September 25, 2023

Odia Express

News For Public

କୁମ୍ଭ ରାଶି VS ତୁଳା ରାଶି କୁମ୍ଭ ରାଶିର ପ୍ରକୃତି ଏବଂ ତୁଳା ରାଶିର ପ୍ରକୃତି – ଯଦି ଆପଣଙ୍କ ରାଶି ସାମିଲ ଅଛନ୍ତି ତେବେ ନିଶୟ ପଢନ୍ତୁ..

ସାଙ୍ଗମାନେ ଆମ ଆଖପାଖରେ ବହୁତ କୁମ୍ଭ ରାଶିର ବ୍ୟକ୍ତି ଥାଆନ୍ତି।ଏହାବି ହୋଇପାରେ ଆମେ ନିଜେ ମଧ୍ୟ କୁମ୍ଭ ରାଶିର ହୋଇଥିବା ତାହେଲେ ଆମକୁ ଏହା ଜାଣିବାର ଉତ୍ତେଜନା ରହିଥାଏ କି କୁମ୍ଭ ରାଶି ମାନଙ୍କର ବ୍ୟକ୍ତିତ୍ୱ କିପରି ହୋଇଥାଏ।ତ ଆଜି ଏଠି ଜାଣିବା କି ଏମାନଙ୍କ ବ୍ୟକ୍ତିତ୍ୱ କିପରି ହୋଇଥାଏ।

ଏହି ରାଶିର ଜାତକ ମାନବତାବାଦୀ ପ୍ରବୃତିର ହୋଇଥାନ୍ତି।ଯେମିତି ଏମାନଙ୍କ ରାଶିର ଚିହ୍ନ ମଧ୍ୟ କୁମ୍ଭ ଅଟେ ଯାହାର ଅର୍ଥ ହେଉଛି ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଗମ୍ଭୀର ଏବଂ ଗଭୀର ହୋଇଥାଏ।ଏମାନେ ବହୁତ ପ୍ରଗତିଶୀଳ ହୋଇଥାନ୍ତି।ପରୋପକାର ଏମାନଙ୍କ ବ୍ୟକ୍ତିତ୍ୱର ମୁଖ୍ୟ ଅଂଶ ହୋଇଥାଏ।ଏମାନେ ଆଧୁନିକ ହୋଇଥାନ୍ତି ଏବଂ ବ୍ୟବହାରକୁ ମୁଖ୍ୟତଃ ଦେଖିଥାନ୍ତି।ଏମାନେ ସ୍ୱତନ୍ତ୍ରତା ପସନ୍ଦ କରିଥାନ୍ତି।କୁମ୍ଭ ରାଶିର କିଛି ଜାତକ ଅଲଗା ଭାବନା ରଖିଥାନ୍ତି।ଏମାନଙ୍କ ମଧ୍ୟରେ ଚିନ୍ତା ଚାଲିରହିଥାଏ ଏବଂ କୌଣସି ନିଷ୍ପତ୍ତିରେ ପହଞ୍ଚିବା ପାଇଁ ବହୁତ ଲମ୍ବା ସମୟ ଲଗାଇଥାନ୍ତି।

ଯଦି ଆମେ ଏମାନଙ୍କ କରିୟର ବିଷୟରେ କଥା ହେବା ତାହେଲେ କାର୍ଯ୍ୟସ୍ଥଳୀରେ ଏମାନଙ୍କୁ ବହୁତ ଚୁନତିପୂର୍ଣ କାର୍ଯ୍ୟ ପସନ୍ଦ ହୋଇଥାଏ।ଏମାନଙ୍କୁ ନୂଆ ଖୋଜ କରିବାରେ ବହୁତ ଆନନ୍ଦ ଆସିଥାଏ ଏବଂ ଏମାନେ ନିଜର ବହୁତ ସମୟ କାର୍ଯ୍ୟସ୍ଥଳୀରେ ବିତେଇବାକୁ ପସନ୍ଦ କରିଥାନ୍ତି।ପୁର୍ଣ ନିଷ୍ଠା ଏବଂ ସେବା ଭାବନାରେ କାମ ପ୍ରତି ସମର୍ପିତ ରହିଥାନ୍ତି।ରୋମାଣ୍ଟିକ ସ୍ଵଭାଵ ବିଷୟରେ କଥା ହେବା ଯଦି ଏମାନେ ବହୁତ ଖୋଲା ବିଚାରଯୁକ୍ତ ହୋଇଥାନ୍ତି।ସ୍ୱତନ୍ତ୍ର ଭାବନାର ଲୋକ ଏମାନଙ୍କ ପସନ୍ଦ ହୋଇଥାନ୍ତି।ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି କିନ୍ତୁ ବିବାହ ପ୍ରତି ଏମାନଙ୍କ ନଜରିଆ ବହୁତ ବୌଦ୍ଧିକ ହୋଇଥାଏ।ଏମାନେ ବହୁତ ପ୍ରେମ କରିଥାନ୍ତି ଯିଏ ଅନ୍ୟକୁ କଷ୍ଟରେ ଦେଖିପାରନ୍ତି ନାହିଁ।

ଏବେ ଆମେ ଜାଣିବା ତୁଳା ରାଶି ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱ ବିଷୟରେ।ଏମାନେ ଏକ ଦର୍ଶନୀୟ ବ୍ୟକ୍ତିତ୍ୱର ସ୍ୱାମୀ ହୋଇଥାନ୍ତି।ଏମାନଙ୍କ ରାଶି ଚିହ୍ନ ତୁଳା ହୋଇଥାଏ ଯାହା ଏମାନଙ୍କ ସନ୍ତୁଳିତ ଜୀବନ ଆଡକୁ ଇସାରା କରିଥାଏ।ଏମାନଙ୍କ ରାଶିଚିହ୍ନ ଏମାନଙ୍କ ନ୍ୟାୟପ୍ରିୟ ହେବା ଆଡକୁ ସଂକେତ କରିଥାଏ।ସବୁ ବିବାଦକୁ କଥାବାର୍ତ୍ତା ଆକାରରେ ସମାଧାନ କରିବାର ଗୁଣ ଏମାନଙ୍କ ଠାରେ ସ୍ୱାଭାବିକ ଉପାୟରେ ରହିଥାଏ।ଏମାନେ ବହୁତ ସାମାଜିକ ହୋଇଥାନ୍ତି।ଏମାନେ କୁଶଳ ରଣନୀତିକାର ହୋଇଥାନ୍ତି ଏବଂ କୂଟନୀତି ଏମାନଙ୍କ ଭିତରେ କୁଟି କୁଟି ଭରି ରହିଥାଏ।ଏମାନେ ଶୀଘ୍ର ଶୀଘ୍ର କୌଣସି ନିର୍ଣ୍ଣୟ ନେବାକୁ ଚାହାନ୍ତି ନାହିଁ ଏହି କାରଣରୁ ବହୁତ ଥର ଏମାନଙ୍କ କାମ ମଧ୍ୟ ଅଧାରେ ରହିଥାଏ।

ଏମାନେ କାର୍ଯ୍ୟସ୍ଥଳରେ ସହକର୍ମୀମାନଙ୍କ ସହ ବହୁତ ଜଲଦି ମିଶି ଯାଆନ୍ତି।ଲୋକଙ୍କଠାରୁ ନିଜ କାମ ସହଜରେ କରେଇବା ଏମାନଙ୍କ କ୍ଷମତା ହୋଇଥାଏ।ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ଜାତକ ବହୁତ ସଫଳତା ଅର୍ଜନ କରିଥାନ୍ତି।ରୋମାଣ୍ଟିକ ଜୀବନରେ ଏମାନେ ନିଜ ସାଥିକୁ ବହୁତ ସମ୍ମାନ ଦେଇଥାନ୍ତି ଏବଂ ସମାନତାର ବ୍ୟବହାର କରିଥାନ୍ତି କିନ୍ତୁ ଏହି ଭାବନା ସେ ତାଙ୍କ ସାଥୀଠାରୁ ନିଜ ପ୍ରତି ମଧ୍ୟ ଚାହିଁଥାନ୍ତି।ଏହି ରାଶିର କିଛି ଜାତକ ବହୁତ ପ୍ରେମୀ ମଧ୍ୟ ହୋଇଥାନ୍ତି କିନ୍ତୁ ଏକ ଖାସ ଗୁଣ ହେଲା ଏମାନେ କାହାକୁ ନାରାଜ କରନ୍ତି ନାହିଁ।ଯେତେ ଶୀଘ୍ର ଏମାନେ ବିପରୀତ ଲିଙ୍ଗପ୍ରତି ଆକର୍ଷିତ ହେବାରେ ଲଗାଇଥାନ୍ତି ସେତେ ଡେରି ବିବାହ ଆଦି କାର୍ଯ୍ୟରେ ଲଗାଇଥାନ୍ତି।ଏହି କଥାରେ ଏମାନେ ବହୁତ ସଚେତନ ହୋଇଥାନ୍ତି ଏବଂ ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତି।

Leave a Reply

Your email address will not be published. Required fields are marked *