March 3, 2024

Odia Express

News For Public

କାଉ ଦ୍ଵାରା କୁହାଯାଇଥିବା ଶୁଭ ସଙ୍କେତ – କାଉ ର ଏହି ସଂକେତ ଗୁଡିକ ନିଶ୍ଚୟ ଜାଣିବା ଦରକାର..

ସାଙ୍ଗ ମାନେ ସ୍ବପ୍ନ ଶାସ୍ତ୍ର ଅନୁସାରେ କାଉ ଏକ ଏମିତି ଜୀବ ଯାହାକୁ ଆଗକୁ ଆସୁଥିବା ଘଟଣା ମାନଙ୍କର ପୂର୍ବାନୁମାନ ହୋଇଥାଏ।କୁହାଯାଏ କି ଯେଉଁ ବ୍ୟକ୍ତି ସହ କୌଣସି ଘଟଣା ଘଟିବାର ଥାଏ ତାକୁ କାଉ ସେହି ଘଟଣାର କର୍ତ୍ତା ଭଳି ଦେଖାଯାଏ।ଯେପରି ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଓ ବାଟରେ କାଉ ପାଣି ପିଇବାର ଦେଖନ୍ତି ତ ଜାଣିବେ ଯେ ଆପଣଙ୍କର ଧନପ୍ରାପ୍ତିର ସୁଯୋଗ ରହିଛି।ସାଙ୍ଗମାନେ ଏମିତି କିଛି ଅନେକ କଥା ବା ସଂକେତ ରହିଛି ଯାହାଦ୍ଵାରା ଆମକୁ ଆମ ଆଗାମୀ ଭବିଷ୍ୟତ ବିଷୟରେ କିଛି ମାତ୍ରାରେ ଜଣାପଡେ। ତ ଆଜି ମୁ ଆପଣ ମାନଙ୍କୁ କାଉ ସହ ଜଡ଼ିତ କିଛି ରୋଚକ କଥା କହିବି।

ପ୍ରଥମ:ଯଦି ସକାଳ ସମୟରେ ଏକ କାଉ ଆସି ଆପଣଙ୍କ ମୁଣ୍ଡକୁ ତା ଗୋଡରେ ଛୁଇଁ ଦେଇ ଯାଏ ତ ଏହାର ଅର୍ଥ ଵୁଝିଯିବେ ଯେ ଆପଣଙ୍କ ଆର୍ଥିକ ସ୍ଥିତି ଉନ୍ନତି ହେବାକୁ ଯାଉଛି।

ଦ୍ଵିତୀୟ:ଯଦି ଆପଣ ବାଟରେ ଯିବା ସମୟରେ ଦେଖନ୍ତି କି ଦୁଇଟି କାଉ ପରଷ୍ପର ମୁଁହରେ ଖାଦ୍ୟ ଦେଉଛନ୍ତି ତ ବୁଝିଜିବେ ଯେ ଆପଣଙ୍କ ସହିତ କିଛି ବହୁତ ଭଲ ଘଟିବାକୁ ଯାଉଚି।

ତୃତୀୟ:ଯଦି ଆପଣ ଦେଖନ୍ତି କି ଏକ କାଉ ତା ଥଂଟରେ ମାଟି ଖୋଳୁଚି ତ ଜାଣିବେ ଯେ ଆପଣକୁ ଏକ ବଡ଼ ଅର୍ଥରାଶି ଆଗକୁ ମିଳିବ।ଆପଣକଂ କୌଣସି ଏକ ବଡ଼ ସମସ୍ୟାର ସମାଧାନ ହୋଇପାରେ।

ଚତୁର୍ଥ:ଯଦି ଆପଣଙ୍କ ସାମ୍ନାରେ ଏକ କାଉ ତା ଥଂଟରେ ବସ୍ତ୍ରର ଟୁକୁଡା ନେବାର ଦେଖନ୍ତି ତ ଏହା ବହୁତ ଶୁଭ ବୋଲି ଧରାଯାଏ। ତା ସହିତ ଯଦି କାଉ ଆପଣଙ୍କ ଛାତ ଉପରେ କିଛି ମାଟି ବା ବାଲି ବା କିଛି ଶସ୍ୟ ଖଣ୍ଡ ଛାଡିଯାଏ ତ ଏହା ଆପଣଙ୍କ ପାଇଁ ଅତି ଶୁଭ ଅଟେ।

ପଞ୍ଚମ:ଯଦି ଆପଣ ରାସ୍ତାରେ ଯିବା ସମୟରେ ଦେଖନ୍ତି କି କାଉ ତା ଥଂଟରେ ରୁଟି କିମ୍ବା ମାଂସ ଟୁକୁଡା ନେଉଛି ତ ଏହାର ଅର୍ଥ ଆପଣଙ୍କୁ ଜଲଦି ଏକ ବଡ଼ ଖୁସି ଖବର ମିଳିପାରେ।

ଷଷ୍ଠ:ଯଦି ଆପଣ ଘରୁ ବାହାରିବା ସମୟରେ ଦେଖନ୍ତି କି କାଉ ଆପଣଙ୍କ କିମ୍ବା ଆପଣକଂ ପଡୋଶୀଙ୍କ ଛାତ ଉପରେ ବସିଚି ତ ଏହାର ଅର୍ଥ ଜଲଦି କିଛି ବଡ଼ ଘଟଣା ଘଟିବାକୁ ଯାଉଚି।

ସପ୍ତମ:ଯଦି ସକାଳୁ ସକାଳୁ କାଉ ଆପଣଙ୍କ ଛାତ ଉପରେ ବସି ରାବିବାକୁ ଲାଗେ ତ ଏହାର ଅର୍ଥ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ।ଆପଣଙ୍କ ଘରେ ଧନ ଆଗମନର ଏହା ସୂଚନା ଦେଇଥାଏ।

ଅଷ୍ଟମ:ଯଦି ଏକ କାଉ ଆସି ମହିଳାଙ୍କ କେଶ ଖୋସାରେ ବସିଯାଏ ତ ଏହା ସେହି ମହିଳାଙ୍କ ପାଇଁ ଖୁସି ଖବର ଅଟେ।ଏହା ସେହି ମହିଳାଙ୍କ ପାଇଁ ଏକ ଶୁଭ ସଂକେତ ଅଟେ।

Leave a Reply

Your email address will not be published. Required fields are marked *