September 28, 2023

Odia Express

News For Public

ଏହି ଜିନିଷଗୁଡିକୁ ଭୁଲରେ ମଧ୍ୟ ଫ୍ରିଜରେ ରଖନ୍ତୁ ନାହିଁ – ଦେଖନ୍ତୁ କେଉଁ ଜିନିଷ ଗୁଡିକ ଜମା ରଖିବା କଥା ନୁହଁ..

1 min read

ନମାସ୍କର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ କେଉଁ ଜିନିଷଗୁଡିକୁ ଫ୍ରିଜରେ ରଖିବା ଉଚିତ ନୁହେଁ।ଆମେ ସବୁବେଳେ ବଜାରରୁ ଅଣୁଥିବା ଜିନିଷ ଫ୍ରିଜରେ ଆଣି ରଖିଥାଉ କିନ୍ତୁ କିଛି ଜିନିଷ ତାଜା ରହିବ ବଦଳରେ ଦୁଇ ଦିନ ମଧ୍ୟରେହିଁ ନଷ୍ଟ ହୋଇଯାଇଥାଏ।ଏବଂ ଏହାପରେ ଆମେ ଭାବିଥାଉଯେ ଆମେ ବଜାରରୁ ଏହି ଫଳ ଦେଖିକରି ଆଣିନଥାଉ।ଏହା ଜରୁରୀ ନୁହେଁଯେ ଫ୍ରିଜରେ ରଖିଥିବା ସବୁ ଜିନିଷ ତାଜା ରହିବ।କିନ୍ତୁ ଧ୍ୟାନ ରଖନ୍ତୁକି ସବୁ ଜିନିଷ ଫ୍ରିଜରେ ରଖିବା ଉଚିତ ନୁହେଁ।ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ୮ଟି ଜିନିଷ ବିଷୟରେ ଜଣାଇବୁ ଯାହାକୁ ଭୁଲରେ ହେଲେ ମଧ୍ୟ ଫ୍ରିଜରେ ରଖିବା ଉଚିତ ନୁହେଁ।

ପ୍ରଥମ ଜିନିଷ:- ସେଓ।ଯଦି ଆପଣ ସେଓକୁ ଫ୍ରିଜରେ ରଖିବାକୁ ଚାହାଁନ୍ତି ତେବେ ଏହାକୁ କାଗଜରେ ଗୁଡ଼ାଇ ଫ୍ରିଜର ଫଳ ଏବଂ ପାରିବା ରଖିବା ସ୍ଥାନରେ ରଖନ୍ତୁ।ଏହା ସହିତ ଯେକୋୖଣସି ମଞ୍ଜିଥିବା ଫଳ ଯେପରିକି ଚେରୀ, ଆଡୁବୁଖାରା ଆଦି ରଖନ୍ତୁ ନାହିଁ।ଏହାକୁ ରଖିବା ଦ୍ୱାରା କମ ତାପମାତ୍ରାରେ ଏଥିରେ ଥିବା ଏଞ୍ଜାଇମ ସକ୍ରିୟ ହୋଇଯାଏ ଏବଂ ଫଳ ଜଲଦି ପାଚି ଯାଇଥାଏ।ଏଥିପାଇଁ ଏହି ଫଳକୁ କମ ତାପମାତ୍ରାରେ ରଖିବାରୁ ବଞ୍ଚନ୍ତୁ।

ଦୂତୀୟ ଜିନିଷ:-ପାଉଁରୁଟି।ବହୁତ ଲୋକମାନଙ୍କ ଫ୍ରିଜରେ ପାଉଁରୁଟି ରଖିବାର ଅଭ୍ୟାସ ଥାଏ।ଏବଂ କହିବାକୁ ଗଲେ ଲୋକ ପାଉଁରୁଟି ଖରାପ ହୋଇଯିବା ଭୟରେ ତାହାକୁ ଫ୍ରିଜରେ ରଖିଥାଆନ୍ତି।ଏବଂ ତାହାକୁ ବହୁତ ଦିନ ଯାଏଁ ବ୍ୟବହାର କରିଥାଆନ୍ତି।ଫ୍ରିଜରେ ପାଉଁରୁଟି ରଖିବା ଦ୍ୱାରା ଏହା ବହୁତ ଜଲଦି ଶୁଖିଯାଇଥାଏ ଏବଂ ଯାହାକୁ ଖାଇବାଦ୍ୱାରା ଆମେ ରୋଗରେ ମଧ୍ୟ ପଡ଼ିଥାଉ।

ତୃତୀୟ ଜିନିଷ:- ପିଆଜ।ପିଆଜକୁ ସର୍ବଦା ଶୁଖିଲା ଏବଂ ଅନ୍ଧାର ସ୍ଥାନରେ ରଖିବା ଆବଶ୍ୟକ।କାରଣ ଏଥିରେ ବହୁତ ନମି ଥାଏ।ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଫଫୁତି ଲାଗିଯାଇଥାଏ।ଏଥିପାଇଁ ପିଆଜ ଫ୍ରିଜରେ ରଖନ୍ତୁ ନାହିଁ।

ଚତୁର୍ଥ ଜିନିଷ:-ଅଲିଭ ଅଏଲ।ଅଲିଭ ଅଏଲକୁ ଫ୍ରିଜରେ ରଖିବାର କେବେହେଲେ ଭୁଲ ଜରନ୍ତୁ ନାହିଁ।କାରଣ କମ ତାପମାତ୍ରାରେ ଅଲିଭ ଅଏଲ ଜଲ୍ଦି ସଂଘନିତ ହୋଇଜାଇଥାଏ ଯାହାଦ୍ୱାରା ତେଲ ଜଲଦି ଗାଢ଼ା ହୋଇଯାଏ।ଏଥିପାଇଁ ଅଲିଭ ଅଏଲକୁ ସର୍ବଦା ଗୃହ ତାପମାତ୍ରାରେହିଁ ରଖନ୍ତୁ।

ପଞ୍ଚମ ଜିନିଷ:-ମହୁ।ଆମ ମଧ୍ୟରୁ ବହୁତ ଲୋକ ଫ୍ରିଜରେ ମହୁକୁ ରଖିଥାଆନ୍ତି।ମହୁକୁ ଫ୍ରିଜରେ ରଖିବା ଉଚିତ ନୁହେଁ।କାରଣ ଯଦି ଆପଣ ମହୁକୁ ଫ୍ରିଜରେ ରଖନ୍ତି ତେବେ ସେଥିରେ କ୍ରିଷ୍ଟାଲ ବନିବା ଆରମ୍ଭ ହୋଇଯାଏ।ଏବଂ ଏହାଦ୍ୱାରା ମହୁ ଜଲଦି ଖରାପ ହୋଇଯାଇଥାଏ।

ଷଷ୍ଠ ଜିନିଷ:-କଦଳୀ।କଦଳୀକୁ ଫ୍ରିଜରେ ରଖିବାର କେବେହେଲେ ଭୁଲ କରନ୍ତୁ ନାହିଁ।କାରଣ କଦଳୀର ଦଣ୍ଡିରୁ ଇଥାଳିନ ଗ୍ୟାସ ବାହାରିଥାଏ ଯାହା ଫ୍ରିଜରେ ଥିବା ଫଳକୁ ଜଲ୍ଦି ପଚାଇ ଦେଇ ଥାଏ।କିନ୍ତୁ ଯଦି ଆପଣ କଦଳୀକୁ ଫ୍ରିଜରେ ରଖିବାକୁ ଚାହାନ୍ତି ତେବେ ଏହାର ଦଣ୍ଡିରେ ପ୍ଲାଷ୍ଟିକ ଚଢାଇ ଦିଅନ୍ତୁ।ଏଥିପାଇଁ କଦଳୀ ଏବଂ ଆଖ ପାଖରେ ଥିବା ଫଳ ଲମ୍ବା ସମୟ ପାଇଁ ତାଜା ରହିଥାଏ।

ସପ୍ତମ ଜିନିଷ:-ଆଚାର।ଆଚାରରେ ଭିନେଗାର ଅଧିକ ମାତ୍ରାରେ ମିଶାଯାଇଥାଏ।ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ଫ୍ରିଜରେ ଥିବା ଅନ୍ୟ ଜିନିଷ ମଧ୍ୟ ନଷ୍ଟ ହୋଇଜାଇଥାଏ।ତେଣୁ ଆଚାରକୁ ଫ୍ରିଜରେ ରଖିବା ଜାଗାରେ ଗୃହ ତାପମାତ୍ରାରେ ହିଁ ରଖନ୍ତୁ।

ଅଷ୍ଟମ ଜିନିଷ:-ଆଳୁ।ଆଳୁକୁ କେବେହେଲେ ଥଣ୍ଡା ତାପମାତ୍ରାରେ ରଖିବା ଉଚିତ ନୁହେଁ କାରଣ ଆଳୁକୁ ଥଣ୍ଡା ତାପମାତ୍ରାରେ ରଖିବା ଦ୍ୱାରା ଏଥିରେ ଥିବା ତତ୍ୱ ସୁଗାରରେ ବଦଳି ଯାଇଥାଏ।ଏଥିପାଇଁ ଆଳୁକୁ ପେପର ବ୍ୟାଗରେ ଗୃହ ତାପମାତ୍ରାରେ ଘରର ଅନ୍ଧାର ସ୍ଥାନରେ ରଖନ୍ତୁ।

Leave a Reply

Your email address will not be published. Required fields are marked *