October 1, 2023

Odia Express

News For Public

ଜୀବନରେ ସୁଖି ଓ ସଫଳ ହେବାପାଇଁ ଚାହୁଁଛନ୍ତି ତ ମନରେ ବାନ୍ଧି ନିଅନ୍ତୁ ଏହି ୧୦ ଟି କଥା..

ସ୍କନ୍ଧ ପୁରାଣ ହିନ୍ଦୁ ଧର୍ମରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ଧରାଯାଏ।ଏହି ପୁରାଣରେ ଧର୍ମ ଓ ଅଧର୍ମର ସବୁ ପ୍ରକାର ଜ୍ଞାନ ଦିଆଯାଏ ଯାହାକୁ ବୁଝିକରି ମନୁଷ୍ୟ ଜୀବନରେ ସଫଳତା ପାଇପାରିବ।ପୁରାଣରେ ୧୦ ଟି ଏମିତି କଥା କୁହାଯାଇଛି ଯାହା ପ୍ରତି ମନୁଷ୍ୟକୁ ମାନିବା ପାଇଁ ପଡ଼ିବ।ଯେଉଁ ବ୍ୟକ୍ତି ମଧ୍ୟରେ ଏହି ୧୦ ଟି ଗୁଣ ରହିଥିବ ସେ ବ୍ୟକ୍ତି ବହୁତ ଉନ୍ନତି ଲାଭ କରିବ।ପ୍ରଥମ ହେଉଛି ସବୁବେଳେ ସତ କହିବା: ସବୁବେଳେ ସତ କହିବା ମନୁଷ୍ୟ ପାଇଁ ସବୁଠୁ ଜରୁରୀ ବୋଲି କୁହାଯାଇଛି।ଜୀବନରେ ସଫଳତା ପାଇବା ପାଇଁ ସତ୍ୟ ଗୁଣ ରହିବା ବହୁତ ଜରୁରୀ ଅଟେ।ଯିଏ ସତର ସାଥ ଦେଇଥାଏ ଭଗବାନ ସର୍ବଦା ତା ଉପରେ ପ୍ରସନ୍ନ ରହିଥାନ୍ତି।

ଦ୍ଵିତୀୟ ହେଉଛି କ୍ଷମା ଭାବନା: ଲୋକ ମାନଙ୍କ ମନରେ ଅନ୍ୟକୁ କ୍ଷମା କରିବାର ଗୁଣ ରହିଥିବା ଦରକାର।ଯେଉଁ ବ୍ୟକ୍ତି ଅନ୍ୟର ଭୁଲକୁ ଧରି ବସିଥାଏ ଓ ତାଙ୍କୁ କ୍ଷମା କରେ ନାହିଁ ସେ ବ୍ୟକ୍ତି ଜୀବନରେ ବହୁତ ଦୁଃଖ କଷ୍ଟର ସାମ୍ନା କରିଥାଏ।

ତୃତୀୟ ହେଉଛି ଛଳ କପଟ ଠାରୁ ଦୂରେଇ ରହିବା: ଶାସ୍ତ୍ରରେ ଛଳ କପଟ ଭାବନାକୁ ସବୁଠୁ ଖରାପ ବୋଲି କୁହାଯାଇଛି।ଯେଉଁ ବ୍ୟକ୍ତିର ମନରେ ଛଳ କପଟ ଭାବନା ରହିଥାଏ ସେ ବହୁତ ଦୁଷ୍ଟ ସ୍ୱଭାବର ହୋଇଥାଏ।

ଚତୁର୍ଥ ହେଉଛି ଧ୍ୟାନ କରିବା: ମନୁଷ୍ୟ ପାଇଁ ଭଗବାନଙ୍କ ପୂଜା ଅର୍ଚ୍ଚନା କରିବା ଓ ଧ୍ୟାନ କରିବା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।ଯେଉଁ ବ୍ୟକ୍ତି ନାସ୍ତିକ ସ୍ୱଭାବର ହୋଇଥାଏ ସେ ପାପି ହୋଇଥାଏ।ସର୍ବଦା ଭଗବାନଙ୍କ ଧ୍ୟାନ କରିବା ଉଚିତ ଏହାଦ୍ବାରା ମନ ଓ ଚିତ୍ତ ପ୍ରସନ୍ନ ହୋଇଥାଏ।

ପଞ୍ଚମ ହେଉଛି ହିଂସା ଠାରୁ ଦୂରେଇ ରହିବା: ପଞ୍ଚମ ଓ ଷଷ୍ଠ କଥା ହେଉଛି କ୍ରୁରତା ଠାରୁ ଦୂରେଇ ରହିବା। ହିଂସକ ପ୍ରବୃତ୍ତିର ଲୋକ ଅନ୍ୟର ନୁହେଁ ନିଜର ହିଁ ଅନିଷ୍ଟ କରିଥାଏ।ସେ ଭଲ ଓ ମନ୍ଦ ଭିତରେ ଫରକ ଜାଣିପାରେ ନାହିଁ।

ସପ୍ତମ ହେଉଛି ମନକୁ ବଶରେ ରଖିବା: କେଉଁ ବି ମନୁଷ୍ୟର ମନ ବଶରେ ରହିନଥାଏ।ସେ ତା ଇଚ୍ଛାକୁ ପୁରା କରିବା ପାଇଁ କିଛି ବି କରିଥାଏ।ଏହା ତାକୁ ଅପରାଧୀ ବନାଇ ଦେଇଥାଏ।ଏଥିପାଇଁ ଭଗବାନଙ୍କୁ ସର୍ବଦା ସ୍ମରଣ କରିବା ଉଚିତ।

ଅଷ୍ଟମ ହେଉଛି ସର୍ବଦା ଖୁସିରେ ରହିବା: କୁହାଯାଏ କି ଯାହାର ମନ ସ୍ବାସ୍ଥ୍ୟ ରହିଥାଏ ତାର ଶରୀର ମଧ୍ୟ ସୁସ୍ଥ ରହିଥାଏ।ଯିଏ ସବୁବେଳେ ହସୁଥାଏ ସେ ତାର ସବୁ ସମସ୍ୟାକୁ ବଡ଼ ଆରାମରେ ସମାଧାନ କରିଦେଇଥାଏ।

ନବମ ଓ ଦଶମ କଥା ହେଉଛି ସମସ୍ତଙ୍କ ସହ ଭଲ ବ୍ୟବହାର କରିବା: ସମସ୍ତଙ୍କ ସହିତ ସମାନ ଓ ଭଲ ବ୍ୟବହାର ଦେଖାଇବା ଉଚିତ।କେତେ ଲୋକଙ୍କ ମନରେ ଅସମାନତା ଭାବ ଦେଖା ଦେଇଥାଏ।ଏହି କଥାକୁ ଶାସ୍ତ୍ରରେ ଭୁଲ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *