October 2, 2023

Odia Express

News For Public

ପାନର ଅଚୁକ ମନ୍ତ୍ର ଯାହା ଆପଣଙ୍କ ଜୀବନକୁ କରିବ ଅଧିକ ସରଳ ଓ ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତ କରିବ..

ସାଙ୍ଗ ମାନେ କୌଣସି ପୂଜା ପର୍ବରେ ସାଧାରଣତଃ ପାନ ହିଁ ଦେବୀ ଦେବତାଙ୍କ ପାଖେ ଲଗା ଯାଇଥାଏ। ଦେଵୀ ଦେବତା ମାନଙ୍କୁ ପାନ ଚଢ଼ାଇବାର ପରମ୍ପରା ବହୁତ ପୂର୍ବରୁ ଅଛି।ବୈଷ୍ଣବ ହେଉ କି ଶୈବ କି ଶାକ୍ତ ଯେ କେହି ହେଉ ନ କାହିଁକି ପାନ ସମସ୍ତଙ୍କ ପାଖେ ଭୋଗ ଲଗାଯାଇଥାଏ।ଯଦି ଆପଣ ପାନ ଭୋଗ ଲଗାଉଛନ୍ତି ତ ଆପଣଙ୍କ କାର୍ଯ୍ୟ ର ଭାର ସେହି ଦେବୀ ଦେବତା ହିଁ ଉଠାଇଥାନ୍ତି।ପାନ ଅର୍ପଣ କରିବା ଦ୍ୱାରା ଏହା ଆପଣଙ୍କ ଇଷ୍ଟଙ୍କ କାମ ହୋଇ ଯାଇଥାଏ।

ମଙ୍ଗଳବାର,ଶନିବାର ବା ହନୁମାନ ଜୟନ୍ତୀ ଦିନ ହନୁମାନ ଙ୍କୁ ପାନର ବିଡା ଅର୍ପଣ କରିବା ଦ୍ୱାରା ସବୁ ପ୍ରକାର କଷ୍ଟ ଦୂର ହୋଇଯାଇଥାଏ।ହନୁମାନ ଜୟନ୍ତୀ ଦିନ ଆପଣ ଏକ ଅଲଗା ପ୍ରକାର ପାନ ବିଡା ଚଢ଼ାଇବେ।ଏହି ଦିନ ହନୁମାନ ଙ୍କ ପ୍ରାଣ ପ୍ରତିଷ୍ଠା କରି ଘରେ ଦୀପ ଯାଳିବେ।ବିଧି ମୁତାବକ ପୂଜା କରି ହନୁମାନଙ୍କୁ ଭୋଗ ଲଗାଇବେ।ଧ୍ୟାନ ରଖିବେ ଯେଉଁ ପାନ ହନୁମାନଙ୍କ ପାଖରେ ଲାଗିବ ସେଥିରେ ଚୂନ ବା ମସଲା ନ ରହିବା ଆବଶ୍ୟକ।

ଭଗବାନ ଶିବଙ୍କୁ ମଧ୍ୟ ପାନ ବହୁତ ପସନ୍ଦ ହୋଇଥାଏ।ଶ୍ରାବଣ ମାସରେ ଶିବଙ୍କୁ ପାନ ଚଢ଼ଇବା ଦ୍ଵାରା ସବୁ ପ୍ରକାର କାମ ପୂରଣ ହୋଇଥାଏ।ମହାଦେବ ଙ୍କୁ ବିଧି ମୁତାବକ ପୂଜା କରିବା ଆବଶ୍ୟକ।ଏପରି କରିବା ଦ୍ବାରା ଆପଣଙ୍କ ସବୁ ସଙ୍କଟ ଦୂର ହୋଇଥାଏ। ଜାଗର ଦିନ ଯଦି ଆପଣ ପାନ ଚଢ଼ାଇବେ ତ ଏହା ଆପଣଙ୍କୁ ବହୁତ ଶୁଭ ଫଳ ଦେବ।

ସକାଳୁ ସ୍ନାନ କର୍ମ ସାରି ପ୍ରଭୁ ଗଣେଶଙ୍କୁ ଏକ ପାନ ପତ୍ରରେ ସିନ୍ଦୂର ଓ ଘିଅ ଲଗାଇ କରି ଅର୍ପଣ କରିବା ଦ୍ୱାରା ଆପଣଙ୍କର ବହୁତ ମଙ୍ଗଳ ହୋଇଥାଏ।ଏହାକୁ ଶ୍ରୀ ଗଣେଷଙ୍କ ସ୍ୱରୂପ ବୋଲି ଧରାଯାଏ।ଏହି ସବୁ କାମ ବିଧି ମୁତାବକ କଲେ କର୍ତ୍ତା ର ବହୁତ ମଙ୍ଗଳ ହୋଇଥାଏ ଓ ଘରର ସବୁ ସଙ୍କଟ ଦୂର ହୋଇଥାଏ।

ଧନ ଓ ବୈଭବ ପାଇଁ ମା ଦୁର୍ଗାଙ୍କ ମନ୍ଦିରରେ ପାନ ପତ୍ରରେ ଘିଅ ଓ ସିନ୍ଦୂର ମିଶାଇ ସ୍ଵସ୍ତିକ ବନାନ୍ତୁ।ଏହାକୁ ଆଣି ଘରେ ରଖନ୍ତୁ।ଘରେ ରଖିବା ସହିତ ଏହାକୁ ପ୍ରତିଦିନ ବିଧି ମୁତାବକ ପୂଜା କରନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ।

ଯଦି ଆପଣଙ୍କୁ ଲାଗୁଚି କି କିଏ ତାନ୍ତ୍ରିକ କର୍ମ କରି ଆପଣଙ୍କ ଦୋକାନକୁ ବାନ୍ଧି ଦେଇଛି ତ ପାନର ଏକ ଉପାୟ କରନ୍ତୁ।ଆପଣ ପାନ ପତ୍ରରେ ସିନ୍ଦୂର,ଘିଅ,ଆଦି ଲଗାଇ କରି ଭଗବାନ ମନ୍ଦିରରେ ଏହାକୁ ପୂଜା କରି ପୁଣି ଆପଣଙ୍କ ଦୋକାନ ଭିତରେ ଏହାକୁ ବାନ୍ଧି ଦେବେ।ଦେଖିବେ ଅଳପ କିଛି ଦିନରେ ଆପଣଙ୍କ ବ୍ୟବସାୟ ଠିକ ଠାକ୍ ଚାଲିବ।ଆପଣ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଅପାଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *