October 1, 2023

Odia Express

News For Public

ସବୁଠୁ ଚତୁର ପକ୍ଷୀ କୋଇଲି ବିଷୟରେ କିଛି ମଜାଦାର କଥା – ନିଶ୍ଚୟ ସମସ୍ତେ ଏହି କଥା ଜାଣିରଖନ୍ତୁ

ସାଙ୍ଗମାନେ କୂଳି ଦେଖିବାକୁ କାଉ ଭଳି ହୋଇଥାଏ।ଯେଉଁଠି କାଉର ସ୍ୱର କର୍କଶ ହୋଇଥାଏ ସେଇଠି କୋଇଲିର ସ୍ୱର ମଧୁର ହୋଇଥାଏ।କୋଇଲିର ସ୍ୱର ମଧୁର ହେବା ସହିତ ଏମାନେ ବହୁତ ଚତୁର ମଧ୍ୟ ହୋଇଥାନ୍ତି।ଆଜି ଆମେ ନେଇକି ଆସିଛୁ କୋଇଲି ସହ ଯୋଡିହୋଇଥିବା କିଛି ରୋଚକ ସୂଚନା।ତ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ କୋଇଲି ଆନଟାରଟିକାକୁ ଛାଡିକରି ଦୁନିଆରେ ସବୁଠି ମିଳିଥାନ୍ତି।ଆଫ୍ରିକା,ଏସିଆ ଏବଂ ଇଉରୋପ ଏହାର ପ୍ରମୁଖ ନିବାସ ସ୍ଥାନ ଅଟେ।ଭାରତରେ ମଧ୍ୟ କୋଇଲି ବହୁତ ସଂଖ୍ୟାରେ ମିଳିଥାନ୍ତି।ପୁରା ଦୁନିଆରେ କୋଇଲିର କେବେଳ ୧୨୦ଟି ପ୍ରଜାତି ଦେଖାଦେଇଥାନ୍ତି।ସାଙ୍ଗମାନେ କୋଇଲିର ସ୍ୱର ସବୁ ପକ୍ଷୀମାନଙ୍କ ମଧ୍ୟରୁ ମଧୁର ମଣାଯାଇଥାଏ କିନ୍ତୁ ରୋଚକ କଥା ଏହା କି କେବଳ ନର କୋଇଲି ହି ସ୍ୱର କରିଥାଏ।ନାରୀ କୋଇଲି ବସା ତିଆରି କରନ୍ତି ନାହିଁ।ଏମାନେ ନିଜର ଅଣ୍ଡା ଅନ୍ୟ ପକ୍ଷୀମାନଙ୍କ ବସାରେ ଦେଇଥାନ୍ତି।ନାରୀ କୋଇଲି ନିଜ ଅଣ୍ଡା ଅନ୍ୟ ପକ୍ଷୀର ବସାରେ ରଖିଦିଏ ଏବଂ ସେହି ପକ୍ଷୀ ଅଜ୍ଞାନତା ବସତ କୋଇଲି ଅଣ୍ଡାକୁ ମଧ୍ୟ ସେକି ଥାଏ।ଖାସକରି ମାତା କୋଇଲି ନିଜ ଅଣ୍ଡା କୁଆଙ୍କ ବସାରେ ରଖିଥାଏ।କୋଇଲି କେତେ ଚାଲାକ ଏବଂ ଧୋକାବାଜ ଅଟନ୍ତି ଆପଣ ଏଥିରୁ ନିଶ୍ଚୟ ଜାଣିପାରୁଥିବେ।

କୋଇଲିର ଛୁଆ ଅଣ୍ଡାରୁ କେବଳ ୧୨ ଦିନରେ ବାହାରକୁ ଆସିଯାଆନ୍ତି।ଏମାନେ ଏକାଥରେ ୧୨ ରୁ ୨୦ଟି ଅଣ୍ଡା ଦେଇଥାନ୍ତି।ନର କୋଇଲିର ରଙ୍ଗ କଳା ଏବଂ ନାରୀ କୋଇଲିର ଭୁରା ହୋଇଥାଏ।ଏମାନଙ୍କ ଆଖି ନାଲି ହୋଇଥାଏ।ଏହି ପକ୍ଷୀମାନଙ୍କର ଥୁଣ୍ଟ ବଙ୍କା ଏବଂ ତୀକ୍ଷ୍ଣ ହୋଇଥାଏ।ଏହାର ୧୦ରୁ ୧୨ ଇଞ୍ଚ ଲମ୍ବା ହୋଇଥାନ୍ତି।ସାଙ୍ଗମାନେ ଦୁନିଆର ସବୁଠୁ ବଡ କୋଇଲିର ନାମ ଚାନଲବିଲଟ କୁକୁ ଅଟେ ଏବଂ ଏହା ୨୫ ଇଞ୍ଚ ଲମ୍ବା ଅଟେ।ଦୁନିଆର ସବୁଠୁ ଛୋଟ କୋଇଲିର ନାମ ଲିଟିଲବ୍ରଜ କୁକୁ ଅଟେ ଏବଂ ଏହା ମାତ୍ର ୬ ଇଞ୍ଚ ଲମ୍ବା ଅଟେ।

ଏହି ପକ୍ଷୀଙ୍କର ମୁଖ୍ୟ ଭୋଜନ କୀଟ ହୋଇଥାନ୍ତି।ଏମାନେ ପିମ୍ପୁଡି ମଧ୍ୟ ଖାଇଥାନ୍ତି।କୀଟପତଙ୍ଗମାନଙ୍କୁ ଖାଇବା ଏମାନଙ୍କୁ ବହୁତ ପସନ୍ଦ ଆସିଥାଏ।ଏମାନଙ୍କ ଏକ ଖାସ କଥା ହେଉଛି ଏମାନେ କେବେବି ଗଛର ତଳକୁ ଆସନ୍ତି ନାହିଁ।ଏମାନେ ଲମ୍ବା ଗଛମାନଙ୍କରେ ହି ନିବାସ କରିଥାନ୍ତି।ସାଙ୍ଗମାନେ ଏହା ଏକ ଲାଜକୁଳ ପକ୍ଷୀ ହୋଇଥାଏ ଏବଂ ଲୁଚକରି ନିଜ ଜୀବନ ବ୍ୟତୀତ କରିଥାଏ ଏବଂ ଏଥିପାଇଁ ଏମାନେ ଗଛର ଡାଲରୁ କେବେ ତଳକୁ ଆସନ୍ତି ନାହିଁ।କୋଇଲି ଝାଡ଼ଖଣ୍ଡର ମୁଖ୍ୟ ପକ୍ଷୀ ମଧ୍ୟ ଅଟେ।ଏହି ପକ୍ଷୀର ସ୍ୱରକୁ ବହୁତ କବି ମଧ୍ୟ ସାହିତ୍ୟିକ ଉପାୟରେ ବର୍ଣ୍ଣନ ମଧ୍ୟ କରିଛନ୍ତି।ହିନ୍ଦୀ ଗୀତରେ ଏହି ପକ୍ଷୀର କୋଏଲ ସେ ତେରୀ ବୋଲି ନାମକ ଗୀତ ମଧ୍ୟ ଅଛି।ଏମାନଙ୍କ ଜୀବନକାଳ ୪ ରୁ ୬ ବର୍ଷ ହୋଇଥାଏ।

ଏହାଥିଲା କୋଇଲି ସହ ଯୋଡି ହୋଇଥିବା କିଛି ରୋଚକ ତଥ୍ୟ।ତ ଏହି ସୁଚନା ଆପଣଙ୍କୁ କିପରି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ଏହାକୁ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର କରିବାକୁ ଜମାବି ଭୁଲିବେ ନାହିଁ ଏବଂ ଏହା ସହିତ ଆପଣଙ୍କୁ କୋଇଲି ବିଷୟରେ କେଉଁ ତଥ୍ୟଟି ସବୁଠୁ ଅଧିକ ରୋଚକ ଲାଗିଲା ଆମକୁ ନିଶ୍ଚୟ ଜଣେଇବେ।ନମସ୍କାର।

Leave a Reply

Your email address will not be published. Required fields are marked *