October 1, 2023

Odia Express

News For Public

ଯଦି ଆପଣଙ୍କ ଭିତରେ ରହିଛି ଏହିସବୁ ଲକ୍ଷଣ ତ ଆପଣ ବି ବୁଦ୍ଧିମାନ ଅଟନ୍ତି – ଏବେ ଜାଣିରଖନ୍ତୁ ଆପଣଙ୍କ ବିଷୟରେ ଏହି କଥା..

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କୁ ନିଜ ଭିତରର ଟ୍ୟାଲେଣ୍ଟ ଜଣା ପଡିନଥାଏ।ବହୁତ ସମୟରେ ଏମିତି ହୋଇଥାଏ କି ବ୍ୟକ୍ତି ନିଜକୁ ହିଁ ଅବହେଳିତ କରିଦେଇଥାଏ ହୁଏତ ସେ କାମଟିକୁ କରିବା ପାଇଁ ସେ ସକ୍ଷମ ହୋଇଥାଏ।କିଛି ଲୋକ ନିଜକୁ ବହୁତ ଦୁର୍ବଳ ବୋଲି ଭାବି ଦେଇଥାନ୍ତି।ଆଜି ମୁ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ମାନଙ୍କ ବିଷୟରେ କହିବି ଯାହାଦ୍ଵାରା ଜଣାପଡ଼ିବ କି ଆପଣ କେତେ ବୁଦ୍ଧିମାନ। ତ ଆସନ୍ତୁ ଜାଣିବା ସେହି ଲକ୍ଷଣ ମାନଙ୍କ ବିଷୟରେ।

ପ୍ରଥମ ହେଉଛି ଯଦି ଆପଣ ଡେରିରେ ଶୋଉଛନ୍ତି: ଆପଣଙ୍କୁ ଏହା ଶୁଣିକରି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ ଅଟେ।ଯଦି ଆପଣଙ୍କର ବି ରାତିରେ ଡେରିରେ ଶୋଇବାର ଅଭ୍ୟାସ ଅଛି ତ ଆପଣ ଏହାକୁ କମଜୋରି ଭାବନ୍ତୁ ନାହିଁ।ଏହା ଆପଣଙ୍କ ବୁଦ୍ଧିମାନ ହେବାର ଚିହ୍ନ ଅଟେ।ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ ଯେଉଁମାନେ ଅଧିକ ରାତିରେ ଶୁଅନ୍ତି ଓ ଅଧିକ ସମୟ ଇଣ୍ଟରନେଟରେ ବିତାନ୍ତି ସେମାନେ ବୁଦ୍ଧିମାନ ହୋଇଥାନ୍ତି କାରଣ ସେମାନଙ୍କ ଭିତରେ ଜ୍ଞାନ ଆରୋହଣ କରିବାର ଲାଳସା ରହିଥାଏ।

ଦ୍ଵିତୀୟ ହେଉଛି ଯଦି ଆପଣ ଆଳସୀ ଅଟନ୍ତି: ଆଳସୀ ହେବା ମଧ୍ୟ ବୁଦ୍ଧିମାନ ଲୋକଙ୍କର ଚିହ୍ନ ଅଟେ।ଏହାର ବୈଜ୍ଞାନିକ କାରଣ ହେଲା ଯଦି ଆପଣ ଆଳସୀ ଅଟନ୍ତି ତ ଆପଣଙ୍କ ମସ୍ତିସ୍କ ଅନ୍ୟ ମାନଙ୍କ ଠାରୁ ୨୦ ପ୍ରତିଶତ ଅଧିକ ଚାଲିଥାଏ।ଆପଣ ଖାଇସାରିବା ପରେ ଯେଉଁ ଆଳସର ଶିକାର ହୁଅନ୍ତି ସେଥିରେ ଆପଣଙ୍କ ମୁଣ୍ଡ ଅନ୍ୟ ମାନଙ୍କ ଅପେକ୍ଷା କୋଡ଼ିଏ ଗୁଣ ଅଧିକ ଚାଲେ।

ତୃତୀୟ ହେଉଛି ଯଦି ଆପଣ ସୋସିଆଲ ନୁହଁ: ଯେଉଁ ମାନେ ଅଧିକ ସୋସିଆଲ ହୋଇ ନଥାନ୍ତି ଓ ଅନ୍ୟ ମାନଙ୍କ ସହ ଅପେକ୍ଷାକୃତ କମ ମିଶନ୍ତି ସେମାନେ ବୁଦ୍ଧିମାନ ହୋଇଥାନ୍ତି।ଏହାର କାରଣ ହେଉଛି ଏମିତି ଲୋକ ଅନ୍ୟ ମାନଙ୍କ ଠାରୁ ବହୁତ ଆଗୁଆ ହୋଇଥାନ୍ତି।ସେମାନେ ନର୍ମାଲ ମଣିଷଙ୍କ ସହିତ ନିଜକୁ ଖାପ ଖୁଆଇ ଚଳିପାରନ୍ତି ନାହିଁ।ଏହି କାରଣ ହେଉଛି ଯେ ସେମାନଙ୍କୁ ଅନ୍ୟ ମାନଙ୍କ ସହ ମିଶିବାକୁ ସମୟ ଲାଗିଥାଏ।

ଚତୁର୍ଥ ହେଉଛି ଯଦି ଆପଣଙ୍କର ନଖ ଚୋବେଇବାର ଅଭ୍ୟାସ ଅଛି: ଯଦି ଆପଣଙ୍କର ଏହି ଅଭ୍ୟାସ ରହିଛି ତ ମେଡିକାଲ ଅନୁସାରେ ଏହା ଏକ ଖରାପ କଥା।କିନ୍ତୁ ଯଦି ଏହାକୁ ବୁଦ୍ଧିମତାର ଦୃଷ୍ଟିକୋଣରୁ ମପାଯିବ ତ ଏହା ଏକ ଭଲ ଜିନିଷ।କାରଣ ଲୋକମାନେ ନଖ ସେତେବେଳ ଚୋବେଇ ଥାଆନ୍ତି ଯେତେବେଳେ ସେମାନେ କୌଣସି ବିଷୟରେ ଭାବୁଥାନ୍ତି ବା ରିସର୍ଚ୍ଚ କରୁଥାନ୍ତି।ଯଦି ଆପଣଙ୍କୁ ଆଗରେ କେବେ କିଏ ଏହି କାରଣ ପାଇଁ ରୋକେ ତ ଆପଣ ବିରକ୍ତ ନହୋଇ ନିଜ ଉପରେ ଭରସା ରଖନ୍ତୁ କି ଆପଣ ଏକ ବୁଦ୍ଧିମାନ ମଣିଷ ଅଟନ୍ତି।

Leave a Reply

Your email address will not be published. Required fields are marked *