October 2, 2023

Odia Express

News For Public

ପିଲାମାନଙ୍କ ଠାରେ ମନ ଲଗାଇ କରି ପଢ଼ିବାର ଅଭ୍ୟାସ କେମିତି କରେଇବେ ? ଜାଣନ୍ତୁ ମନୋବୈଜ୍ଞାନିକ ଉପାୟ…

1 min read

ସାଙ୍ଗ ମାନେ ରାମାନୁଜଙ୍କ ମାତା ପିତା ଚାହୁଁଥିଲେ ଯେ ରାମାନୁଜ ମନ ଲଗାଇ ପଢନ୍ତୁ କିନ୍ତୁ ସବୁବେଳେ ଏହାର ଓଲଟା ହେଉଥିଲା।ପଢ଼ିବା କଥା ଶୁଣିବା ମାତ୍ରେ ରାମାନୁଜ ବ୍ୟସ୍ତ ହୋଇ ଯାଉଥିଲେ।ସେ କୌଣସି ସ୍ଥାନରେ ମନ ଲଗାଇ ବସି ପାରୁନଥିଲେ।ତାଙ୍କ ପିତାମାତା ବହୁତ ଚେଷ୍ଟା କରି ମଧ୍ୟ ତାଙ୍କୁ ପାଠ ପଢ଼ାରେ ମନ ଲଗାଇ ପାରିଲେ ନାହିଁ। ତା ପରେ ସେ ମନୋବିଜ୍ଞାନ ର ସାହାଯ୍ୟ ନେଲେ।ଯଦି ପିଲା ମନ ଲଗାଇ ପାଠ ପଢି ପାରୁନି ତ ଏହାର କାରଣ ମାତାପିତାଙ୍କ ବ୍ୟବହାର ମଧ୍ୟରେ ଲୁଚି ରହିଛି। ତ ଆସନ୍ତୁ ଜାଣିବା ପିଲା ମାନଂକ ଠାରେ କେମିତି ପାଠ ପଢ଼ାର ଅଭ୍ୟାସ ଲଗାଇବା।

ପାଠ ପଢା ସମୟରେ ଗାଳି କରନ୍ତୁ ନାହିଁ।ପ୍ରାୟତଃ ପିତାମାତା ପଢ଼ିବା ସମୟରେ ପିଲା ମାନଙ୍କୁ ଖୁବ ଗାଳି କରିଥାନ୍ତି।ଏହାଦ୍ବାରା ପିଲା ମାନଙ୍କ ମନରେ ପଢ଼ିବା ଗାଳି ଖାଇବା ସହିତ ସମାନ ହୋଇଯାଏ।ସେମାନେ ପାଠ ପଢ଼ାରୁ ଦୂରକୁ ଯିବାକୁ ଚାହାନ୍ତି।ପାଠ ପଢ଼ାକୁ ରୋଚକ ବନାନ୍ତୁ।ପରିବେଶକୁ ଏମିତି ତିଆରି କରନ୍ତୁ ଯେପରି ପିଲାକୁ ତାହା ଖେଳ ଭଳି ଲାଗିବ।ମାର୍କ କୁ ନେଇ ପିଲା ଉପରେ ପ୍ରେସର୍ ପକାନ୍ତୁ ନାହିଁ।ଯେତିକି ବି ନମ୍ୱର ଅଛି ତାକୁ ସେଲିବ୍ରେଟ କରନ୍ତୁ।

Little girl and father are enjoying reading book together

ପାଠପଢା ପାଇଁ ଏକ ରୋଟିନ୍ ପ୍ରସ୍ତୁତ କରନ୍ତୁ।ଯଦି ଆପଣ ପିଲାଙ୍କୁ ଟାଇମ ଟେବୁଲ ହିସାବରେ ପଢ଼ିବାର ଅଭ୍ୟାସ କରିଦେବେ ତେବେ ତାହା ତାଙ୍କ ମାନଙ୍କ ପାଇଁ ଫାଇଦାମନ୍ଦ ହେବ।ପାଠପଢା ମଧ୍ୟରେ କିଛି ଛୋଟ ଛୋଟ ବ୍ରେକ୍ ନେବେ ଯାହାଦ୍ଵାରା ପିଲା ପୁଣିଥରେ ଫ୍ରେସ ହେଇକି ପାଠ ପଢିପାରିବ।କେବଳ ପାଠ ପଢା ପାଇଁ ନୁହ ଖେଳିବା ବୁଲିବା ପାଇଁ ମଧ୍ୟ ଟାଇମ ଟେବୁଲ ପ୍ରସ୍ତୁତ କରିବେ।ଏହା ଦ୍ଵାରା ସେମାନେ ଅଧିକ ଉତ୍ସାହିତ ହୋଇ ପଢ଼ିବେ।

ପାଠପଢା ପାଇଁ ଷ୍ଟଡି ଜୋନ ବନାନ୍ତୁ ଏମିତି ଜାଗା ବାଛନ୍ତୁ ଯେପରି ପିଲା ଟିଭି ଓ ମୋବାଇଲ୍ ଠୁ ଦୂରରେ ରହିବ।କାରଣ ଏମାନେ ଏକାଗ୍ରତା ଭଙ୍ଗା କରିଥାନ୍ତି।ଯାହାଦ୍ଵାରା ପିଲାର ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ।ଛୋଟ ପିଲାଙ୍କ ପାଇଁ ଏମିତି ଜାଗା ବାଛନ୍ତୁ ଯେଉଁଠି ଆପଣ ସେମାନଙ୍କ ସହିତ ରହିପାରିବେ।ଛୋଟ ପିଲା ମାନଙ୍କ ଏକାଗ୍ରତା ସମୟ କମ ହୋଇଥାଏ।

ଭଲ ପଢ଼ାଇର ପୁରସ୍କାର ଦିଅନ୍ତୁ।କିନ୍ତୁ ଯଦି ଆପଣ ଖାଲି ଭୁଲକୁ ଧରିବେ ଏହାଦ୍ବାରା ଭୁଲ୍ ବଢିବ।ଯେତେବେଳେ ପିଲା ଏକ ଘଣ୍ଟା ଭଲସେ ପଢୁଛି ତ ସେତେବେଳ ତାକୁ କିଛି ପୁରସ୍କାର ଓ ପ୍ରଶଂସା କରିବେ।ଆପଣ ଘରେ ପଏଣ୍ଟ ସିଷ୍ଟମ୍ ଲାଗୁ କରିପାରିବେ।ଯେପରି ଏକ ଘଣ୍ଟା ପଢା ପାଇଁ ୧୦ ପଏଣ୍ଟ।ଏପରି କରିବା ଦ୍ବାରା ସେମାନଙ୍କ ମଜା ଲାଗିଥାଏ।ଆଉ ମଜା ମଜା ରେ ସେମାନେ ପଢି ବି ଥାଆନ୍ତି। ତ ଆପଣ ଏହି ଉପାୟ ନିଶ୍ଚିତ ପ୍ରୟୋଗ କରନ୍ତୁ।

Leave a Reply

Your email address will not be published. Required fields are marked *