March 3, 2024

Odia Express

News For Public

ଏହିପରି ଶିବଲିଙ୍ଗ ପୂଜାକଲେ ସବୁପ୍ରକାର ମନସ୍କାମନା ପୁରଣ ହୁଏ – ନିଶ୍ଚୟ ଏବେ ପଢନ୍ତୁ ଏହି କଥା..

ଆଜି ଆପଣମାନଙ୍କୁ ଜଣେଇବାକୁ ଯାଉଛି ଏହି ପ୍ରକ୍ରିୟାରେ ଶିବଲିଙ୍ଗକୁ ପୂଜା କଲେ ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ।ମହାଦେବ ପ୍ରସନ୍ନ ହେଇଥାନ୍ତି।ନିୟମିତ ଭଗବାନଙ୍କ ପୂଜାକର୍ମ ଦ୍ୱାରା ଭଗବାନ ଅତିଶୀଘ୍ର ପ୍ରସନ୍ନ ହେଇଥାନ୍ତି।ଭଗବାନଙ୍କ ପ୍ରସନ୍ନତା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ।ଦରିଦ୍ରତାରୁ ମୁକ୍ତି ମିଳିଥାଏ।ସମସ୍ତ ଦେବାଦେବୀଙ୍କ ମଧ୍ୟରେ ମହାଦେବଙ୍କ ସ୍ଥାନ ରହିଥାଏ।ଶିବପରାଣ ଅନୁସାରେ ଏହି ସମ୍ପୂର୍ଣ୍ଣ ସଂସାରର ସୃଷ୍ଟି ଶିବଙ୍କ ଇଚ୍ଛା ଅନୁସାରେ ବ୍ରହ୍ମାଙ୍କ ଦ୍ଵାରା ହେଇଛି।ମହାଦେବଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦେବୀଦେବତା ପ୍ରସନ୍ନ ହେଇଥାନ୍ତି।ମାହାଦେବଙ୍କ ପୂଜାକଲେ କୁଣ୍ଡଳୀରେ ଥିବା ଗ୍ରହଦୋଷ ମଧ୍ୟ ଶାନ୍ତ ହେଇଯାଇଥାନ୍ତି।

ଆସନ୍ତୁ ଜାଣିବା ଶିବକୃପା ପାଇବାପାଇଁ ତଥା ଶିବସାନିଧ୍ୟ ପାଇବାପାଇଁ କଣକରିବା ଏବଂ କିପରି କରିବା ଶିବଲିଙ୍ଗ ପୂଜା।ଶିବକୃପା ପାଇବା ପାଇଁ ଶିବଲିଙ୍ଗରେ ଚଢାନ୍ତୁ ଏହି ଦଶଟି ଜିନିଷ; ଜଳ,ଦହି,କ୍ଷୀର,ଭାଙ୍ଗ,ଇତ୍ର,ଚନ୍ଦନ,କେଶର,ମହୁ,ଘିଅ ଏବଂଚିନି ଏହିସବୁ ଜିନିଷ କୁ ଏକାସାଙ୍ଗରେ ମିଶେଇକି କିମ୍ୱା ଥରେଥରେ ଗୋଟିଏ ଜିନିଷ ଢାଳିକି ମହାଦେବ କୁ ସ୍ନାନ କରେଇପାରିବେ।

ଶିବପରାଣରେ ଲେଖାହେଇଛି ଏହିସବୁ ଜିନିଷଦ୍ୱାରା ଶିବଲିଙ୍ଗକୁ ସ୍ନାନନ କରାଇଲେ ମନସ୍କାମନା ପୁରଣ ହୋଇଥାଏ।ସ୍ନାନ କରେଇବା ସମୟରେ ଓଁ ନମଃ ଶିବାୟ ଜପକରିବା ଉଚିତ।

ଆସନ୍ତୁ ଜାଣିବା ଏହିଦଶଟା ଜିନିଷ ଏବଂ ଏହିଦଶଟି ଜିନିଷରୁ ମିଳୁଥିବା ଫଳବିଷୟରେ।ମନ୍ତଉଚ୍ଚାରଣ କରି ଶିବଲିଙ୍ଗ ଉପରେ ଜଳ ଚଢ଼େଇବା ଦ୍ୱାରା ଆମ ସ୍ୱଭାବରେ ପରିବର୍ତ୍ତନ ତଥା ସ୍ୱଭାବ ଶାନ୍ତ ହେଇଥାଏ,ଆଚରଣ ସ୍ନେହମୟ ହେଇଥାଏ।ମହୁ ଚଢ଼େଇବା ଦ୍ୱାରା ଆମ ସ୍ୱର ମଧୁର ହେଇଥାଏ।କ୍ଷୀର ଅର୍ପଣ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ।ଦହି ଚଢ଼େଇବା ଦ୍ୱାରା ଆମର ସ୍ୱଭାବ ଗମ୍ଭୀର ହେଇଥାଏ।

ଶିବଲିଙ୍ଗରେ ଘିଅ ଚଢ଼େଇବା ଦ୍ୱାରା ଆମର ଶକ୍ତି ବଢିଥାଏ।ଇତ୍ରରେ ସ୍ନାନ କରେଇବା ଦ୍ୱାରା ବିଚାର ପବିତ୍ର ହୋଇଥାଏ।ମହାଦେବଙ୍କୁ ଚନ୍ଦନ ଚଢ଼େଇବାଦ୍ୱାରା ଆମର ବ୍ୟକ୍ତିତ୍ୱ ଆକର୍ଷିତ ହେଇଥାଏ,ସମାଜରେ ମାନସମ୍ମାନ ପ୍ରାପ୍ତ ହେଇଥାଏ।କେଶର ଅର୍ପଣ କରିବା ଦ୍ୱାରା ଆମକୁ ସୌମ୍ୟତ ପ୍ରାପ୍ତ ହେଇଥାଏ।ଭାଙ୍ଗ ଚଢ଼େଇବା ଦ୍ୱାରା ଆମର ବିକାର ଏବଂ ଖରାପଗୁଣ ଦୂର ହେଇଥାଏ।ଚିନି ଚଢ଼େଇବା ଦ୍ୱରା ସୁଖସମୃଦ୍ଧି ବଢିଥାଏ।

ଆସନ୍ତୁ ଜାଣିବା ଶିବପୂଜନର ସାମାନ୍ୟ ବିଧି ବିଷୟରେ,ଯେଉଁଦିନ ଶିବପୂଜନ କରିବା ପାଇଁ ଚାହୁଁଛନ୍ତି ସେହି ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ସ୍ନାନ କରିନିୟନ୍ତୁ, ଯାହାଦ୍ୱାରା ଶରୀର ପବିତ୍ର ହେଇଯିବ।ଏହା ପରେ ଘରେ ପୂଜନ କରିପାରିବେ କିମ୍ବା ମନ୍ଦିରକୁ ଯାଇ ପୂଜନ କରିପାରିବେ।ମନ୍ଦିର ଯିବା ପରେ ପ୍ରଥମେ ମାତା ପାର୍ବତୀ ତାପରେ ମହାଦେବ ଏବଂ ନନ୍ଦିଙ୍କୁ ଗଙ୍ଗାଜଳ କିମ୍ବା ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ।ଜଳାର୍ପଣ କଲାପରେ ଶିବଲିଙ୍ଗରେ ଚନ୍ଦନ,ଚାଉଳ,ବେଲପତ୍ର ଏବଂ ଅରଖପତ୍ର ଚଢାନ୍ତୁ।ପୂଜନସମୟରେ ଭଗବାନକୁ ନିଜ କଷ୍ଟରୁ ଦୂର କରିବାପାଇଁ ତଥା ସମସ୍ତଙ୍କର ମଙ୍ଗଳ କାମନା ପ୍ରାଥନା କରନ୍ତୁ ଏବଂ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ପୂଜା ସମୟରେ ମହାଦେବଙ୍କୁ ଚିନି,ଘିଅ,କେଶର ଆଦି ମିଠା ଭୋଗ ଲଗାନ୍ତୁ।ଏହାପରେ ଧୂପ,ଦୀପା ଆଦିରେ ଆରତୀ କରନ୍ତୁ।ଏହି ପ୍ରକାର ମହାଦେବଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୁରାଣ ହେଇଥାଏ।ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *