February 26, 2024

Odia Express

News For Public

ହନୁମାନଜି ଖୁସୀ ହେଲେ ଦେଇଥାନ୍ତି ଏହି ସଂକେତ,ଆପଣଂକ ପୂଜା ପାଠରେ ପ୍ରସନ୍ନ ଅଟନ୍ତି, ଆପଣଙ୍କ ଭାଗ୍ୟ ଚମକେଇ ପାରନ୍ତି ବଜରଙ୍ଗବାଲି

ହନୁମାନଜି ଖୁସି ହେବା ପରେ ଦେଇଥାନ୍ତି ଏହି ଶୁଭ ସଙ୍କେତ।ଚାରି ଯୁଗରେ ପ୍ରଭୁ ହନୁମାନଙ୍କ ପ୍ରତାପ ରହିବ।ଭକ୍ତମାନେ ତାଙ୍କ ଆରାଧନା କରିବେ।ତଥା ଭକ୍ତ ମାନଙ୍କୁ ଶ୍ରୀହନୁମାନ ଉତ୍ତମ ଫଳ ପ୍ରଦାନ କରିବେ।ଯଦି ଆପଣ କୌଣସି ବି ଯୁଗରେ ପ୍ରଭୁ ଶ୍ରୀହନୁମାନ ଙ୍କ ପୂଜା କରନ୍ତି ତ ଆପଣଙ୍କୁ ପ୍ରତିଟି କର୍ମର ଫଳ ମିଳିବ।ପ୍ରଭୁ ହନୁମାନ ବହୁତ ଜାଗୃତ ଦେବତା ଅଟନ୍ତି।ମାତା ସୀତାଙ୍କ ଦ୍ଵାରା ପ୍ରଭୁଙ୍କୁ ଚିରଞ୍ଜିବୀ ବରଦାନ ମିଳିଛି।ପ୍ରଭୁ ହନୁମାନଙ୍କ ଭକ୍ତି ଆମେ ସମସ୍ତେ କରିଥାଉ।କିନ୍ତୁ ପ୍ରଭୁଙ୍କ କୃପା ଆମ ଉପରେ ଅଛି ନା ନାଇଁ ଆଜି ଭଳି ବିଚାର ଆମ ମନରେ ଉତ୍ପନ ହୋଇଥାଏ।

ବହୁତ ଲୋକ ଭାବି ନିଅନ୍ତି କି ତାଙ୍କ ପୂଜା ବ୍ୟର୍ଥ ଯାଉଚି ବା ନିଷ୍ଫଳ ହୋଇଯାଉଛି।କିନ୍ତୁ ବାସ୍ତବରେ ଏପରି ହୋଇନଥାଏ।ଯଦି ପୂର୍ବ ଜନ୍ମର ଫଳ ଭଲ ହୋଇଥିବ ତ ପୂଜାର ଫଳ ଆମକୁ ଶୀଘ୍ର ମିଳିଥାଏ।କିନ୍ତୁ ଯଦି ଆମ ପୂର୍ବ ଜନ୍ମର ଫଳ ଖରାପ ହୋଇଥିବ ତ ଆମ ପୂଜାର ଫଳ ଆମ କର୍ମ ସମାପ୍ତ ହେବା ପରେ ମିଳିଥାଏ।କିନ୍ତୁ ଏହି କଳିଯୁଗରେ ପ୍ରାୟ ସମସ୍ତେ ହନୁମାନଙ୍କୁ ପୂଜା କରିଥାନ୍ତି।ହନୁମାନଙ୍କୁ ସଙ୍କଟ ମୋଚନର ଆଖ୍ୟା ଦିଆଯାଇଛି।ତାଙ୍କ କୃପା ସମସ୍ତଙ୍କ ଉପରେ ନିରନ୍ତର ରହିଥାଏ।

ଭଗବାନ ହନୁମାନ ଆମ ଉପରେ ପ୍ରସନ୍ନ ହେଲେ ଆମକୁ କିଛି ସଂକେତ ଦେଇଥାନ୍ତି।ଯଦି ଆପଣ ହନୁମାନଙ୍କ ପୂଜା କରୁଥାନ୍ତି ଓ ଆପଣଙ୍କୁ ମଙ୍ଗଳବାର ଓ ଶନିବାର ଦିନ କୌଣସି ଶୁଭ ସମାଚାର ମିଳେ ତ ବୁଝିଯିବେ ପ୍ରଭୁ ହନୁମାନ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଟନ୍ତି।ଯଦି ଆପଣ ମନ୍ଦିରରେ ପ୍ରଭୁଙ୍କ ପୂଜା କରୁଥାନ୍ତି ଓ ସେତେବେଳେ ପ୍ରଭୁଙ୍କ ମସ୍ତକ ବା ହାତରୁ ଯଦି ଫୁଲ ଖସିଯାଇ ତ ଜାଣିବେ ଯେ ପ୍ରଭୁ ଆପଣକଂ ଉପରେ ବହୁତ ଖୁସି ଅଟନ୍ତି।ଆପଣ ପ୍ରଭୁଙ୍କ ମନ୍ତ୍ର ଜପ କରୁଥିବା ସମୟରେ ଯଦି ଆପଣଙ୍କୁ ଧନ ଆଗମନର ସୂଚନା ମିଳେ ତ ଜାଣିବେ ପ୍ରଭୁଙ୍କ କୃପା ଆପଣଙ୍କ ଉପରେ ରହିଛି।

ଯଦି ଆପଣ କେଉଁ ଏକ ବିଶେଷ ଜାଗାକୁ ଯାଉଛନ୍ତି ଓ ବାଟରେ ଆପଣ ଯଦି ମାଙ୍କଡ ଦେଖୁଛନ୍ତି ତ ଜାଣିବେ ଏହା ବହୁତ ଶୁଭ ହୋଇଥାଏ।ଯଦି ଆପଣଙ୍କୁ କେଉଁ ବ୍ୟକ୍ତି ମଙ୍ଗଳବାର ବା ଶନିବାର ଦିନ ଲାଲ ଫଳ ଦିଏ ତ ବୁଝିଯିବେ ଯେ ପ୍ରଭୁ ଆପଣଙ୍କ କାମକୁ ସିଦ୍ଧ କରିବେ।ଯଦି ଆପଣଙ୍କୁ ପ୍ରଭୁ ଶ୍ରୀରାମ ବା ହନୁମାନ ସ୍ଵପ୍ନରେ କୌଣସି ବି ପ୍ରକାରେ ଆସନ୍ତି ତ ଜାଣିବେ ପ୍ରଭୁଙ୍କ ଅପାର କୃପା ଆପଣଙ୍କ ଉପରେ ଅଛି।ଯଦି ଆପଣଙ୍କ ଘରେ ନିୟମିତ ରାମାୟଣ ପାଠ ହେଉଥାଏ ବା ଯଦି ଆପଣ ସବୁବେଳେ ହନୁମାନ ଚାଳିଶା ପାଠ କରୁଥାନ୍ତି ତ ପ୍ରଭୁଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।

Leave a Reply

Your email address will not be published. Required fields are marked *