ଥଣ୍ଡା କାସରୁ ଗୋଟିଏ ଥରରେ ମୁକ୍ତି ପାଆନ୍ତୁ ଏହି ପ୍ରଭାବଶାଳୀ ଉପାୟ ଦ୍ଵାରା – ଆଜି ଘରେ ଏହି ଉପାୟ କରି ଦେଖନ୍ତୁ

ଥଣ୍ଡା, କାସ,ସର୍ଦ୍ଦି ଆଦିରୁ ତୁରନ୍ତ ମୁକ୍ତି ପାଆନ୍ତୁ ଏହି ଘରୋଇ ଉପାୟ ଦ୍ଵାରା।ସାଙ୍ଗମାନେ ଆଜି ମୁଁ ଆପଣଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଚି ଯାହାଦ୍ଵାରା ଆପଣଙ୍କ ଥଣ୍ଡା କାଶ ଆଦି ରୋଗ ଅତି ସହଜରେ ଚାଲିଯିବ।ସାଙ୍ଗମାନେ ଆଜିର ବଦଳୁଥିବା ଦୁନିଆରେ ଏହିପରି ରୋଗ ଅତି ସାଧାରଣ ହୋଇଗଲାଣି।କିନ୍ତୁ ଏହାକୁ ଅବହେଳା କରିବା କଥା ନୁହେଁ।ଆପଣ ମୁଁ କହିଥିବା ଉପାୟକୁ ପାଳନ କଲେ ଜଲଦି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଏଥିପାଇଁ ମୁ ପ୍ରଥମେ ନେଉଛି ଅଦା।ଏହା ଔଷଧୀୟ ଗୁଣରେ ଭରପୁର ରହିଛି।ଏହାର ସେବନ ଦ୍ଵାରା ବହୁତ ପୁରୁଣା ଖାସ ସର୍ଦ୍ଦି ଆଦିରୁ ମୁକ୍ତି ମିଳିଥାଏ।ଆପଣ ଅଦାର ଚୋପା ଛଡାଇକରି ତାକୁ ଗ୍ରେଟର ଦ୍ଵାରା ଗ୍ରେଟ କରିଦେବେ।ଅଦାର ସେବନ ଦ୍ଵାରା ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ବି ମୁକ୍ତି ପାଇପାରିବେ।ଆପଣ ଏକ ଛଣା ଦ୍ଵାରା ଏହାର ରସ ବାହାର କରିଦିଅନ୍ତୁ।ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବଡ ଭୂମିକା ଗ୍ରହଣ କରିଥାଏ।ଏହାକୁ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଗ୍ରହଣ କରିପାରିବେ।
ସାଙ୍ଗମାନେ ତା ପରେ ଦୁଇ ଚାମଚ ଅଦା ରସ ସହିତ କିଛି ଲବଙ୍ଗ ନିଅନ୍ତୁ।ଲବଙ୍ଗରେ ବହୁତ ଔଷଧୀୟ ଗୁଣ ରହିଛି।ଲବଙ୍ଗ ସୁଗରର ମାତ୍ରାକୁ ବି ନିୟନ୍ତ୍ରଣ କରିଥାଏ।ସାଙ୍ଗମାନେ ତା ସହିତ ମୁଁ ଏଠାରେ ନେଇଛି କଳା ଲଙ୍କା,ଅଳ୍ପ ହଳଦୀ ଓ ଲୁଣ ନେଇଛି।ହଲଦିରେ ବହୁତ ପ୍ରକାର ଔଷଧୀୟ ଗୁଣ ରହିଛି।ଏହା ସହିତ ମୁଁ ନେଉଛି ଶୈନ୍ଧା ଲୁଣ।ଏହାକୁ ଆପଣ ଏହି ସମୟରେ ବ୍ୟବହାର କରିବା ଉଚିତ।ଏହା ଗଳା ଓ ସର୍ଦ୍ଦିର ଏକ ଭଲ ଔଷଧ ଅଟେ।ଆପଣ ଅଳ୍ପ ପରିମାଣରେ ଶୈନ୍ଧା ଲୁଣ ନେବେ।
ସାଙ୍ଗମାନେ ଆପଣ ସର୍ବଦା ଘରୋଇ ଉପାୟର ବ୍ୟବହାର କରନ୍ତୁ ଏହା ଶରୀର ପାଇଁ ବହୁତ ଭଲ ହୋଇଥାଏ।ବଜାରରେ ମଧ୍ୟ ବହୁତ ପ୍ରକାର ଔଷଧ ମିଳୁଛି କିନ୍ତୁ ଘରୋଇ ଉପାୟ ସବୁଠୁ ଉତ୍ତମ ହୋଇଥାଏ।ଏଠାରେ ମୁଁ ନେଇଛି ମହୁ।ଏହା ଆମ ଉପାୟକୁ ଭଲ ସ୍ଵାଦ ବି ଦେବ ତା ସହିତ ମହୁରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ରହିଛି। ତା ସହିତ ମୁଁ ଏଠାରେ ନେଇଛି ଗୋଲ ମରିଚ।ଏହା ମସଲା ମାନଙ୍କର ରାଜା ହୋଇଥାଏ ତା ସହିତ ଏହାର ବହୁତ ଆୟର୍ବେଦିକ ଗୁଣ ରହିଥାଏ।
ସବୁଠୁ ପ୍ରଥମେ ମୁଁ ଅଦା ରସ ଓ ମହୁକୁ ମିଶାଇ ଦେଇଛି।ଆପଣ ଏହାକୁ ଚାହିଁଲେ ଅଧିକ ଦିନ ରଖିପାରିବେ କାରଣ ଏହା ଖରାପ ହେବାର ନାହିଁ।ଆପଣ ଏହାକୁ ଏକ ସପ୍ତାହ ମଧ୍ୟ ତିଆରି କରିକି ରଖିପାରିବେ।ଏହାପରେ ଆପଣ ଗୋଲ ମରିଚ ଓ ଲବଙ୍ଗକୁ ଗ୍ୟାସ ରେ ବିନା ତେଲରେ ହାଲକା ରୋଷ୍ଟ କରିବେ।ଏହାପରେ ଆପଣ ହେମଦସ୍ତାରେ ଭଲ ଭାବେ କୁଟି ଦେବେ ଓ ଏହାର ପାଉଡର ତିଆରି କରିଦେବେ।
ଏବେ ଆପଣ ଏହି ପାଉଡରକୁ ମିଶାଇବେ ଅଦା ଓ ମହୁ ସହିତ।ଆପଣ ଛୋଟ ପିଲା ମାନଙ୍କୁ ଅଳ୍ପ ପରିମାଣରେ ଦେବେ।ଅଦା ରସ ଓ ମହୂରେ ଆପଣ ଲୁଣ ଓ ହଳଦୀ ଅଳ୍ପ ପରିମାଣରେ ମିଶାଇବେ।ଏବେ ଆପଣ ଏହି ରସରେ ସେହି ପାଉଡର ମିଶାଇ ଦେବେ।ବଡ ବ୍ୟକ୍ତି ମାନଙ୍କୁ ଦିନରେ ଦୁଇଥର ଓ ଛୋଟ ପିଲାମାନେ ଦିନକୁ ଥରେ ନେବେ।