September 25, 2023

Odia Express

News For Public

ଶନିଦେଵ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି କି ନାରାଜ – ଦଣ୍ଡଦେବେ କି କୃପାବର୍ଷଣ କରିବେ ? ଏମିତି ଜାଣନ୍ତୁ..

ସାଙ୍ଗମାନେ ଶନିଦେଵଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ।ଶନିଦେବଙ୍କ ନାମ ନେବାମାତ୍ରେ ମନରେ ଭୟର ଭାବ ଉତ୍ପର୍ଣ୍ଣ ହୋଇଥାଏ।କୁହାଯାଏ ଯଦି ଶନିଙ୍କ ଛାଇଯଦି ଆମ ଉପରେ ପଡ଼ିଯାଏ ତାହାଲେ ସବୁକିଛି ନାରଖାର ହେଇଯାଏ।ଏହି ବିଷୟରେ ଜ୍ୟୋତିଷମାନଙ୍କ ଅନୁସାରେ ଶନି ଏକ ନ୍ୟାୟ ପ୍ରିୟ ଗ୍ରହ,ଆପଣ ନିଜ କର୍ମ ଅନୁସାରେ ଜାଣିପାରିବେ ଶନିଙ୍କ ଆପଣଙ୍କ ଉପରେ କେମିତି ଦୃଷ୍ଟି ଅଛି।ଶନିଦେବ ହିଁ ପ୍ରକୃତିର ବ୍ୟବସ୍ତାକୁ ସମ୍ଭାଳନ୍ତି।ଯଦି ଆପଣ ଅତ୍ୟାଚାର,ଅନାଚର,ପାପ କରିଛନ୍ତି ତାହଲେ ଆପଣଙ୍କୁ ନିଚିନ୍ତ ଦଣ୍ଡ ମିଳିବ।ଯଦି ଆପଣ ଏହାକୁ ଭୁଲ କୁହନ୍ତି ତାହାଲେ ଶନିଦେଵଙ୍କ କି ଦୋଷ?ଶନିଦେଵ କେବେ କାହାର ଖରାପ କରନ୍ତି ନାହିଁ।ତାଙ୍କ ଦୃଷ୍ଟି ଏତେ ତୀକ୍ଷ୍ଣ ତାଙ୍କ ଦୃଷ୍ଟି ସହ ଆମେ ଦୃଷ୍ଟି ମିଳେଇ ପାରିବ ନାହିଁ।ଯଦି ଆମେ ଠିକ ବାଟରେ ଚାଲିବା ତାହାଲେ ଶନି ସବୁବେଳେ କୃପାଦୃଷ୍ଟି ରଖିବେ।କୁହାଯାଏ ସୂର୍ଯ୍ୟପୁତ୍ର ଶନି ,ଯାହାର କୁଦୃଷ୍ଟି କାହାକୁ ବି ବର୍ବାଦ କରିପାରେ।ଯଦି ଶନିଙ୍କ ସୁଦୃଷ୍ଟି ଥରେ କାହା ଉପରେ ପଡ଼ିଯାଏ ତାହେଲେ ସବୁ କାମ ସୁଚାର ରୂପେ ପାଳନ ହେଇଥାଏ,ସେହି ପରିବାର ତଥା ଘରେ କେବେ ଦରିଦ୍ରତା ଆସିନଥାଏ।

ଶନିଦେଵ ସୂର୍ଯ୍ୟଙ୍କ ଠାରୁ ବହୁତ ଦୂରରେ ଅଛନ୍ତି,ତେଣୁ ଶନିଦେଵଙ୍କୁ ପ୍ରକାଶହୀନ କୁହାଯାଏ।ପ୍ରକାଶହୀନ ହେଇଥିବାରୁ ଶନିଦେବଙ୍କୁ କତେ ଜଣ କ୍ରୋଧି,ନିର୍ଦୟ,ଭାବହୀନ ଏବଂ ଉତ୍ସାହହୀନ ମଧ୍ୟ କହିଥାନ୍ତି।ସେମାନେ ଏହି କଥା ଜାଣିନାହାନ୍ତି ଯଦି ଶନି କାହା ଉପରେ ପ୍ରସନ୍ନ ହେଇଥାନ୍ତି ତାହେଲେ ତାକୁ ବୈଭବ,ଧନରେ ଭରିଦିଅନ୍ତି।

ଶାସ୍ତ୍ର ଅନୁସାରେ ଶନିଦେବଙ୍କ ପ୍ରସନ୍ନ ହେବା ଅସୁବିଧାର ସମ୍ମୁଖୀନ ହେବା।ଲୋକ ମାନଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଅସୁଥିବ ଶନିଦେବ ପ୍ରସନ୍ନ ଅଛନ୍ତି କି ପ୍ରସନ୍ନ ନାହାନ୍ତି।ଆପଣ ଜାଣିଲେ ଖୁସି ହବେ ଆପଣଙ୍କ କିଛି ଗୁଣ କିମ୍ବା ନୀତିଦିନ କାର୍ଯ୍ୟକ୍ରମ ରୁ ଆପଣ ଜାଣିପାରିବେ ଶନିଦେବା ପ୍ରସନ୍ନ ଅଛନ୍ତି କି ନାହିଁ।

ଯେଉଁ ଲୋକ ପ୍ରତିଦିନ ନିଜର ନଖ କଟିଥାଏ ଏବଂ ନଖ ସଫା ରଖିଥାଏ ଶନି ସବୁ ବେଳେ ସେ ଲୋକକୁ ଖୁସିରେ ରଖନ୍ତି।ଯଦି ଆପଣ ନଖ କଟିବାରେ ବିଳମ୍ବ କିମ୍ବା ନଖ କାଟିବେନି ତଥା ନଖ ସଫା ରଖିବେନି ତାହଲେ ଆପଣ ଶନିଦୋଷରୁ ବଂଚିବା ପାଇଁ ଉପାୟ କରିବାକୁ ପଡିବ।ଯଦି ଆପଣଙ୍କ ହୃଦୟ ଗରିବ ଲୋକଙ୍କ ପ୍ରତି ଥାଏ , ତଥା ପର୍ବପର୍ବାଣିରେ ଆପଣ ଯଦି ଗରିବ ଲୋକଙ୍କୁ ଖାଇବାକୁ ଦେଉଥାନ୍ତି ତାହାଲେ ଶନିଦେବଙ୍କ ବିଶେଷ ଦୃଷ୍ଟି ଆପଣଙ୍କ ଉପରେ ରହିବ।

ପୌଷ ମାସରେ କଳାଡାଲି,ଚଣା,ବିରି,କଳା କପଡା ସତ ମନରୁ ଦେବେ ତାହାଲେ ଶନିଦେବ ସବୁବେଳେ କଲ୍ୟାଣ କରନ୍ତି।ଜ୍ୟୋଷ୍ଠ ମାସରେ କଳାକନା ଦାନକରିବା ଦ୍ୱାରା ଶନି ଦେବଙ୍କ ଛତ୍ର ଛାୟା ସବୁବେଳେ ଆପଣଙ୍କ ଉପରେ ରହିଥାଏ।ଯେତେବେଳେ ଆପଣଙ୍କ ଏହି ସବୁଗୁଣ ବଦଳିବା ଦେଖାହବ ସେତେବେଳେ ଶନିଦେବ କୁପିତ ହେଇଥାନ୍ତି।

କୁକୁରଙ୍କ ସେବା କରୁଥିବା ଲୋକଙ୍କ ଉପରେ ଶନିଦେବ ସବୁବେଳେ ପ୍ରସନ୍ନ ହେଇଥାନ୍ତି।କୁକୁରଙ୍କୁ ଖୁଆଉଥିବା ଲୋକ ଏବଂ କୁକୁରଙ୍କ ସେବା କରୁଥିବା ଲୋକଙ୍କୁ ଶନିଦେବ କେବେବି କଷ୍ଟ ଦେଇନଥାନ୍ତି।

ଯଦି ଆପଣଙ୍କର ଏପରି ସ୍ୱଭାବ ଅଛି ତାହେଲେ ଆପଣବି ଶନି ଦୋଷରୁ ସବୁବେଳେ ଜୀବନରେ ବଂଚି ରହିବେ।ନେତ୍ରହୀନ ବ୍ୟକ୍ତିଙ୍କୁ ସହାୟ କରିବା ଶନିଙ୍କୁ ପ୍ରସନ୍ନ କରିଥାଏ।ନିଃସ୍ୱାର୍ଥପର ଭାବେ ଯିଏ ନେତ୍ରହୀନ ବ୍ୟକ୍ତିଙ୍କୁ ସହାୟତା କରିଥାଏ ଶନିଦେବ ସବୁବେଳେ ତାଙ୍କ ଉପରେ କୃପାଦୃଷ୍ଟି ରଖିଥାନ୍ତି,ତାଙ୍କ ସଫଳତା ତଥା ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ କରିଥାନ୍ତି।ଶନିଦେବ ନାମରେ ଉପାସ ରହି ନିଜ ଖାଦ୍ୟ ଅନ୍ୟକୁ ଦଳେ ଶନିଦେବ ତାଙ୍କର ଅନ୍ନଭଣ୍ଡାର କେବେବି ଖାଲିରଖନ୍ତି ନାହିଁ।

ଆସନ୍ତୁ ଏବେ ଜାଣିବା ଶନି ଦେବଙ୍କ ଜନ୍ମକଥା ବିଷୟରେ।ଶନିଦେବ ଙ୍କ ଜନ୍ମ ବିଷୟରେ ଗୋଟେ ପୌରାଣିକ କଥା ବହୁତ ପ୍ରଚଳିତ ଅଟେ,ଏହି କଥା ଅନୁସାରେ ଶନି ସୂର୍ଯ୍ୟ ଏବଂ ଛାୟା ଙ୍କ ପୁତ୍ର ଅଟନ୍ତି।ସୂର୍ଯ୍ୟ ଙ୍କ ବିବାହ ସନ୍ଧ୍ୟା ସହିତ ହୋଇଥିଲା।ମନୁ,ଯମ,ଯମୁନା ଏହିପରି ତିନି ସନ୍ତାନ ପ୍ରାପ୍ତ ହେଇଥିଲା।

ବିବାହର କିଛି ବର୍ଷ ଯାଏ ସନ୍ଧ୍ୟା ସୂର୍ଯ୍ୟ ଦେବଙ୍କ ସହିତ ରହିଥିଲେ।କିନ୍ତୁ ଅଧିକ ସମୟ ଯାଏଁ ସୂର୍ଯ୍ୟଦେବଙ୍କ ତେଜକୁ ସହିପାରିଲେ ନାହିଁ,ତେଣୁ ନିଜର ଛାଇକୁ ସୂର୍ଯ୍ୟଦେବଙ୍କ ପାଖରେ ଛାଡିଦେଲେ ଏବଂ କିଛି ସମୟ ପରେ ଛାୟାଙ୍କ ଗର୍ଭରୁ ଶନିଦେବଙ୍କ ଜନ୍ମ ହେଇଥିଲା।ପରେ ଯତେବେଳେ ସୂର୍ଯ୍ୟ ଦେବଙ୍କୁ ଜଣାପଡିଲା ଛାୟା ପ୍ରକୃତରେ ସଂଜ୍ଞା ନୁହନ୍ତି , ସୂର୍ଯ୍ୟଦେବ କ୍ରୋଧିତ ହୋଇଉଠିଲେ,ଏବଂ ଶନିଦେବଙ୍କୁ ନିଜ ପୁତ୍ର କରିବାକୁ ମନା କରିଦେଲେ। ତେବେ ଏହା ଥିଲା ଶନିଦେଵଙ୍କ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା।

Leave a Reply

Your email address will not be published. Required fields are marked *