February 28, 2024

Odia Express

News For Public

ନିଜ ପିଲା ମାନଙ୍କୁ ପ୍ରତିଦିନ କୁହନ୍ତୁ ଏହି ପାଞ୍ଚଟି କଥା – ଜୀବନରେ ପିଲା ସବୁବେଳେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ..

ସାଙ୍ଗ ମାନେ ରାଜେଶ ଗଣିତରେ କମଜୋର ଥିଲେ।ସେ ନିଜ ଘରେ ସବୁ ପ୍ରଶ୍ନର ସମାଧାନ କରିପାରୁଥିଲା କିନ୍ତୁ ପରୀକ୍ଷାରେ ବସିବା କ୍ଷଣି ସେ ବହୁତ କମଜୋର ହେଇ ଯାଉଥିଲା। ମାର୍କସିଟ ଅନୁସାରେ ରାଜେଶର ଗଣିତ କମଜୋର ଥିଲା।କେହି ବି ଏହାକୁ ବୁଝି ପାରୁନଥିଲେ।ତାକୁ ସାହାଯ୍ୟ କରିବାକୁ ଆସିଲେ ତାଙ୍କ ଶ୍ରେଣୀ ଶିକ୍ଷକ।ସେ କହିଲେ କି ରାଜେଶକୁ କେହିବି କୁହ ନାହିଁ ଯେ ତାର ଗଣିତ କମଜୋର ଅଛି।ତାକୁ ସମସ୍ତେ କୁହ କି ତାର ଗଣିତ ଠିକ ଠାକ ଅଛି।ଏହାର ପ୍ରଭାବ ମଧ୍ୟ ଦେଖାଗଲା।

ମନୋବିଜ୍ଞାନ କୁହେ ଯେ ଯେବେ ଆମେ ପିଲାଙ୍କୁ ଗାଳି କରୁ ପିଲାମାନେ ସେତେବେଳେ ନେଗେଟିଭ ଇମେଜ ତିଆରି କରନ୍ତି।ତାର ପ୍ରଭାବ ତାଙ୍କ ଜୀବନ ଉପରେ ଦେଖା ଦେଇଥାଏ।ଏଥିପାଇଁ ଆପଣଙ୍କୁ କିଛି କଥା ପିଲା ମାନଙ୍କୁ ସବୁଦିନ କହିବା ପାଇଁ ପଡ଼ିବ,ଯେମିତିକି ଆଇ ଲଭ ୟୁ।ଏହା କହିବା ଦ୍ଵାରା ସେମାନଙ୍କୁ ଲାଗିବ ଯେ ତାଙ୍କ ପିତାମାତା ସବୁବେଳେ ତା ସହିତ ଅଛନ୍ତି।

ବେଳେବେଳେ ପିଲା ମାନଙ୍କ ମନରେ ଧାରଣା ଆସେ କି ତା ପିତାମାତା ତାକୁ ଭଲ ପାଉନାହାନ୍ତି।ଯେତେବେଳେ ପିଲାର ଭାଇ ଭଉଣୀ ଥାଏ ତ ଏହି ଭାବନା ଆସିବାର ସମ୍ଭାବନା ବହୁତ ଅଧିକ ଥାଏ।ଦ୍ଵିତୀୟ କଥା ହେଉଛି ୱାଓ ତୁମେ ବହୁତ ଭଲ।ଏହା ବଦଳରେ ତୁମେ କୌଣସି ଶବ୍ଦ ମଧ୍ୟ ବ୍ୟବହାର କରିପାରିବ ଯେପରି ତୁମେ ଗଣିତରେ ବହୁତ ଭଲ ବା ତୁମେ ବହୁତ ପରିଶ୍ରମୀ ଅଟ।ଧ୍ୟାନ ରଖିବେ ଯେ ପିଲା ମନରେ କେବେ ବି ନକରାତ୍ମକ ଭାବନା ନା ଆସୁ।

ତୃତୀୟ ଶବ୍ଦ ହେଉଛି ଆଚ୍ଛା ତା ପରେ କଣ ହେଲା?ଆମର ବଡ଼ ସମସ୍ୟା ହେଲା ଆମେ ପିଲା ମାନଙ୍କୁ ଶୁଣି ନଥାନ୍ତି।ଯଦି ଶୁଣେ ତ ପିଲା ମାନଙ୍କୁ ଲାଗେ ନାହିଁ କି ଆମେ ସୁଣୁଚେ ବୋଲି।ଆପଣ ଏପରି ଶବ୍ଦ ପ୍ରୟୋଗ କରିବା ଦ୍ୱାରା ପିଲା ମାନଙ୍କୁ ଲାଗେ ଯେ ଆପଣ ସେମାନଙ୍କ କଥା ଶୁଣୁଛନ୍ତି ଓ ସେମାନେ ଆହୁରି ଆଗ୍ରହ ହୋଇକରି କହିଥାନ୍ତି।

ଚତୁର୍ଥ ଶବ୍ଦ ହେଉଛି ସରି ଆଉ ଥ୍ୟାଙ୍କ ୟୁ।ଏହି ଶବ୍ଦ କେବଳ ବଡ଼ ମାନଙ୍କ ପାଇଁ ନୁହେଁ ପିଲା ମାନଙ୍କ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ।ପିଲା ମାନେ ଆପଣଙ୍କୁ ଦେଖିକି ହିଁ ସିଖିଥାନ୍ତି।ଯେତେବେଳେ ଆପଣ ସରି କୁହନ୍ତି ସେମାନେ ବୁଝନ୍ତି ଯେ ଭୁଲ ପାଇଁ କ୍ଷମା ମାଗିକି ଆଗକୁ ବଢିବା ଉଚିତ।

ପଞ୍ଚମ ଶବ୍ଦ ହେଉଛି ଏହା ଉପରେ ତୁମ ରାୟ କଣ?ମା ବାପା ମାନନ୍ତି କି ପିଲା ମାନଙ୍କ ପାଖରେ ଅଧିକ ଅନୁଭବ ନାହିଁ ।କିନ୍ତୁ ଏପରି ଭାବିବା ଦ୍ଵାରା ପିଲାମାନଙ୍କର ବହୁତ ବଡ଼ ଲସ ହୋଇଥାଏ।ପିଲା ମାନେ ଠିକ୍ ନିର୍ଣ୍ଣୟ ନେବା ଶିଖି ପାରନ୍ତି ନାହିଁ।ଏଥିପାଇଁ ଆପଣ ସବୁ ନିଷ୍ପତିରେ ତାଙ୍କୁ ଭାଗୀଦାର ବନାନ୍ତୁ।ହେଇପାରେ ତାଙ୍କ ରାୟ ଗ୍ରହଣ ନା କରା ଯାଇପାରେ କିନ୍ତୁ ତାଙ୍କୁ ଏହାର କାରଣ ମଧ୍ୟ କୁହନ୍ତୁ।

Leave a Reply

Your email address will not be published. Required fields are marked *