September 29, 2023

Odia Express

News For Public

କଣ ଆପଣ ଜାଣନ୍ତି କୁକୁରମନେ କାହିଁକି ଗାଡି ପଛରେ ଦୌଡ଼ନ୍ତି – ଆସନ୍ତୁ ଜାଣିବା କୁକୁରଙ୍କ ସହ ଜଡିତ କିଛି ଅଦ୍ଭୁତ ତଥ୍ୟ..

ରହିଥାଏ।କିଛି ଜୀବ ଏପରି ନଥାନ୍ତି କି ସେମାନଙ୍କ ପାଖରେ ସବୁ କିଛି ଶକ୍ତି ରହିଥାଏ।ଆଜିର ସମାଜରେ ମାନବ ହେଉଛି ସବୁଠାରୁ ଶ୍ରେଷ୍ଠ ଜୀବ ଯିଏ କି ଆଜି ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛି ନିଜର ବୁଦ୍ଧି ବଳରେ।ଆଜି ଆମେ ଜାଣିବାକୁ ଯାଉଛେ ଏକ ଏପରି ଜୀବ ଯାହାକୁ ମାନବ ନିଜେ ପାଳଟୁ କରିପାରିଛି।ଆଜି ଆମେ ଆଲୋଚନା କରିବାକୁ ଯାଉଛେ କୁକୁରଙ୍କ ଉପରେ।ଆପଣମାନେ ଜାଣନ୍ତି ଯେ କୁକୁର ଏବେ ମଣିଷର ପ୍ରକୃତ ବନ୍ଧୁ ଭାବେ ଉଭା ହେଇଛି।

ଆଜିକା ଯୁଗରେ ମାନବମନେ କୁକୁରକୁ ନିଜର ଘରେ ରଖୁଛନ୍ତି କାରଣ ଏହାର ବହୁତ ଅଛି।ପ୍ରଥମ କାରଣ ହଉଛି ଏହାର ବଫାଦାରୀ।ଏହି ବଫାଦରି କୁକୁର ଠାରୁ କେହିବି ଅଧିକ ପରିମାଣରେ କରିପାରିବେ ନାହିଁ।ଏହିମାନେ ବହୁତ ଚାଳକ ହୋଇଥାନ୍ତି କୌଣସି ଗୋଟିଏ ଲୋକକୁ ଯଦି ନିଜ ଆଖି ଆଗରେ ଦେଖିଥାନ୍ତି ତାକୁ ସେ ଅତି ସହଜରେ ଭୁଲନ୍ତି ନାହିଁ।ଏମାନେ ସବୁବେଳେ ମାଲିକର କଥାରେ ବାଟ ଚାଲିଥାନ୍ତି।ଏମାନେ ଗୃହରେ ଥିବା ଅନ୍ୟ ଲୋକଙ୍କ ସହ ମଧ୍ୟ ଭଲଭାବେ ମିଶି ରହିଥାନ୍ତି।

ସାଧାରଣତଃ ଏମାନଙ୍କ ସୁଙ୍ଗିବା ବା ଅନ୍ୟ କୌଣସି ଜିନିଷକୁ ଜାଣିବାରେ ଏମାନଙ୍କୁ ବହୁତ କମ ସମୟ ଲାଗିଥାଏ।ଏହି କାରଣ ପାଇଁ ଏମାନଙ୍କୁ ବିସ୍ପୋଟକ ଇତ୍ୟାଦି ଜିନିଷ କାବୁ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ।ଏହିମାନଙ୍କ ଘ୍ରାଣ ଶକ୍ତି ମଣିଷ ଠାରୁ ୫ଗୁଣ ଅଧିକ ରହିଥାଏ।ଗୋଟିଏ ମଣିଷର ରକ୍ତ ସାଧାରଣତଃ ୪ପ୍ରକାରର ହୋଇଥାଏ କିନ୍ତୁ ଗୋଟେ କୁକୁରର ରକ୍ତ ୧୩ ପ୍ରକାରର ହୋଇଥାଏ।

କିଛି ଜାଗା ଆମ ପୃଥିବୀରେ ଏହିପରି ଅଛି ଯେଉଁଠାରେ କୁକୁରକୁ ଚୋରି କରିବା ଏମାନଙ୍କୁ ଚିଡାଇଲେ କିଛି ସଜା ଭୋଗ କରିବାକୁ ହୋଇଥାଏ।ଗ୍ରୀକ ଓ ବୁଲଗେରିଆ ମଧ୍ୟରେ ଯୁଦ୍ଧ ଗୋଟେ କୁକୁର ପାଇଁ ହୋଇଥିଲା।ଗୋଟେ କଥା ମନେରଖନ୍ତୁ କୁକୁରମାନଙ୍କୁ କେବେ ହେଲେ ଚକୋଲେଟ ଖାଇବାକୁ ଦିଅନ୍ତୁ ନାହିଁ କାରଣ ଏହି ଚକୋଲେଟ ମଧ୍ୟରେ କଫିନ ପରି ଏକ ତତ୍ୱ ରହିଥାଏ ଯାହା ସେମାନଙ୍କ ସୂକ୍ଷ୍ମ ନାଡିକୁ କ୍ଷତି ପହଞ୍ଚାଇଥାଏ।ଗୋଟେ ୧ବର୍ଷର କୁକୁର ବହୁତ ଚଞ୍ଚଳ ହୋଇଥାଏ ଯାହାକି ଗୋଟିଏ ମାନବ ୧୫ବର୍ଷରେ ହୋଇଥାଏ।ଏହା ମଧ୍ୟ ମାନବଙ୍କ ଭଳି ସ୍ୱପ୍ନ ଦେଖିଥାଏ।

ଗୋଟେ ଛୋଟ କୁକୁର ୧୦ମିନିଟ ରେ ଥରେ ସ୍ୱପ୍ନ ଦେଖିବା ବେଳେ ଗୋଟେ ବଡ଼ କୁକୁର ଗୋଟେ ଘଣ୍ଟାରେ ଥରେ ସ୍ୱପ୍ନ ଦେଖିଥାଏ।କିଛି କୁକୁର ଏହିପରି ରହିଥାନ୍ତି ଯେଉଁମନେ ଘଣ୍ଟାକୁ ୩୫ ମାଇଲ ପର୍ଯ୍ୟନ୍ତ ଦୌଡ଼ିଥାନ୍ତି।୧୦ବର୍ଷରୁ ଅଧିକ କୁକୁରମାନଙ୍କ ମଧ୍ୟରୁ ୫୦% କ୍ୟାନ୍ସରରେ ମରିଥାନ୍ତି।ଯଦି କୁକୁର ଟି ନିଜ ଲାଙ୍ଗୁଡି ହଲୋଉଛି ତାହେଲେ ଜାଣନ୍ତୁ ସେ ଆପଣଙ୍କ ଉପରେ ବହୁତ ଖୁସି ଅଛି କିନ୍ତୁ ଯଦି ସେ ତା ଲାଙ୍ଗୁଡ଼କୁ ଗୋଡ ଭିତରେ ରଖିଛି ତାହେଲେ ଜାଣନ୍ତୁ ଯେ ସେ ବହୁତ ଡ଼ରିଯାଇଛି।କଥା ହେଉଛି କି କିଛି କୁକୁର କାହିଁକି ଗାଡି ପଛରେ ଏହିପରି ଧାଇଁଥାନ୍ତି କଥା ହେଉଛି କି କୁକୁରମନେ କିଛି ଗାଡିର ଟାୟାର ଉପରେ ନିଜ ଗୋଡ଼ ଟେକି ପରିସ୍ରା କରିଥାନ୍ତୁ ଯେତେବେଳେ ଗାଡି ସେହି ବାଟ ଦେଇ ଯାଏ ସେମାନଙ୍କୁ ସେହି ଦୁର୍ଗନ୍ଧ ହୋଇଥାଏ ସେମାନେ ତତ୍କ୍ଷଣତ ସେହି ଗାଡି ପଛରେ ରାଗିକରି ଦୌଡ଼ିଥାନ୍ତି ଯେପରି ସେମାନେ ସେ ଗାଡିକୁ ଭାଙ୍ଗିଦେବେ।ଆଜି ଏହା ଥିଲା କୁକୁରମାନଙ୍କ ଉପରେ କିଛି ରୋଚକ ତଥ୍ୟ ଯାହାକୁ ଜାଣି ଆପଣ ନିଜେ ନିଜର କୁକୁରର ଯତ୍ନ ନେଇପାରିବେ ଓ ଖରାପ ଜିନିଷ ଖାଇବାରୁ ତାକୁ ନିବୃତ କରିପାରିବେ।

Leave a Reply

Your email address will not be published. Required fields are marked *