April 16, 2024

Odia Express

News For Public

ଏହି ୪ଟି ଜାଗାରେ ତିଳ ଥିଲେ ସେ ବ୍ୟକ୍ତି ବହୁତ ଭାଗ୍ୟବାନ ହେଇଥାନ୍ତି – ଦେଖନ୍ତୁ କେଉଁ ଜାଗାରେ ରହିବ ଶୁଭ ଅଟେ..

ଭଗବାନ ସମସ୍ତଙ୍କୁ ସବୁକିଛି ଜିନିଷ ଦେଇନଥାଏ।ଆମକୁ ସେହି ସବୁ ଜିନିଷକୁ ନିଜେ ପରିଶ୍ରମ କରି ହାସଲ କରିବାକୁ ହୁଏ।ଯଦି ଆମେ ଏହା କରିପାରିଲେ ଭଗବାନ ଆମକୁ ବହୁତ ସମୟରେ ସାହାଯ୍ୟ କରିବେ କିନ୍ତୁ କିଛି ଲୋକ ଦୁନିଆରେ ରୁହନ୍ତି ଯେଉଁମାନେ କିଛି କାର୍ଯ୍ୟ ବ୍ୟବସାୟ କରନ୍ତି ନାହିଁ କିନ୍ତୁ ଫଳର ଆଶା ସବୁବେଳେ ରଖିଥାନ୍ତି।ଯାହାକି ସବୁଠୁ ଖରାପ ଅଟେ।ଆମ ଶରୀରର ବିଭିନ୍ନ ଭାଗରେ କିଛି ଲୋକମାନଙ୍କର ତିଳ ରହିଥାଏ।ତିଳ ଅର୍ଥ ହେଉଛି ଏହା ଏକ ପ୍ରକାରର ଅଂଶ ଶରୀରର ଏହା ଯେଉଁ ଜାଗାରେ ରହିଥାଏ।ସେ ସେହି ଲୋକର ଭାଗ୍ୟକୁ ନିର୍ଦ୍ଧାରଣ କରିବାରେ ସହାୟକ ହୁଏ।

ସବୁ ସମୟରେ ସବୁ ଜାଗାରେ ତିଳ ହେଇଯିବ ଏହା ଭାବିବ ଆମର ଭୁଲ ଧାରଣା।ଏହା କେଉଁ ଜାଗାରେ ହେବ ଓ କିପରି ହେବ ଏହା ନିଜ ଜନ୍ମ ସମୟରେ ନିର୍ଦ୍ଧାରିତ ହୋଇଥାଏ।ମଣିଷ ତ ନିମିତ୍ତ ମାତ୍ର।ଆଜି ଆମେ ଏହି ଆର୍ଟିକିଲରେ ଆଲୋଚନା କରିବା ମଣିଷର କିଛି ଜାଗାରେ ତିଳ ଥିଲେ ଏହା କଣ ସୁଚାଇଥାଏ।

କିଛି ଲୋକମାନଙ୍କ ଦେହରେ ନାଲି ରଙ୍ଗର ତିଳ ଥାଏ।ଏହା କେବେହେଲେ ଅଶୁଭ ହୁଏ ନାହିଁ କିନ୍ତୁ ବୋହୁ କ୍ଷେତ୍ରରେ ଆମେ ବହୁତ ଲୋକଙ୍କ ଦେହରେ କଳା ରଙ୍ଗର ତିଳ ଦେଖିବାକୁ ପାଇଥାଉ।ଯାହା ଅଶୁଭ ଓ ଶୁଭ ୨ଟି ର ସୂଚନା ଦେଇଥାଏ। ଆଜି ଆମେ ଶରୀରରେ ହେଉଥିବା ୪ଟି ଜାଗା ଉପରେ କହିବାକୁ ଯାଉଛୁ।

ପ୍ରଥମ ହେଉଛି ନିଜ ହାତର ପାପୁଲିରେ।ଯଦି ଏହି କଳାରଙ୍ଗର ତିଳ ନିଜ ପାପୁଲିରେ ରହିଥାଏ ତେବେ ଜାଣିଯାନ୍ତୁ କି ସେ ଲୋକ ବହୁତ ଶୁଭ ଅଟେ।ଆମ ଶାସ୍ତ୍ର ଅନୁସାରେ ଯଦି ଏହିପରି ହୁଏ ତେବେ ସେ ବ୍ୟକ୍ତି ଜଣଙ୍କ ବହୁତ ଭାଗ୍ୟବାନ ଅଟେ।ଏହି ବ୍ୟକ୍ତିକୁ ସବୁବେଳେ ଆଗୁଆ ସଫଳତା ମିଳିଥାଏ।ଏମାନେ ଯେଉଁ ପ୍ରକାର କାମକୁ ହାତେଇବେ ସେ କାମକୁ କରିକି ହି ରହିବେ।ଏମାନେ କେବେହେଲେ ହାର ମଣିବେ ନାହିଁ।

୨ୟ ସ୍ଥାନ ହେଉଛି ନାକ।ଯେଉଁ ବ୍ୟକ୍ତିର ନାକରେ ଏହି ତିଳ ରହିଥାଏ ସେ ବ୍ୟକ୍ତି ବହୁତ ସୁନ୍ଦର ହୋଇଥାଏ।ଏମାନେ ଜୀବନର ସବୁ ଖୁସିକୁ ଅପଣାଇଥାନ୍ତି।ଏମାନେ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି।

୩ୟ ସ୍ଥାନ ହେଉଛି ଓଠ।ଏଠାରେ ଯେଉଁ ବ୍ୟକ୍ତିଙ୍କ ତିଳ ରହିଥାଏ ସେମାନେ ବୂହୁତ ନମ୍ର ଓ ଶାନ୍ତ ସ୍ୱଭାବ ର ହୋଇଥାନ୍ତି।ଏମାନେ ସମସ୍ତଙ୍କୁ ଭଲ ପାନ୍ତି।ଏମାନେ ବହୁତ ସୁନ୍ଦର ହୋଇଥାନ୍ତି।

ଚତୁର୍ଥ ସ୍ଥାନ ହେଉଛି ପିଠି।ଏହି ସ୍ଥାନରେ ତିଳ ଥିଲେ ସେମାନେ ବହୁତ ରୋମାଣ୍ଟିକ ମିଯାଜ ର ହୋଇଥାନ୍ତି।ଏମାନେ ସବୁଆଡେ ଭ୍ରମଣ କରିବାକୁ ଭଲପାନ୍ତି।ଏମାନେ ସମସ୍ତଙ୍କୁ ବହୁତ ଆଦର କରନ୍ତି ଓ ସମସ୍ତଙ୍କ ମଧ୍ୟରେ ପ୍ରେମର ଭଣ୍ଡାର ସାଜିଥାନ୍ତି।ଏମାନେ ଖୁସି ମିଯାଜର ମଧ୍ୟ ସବୁବେଳେ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *