April 17, 2024

Odia Express

News For Public

କଞ୍ଚା କଦଳୀକୁ ଅତି ସହଜରେ ପଚାନ୍ତୁ ଘରେ ହିଁ ବିନା କୌଣସି କେମିକାଲରେ – ଏହି ଉପାୟ ଆଗରୁ କେବେ ଜାଣିନଥିବେ ଆପଣ

ବିନା କେମିକାଲରେ ଘରେ ପଚାନ୍ତୁ କଦଳୀ।ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଘରେ କିପରି କଦଳୀ ଆପଣ ପଚେଇ ପାରିବେ।ବଜାରରେ ତ ଆପଣ ମାନଙ୍କୁ ପାଚିଲା କଦଳୀ ମିଳିଯାଏ।ଆମେ ବଜାରରୁ ଯେଉଁ କଦଳୀ ଆଣିଥାଏ ସେଥିରେ ବହୁତ ପରିମାଣରେ କେମିକାଲ ମିଶିଥାଏ।ଆମେ ଯେହେତୁ କେମିକଲ ମିଶା କଦଳୀ ଖାଇଥାଏ ତ ଆମକୁ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ତ ଚାଲନ୍ତୁ ଜାଣିବା ଘରେ କିପରି କଦଳୀ ଆମେ ପଚାଇ ପାରିବା ବିନା କୌଣସି କେମିକାଲ ସହାୟତାରେ।

ସର୍ବପ୍ରଥମେ ଆପଣ ଏକ ଝୋଟର ମୁଣି ବା ଅଖା ନିଅନ୍ତୁ।ଆପଣ କଦଳୀ ଭଳି ଆମ୍ବ,ଭଣ୍ଡା ଆଦି ଫଳକୁ ମଧ୍ୟ ପଚାଇ ପାରିବେ।ଏହାପରେ ଆପଣ କିଛି ପାଣି ସେହି ଅଖା ଉପରେ ଛିଞ୍ଚିଦେବେ କିନ୍ତୁ ପୁରା ଓଦା କରିବେ ନାହିଁ।ଏହାଦ୍ବାରା ଆଦ୍ରତା ରହିବ।ଏହି ଅଖା ଭିତରେ ଆପଣ ଦେଖିଥିବେ ଛୋଟ ଛୋଟ କଣା ରହିଥାଏ।ଏହାଦ୍ବାରା ପବନ ଚଳାଚଳ ଭଲଭାବେ ହୋଇପାରିଥାଏ।ଏହାଦ୍ବାରା କଦଳୀ ଯଦି ପାଚିଥାଏ।ଯଦି ଆପଣଙ୍କ ପାଖରେ ଅଖା ନାହିଁ ତ ଆପଣ ମୋଟା ସୂତା କପଡ଼ାର ମଧ୍ୟ ବ୍ୟବହାର କରିପାରିବେ।

ଆପଣଙ୍କୁ ମୁଁ ଏଠାରେ ଦୁଇଟି ଉପାୟ କହିଛି।ଆପଣ କପଡ଼ାରେ ମଧ୍ୟ ପାଣି ଛିଂଚିଦେବେ ଯାହାଦ୍ଵାରା ଏଥିରେ ଆଦ୍ରତା ରହିବ।ଯଦି ଥଣ୍ଡା ଦିନର ସମୟ ହୋଇଥିବ ତ କଦଳିକୁ ପାଚିବା ପାଇଁ ଦୁଇରୁ ତିନି ଦିନ ସମୟ ଲାଗିବ।କିନ୍ତୁ ଯଦି ଗରମ ପାଗ ଥିବ ତ କଦଳୀ ଗୋଟିଏ ଦିନରେ ହିଁ ପାଚିଯିବ।

ଆପଣ ଏକ ଗ୍ଲାସରେ କିଛି ପାଣି ନିଅନ୍ତୁ।ସେଥିରେ କିଛି ଲୁଣ ପକାଇ ଦିଅନ୍ତୁ।ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ।ଯଦି ଆପଣ ଲୁଣପାଣି କଦଳୀ ଉପରେ ପକାଇବେ ତ କଦଳୀ ଶୀଘ୍ର ପାଚିଜିବ।ଏହାକୁ କେବଳ ଗୋଟିଏ ଥର ଛିଞ୍ଚିବେ।ଏହାଦ୍ବାରା କଦଳୀକୁ ପୋକ ଲାଗିବାର କୌଣସି ସମ୍ଭାବନା ନଥାଏ ଓ କଦଳୀ ବହୁତ ଶୀଘ୍ର ପାଚି ଯାଇଥାଏ।ଆପଣ ଚାହିଁଲେ ଅଖା ନେଇପାରିବେ ନଚେତ ସୂତା କପଡା ମଧ୍ୟ ନେଇପାରିବେ। ତ ଆମେ ମାନେ ଏହି ଉପାୟ ଦ୍ଵାରା ବହୁତ ଫଳ ଗୁଡ଼ିକୁ ପଚାଇ ପାରିବା।

ଆଜିକାଲି ଫଳ ଗୁଡ଼ିକୁ ପଚାଇବା ପାଇଁ ବହୁତ ପ୍ରକାର କେମିକାଲ ମାନଙ୍କର ବ୍ୟବହାର କରାଯାଉଚି।ଯଦି ଆମେ ସେହି ଫଳକୁ ଖାଉଚେ ତ ଆମକୁ ଲାଭ ମିଳିବା ବଦଳରେ କ୍ଷତି ମିଳୁଛି।ଏଥିପାଇଁ ଏବେ ସ୍କିନ ରୋଗର ମାତ୍ରା ବଢୁଛି।ଆପଣ କଦଳିକୁ ସବୁବେଳେ ଓଲଟେଇ କରି ରଖିବେ।ଏହାଦ୍ବାରା କଦଳୀରେ ତଳପଟେ କଳା ଦାଗ ଆସିବ ନାହିଁ।ଆଜି ମୁଁ ଆପଣ ମାନଙ୍କୁ ଦୁଇଟି ଉପାୟ କହିଛି ପ୍ରଥମ ହେଉଛି ଅଖା ଦ୍ଵାରା ଓ ଦ୍ଵିତୀୟ ହେଉଛି ସୂତା କପଡା ଦ୍ଵାରା।

Leave a Reply

Your email address will not be published. Required fields are marked *