September 25, 2023

Odia Express

News For Public

ଭଲ ପାଇବା ଦ୍ଵାରା ବା ଡରେଇକି,କେମିତି ସିଖେଇବେ ପିଲାଙ୍କୁ ଅନୁଶାସନ ? ଦୁନିଆ ର ସବୁ ବାପା ମା ଏହି କଥା କୁ ଜାଣିବା ନିହାତି ଦରକାର..

ସାଙ୍ଗ ମାନେ ୪୦ ବର୍ଷର ଅଶୋକକୁ ପରିବାରର କଡ଼ା ପିତା କୁହାଯାଏ। ତା ଖାସିୟତ ଏହା ଯେ ପିଲା ମାନେ ତା ଆଦେଶକୁ ଗୋଟିଏ ଥରକରେ ମାନନ୍ତି। ଅଶୋକର ଘରେ ପହଞ୍ଚିବା କ୍ଷଣି ସମସ୍ତେ ପୁରା ଚୁପଚାପ ହୋଇଯାଆନ୍ତି।ଅଶୋକ ଠିକ ସେପରି କରୁଛି ଯାହା ତା ପିତା ତା ସହ କରିଥିଲେ।ଅଶୋକ ଆଜି ବି ତା ବାପାଙ୍କ ସହ କଥା ହୋଇ ପାରେନାହିଁ। ତା ପିତା ଏକୁଟିଆପଣ ସହ ବଞ୍ଚୁଛନ୍ତି ଯାହା ଅଶୋକ ତାଙ୍କ ପିଲା ମାନଙ୍କ ସହ କରୁଛି। ଡର ସାହାଯ୍ୟରେ କଥା ମନେଇବା ସହଜ ହୋଇଥାଏ କାରଣ ଛୋଟ ପିଲା ଆପଣଙ୍କୁ ଡରିକରି ଆପଣଙ୍କ କଥା ମାନି ଯାଆନ୍ତି।

ପିଲାଙ୍କ ମନୋବିଜ୍ଞାନ ଉପରେ କାମ କରୁଥିବା ବୈଜ୍ଞାନିକ ମାନେ କୁହନ୍ତି ଡର ଦ୍ଵାରା ଅନୁଶାସନ ପ୍ରତିଷ୍ଠା କରିବାର ଚାରି ବଡ଼ ବିପଦ ଅଛି।ସମ୍ପର୍କରେ ବହୁତ୍ ଖରାପ୍ ପ୍ରଭାବ ପଡିଥାଏ।ସମ୍ପର୍କ ଉପରୁ ଭରସା ଉଠି ଯାଇଥାଏ।ଆମେ ପିଲା ମାନଙ୍କୁ ଏହା ସିଖାଇଥାଉ କି ଡର ସାହାଯ୍ୟରେ ସେମାନେ ବି ଏପରି କରନ୍ତୁ।ଆମେ ପିଲା ମାନଙ୍କ ଭାବନାକୁ ଦବାଇ ଦେଇଥାଉ ।ପିଲା ମାନେ ଆମ ସହିତ ଏକ ଅଲଗା ପ୍ରକାର ବ୍ୟବହାର କରିବେ।ଆମକୁ ସବୁବେଳେ ନଜର ରଖିବାକୁ ହେବ,ପିଲାମାନେ ଧରା ପଡ଼ିଲେ ମିଛ ବି କହିବେ।

ଡାକ୍ତରଙ୍କ ଅନୁସାରେ ପିଲା ମାନଙ୍କୁ ଭଲ ପାଇବା ଦ୍ଵାରା ଅନୁଶାସନ ଦେଖେଇବା ଦରକାର।ଏହା ଦ୍ଵାରା ପିଲା ମାନଙ୍କ ଉପରେ ଭଲ ପ୍ରଭାବ ପଡିଥାଏ।ଏମିତି ପିଲାମାନଙ୍କ ଭିତରେ ଅନୁଶାସନ ଓ ପରିପକ୍ୱତା ଆସିଥାଏ।ଏମିତି ପିଲାମାନେ ଜୀବନରେ କଷ୍ଟ ସମୟର ଭଲ ଭାବେ ସାମ୍ନା କରିଥାନ୍ତି।ଯେବେ ଭଲ ପାଇବା ଦ୍ଵାରା ଅନୁଶାସନ ସିଖାଯାଏ ତେବେ ପିଲା ମାନଙ୍କ ଠାରେ ଅନ୍ୟ ମାନଙ୍କ ଭାବନା କୁ ବୁଝିବାର କ୍ଷମତା ଥାଏ।

ଏମିତି ପିଲା ଦାୟିତ୍ବବାନ ହୋଇଥାନ୍ତି।ଅନ୍ୟମାନେ ଏମାନଙ୍କ ଉପରେ ଭରସା କରିଥାନ୍ତି।ଆମକୁ ଦେଖିବାକୁ ହେବ ଯେ ପିଲା ମାନଙ୍କ ରାଗ ଯିଦ୍ଦୀ ଆଦି ପଛରେ ଅସଲ କାରଣ କଣ ରହିଛି।ପିଲା ମାନଙ୍କୁ ଦଣ୍ଡ ଦେବା ଦ୍ଵାରା ସମାଧାନ ହୁଏ ନାହିଁ।ତାଙ୍କୁ ଠିକ ବିକଳ୍ପ ଦେବାର ଦାୟିତ୍ଵ ମାତାପିତାଙ୍କ ଉପରେ ରହିଛି।ତାଙ୍କ ଭାବନାକୁ ଶବ୍ଦ ଦେବାରେ ସାହାଯ୍ୟ କରନ୍ତୁ।ରାଗ ଆସିବା ଦ୍ବାରା କିପରି ବ୍ୟବହାର କରାଯାଏ ତାହା ପିଲା ମାନଙ୍କୁ ବୁଝାଇବା ଦରକାର।

ଖରାପ ବ୍ୟବହାର ପାଇଁ ଦଣ୍ଡ ଦେବା ଦ୍ଵାରା ଭଲ ବ୍ୟବହାର ପାଇଁ ପୁରସ୍କାର ଦେବା ଉଚିତ।ପିଲା ମାନଙ୍କୁ କିଛି ବିଶେଷ ର ଦରଜା ଦେଇକି ତାଙ୍କୁ ଅନୁଶାସିତ ହେବା ପାଇଁ ସାହାଯ୍ୟ କରି ପାରିବେ।ଯେପରି କାହ୍ନା ହେଇକି କିଏ ମମି ଙ୍କ ସାହାଯ୍ୟ କରିବ।ଯଦି ଭଲ କାମ ପାଇଁ ତାଙ୍କୁ ପୁରସ୍କାର ମିଳିବ ତେବେ ତାଙ୍କୁ ଚିଲେଇ ବାର ଦରକାର ହିଁ ପଡ଼ିବନି।

Leave a Reply

Your email address will not be published. Required fields are marked *