September 25, 2023

Odia Express

News For Public

ଆପଣଙ୍କ ରାଶିଫଳରୁ ଜଣାନ୍ତୁ କେଉଁପରି ହେବେ ଆପଣଙ୍କ ଜୀବନସାଥି – କାହାର କେଉଁ ରାଶି ସହ ଭଲ ସମ୍ପର୍କ ଅଟେ ଜାଣିରଖନ୍ତୁ..

ସମସ୍ତ ଲୋକମାନଙ୍କର କିଛି ନା କିଛି ରାଶିଫଳ ରହିଥାଏ।ଯାହା ସେଇମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ।ଏହା ଛଡା ନିଜ ହସ୍ତରେଖା ମଧ୍ୟ ବହୁତ କିଛି ବୟାନ କରିଥାଏ ଏହା ଉପରେ।ଆଜି ଆମେ ଜାଣିବାକୁ ଯାଉଛୁ ବିଭିନ୍ନ ରାଶିର ଲୋକମାନଙ୍କର ଜୀବନ ସାଥି ବିଷୟରେ।ଯାହାକି ଆଜି ବହୁତ ମଜାଦାର ହବାକୁ ଯାଉଛି।ଜ୍ୟୋତିଷଶାସ୍ତ୍ର ଅନୁସାରେ ଆମ ଜାତକରେ ଥିବା ସପ୍ତମ ଘର ଆମ ଜୀବନସାଥି ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ଏହା ଛଡା ତାହା କେଉଁ ରାଶି ଅନୁସାରେ ସପ୍ତମ ଗୃହରେ ଅଛି ତାହା ଜାଣିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ସବୁବେଳେ।

ପ୍ରଥମେ ଆମେ କଥା ହବା ମେଷ ରାଶି ଉପରେ।ଅର୍ଥାତ ଯେଉଁମାନଙ୍କର ମେଷ ରାଶି ଅଟେ ସେମାନଙ୍କୁ କେଉଁ ପ୍ରକାର ଜୀବନସାଥୀ ପ୍ରାପ୍ତ ହେବ ତାହା ଆଜି କହିବାକୁ ଯାଉଛୁ।ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କ କୁଣ୍ଡଳୀରେ ସପ୍ତମ୍ରେ ସବୁବେଳେ ଶୁକ୍ର ରହିଥାଏ ଯାହାକି ଜୀବନସାଥୀ ଭଲ ପାଇବାର ଏକ ଶୁଭ ସଂକେତ ହୋଇଥାଏ।ଏହା ସୁଚାଇଥାଏ କି ଯାହା ବି ହୋଇଯାଉ ଅପଣଙ୍କ ଜୀବନସାଥୀ କେବେହେଲେ ଆପଣଙ୍କୁ ଧୋକା ଦେବ ନାହିଁ ଓ ଏହି ଜୀବନସାଥୀକୁ ନେଇ ଆପଣ ପୁରା ଜୀବନ କାଟିପରିବେ।

ଏବେ ଆମେ ଅଲୋଚନା କରିବା ବୃଷ ରାଶି ବିଶିଷ୍ଟ ଲୋକମାନଙ୍କ ଉପରେ।ଏମାନଙ୍କ କୁଣ୍ଡଳୀର ସପ୍ତମ ଗୃହରେ ମଙ୍ଗଳ ବାସ କରିଥାନ୍ତି।ଯାହାକି ଏକ ଉତ୍ତମ ରୂପରେ ଆଗଭର ହୋଇଥାନ୍ତି।ସାଧାରଣତଃ ଏହି ରାଶିର ପୁଅ ଓ ଝିଅ ମନେ ପାଠ ପଢ଼ିବାରେ ଅଟେ ଆଗ୍ରହ ପ୍ରକାଶ କରିନଥାନ୍ତି।ଯାହା ବି ହୋଉ ଏମାନେ ଭଲରେ ଜୀବନଯାପନ କରନ୍ତି।

ଏବେ କଥା ହେବ ମିଥୁନ ରାଶି ଲୋକମାନଙ୍କ ଉପରେ।ଏମାନଙ୍କ କୁଣ୍ଡଳୀର ସେହି ସପ୍ତମ ଗୃହରେ ଭାଗବନ ଗୁରୁ ବାସ କରିଥାନ୍ତି ।ଏହି ରାଶିର ପୁଅ ଓ ଝିଅ ମନେ ବହୁତ ସୁନ୍ଦର ଓ ଗୌରବଶାଳୀ ହୋଇଥାନ୍ତି।ଏମାନଙ୍କୁ ଘୃଣା କରୁଥିବା ଲୋକଙ୍କୁ ଏମାନେ ମଧ୍ୟ ବୋହୁ ପରିମାଣରେ ଘୃଣା କରିଥାନ୍ତି।

କର୍କଟ ରାଶି ଲୋକଙ୍କ ଉପରେ ଆଲୋଚନା କରିବା ପୂର୍ବରୁ କହିରଖୁଛୁ କି ଏହି ରାଶିର ଲଗ୍ନ ସ୍ୱାମୀ ଚନ୍ଦ୍ର ନିଜେ ହୋଇଥାନ୍ତି।ଏହିମାନଙ୍କ କୁଣ୍ଡଳୀର ସପ୍ତମ ସ୍ଥାନରେ ଶନି ବାସ କରିଥାନ୍ତି।ଏହି ରାଶିର ବ୍ୟକ୍ତିବିଶେଷ ମାନେ ପାଠ ପଢିବାକୁ ବହୁତ ଆଗ୍ରହ ପ୍ରକାଶ କରିବା ସହ ଏହାକୁ ସଫଳତାର ସହ ରୂପାୟନ ମଧ୍ୟ କରନ୍ତି।ଏହି ଭାଗରେ ଦୁହେଁ ଦୁହିଁଙ୍କ ପାଇଁ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି।

ଏବେ କଥା ହେବା ସିଂହ ରାଶି ବ୍ୟକ୍ତିବିଶେଷଙ୍କ ଉପରେ ଓ ସେମାନଙ୍କ ଜୀବନସାଥୀ ବିଷୟରେ।ଏହି ରାଶି ବିଶିଷ୍ଟ ଝିଅମାନଙ୍କ କୁଣ୍ଡଳୀରେ ସପ୍ତମ ସ୍ଥାନରେ ଭାଗବନ ଶନି ବାସ କରନ୍ତି ଓ ସେମାନଙ୍କ ଲଗ୍ନ କୁମ୍ଭ ହୋଇଥାଏ।ଏହିପରି ଜୀବନସାଥୀ ପରିଶ୍ରମୀ ହୋଇଥାନ୍ତି।ସବୁବେଳେ ଗୁରୁଜନଙ୍କ ସେବା କରିଥାନ୍ତି ଓ ଅନ୍ୟର ଭଲ କରିଥାନ୍ତି।

ଏବେ କଥା ହେବା କନ୍ୟାରାଶି ବ୍ୟକ୍ତିବିଶେଷଙ୍କ ଉପରେ।ଏହି ରାଶିର ସପ୍ତମ ସ୍ଥାନର କୁଣ୍ଡଳୀରେ ଗୁରୁ ରହିଥାନ୍ତି ଓ ଏମାନଙ୍କ ଲଗ୍ନ ସାଧାରଣ ଭାବରେ ମୀନ ହୋଇଥାଏ।ଏହିପରି ଜୀବନସାଥୀ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି।ସେମାନେ ବହୁତ ଧାର୍ମିକ ଓ ଭାଗ୍ୟଶାଳୀ ହୋଇଥାନ୍ତି।

ଏବେ କଥା ହବା ତୁଳାରାଶି ବ୍ୟକ୍ତିବିଶେଷଙ୍କ ଉପରେ।ଏହିମାନଙ୍କ ସପ୍ତମ ଘରେ ମଙ୍ଗଳ ରହିଥାନ୍ତି ଓ ଏମାନଙ୍କ ଲଗ୍ନ ମେଷ ହୋଇଥାଏ।ଏହି ବ୍ୟକ୍ତିମାନେ ସାଧାରଣରେ ଅଧିକ କ୍ରୋଧ କରିଥାନ୍ତି।ଏହିପରି ଜାତକ ଥିବା ବ୍ୟକ୍ତି ମାନଙ୍କ ବୈବାହିକ ଜୀବନ ସଫଳତାର ସହ ଆଗକୁ ବଢିଥାଏ।

ଏବେ କଥା ହବା ବୃଷରାଶି ଲୋକଙ୍କ ଜୀବନସାଥୀ ଉପରେ।ଏହି ରାଶି ବିଶିଷ୍ଟ ପୁଅ ଓ ଝିଅଙ୍କ କୁଣ୍ଡଳୀର ସପ୍ତମ ଗୃହରେ ଶୁକ୍ରଦେବ ବାସ କରନ୍ତି ଓ ଲଗ୍ନ ସେହି ବୃଷ ହୋଇଥାଏ।ଏମାନେ ବହୁତ ଭାବିଥାନ୍ତି ଓ ଏମାନେ ସବୁବେଳେ ଶାନ୍ତ ରହିବା ସହ ସବୁକାମ ଶାନ୍ତିର ସହକାରେ ଆଗକୁ ବଢନ୍ତି।

ଏହାପରେ କଥା ହେବ ଆମେ ଧନୁ ରାଶି ବ୍ୟକ୍ତିବିଶେଷଙ୍କ ଉପରେ।ଏହିମାନଙ୍କ କୁଣ୍ଡଳୀର ସପ୍ତମ ସ୍ଥାନରେ ବୁଧ ରହିଥାଏ ଓ ଏମାନଙ୍କର ଲଗ୍ନ ମିଥୁନ ହୋଇଥାଏ।ଏମାନେ ବହୁତ ଯତ୍ନଶୀଳ ହୋଇଥାନ୍ତି ନିଜେ ନିଜର ସଥିକୁ ବହୁତ ଭଲପାନ୍ତି।

ମକର ରାଶିର ଲୋକମାନେ ବହୁତ ଉନ୍ନତି କରିଥାନ୍ତି।ଏମାନଙ୍କ ସପ୍ତମ ସ୍ଥାନରେ ଚନ୍ଦ୍ର ରହିଥାନ୍ତି ଓ ଲଗ୍ନ କର୍କଟ ହୋଇଥାଏ।ଏମାନେ ବହୁତ ଭାଗ୍ୟବତୀ ଓ ଭାଗ୍ୟଶାଳୀ ହୋଇଥାନ୍ତି।

କୁମ୍ଭ ରାଶିର ଲୋକମାନେ ସବୁବେଳେ ସାଥି କରିବାକୁ ଭଲପାନ୍ତି।ଏମାନେ ବହୁତ ସ୍ନେହୀ ହୋଇଥାନ୍ତି।ଏମାନଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲରେ କଟିଥାଏ।

ମୀନ ରାଶି ଲୋକମାନଙ୍କ ସପ୍ତମ ସ୍ଥାନରେ ବୁଧ ରହିଥାଏ ଓ ଏମାନଙ୍କ ଲଗ୍ନ ସାଧାରଣତଃ କନ୍ୟା ହୋଇଥାଏ।ଏମାନେ ସମସ୍ତଙ୍କୁ ଆଦର କରନ୍ତି ଓ ଭଲ ମଧ୍ୟ ପାଇଥାନ୍ତି କାହାକୁ ଆପଣା ପର କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *