March 3, 2024

Odia Express

News For Public

ସଫଳ ଏବଂ ଅସଫଳ ଲୋକଙ୍କ ଭିତରେ ଥାଏ ଏହି ୫ ଟି ଅନ୍ତର – ଜାଣନ୍ତୁ ଆପଣ ସଫଳ ନା ଅସଫଳ..

ସମାଜରେ ସବୁ ବ୍ୟକ୍ତି ସଫଳତାର ଶୀର୍ଷରେ ପହଂଚିବାର ସ୍ୱପ୍ନ ଦେଖିଥାଏ।ପଢା ହେଉ ବା ଚାକିରୀ ସମସ୍ତେ ଚାହାନ୍ତି ପ୍ରଥମ ହେବାକୁ। ଖୁବ କମ ଲୋକ ଥାନ୍ତି ଯିଏ ସଫଳ ହେବାର ଆଶା ରଖି ନଥାନ୍ତି।ସଫଳତା ପାଇବାର ସ୍ବପ୍ନ ଦେଖିବା ଏବଂ ସଫଳତାକୁ ପ୍ରାପ୍ତ କରିବା ଭିତରେ ଥାଏ ବହୁତ ଅନ୍ତର।ସଫଳତାର କଳ୍ପନା କରିବା ଏବଂ ସଫଳତାର ଶିର୍ଷରେ ପହଂଚିବା ଉଭୟ ଅଲଗା ହୋଇଥାଏ।ସଫଳ ହେବାର ଆଶାତ ସମସ୍ତଙ୍କର ଥାଏ ପରନ୍ତୁ ସେହି ସଫଳତାର ସିଡି ରେ ଚଢ଼ିବାର ସୌଭାଗ୍ୟ ସମସ୍ତେ ପ୍ରାପ୍ତ କରିପାରନ୍ତିନି।କେତେକ ଅଭ୍ୟାସ ଜଣାପଡୁନଥିଲେ ବି ଅମକୁ ସଫଳତା ଠାରୁ ଦୂରେଇ ଦେଇଥାଏ।ଆସନ୍ତୁ ଜାଣିବା ସଫଳ ବ୍ୟକ୍ତି ଏବଂ ଅସଫଳ ବ୍ୟକ୍ତିର ସ୍ୱଭାବ ବିଷୟରେ।

୧.କିଛି ବ୍ୟକ୍ତି ପୁରା ପୁରା ଦିନ ଅଫିସ କାମରେ ବିତେଇଥାନ୍ତି।ଅଫିସ ଫାଇଲ ଏବଂ ଲାପଟପ ପାଖରୁ ଉଠନ୍ତି ନାହିଁ।ସେମାନେ ଭାବନ୍ତି ଅନବରତ କାମ କରିବା ସେମାନଙ୍କୁ ସଫଳତାର ଶିଖରରେ ପହଞ୍ଚେଇବାରେ ସହାୟକ ହେବେ।ବରଂ ସେମାନଙ୍କର ଏହି ଅଭ୍ୟାସ ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ସହ ଶାରୀରିକ ପୀଡା ମଧ୍ୟ ଦେଇଥାଏ।ଅଜାଣତରେ ଦୁରେଇ ଦେଇଥାଏ ସଫଳତା ଠାରୁ।

ସଫଳ ବ୍ୟକ୍ତି ମାନେ ନିଜ ସମୟର ସଠିକ ଉପଯୋଗ କରିଥାନ୍ତି। କମ ସମୟ ଉପଯୋଗରେ କିପରି ଅଧିକ କାର୍ଯ୍ୟ ହେବ ତାହା ସର୍ବଦା ସେମାନଙ୍କର ଚେଷ୍ଟା ରହିଥାଏ।ସେମାନେ ଅଫିସ କାମ ସହ ନିଜର ଅନ୍ୟ ସମସ୍ତ କଯ୍ୟ ଗୁଡିକୁ ମଧ୍ୟ ସୁଚାର ଭାବେ ତୁଲାଇ ଥାନ୍ତି।କମ ସମୟରେ ଅଧିକ କାର୍ଯ୍ୟ କରିବାର ପ୍ରୟାସ ସଫଳ ବ୍ୟକ୍ତି ମାନଙ୍କୁ ବନେଇଥାଏ ଅଲଗା।

୨.ଇଣ୍ଟରନେଟ ଠାରୁ ଦୂରତା ସଫଳ ହେବାରେ ସହାୟକ ହୋଇଥାଏ।ଆଜିକା ସମାଜରେ ଲୋକମାନେ ଅଧିକ ସମୟ ଇଣ୍ଟରନେଟ ବ୍ୟବହାରରେ ଅତିବାହିତ କରୁଛନ୍ତି।ଯାହା ସେମାନଙ୍କୁ ଅଳସୁଆ ବନେଇବା ସହ ସେମାନଙ୍କ ଭାବନା ଶକ୍ତିକୁ ହ୍ରାସ କରିବାକୁ ଲାଗିଛି। ଇଣ୍ଟରନେଟର ସଦୁପଯୋଗ କରିବା ସଫଳତା ପାଇବାର ସହାୟକ ହୋଇଥାଏ।

୩.ଭଲ ଶ୍ରୋତା।ସଫଳ ଲୋକଙ୍କ ସବୁଠାରୁ ବଡ ଗୁଣ ହୋଇଥାଏ। ସେମାନେ ଅନ୍ୟର କଥା କୁ ଆଗ୍ରହର ସହ ଶୁଣିଥାନ୍ତି।ଅନ୍ୟର କଥାକୁ ମାନିବା ନମାନିବା ସେମାନେ ନିଜେ ଭାବନ୍ତି।କିନ୍ତୁ କିଛି କରିବା ପୂର୍ବରୁ ସବୁ ଭଲ ଭାବେ ଶୁଣି ଠିକ ଭୁଲ ବିଚାର କରି କାମ କରିଥାନ୍ତି।ଯାହା ସେମାନଙ୍କୁ ପ୍ରଥମଥରରେ ସଫଳତା ଦେଇଥାଏ।ସମସ୍ତ ସଫଳ ବ୍ୟକ୍ତି ଭଲ ଶ୍ରୋତା ହୋଇଥାନ୍ତି।

୪.ଆତ୍ମବିଶ୍ୱାସ,ମଣିଷକୁ ସଫଳତା ପାଇବାରେ ସହାୟ ହୋଇଥାଏ।ଆତ୍ମବିଶ୍ୱାସୀ ଲୋକ ମାନେ କିଛି ବି କାମ କରିବାକୁ ଡରନ୍ତି ନାହିଁ ଯାହା ସେମାନଙ୍କୁ ସଫଳ କରାଇଥାଏ।

୫.ସଫଳ ବ୍ୟକ୍ତି ମାନେ ନିଜ ପ୍ରାଥମିକତାକୁ ବାରମ୍ବାର ବଦଳାଇ ନଥାନ୍ତି।ସେମାନେ କିଛି କରିବା ପୂର୍ବରୁ ସବୁ କିଛି ଠିକ ଭାବରେ ଯୋଜନ ବଧ ଭାବରେ ଏକାଗ୍ରତା ସହ କରିଥାନ୍ତି।ସଫଳତା ପାଇବାର ସବୁଠାରୁ ବଡ ମନ୍ତ୍ର ହେଉଛି ଏକାଗ୍ରତା।

ସଫଳ ବ୍ୟକ୍ତି ମାନଙ୍କ ଭିତରେ ଥାଏ ଏହି ୫ ଟି ବିଶେଷ ଗୁଣ।ଯାହା ସେମାନଙ୍କୁ କରିଥାଏ ଭିନ୍ନ।

Leave a Reply

Your email address will not be published. Required fields are marked *