March 2, 2024

Odia Express

News For Public

ଯଦି ଆପଣଙ୍କୁ ବହୁତ ଜଲଦି ରାଗ ଆସୁଥାଏ ତେବେ ଆପଣଙ୍କ ପାଇଁ ବଡ଼ କାମର ଅଟେ ଏହି ବାସ୍ତୁ ଉପାୟ..

ନମସ୍କାର ସଙ୍ଗାମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ବାସ୍ତୁ ଶାସ୍ତ୍ର ସମ୍ୱନ୍ଧୀୟ କିଛି ବିଶେଷ ତଥ୍ୟ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଆଜି ଆମେ କଥା ହେବା କ୍ରୋଧ ବିଷୟରେ।କ୍ରୋଧ ମନୁଷ୍ୟପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ।ଏହା ମନୁଷ୍ୟର ପ୍ରଗତିର ବହୁତ ବଡ଼ ବାଧା ଅଟେ।କ୍ରୋଧ ଦ୍ୱାରା ମନୁଷ୍ୟ ନିଜର ଭାରସାମ୍ୟ ହରାଇଥାଏ।ଏହି କ୍ରୋଧ କାରଣରୁ ମନୁଷ୍ୟ ବହୁତ ବଡ଼ ବଡ଼ କ୍ଷତି କରିଥାଏ।ସେ ଅବା ନିଜର କ୍ଷତି ହେଉ କିମ୍ବା ଅନ୍ୟର କ୍ଷତି ହେଉ।

କ୍ରୋଧ ଦ୍ୱାରା ମନୁଷ୍ୟର ସାମାଜିକ କ୍ଷତି ତ ହୋଇଥାଏ ଏବଂ ଏହା ଦ୍ୱାରା ମନୁଷ୍ୟର ସମ୍ପର୍କ ଏବଂ ଟଙ୍କା ପଇସାର ମଧ୍ୟ କ୍ଷତି ହୋଇଥାଏ।ଏବଂ କହିବାକୁ ଗଲେ ଏହି କ୍ରୋଧ ମଣିଷର ସବୁଠାରୁ ପରମ ଶତ୍ରୁ ହୋଇଥାଏ।ଏବଂ ଏହାଦ୍ୱାରା ମନୁଷ୍ୟ ନିଜର ସତ୍ୟତା ହରାଇ ବସିଥାଏ।ଏବଂ ଯାହାକୁ ବହୁତ ଜଲଦି କ୍ରୋଧ ଆସେ ତାହା ଅତ୍ୟଧିକ କ୍ଷତିକାରକ ହୋଇଥାଏ।ଏବଂ ଏଥିରୁ ମୁକ୍ତି ପାଇବା ନିହାତି ଆବଶ୍ୟକ।କ୍ରୋଧ ଦ୍ୱାରା ଆମ ସମାଜରେ ଅନେକ କ୍ରାଇମ ମଧ୍ୟ ହୋଇଥାଏ।

ଏହି କ୍ରୋଧକୁ ଶାନ୍ତ କରିବାପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ବତାଯାଇଛି।ଯାହାକୁ ଅପଣେଇବାଦ୍ୱାରା ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିବେ।ତେବେ ଆସନ୍ତୁ ଦେଖିବା ଏହି ଉପାୟ ବିଷୟରେ।ବାସ୍ତୁଶାସ୍ତ୍ର ଅନୁସାରେ କ୍ରୋଧକୁ ଶାନ୍ତ କରିବାପାଇଁ ପ୍ରତିଦିନ ସୁର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।ଏହାଦ୍ୱାରା ମନରେ ସକାରତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।ଏବଂ କ୍ରୋଧ ଭଳି ନକରତ୍ମକ ଉର୍ଜା ଅପଣଙ୍କ ମନରୁ ଦୂରରେ ରହିଥାଏ।ଏବଂ ପ୍ରତିଦିନ ସକାଳୁ ଗାଧୋଇସରିବା ପରେ ଏହା କରିବା ଦ୍ୱାରା ଆପଣଙ୍କ ମନ ସ୍ୱଚ୍ଛ ଏବଂ ପବିତ୍ର ରହିଥାଏ।ଏବଂ ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲରେ କାଟିଥାଏ।ଏବଂ ଏହାଦ୍ୱାରା ଆପଣଙ୍କୁ କ୍ରୋଧ ଆସିନଥାଏ।

ଏହାପରେ ବସ୍ତୁଶାସ୍ତ୍ର ଅନୁସାରେ ଘରେ ଲାଲ ରଙ୍ଗର ପ୍ରୟୋଗ କରନ୍ତୁ ନାହିଁ।ନା ଆପଣଙ୍କ ଘରର ରଙ୍ଗ ନାଲି କରନ୍ତୁ ନା ଚାଦର।ନା ପରଦାକୁ ନାଲିରଙ୍ଗର ରଖନ୍ତୁ।କାରଣ ନାଲିରଙ୍ଗ କ୍ରୋଧର ପ୍ରତୀକ ମନାଯାଇଥାଏ।ଏବଂ ଚତୁର୍ଦିଗରେ ନାଲି ରଙ୍ଗ ରଖିବାଦ୍ୱାରା ଆପଣ କ୍ରୋଧକୁ ଅଧିକ ପ୍ରଶୟ ଦେଇଥାନ୍ତି।ଏବଂ ଚାରିପଟେ ନାଲି ରଙ୍ଗ ନରଖିବା ଦ୍ୱାରାଏହାକରିବା ଦ୍ୱାରା ଆପଣଙ୍କ କ୍ରୋଧ ନିୟନ୍ତ୍ରଣରେ ରହିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଆପଣଙ୍କ ଘରର କୌଣସିଭି କୋଣରେ ମଇଳା ଏବଂ ଅପରିଷ୍କାର କରନ୍ତୁନାହିଁ।କାରଣ ଅପରିଷ୍କାର ରଖିବା ଦ୍ୱାରା ଏହା କ୍ରୋଧକୁ ଉକ୍ସାଇଥାଏ।ଆପଣଙ୍କ ଘରର ପୂର୍ବ ଦିଗରେ କୌଣସି ଭାରି ଜିନିଷ ରଖନ୍ତୁ ନାହିଁ।ଏବଂ ସଞ୍ଜ ହେବା ମାତ୍ରେ ଘରେ ଧୂପ ଏବଂ ଅଗରବତୀ ଜଳାନ୍ତୁ।ଏହାଦ୍ୱାରା ଆପଣଙ୍କ ମନ ପବିତ୍ର ଏବଂ ଶାନ୍ତ ରହିଥାଏ ଏବଂ କ୍ରୋଧ ଆପଣଙ୍କୁ କେବେହେଲେ ଆସିନଥାଏ।

ଏହାଥିଲା ସାଙ୍ଗମାନେ ଯଦି ଆପଣଙ୍କୁ ଆସୁଥାଏ ରାଗ ତେବେ ଆପଣ କରନ୍ତୁ ଏହି ବାସ୍ତୁ ଉପାୟ।

Leave a Reply

Your email address will not be published. Required fields are marked *