September 25, 2023

Odia Express

News For Public

ଘରେ ନିମ୍ବ ଗଛ ଲଗାଇବା ଶୁଭ ହୋଇଥାଏ କି ଅଶୁଭ,ଜାଣନ୍ତୁ ଘରର ପାଖରେ ନିମ୍ବର ଗଛ ଲଗାଇବାର ୫ଟି ଫାଇଦା…

ସାଙ୍ଗମାନେ ଗଛ ଲଗେଇବା ବହୁତ ଶୁଭ ହୋଇଥାଏ।ଗଛରୁ ଆମକୁ ଫ୍ରେଶ ପବନ ମିଳିଥାଏ ଏବଂ ଏହା ସହିତ ଏହାର ବହୁତ ଫାଇଦା ମଧ୍ୟ ରହିଥାଏ।ଏହିଭଳି ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ନିମ୍ବ ଗଛର ୫ଟି ଏମିତି ଫାଇଦା କହିବାକୁ ଯାଉଛୁ ଯାହା ବହୁତ ଲାଭବାନ ହୋଇଥାନ୍ତି।ଜ୍ୟୋତିଷ ଏବଂ ବାସ୍ତୁ ଅନୁସାରେ ଯଦି ଆପଣ ନିମ୍ବର ଗଛକୁ ନିଜ ଘରେ ଲଗାଇଥାନ୍ତି ତାହେଲେ ଏହା ବହୁତ ଶୁଭ ଫଳ ଦେଇଥାଏ।

ଆପଣ ନିଜ ଘରର ଦକ୍ଷିଣରେ ନିମ୍ବର ଏକ ଗଛ ଲଗାନ୍ତୁ ଏବଂ ତାହାର ଦେଖାଶୁଣା କରନ୍ତୁ ଏବଂ ଯେତେଯାଏ ତାହା ବଡ ହୁଏ ସେତେ ଯାଏ ତାହାର ବହୁତ ଭଲ ଦେଖାଶୁଣା କରିବା ଉଚିତ।ନିମ୍ବର ଗଛ ସାକ୍ଷାତ ମଙ୍ଗଳଦେଵ ହୋଇଥାଏ ଏବଂ ଏହି ଗଛର ସେବା କରିବା ଦ୍ୱାରା ଆପଣଙ୍କ ଜୀବନରେ କେବେବି ଅମଙ୍ଗଳ ହୁଏ ନାହିଁ।ଏହି ଗଛ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କୁ କୌଣସି ପ୍ରକାର ରୋଗ ହୋଇନଥାଏ।ନିମ୍ବର ପତ୍ର ବହୁତ ଔଷଧକାରୀ ହୋଇଥାଏ ଏବଂ ବହୁତ ରୋଗରେ କାମ ଆସିଥାଏ।ସେଥିପାଇଁ ନିମ୍ବ ଗଛକୁ ଲାଭକାରୀ କୁହାଯାଇଥାଏ।ଯେଉଁ ବ୍ୟକ୍ତିକୁ ସଂକଟରୁ ଦୁର ହେବା ଏବଂ ନିରୋଗୀ ରହିବାର ଅଛି ସେହି ବ୍ୟକ୍ତିଙ୍କୁ ଘରର ଦେଖିବାରେ ନିମ୍ବ ଗଛ ନିଶ୍ଚୟ ଲଗାଇବା ଉଚିତ।

ଯଦି ଆପଣଙ୍କ ଜନ୍ମ ଉତ୍ର ଭାଦ୍ରପଦ ନକ୍ଷେତ୍ରରେ ହୋଇଥାଏ ଅଥବା ଆପଣଙ୍କ ରାଶି ମକର କିମ୍ବା କୁମ୍ଭ ହୋଇଥାଏ ତାହେଲେ ତାଙ୍କ ପାଇଁ ନିମ୍ବର ଗଛ ଲଗେଇବା ବହୁତ ଶୁଭ ଫଳଦାୟୀ ହୋଇଥାଏ।ଘରର ପାଖରେ ନିମ୍ବ ଗଛ ଲଗେଇବା ଦ୍ୱାରା ହନୁମାନଜୀଙ୍କର ମଧ୍ୟ ବିଶେଷ କୃପା ହୋଇଥାଏ।ଯଦି ଆପଣ ହନୁମାନଜୀଙ୍କର ଭକ୍ତ ଅଟନ୍ତି ଏବଂ ତାଙ୍କ ବିଶେଷ କୃପା ପାଇବାକୁ ଚାହୁଁଥାନ୍ତି ତାହେଲେ ଆପଣ ଘର ପାଖରେ ନିମ୍ବ ଗଛ ନିଶ୍ଚୟ ଲଗାନ୍ତୁ।ଯେମିତି ଆମେ ଆପଣଙ୍କୁ କହିଲୁ ନିମ୍ବ ଗଛ ମଙ୍ଗଳଦେବଙ୍କ ପ୍ରତୀକ ହୋଇଥାଏ ଏବଂ ମଙ୍ଗଳବାର ହନୁମାନଜୀଙ୍କ ବାର ହୋଇଥାଏ ତ ସେଥିପାଇଁ ହନୁମାନଜୀଙ୍କ ବିଶେଷ କୃପା ପାଇବା ପାଇଁ ନିମ୍ବ ଗଛ ଲଗାଇବା ଦରକାର।

ଜ୍ୟୋତିଷରେ କେଉଁଠି କେଉଁଠି ନିମ୍ବର ସମ୍ଭନ୍ଧ ଶନି ଏବଂ କେଉଁଠି କେତୁ ସହିତ ଯୋଡ଼ା ଯାଇଅଛି।ଏଥିପାଇଁ ୨ ଗ୍ରହର ଶାନ୍ତି ପାଇଁ ଉଚିତ ଦିଗରେ ଯଦି ନିମ୍ବର ଗଛ ଲଗାଯାଏ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ଏହାର ଶୁଭ ଫଳର ପ୍ରାପ୍ତି ଆପଣଙ୍କୁ ହୋଇଥାଏ।ସେଥିପାଇଁ ସାଙ୍ଗମାନେ ଯଦି ଆପଣ ନିଜ ଘରେ ନିମ୍ବର ଗଛ ଲଗାଉଛନ୍ତି ତାହେଲେ ହନୁମାନଜୀଙ୍କ କୃପା ହେଉ କି ରାହୁ କିମ୍ବା କେତୁ କାହା ସହ ବ ଆପଣଙ୍କ ଭାଗ୍ୟ ଯୋଡ଼ିଥାଏ ତାହେଲେ ସେ ସବୁ ଗ୍ରହ ଶାନ୍ତ ହୋଇଯାଆନ୍ତି ଏବଂ ହନୁମାନଜୀଙ୍କ ବିଶେଷ କୃପା ଆପଣଙ୍କୁ ମିଳିଥାଏ।

ସାଙ୍ଗମାନେ ନିମ୍ବର ଅନ୍ୟ ଫାଇଦା ମଧ୍ୟ ରହିଛି।ଦେବୀ ଏବଂ ଶକ୍ତିଙ୍କ ଉପାସନାରେ ନିମ୍ବର ପ୍ରୟୋଗ କରାଯାଇଥାଏ।ନିମ୍ବର କାଠରେ ହୋମ କରିବା ଦ୍ୱାରା ଶନିଙ୍କ ଶାନ୍ତି ହୋଇଥାଏ।ଏହାର ପତ୍ରକୁ ଜଳରେ ପକାଇ ସ୍ନାନ କରିବା ଦ୍ୱାରା କେତୁ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।ନିମ୍ବରେ ଦାନ୍ତ ଘଷିବା ଦ୍ୱାରା ଶନି ଏବଂ ମଙ୍ଗଳ ଦୋଷ ସମାପ୍ତ ହୋଇଥାଏ।ଏହାସହିତ ଦାନ୍ତର ପୋକ ମଧ୍ୟ ମରିଯାଆନ୍ତି।ନିମ୍ବର ଏମିତି ଅଗଣିତ ଫାଇଦା ଅଛି ଏବଂ ଯାହାର ବ୍ୟବହାର ଦ୍ୱାରା ଏମିତି ବହୁତ ପ୍ରକାର ଲାଭ ଆପଣ ପାଇଁ ପାରିବେ।

Leave a Reply

Your email address will not be published. Required fields are marked *