September 25, 2023

Odia Express

News For Public

ସୋମବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ – ନଚେତ ମହାଦେବ କରିଥାନ୍ତି କୋପ ଦୃଷ୍ଟି..

ଜ୍ୟୋତିଷ ଶାସ୍ତ୍ର ରେ ଏ ସୃଷ୍ଟିରେ ଘଟୁଥିବା ପ୍ରତି ଛୋଟ ବଡ଼ ଘଟଣାର ସମ୍ବନ୍ଧ ଆମ ଜୀବନ ସହିତ ଯୋଡ଼ିକରି ଦେଖାଯାଏ ଓ କିଛି ବିଶିଷ୍ଟ ଗଣନା ଅନୁସାର ସେହି ଘଟଣା ଗୁଡ଼ିକର ଆମ ଜୀବନ ଉପରେ କି ପ୍ରଭାବ ପଡ଼େ ତାହା ଆକଳନ କରାଯାଏ।ସାଙ୍ଗ ମାନେ ସପ୍ତାହ ରେ ସାତ ଟା ଦିନ ଥାଏ ଯାହାକୁ ଆମେ ବାର କହୁ। ଏ ମାନଙ୍କର ବିଶିଷ୍ଟ ନାମ ରହିଛି ଯାହାକୁ କି ଗ୍ରହ ନାମରେ ନାମିତ କରାଯାଇଛି।ପ୍ରତି ବାର କୌଣସି ଦେବତା ସହିତ ଯୋଡି ହୋଇ ରହିଛି।ଯେଉଁ ଦେବତାଙ୍କ ବାର ହୋଇଥାଏ ସେଦିନ ତାଙ୍କ ଶକ୍ତି ବଢ଼ିଯାଇଥାଏ।ଯଦି ଆମେ ତାଙ୍କ ସମ୍ବନ୍ଧୀୟ ନିୟମ ମାନିଥାଉ ତ ଆମ ଜୀବନ ଉପରେ ଏହାର ବହୁତ୍ ଭଲ ପ୍ରଭାବ ପଡିଥାଏ।

ସାଙ୍ଗ ମାନେ ଆଜି ମୁ ଆପଣ ମାନଙ୍କୁ କହିବି ଯେ ସପ୍ତାହ ର ପ୍ରଥମ ବାର ସୋମବାର ଦିନ କେଉଁ ନିୟମ ପାଳନ କରିବା ଉଚିତ୍।ସପ୍ତାହର ପ୍ରଥମ ଦିନ ସୋମବାର ଭଗବାନ୍ ଶିବଙ୍କ ଦିନ ମନଯାଏ।ଭଗବାନ୍ ଚନ୍ଦ୍ର ଏହି ଦିନର ଅଧିପତି ଅଟନ୍ତି।ଏଥିପାଇଁ ଏହାର ନାମ ସୋମବାର ରଖାଯାଇଛି।ଏଥିପାଇଁ ଏହିଦିନ ଶିବ ଓ ଚନ୍ଦ୍ର ଙ୍କ ପୂଜା କରାଯାଏ।

ସୋମବାର ଶିବଙ୍କ ପାଇଁ ରଖା ଯାଇଥିବା ବ୍ରତ ଶୀଘ୍ର ଫଳଦାୟକ ହୋଇଥାଏ।ଏଥିପାଇଁ ଶିବ ଭକ୍ତ ମନେ ତାଙ୍କ ସଦିଚ୍ଛା ପୂରଣ ପାଇଁ ଏହି ବ୍ରତ ନିହାତି ରଖିବା ଉଚିତ୍।ନିଜ ବୈବାହିକ ଜୀବନ ସୁଖମୟ ପାଇଁ ତଥା ଭଲ ଜୀବନ ସାଥି ମିଳିବା ପାଇଁ କୁଆଁରୀ ଝିଅ ମାନେ ଏହି ଦିନ ବ୍ରତ ରଖିଥାନ୍ତି।

ଏହି ଦିନ ଏମିତି କାମ କରିବା ଉଚିତ୍ ଯାହା ଭଗବାନ୍ ଶିବଙ୍କ ପ୍ରିୟ ହୋଇଥିବ।ଶିବ ମନ୍ଦିର ଯାଇକି ଭଗବାନ୍ ଙ୍କୁ ଗଙ୍ଗାଜଳ ଅର୍ପଣ କରିବା ସହିତ ଶିବଙ୍କ ପ୍ରିୟ ବେଲପତ୍ର ମଧ୍ୟ ଅର୍ପଣ କରନ୍ତୁ।ଏହା ସହିତ ରାତିରେ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ମଧ୍ୟ ଅର୍ପଣ କରିବେ।

ଭଗବାନଙ୍କୁ ସଫା ରଙ୍ଗ ବହୁତ ପସନ୍ଦ ହୋଇଥାଏ।ଏଥିପାଇଁ ଏହିଦିନ କ୍ଷୀର ସହିତ ଧଳା ଫୁଲ ମଧ୍ୟ ଶିବଙ୍କୁ ଅର୍ପଣ କରିବେ।ଏପରି କରିବା ଦ୍ବାରା ଶିବଙ୍କ କୃପା ଆପଣଙ୍କ ଉପରେ ରହିବ।ସୋମବାର ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ସୋମବାର ଦିନ କୌଣସି କାର୍ଯ୍ୟରେ ବାହାରକୁ ଜୀବ ପୂର୍ବରୁ ଆଇନା ରେ ନିଜ ମୁଁହ ଦେଖିବେ।ଏହାଦ୍ବାରା ଆପଣକୁ ଶୁଭ ଫଳ ମିଳିବ।

ଏମିତି ବି କାର୍ଯ୍ୟ ଅଛି ଯାହା ସୋମବାର ଦିନ କରିବା ଅନୁଚିତ।ଏହିଦିନ ମାଂସ ର ଭକ୍ଷଣ କରିବା ଅନୁଚିତ୍।ଆପଣ କେବଳ ଶାକାହାରୀ ଭୋଜନ କରିବା ଉଚିତ୍।

ଦ୍ଵିତୀୟ କଥା ଏହିଦିନ କଳା ରଙ୍ଗର ବସ୍ତ୍ର ଜମା ପିନ୍ଧିବେ ନାହିଁ।ଶିବ ମନ୍ଦିରରେ ତ ବିଲକୁଲ ବି ନୁହ।ଏହିଦିନ କାହାର ଅପମାନ କରନ୍ତୁ ନାହିଁ କି ମୁହଁରୁ ଅପଶଦ୍ଦ ବାହାର କରନ୍ତୁ ନାହିଁ।

ଶିବ ପୂଜା ସହିତ ଆପଣଙ୍କୁ ସେହିଦିନ ନନ୍ଦୀଙ୍କର ବି ପୂଜା କରିବାକୁ ହେବ।ସୋମବାର ଦିନ ଆପଣ କେବେବି ସଂଖରେ ଜଳ ଅର୍ପଣ କରିବେ ନାହିଁ।

Leave a Reply

Your email address will not be published. Required fields are marked *