂ ଚିତ୍ରରେ ଏହି ସବୁ ହସ୍ତ ନଥାଏ।ଚିତ୍ରକର ମାନେ ନିଜ ନିଜ ପସନ୍ଦ ଅନୁଯାୟୀ ଭିନ୍ନଭିନ୍ନ ଅସ୍ତ୍ରରେ ମାଆଙ୍କୁ ସଜିତ କରାଇ ଥାନ୍ତି।

ପୁରାଣରେ ମା ତାରିଣୀଙ୍କ ଆବିର୍ଭାବକୁ ନେଇ ଏକ କିମ୍ବଦନ୍ତୀ ରହିଛି।ତ୍ରେତୟା ଯୁଗରେ ଭାଗବାନ ରାମଚନ୍ଦ୍ର, ଲକ୍ଷ୍ମଣ ଏବଂ ସୀତାଙ୍କ ବନବାସ ସମୟରେ ଦୁଷ୍ଟ ରାକ୍ଷସ ରାବଣ ସୀତାଙ୍କୁ ହରଣ କରି ନେଇଯିବାପରେ ଭଗବାନ ରାମଚନ୍ଦ୍ର ଶୋକାତୁର ହୋଇ ସର୍ଵଶକ୍ତିମୟୀ ମାଦୁର୍ଗାଙ୍କୁ ଆରାଧନା କରିଥିଲେଏହାପରେ ମା ଦୁର୍ଗା ଶୂନ୍ୟ ବାଣୀ କରିଥିଲେ ବତ୍ସ ମୁ ତୁମ ସଙ୍କଟ ପାଇଁ ତୁମ ଆଗରେ ସଙ୍କଟ ହରିଣୀ ମା ତାରିଣୀଙ୍କ ରୂପ ନେବି।ଏବଂ ତୁମେ ଜଫି ମୋତେ ଦେଖିବାକୁ ଚେଷ୍ଟା କରିବ ତେବେ ମୁ ପାସାଣରେ ପରିଣତ ହେବି।ଏହାପରେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷଣ ଆରାଧନାରେ ମଗ୍ନହେଲେ।ଏବଂ ରାମଚନ୍ଦ୍ର ମାତାଙ୍କ ଉପସ୍ଥିତି ଅନୁଭବ କରିବାପରେ ଯେତେବେଳେ ଚରଣ ସ୍ପର୍ଶ ଉଦେଶ୍ୟରେ ମାତାଙ୍କ ନିକଟକୁ ଗଲେ ସେହିସମୟରେ ଭୁଲରେ ତାଙ୍କର ଚକ୍ଷୁ ଖୋଲିଯାଇଥିଲା।ଏହାପରେ ଦେବୀଙ୍କୁ ସ୍ବ ଚକ୍ଷୁରେ ଦର୍ଶନ କରିଥିଲେ ରାମଚନ୍ଦ୍ର।ଦେବୀ ସ୍ମିତ ହାସ୍ୟ ପୂର୍ବକ ସମସ୍ତ ସଙ୍କଟ ହରଣ କରିବାପରେ ପୂର୍ବ ପରି ପାଷାଣରେ ପରିଣତ ହୋଇଗଲେ।ସେହିଦିନରୁ ମାଆ ଦୁର୍ଗା ତାରିଣୀ ନାମରେ ସର୍ଵଜନ ବିଦିତା।

ଘଟଗାଁରେ ମାଆଙ୍କର ଆବିର୍ଭାବ ସମ୍ପର୍କରେ ଏକ ବର୍ଣନା ରହିଛି।କବୁନ୍ଦୁଝର ପୁରୀ ଗଜପତି ମହାରାଜାଙ୍କର ଏକ ବଡ଼ ଗଡଜାତ ରାଜ୍ୟଥିଲା।ଏହାର ଆଦିମ ଅଧିବାସୀ ଥିଲେ କାନ୍ଧ,ଭୁଇଁଆ,ଜୁଆଙ୍ଗ ଏବଂ ଶବର।କେନ୍ଦୁଝର ଥିଲା ପାହାଡ଼,ପର୍ବତ ଏବଂ ବଣଜଙ୍ଗଲ ପରିପୂର୍ଣ୍ଣ ହିଂସ୍ରଜନ୍ତୁଙ୍କ ବିଚରଣ ସ୍ଥଳୀ।ଯାତାୟାତ ପାଇଁ ରାସ୍ତାଘାଟ ମଧ୍ୟ ନଥିଲା ରାଜ୍ୟ କର୍ମଚାରୀ ମାନେ ଘୋଡା ଏବଂ ହାତୀରେ ଯାତାୟତ କରୁଥିଲେ।ହିଂସ୍ର ଜନ୍ତୁଙ୍କ ଭୟରେ ସାଧାରଣ ଲୋକଙ୍କୁ ଦଳ ବାନ୍ଧି ପାହାଡ଼ ଜଙ୍ଗଲରେ ଯିବାକୁ ପଡୁଥିଲା।ସେତେବେଳେ କେନ୍ଦୁଝରର ରାଜାଥିଲେ ତ୍ରିଲୋଚନ ଭଞ୍ଜ ଏବଂ ତାଙ୍କ ପୁତ୍ର ଥିଲେ ଗୋବିନ୍ଦ ଭଞ୍ଜ।ଗୋବିନ୍ଦ ଭଞ୍ଜ ଯୌବନ ଅବସ୍ଥା ଆସିବା ପୁର୍ବରୁ ଯୁଦ୍ଧ ଏବଂ ଶରୀର ବିଦ୍ୟାରେ ପାରଦର୍ଶିତା ହାସଲ କରିଥିଲେ।ସେତେବେଳେ ପୁରୀର ରାଜା ଥିଲେ ପୁରୁଷୋତ୍ତମ ଦେବ।ସେ ପ୍ରଥମ ଥର କାଞ୍ଚିଯୁଧ୍ୟରେ ପରାଜିତ ହେବାପରେ ମର୍ମାହତ ହୋଇପଡିଥିଲେ ଏବଂ ଜଗତର ନାଥ ଜଗନ୍ନାଥଙ୍କ ସରଣ ପଶିଥିଲେ।ଏବଂ ଜଗନ୍ନାଥ ସେବକର ଦୁଃଖ ସହିନପାରି ଶୂନ୍ୟବାଣୀ କରିଥିଲେ “ବତ୍ସ ତୁ ଆଉ ଥରେ କାଞ୍ଚିଅଭିଯାନରେ ଯା।ଏବଂ ପୁରୀ ବଡ଼ ଦାଣ୍ଡରେ ଯେଉଁଘରର ଦେଖିବୁ ଚାଳ ଉପରେ ଅମର ଧଣ୍ଡାମାଳ ପଡିଥିବାର ଦ୍ଦେଖିବୁ ତାକୁହିଁ ଯୁଧ୍ୟର ସେନାପତି କରିବୁ।”

ସକାଳୁ ରାଜା ନିଯେ ଯାଇ ଦେଖିଲେ କେଉଁ ଘରର ଚାଳରେ ଅମର ଧଣ୍ଡାମାଳ ପଡିଛି।ଏକ ଘରର ଚାଳରେ ଏହି ଫୁଲ ପଡିଥିବାର ଦେଖିଲେ ଏବଂ ପ୍ରହରୀକୁ ଡାକି ସେହି ଗୃହର ବାସିନ୍ଦାକୁ ବାହାରକୁ ଡାକିଲେ।ଏହାପରେ ବାହାରକୁ ଆସିଥିଲେ କେନ୍ଦୁଝରର ଯୁବରାଜ ଗୋବିନ୍ଦ ଭଞ୍ଜ।ପିତାଙ୍କ ସହ ମତାନ୍ତରହୋଇଥିବାରୁ ସେ କେନ୍ଦୁଝର ଛାଡି ପୁରୀରେ ରହୁଥିଲେ।କିନ୍ତୁ ନିଜକୁ ରଜପରିବାର ସଦସ୍ୟ ବୋଲି କହିନଥିଲେ।ସେ ନିଜ ଘରେ ରାଜ୍ୟ ପ୍ରହରୀଙ୍କୁ ଦେଖି ଶଙ୍କିତ ହୋଇଥିଲେ।ଏହାପରେ ସେ ରାଜାଙ୍କୁ ଅଭିବାଦନ ଜଣାଇଲେ ଏବଂ ଏହାପରେ ସେ ନିଜର ପରିଚୟ ଦେଇଥିଲେ।ଏବଂ ଏହାସୁଣି ରାଜାଙ୍କ ଖୁସିର ସୀମା ରହିଲା ନାହିଁ।ରାଜା ତାଙ୍କୁ ଜଗନ୍ନାଥଙ୍କ ବାଣୀ ବିଷୟରେ କହିଥିଲେ।ଏବଂ ଏହାପରେ ଗୋବିନ୍ଦଭଞ୍ଜ ଘୋଡାରେ ରହି ସୈନ୍ୟକୁ ନେତୃତ୍ୱ କଲେ।ଏବଂ ସୀମା ଭିତରେ ପ୍ରବେଶ କରିବମାତ୍ରେ ଘୋଡାଟି ହଠାତ ରହିଗଲା ଆଗକୁ ଗଲାନାହିଁ।ଏହାପରେ ଗୋବିନ୍ଦଭଞ୍ଜ ଘୋଡାରୁ ଓଲ୍ହାଇ ପଡିଥିଲେ।ଘୋଡା କାହିଁକି ଅଟକିଗଲା ଚିନ୍ତାକରୁକରୁ ଦୃଷ୍ଟି ଗୋଚର ହେଲା ମାଆ ତାରିଣୀଙ୍କ ପିଠ।ସ୍ଥାନୀୟ ଲୋକଙ୍କ ଠାରୁ ଏହାର ବିଷୟରେ ଶୁଣିଲାପରେ ମନ୍ଦିରରେ ପ୍ରବେଶ କରିଥିଲେ ଗୋବିନ୍ଦ ଭଞ୍ଜ।ସତେ ଯେପରି ମାଆ ତାରିଣୀ ଗୋବିନ୍ଦ ଭଞ୍ଜଙ୍କୁ ଅପେକ୍ଷା କରିଥିଲେ।

ଗୋବିନ୍ଦ ଭଞ୍ଜ ପୂଜା ଅର୍ଚନାରେ ଲାଗିଯାଇଥିଲେ।ଏହାପରେ ମା ତାରିଣୀ ଗୋବିନ୍ଦ ଭଞ୍ଜଙ୍କୁ ବିଜୟୀ ହେବାର ଅଶ୍ରୀବଦ ଦେଇଥିଲେ ଏବଂ ସେ ଯୁଦ୍ଧରେ ବିଜୟୀ ମଧ୍ୟ ହୋଇଥିଲେ।ଏହାପରେ ଇଷ୍ଟ ଦେବା ଗଣାପତିଙ୍କୁ ପୂଜାର୍ଚ୍ଚନା କରିବାପରେ ମଦନମୋହନ ରଘୁନାଥ ଜୀଉ ଏବଂ ମା ତାରିଣୀଙ୍କ ସହିତ ପୁରୀକୁ ପତ୍ୟାବର୍ତ୍ତନ କରିଥିଲେ।୧୪୮୦ରେ ତ୍ରିଲୋଚନ ଭଞ୍ଜଙ୍କ ମୂର୍ତ୍ତୃ ପରେ ଗୋବିନ୍ଦ ଭଞ୍ଜ କେନ୍ଦୁଝରର ରାଜା ହେଲେ।ରାଜ କାର୍ଯ୍ୟରେ ବ୍ୟସ୍ତ ରହି ମା ତାରିଣୀଙ୍କୁ ଆଣିପାରିନଥିଲେ ବୋଲି ଦୁଃଖ ଅନୁଭବ କରୁଥିଲେ ଗୋବିନ୍ଦ ଭଞ୍ଜ।ସନ୍ତାନ ବଚ୍ଛଳମାଆ ତାରିଣୀ ତାଙ୍କ ଦୁଃଖ ଅନୁଭବ କରିପାରିଥିଲେ।କିଛିଦିନପରେ ପୁରୀ ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଭଞ୍ଜଙ୍କୁ ଡକାଇ ପଠାଇଲେ।ଏବଂ ମହାରାଜ ଉପାଧିରେ ଭୂଷିତ କରି ଉପହାର ସ୍ୱରୂପ ଆଠଗଡ଼ ଅଞ୍ଚଳ ଦେଇଥିଲେ।ଗୋବିନ୍ଦ ଭଞ୍ଜ ଅନୁରୋଧ କରିଥିଲେ ତାଙ୍କ ସହ ଆଣିଥିବା ଦେବଦେବୀଙ୍କୁ କେନ୍ଦୁଝର ନେବାପାଇଁ।ପୁରୁଷୋତ୍ତମ ଦେବ କହିଲେ ସମସ୍ତିଙ୍କୁ ତୁମେ ନେଇଯାଇପାର କିନ୍ତୁ ମା ତାରିଣୀ ଯିଏ ପାତାଳି ତାଙ୍କୁ ତୁମେ ନେବ କିପରି?ଏଥିରେ ଗୋବିନ୍ଦଭଞ୍ଜ ନିରାଶ ନହୋଇ ପୂଜାର୍ଚ୍ଚନାରେ ଲାଗିପଡିଲେ।

ଏହାପରେ ତାରିଣୀ ସ୍ୱପ୍ନରେ କହିଥିଲେ ତୁମେ ଯେପରି ଘୋଡାରେ ମୋତେ ଆଣି ଆସିଥିଲ ମୁ ସେହିପରି ତୁମ ସହ ଘୋଡାରେ କେନ୍ଦୁଝର ଯିବି।ଏବଂ ଘୋଡା ଚାଲିଲେ ମୋ ନୁପୁର ଶବ୍ଦରେ ତୁମେ ଜାଣିବ ମୁ ପଛରେ ଅଛି।କିନ୍ତୁ ଯଦି ତୁମେ ପଛକୁ ବୁଲି ଦେଖିବ ତେବେ ମୁ ସେହି ସ୍ଥାନରେ ପାଷାଣ ହୋଇଯିବି।ଏବଂ ଏହାପରେ ଘୋଡାରେ ଗଲାବେଳେ ଯେତେବେଳେ ସୀମା ପାର କଲେ ଏବଂ ଘଞ୍ଚଜଙ୍ଗଲରେ ପହଚିଲେ ସେଠାରେ ମାତାଙ୍କ ଲୀଳାରୁ ଘୋଡା ହଠାତ ରହିଗଲା ଏବଂ ତାଙ୍କ ନୁପୁର ଶବ୍ଦ ସୁଭିନଥିଲା।ଏବଂ ଏହାପରେ ସେ ପଛକୁ ବୁଲି ମାତାଙ୍କୁ ଘୋଡାରେ ଥିବାର ଦେଖିପାରିଥିଲେ।ସର୍ତ୍ତ ଭଙ୍ଗ ହୋଇଥିବାରୁ ମାତା ପାଷାଣ ହୋଇ ସେଠାରେ ରହିଲେ।ଏବଂ ଶୂନ୍ୟବାଣୀରେ କହିଲେ ମୁ ଏହିଠାରେ ରହିବି।ଏବଂ ଗୋବିନ୍ଦ ଭଞ୍ଜ ଅଳ୍ପ ନିରାଶ ହୋଇଥିଲେ।ଏହାପରେ ସେଠାରେ ବ୍ୟବସ୍ଥା କରାଗଲା।ସେହିଦିନ ଠାରୁ ତାରିଣୀ ସେଠାରେ ପୂଜା ପାଇ ଆସୁଛନ୍ତି।

Leave a Reply

Your email address will not be published. Required fields are marked *