March 3, 2024

Odia Express

News For Public

ବଡ଼ ଭାଗ୍ୟଶାଳୀ ହୋଇଥାନ୍ତି ଏମିତି ମଥାବାଲା ଲୋକ – ଆପଣଙ୍କ ମଥାର ଆକାର କହିଥାଏ ଆପଣଂକ ସ୍ଵଭାବ ସମ୍ପର୍କରେ..

ସାଙ୍ଗ ମାନେ ଜ୍ୟୋତିଷ ଶାସ୍ତ୍ରର ଅଧ୍ୟୟନ ଦ୍ଵାରା ହାତର ରେଖା ଓ ଅଲଗା ଅଲଗା ପ୍ରକାରର ଚିହ୍ନ ଦ୍ବାରା ମଣିଷର ସ୍ଵଭାବ ଜାଣିହୁଏ।ଏହାଦ୍ବାରା ମଥାର ଗଠନ ଦ୍ଵାରା ମଧ୍ୟ ମଣିଷର ସ୍ଵଭାବ ଜାଣିହୁଏ। ମଥାର ରେଖା,ଗଠନ ଆଦି ଦ୍ଵାରା ଜଣାପଡ଼ିବ ଯେ ସେ ଧନୀ ହେବ କି ଜ୍ଞାନୀ କି ଆର୍ଥିକ ରୂପରେ ଦୁର୍ବଳ।ସାଙ୍ଗ ମାନେ ଆଜି ମୁ ଆପଣଙ୍କୁ କହିବି ଭବିଷ୍ୟ ସେ ପୁଣି ମଥାର ରେଖା ଓ ଗଠନ ଅନୁଯାୟୀ।

ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ମଥା ଲମ୍ବା ହୋଇଥାଏ ସେହି ବ୍ୟକ୍ତିର ବୁଦ୍ଧି ଅଧିକ ଥାଏ।ଏହି ବ୍ୟକ୍ତି ନିଜ ବୁଦ୍ଧି ଓ ଚତୁରୀ ଦ୍ଵାରା ନିଜର ସମସ୍ତ କଥା ଅନ୍ୟ ମାନଙ୍କ ଠାରୁ ଆଦାୟ କରି ଦେଇଥାଏ।ଏପରି ବ୍ୟକ୍ତି ମାନଙ୍କୁ ପ୍ରଶାସନିକ ସେବାରେ କାମ କରିବା ପାଇଁ ସୁଯୋଗ ମିଳିଥାଏ।ଏମାନେ ଖୁବ ସରଳ ହୃଦୟର ହୋଇଥାନ୍ତି।

ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ମୁଣ୍ଡ ସହିତ ମଥା ବି ବଡ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏମାନେ ଜ୍ଞାନୀ ହେବା ସହିତ ବହୁତ ଜିନିଷ ଜାଣିବାର କ୍ଷମତା ରଖିଥାନ୍ତି।ଏମାନେ ସବୁବେଳେ ନୂଆ ଜିନିଷ ଜାଣିବା ଲାଗି ଆଗ୍ରହ ଥାଆନ୍ତି।ଏମାନେ ପ୍ରାୟତଃ ନିଜ କଥା ଆଉ କାହାକୁ କହନ୍ତି ନାହିଁ।

ସମୁଦ୍ର ଶାସ୍ତ୍ରର ଅନୁସାରେ ଯେଉଁ ବ୍ୟକ୍ତିର ମଥା ଛୋଟ ହୋଇଥାଏ ସେମାନେ ବହୁତ ଭାବୁକ ହୋଇଥାନ୍ତି।ଏପରି ବ୍ୟକ୍ତି ନିଜ ବୁଦ୍ଧି ଓ ବିବେକର ବ୍ୟବହାର ଅନ୍ୟର କହିବା ଦ୍ଵାରା କରିଥାଏ।ଏମାନେ ନିଜ ନିଷ୍ପତି ନିଜେ ନେଇ ପାରନ୍ତି ନାହିଁ।ଏମାନଙ୍କର ଏହା ଏକ ବଡ଼ ଭୁଲ ହୋଇଥାଏ।ଏମାନେ ନିଜ ବିଚାର ଓ ଚିନ୍ତାଧାରା ଅନ୍ୟ ମାନଙ୍କ ଆଗରେ କହି ଦେଇଥାନ୍ତି।

ଯେଉଁ ବ୍ୟକ୍ତିର ମଥା ଚିକ୍କଣ ଓ ଚମକିଲା ହୋଇଥାଏ ସେମାନେ ପ୍ରତିଭାଶାଳୀ ଓ ଗୁଣବାନ ହୋଇଥାନ୍ତି।ଏପରି ବ୍ୟକ୍ତି ନିଜ ଜ୍ଞାନ ବଳରେ ଧନ ସଂପତ୍ତି ଅର୍ଜନ କରିଥାନ୍ତି।ଏମାନେ ନିଜ ଜ୍ଞାନର ଠିକ ଉପଯୋଗ କରିଥାନ୍ତି।ଏମାନେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି।ଏମାନେ ବହୁତ ସରଳ ସ୍ଵଭାବର ହୋଇଥାନ୍ତି।

ଯେଉଁ ବ୍ୟକ୍ତି ମାନଙ୍କର ମଥାର ରେଖା ଗହିର ଓ ଅତୁଟ ହୋଇଥାଏ ସେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି।ଏପରି ବ୍ୟକ୍ତି ବହୁତ ଗହିର ଚିନ୍ତାଧାରା ରଖିଥାନ୍ତି।ଏମାନେ କୌଣସି କଥାକୁ ହାଲକା ଭାବେ ନେଇ ପାରନ୍ତି ନାହିଁ।ଏମାନେ ଧୈର୍ଯ୍ୟବାନ ହୋଇଥାନ୍ତି।

ଯେଉଁ ବ୍ୟକ୍ତି ମାନଙ୍କର ମଥା ଆଗକୁ ବାହାରିକରି ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ଓ ତୀକ୍ଷ୍ଣ ବୁଦ୍ଧିବାଲା ହୋଇଥାନ୍ତି।ଏମାନେ ନିଜ ବାକଚତୁରୀ ଦ୍ଵାରା ଅନ୍ୟକୁ ନିଜ କଥାରେ ରାଜି କରାଇ ପାରନ୍ତି।ଏମାନେ ସର୍ବଦା ଅନ୍ୟକୁ ପ୍ରଶଂସା କରିଥାନ୍ତି।ଏମାନେ ବହୁତ ମେଳାପି ସ୍ୱଭାବର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *