March 2, 2024

Odia Express

News For Public

ହାତର ଆଙ୍ଗୁଳି ଫୁଟାଇବା ଦ୍ୱାରା କଣ ହୋଇଥାଏ ? ଜାଣନ୍ତୁ ଏହାର କ୍ଷତି ଏବଂ ଲାଭ ବିଷୟରେ – ଜାଣିଲେ ଆଉ କେବେ ଆଙ୍ଗୁଠି ଫୁଟେଇବେ ନାହିଁ..

ନମସ୍କାର ସାଙ୍ଗମାନେ।ଆପଣ ଦେଖିଥିବେ ଯଦି ଆପଣ ଘରେ ବସିଛନ୍ତି ଏବଂ ଘରେ ବସି ଗୋଡ଼ ହଲାଉଛନ୍ତି କିମ୍ବା ଆଙ୍ଗୁଳି ଫୁଟାଉଛନ୍ତି କିମ୍ବା ବେକ ଫୁଟାଉଛନ୍ତି ତେବେ ଆପଣଙ୍କ ମାତା,ପିତା କିମ୍ବା ଘରର ଯେକୌଣସି ସଦସ୍ୟ ଆପଣଙ୍କୁ ପାଟି କରିଥାଆନ୍ତି।କିନ୍ତୁ ତଥାପି ଲୋକମାନେ ମୋବାଇଲରେ ଘଣ୍ଟା ଘଣ୍ଟା ଚ୍ୟାଟ କରିବାପରେ କିମ୍ବା କମ୍ପୁଟରରେ ଘଣ୍ଟା ଘଣ୍ଟା ଟାଇପିଂ କରିବା ପରେ ନିଜ ଆଙ୍ଗୁଳି ଫୁଟାଇଥାଆନ୍ତି।ଏହା କରିବାଦ୍ୱାରା ଘରର ବଡ଼ ସଦସ୍ୟ କଣ ପାଇଁ ପାଟି କରିଥାନ୍ତି ଆଜି ଆମେ ଏହି ଆର୍ଟିକିଲ ମାଧ୍ୟମରେ ଜାଣିବା।ଏବଂ ଏହା ମଧ୍ୟରୁ ଏକ ବିଷୟରେ ଚର୍ଚ୍ଚା କରିବା।ଯାହା ହେଉଛି ଆଙ୍ଗୁଳି ଫୁଟାଇବା ଆମପାଇଁ କ୍ଷତିକାରକ କଣ ପାଇଁ ହୋଇଥାଏ ଏବଂ କେତେ କ୍ଷତିକାରକ ହୋଇଥାଏ?

ସାଙ୍ଗମାନେ ଏହାଉପରେ ବହୁତ ଧାର୍ମିକ ଏବଂ ବ୍ୟଜ୍ଞାନିକ ଧାରଣା ରହିଛି ।ଯାହା ଆମର ସମାଜ ଏବଂ ଧର୍ମରେ ଆଜି ମଧ୍ୟ ସାମିଲ ଅଛି।କିଛି ଧାର୍ମିକ ଶାସ୍ତ୍ର ଅନୁସାରେ ଆଙ୍ଗୁଳି ଫୁଟାଇବା ଅଶୁଭ ମନାଯାଇଥାଏ।ଜୋତିଶ ଶାସ୍ତ୍ର ଅନୁସାରେ ଆଙ୍ଗୁଳି ଫୁଟାଇବା ଦ୍ୱାରା ଆମ କୁଣ୍ଡଳିରେ ଥିବା ୯ଟି ଗ୍ରହ ଖରପ ହୋଇଜାଇଥାଏ।ଯାହାର ଅଶୁଭ ଫଳ ସିଧା ସିଧା ବ୍ୟକ୍ତିର ଜୀବନରେ ପଡିଥାଏ।ଏବଂ ଏପରି କରିବାଦ୍ୱାରା ଘରର ବରକତରେ ବାଧା ଆସିଥାଏ।

ଏଥିପାଇଁ ଘରର ବଡ଼ ସଦସ୍ୟ ଆମକୁ ଆଙ୍ଗୁଳି ଫୁଟାଇବାରୁ ପାଟି କରିଥାଆନ୍ତି।ଏବଂ ଏହା ମନାଯାଇଥାଏଯେ ବାରମ୍ବାର ଆଙ୍ଗୁଳି ଫୁଟାଇବାଦ୍ୱାରା ଘରର ଲଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।ସାଙ୍ଗମନେ ମାତା ଲକ୍ଷ୍ମୀ ଏହାଦ୍ୱାରା ଅସନ୍ତୁଷ୍ଟ ହୋଇଥାଆନ୍ତି କିମ୍ବା ହୋଇନଥାନ୍ତି ଏହା ପୂର୍ଣରୂପରେ କୁହାଯାଇପାରିନଥାଏ କିନ୍ତୁ କିଛି ଲୋକଙ୍କୁ ନିଜର ହାତର ଆଙ୍ଗୁଳି ଫୁଟାଇବା ଅଭ୍ୟାସ ଏପରି ହୋଇଯାଇଥାଏ ଯାହାଦ୍ୱାରା ତାଙ୍କ ଶରୀରର ସବୁ ଗଣ୍ଠି ଢିଲା ହୋଇଯାଇଥାଏ।ଏବଂ ବୃଦ୍ଧହେବାପରେ ତାଙ୍କ ହାତର ଅଙ୍ଗୁଳିର ଶକ୍ତି କମ ହୋଇଜାଇଥାଏ।ଏବଂ ହାତର ଅଙ୍ଗୁଠି ଦ୍ୱାରା ଚାହାର କପ ଧରିବା ମଧ୍ୟ କଷ୍ଟକର ହୋଇଜାଇଥାଏ।

ଏଥିପାଇଁ ନିଜ ଶରୀରରେ ଥିବା ଯେକୌଣସି ହାଡ଼, ଗଣ୍ଠି କିମ୍ବା ଆଙ୍ଗୁଳି ଫୁଟାଇବା କ୍ଷତିକାରକ ହୋଇଜାଇଥାଏ।ଏବେ ଆସନ୍ତୁ ବୈଜ୍ଞାନିକ ତତ୍ୱ ଉପରକୁ।ଡାକ୍ତରଙ୍କ ଅନୁସାରେ ଆମ ଶରୀର ସବୁ ଗଣ୍ଠିରେ ଏକ ପ୍ରକାର ତରଳ ପଦାର୍ଥ ଥାଏ।ଯାହାର ନାମ ସିନୋଭିଆଲ ଫ୍ଲୁଇଡ଼ ଅଟେ।ଏହି ତରଳ ପଦାର୍ଥ ଆମ ହାଡ଼ର ଯୋଡିରେ ଗ୍ରୀସର କାମ କରିଥାଏ।ଏବଂ ଏହା ସହିତ ହାଡକୁ ପରସ୍ପର ସହିତ ରଗଡି ହେବାଠାରୁ ରୋକିଥାଏ।

ଠିକ ସେହିପରି ଯେପରି ଗାଡିରେ ଗ୍ରୀସ ପକାଯାଇଥାଏ।ସେହି ତରଳ ପଦାର୍ଥରେ ଥିବା ଗ୍ୟାସ ନୂଆ ଜାଗା ତିଆରି କରିଥାଏ ଏବଂ ସେଠାରେ ଫୋଟକା ତିଆରି ହୋଇଥାଏ।ଏବଂ ଆମେ ଯେତେବେଳେ ହାଡ଼ ଫୁଟାଇଥାଉ ତେବେ ସେହି ଫୋଟକା ଫୁଟିଥାଏ।ତେଣୁ ଏହାଦ୍ୱାରା ହାଡ଼ କିମ୍ବା ଆଙ୍ଗୁଳି ଫୁଟାଇବା ସମୟରେ କଟ କଟ ଶବ୍ଦ ଆସିଥାଏ।

ଏବଂ ଏକଥର ତରଳ ପଦାର୍ଥରେ ଥିବା ଫୋଟକା ଫୁଟିଯିବାପରେ ପୁନର୍ବାର ପ୍ରସ୍ତୁତ ହେବାକୁ ୧୫ରୁ ୩୦ ମିନିଟ ଲାଗିଥାଏ।ସେଥିପାଇଁ ଗୋଟେ ଥର ଆଙ୍ଗୁଳି ଫୁଟାଇବା ପରେ ପୁନର୍ବାର ଫୁଟାଇବା ବେଳେ ଶବ୍ଦ ଆସିନଥାଏ।ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଯେପର୍ଯ୍ୟନ୍ତ ଫୋଟକା ପ୍ରସ୍ତୁତ ହୋଇନାହିଁ ସେପର୍ଯ୍ୟନ୍ତ କଟ କଟ ଶବ୍ଦ ଆସିନଥାଏ।

ଏକ ବୈଜ୍ଞାନିକ ରିସର୍ଚ୍ଚରୁ ଜଣାଯାଇଛି ଆମ ଶରୀରର ହାଡ଼ ଲିଗାମେଣ୍ଟ ଦ୍ୱାରା ଯୋଡି ହୋଇରହିଥାଏ।ଏବଂ ବାରମ୍ବାର ଆଙ୍ଗୁଳି ଫୁଟାଇବା ଦ୍ୱାରା ଏହି ଲିଗମେଣ୍ଟରେ ଥିବା ତରଳ ପଦାର୍ଥ କମ ହୋଇଯାଇଥାଏ।ଏବଂ ଯଦି ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ତେବେ ଗଣ୍ଠି ଜନିତ ରୋଗ ମଧ୍ୟ ହୋଇଥାଏ।ଆଙ୍ଗୁଠି ଫୁଟାଇବାଦ୍ୱାରା ଯୋଡରେ ଥିବା ମାଂସପେସିକୁ ଆରାମ ମିଳିଥାଏ।ଏଥିପାଇଁ ଲୋକ ଆଙ୍ଗୁଠି ଫୁଟାଇ ଥାଆନ୍ତି।କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ ବେଶି ଆଙ୍ଗୁଠି ଫୁଟାଇବା ଦ୍ୱାରା ଆମ ଆଙ୍ଗୁଠିରେ ଥିବା ମାଂସପେଶିରେ ଅସୁବିଧା ଆସିଥାଏ।

Leave a Reply

Your email address will not be published. Required fields are marked *